Posted inଖେଳ

ବିଶ୍ୱକପ୍‌ରେ ଶ୍ରୀଲଙ୍କାର ନୂଆ ଅଧିନାୟକ

ଗୁଆହାଟୀ,୨୧ା୫(ପି.ଟି.)- ଦଳର ନେତୃତ୍ୱ ଭାର ବିଫଳତାଠାରୁ ଆରମ୍ଭ କରି ପ୍ରଶାସନିକ ବିବାଦ ଯୋଗୁ ପୂର୍ବତନ ଚାମ୍ପିୟନ ଶ୍ରୀଲଙ୍କା ଦଳକୁ ବିଶ୍ୱକପ୍‌ରେ କେବଳ ଚମତ୍କାର ହିଁ ବଞ୍ଚାଇପାରିବ। ଡାର୍କ ହର୍ସ ଭାବେ ବିବେଚିତ ହେଉଥିବା ଦଳ ସର୍ବଦା ବିଶ୍ୱ ସ୍ତରୀୟ ଇଭେଣ୍ଟରେ ଭଲ ପ୍ରଦର୍ଶନ କରିଛି। ଥରେ ବିଶ୍ୱକପ୍‌ ଟାଇଟଲ, ଦୁଇ ଥର ରନର୍ସ ଅପ୍‌ ଓ ଥରେ ସେମିଫାଇନାଲ ଖେଳିସାରିଛି। ହେଲେ ଏଥର ବିଶ୍ୱକପ୍‌ରେ ସବୁଠୁ ଦୁର୍ବଳ ଦଳ ଭାବେ ଅଂଶଗ୍ରହଣ କରିବାକୁ ଯାଉଛି। ଚୟନକର୍ତ୍ତାମାନେ ବିଶ୍ୱକପ୍‌ ଦଳରୁ ଅଭିଜ୍ଞ ଦୀନେଶ ଚଣ୍ଡିମାଲ ଓ ନିରୋଶାନ ଡିକଓ୍ବେଲାଙ୍କୁ ବାଦ୍‌ ଦେଇଛନ୍ତି। ୨୦୧୫ରେ ଅନ୍ତିମ ଥର ଅନ୍ତର୍ଜାତୀୟ ଦିନିକଆ ଖେଳିଥିବା ଦିମୁଥ କରୁଣାରତ୍ନେଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି। ଚଣ୍ଡିମାଲ ଓ ଡିକଓ୍ବେଲା ଭିନ୍ନ ଭିନ୍ନ ଫର୍ମାଟରେ ଚଳିତ ବର୍ଷ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଉଥିଲେ। ଉଭୟ ବିଫଳ ହେବା ପରେ ଲସିଥ ମାଲିଙ୍ଗାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ଫଳାଫଳରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ମାତ୍ର ୨ ବର୍ଷରେ ଶ୍ରୀଲଙ୍କା ୯ ଜଣ ଅଧିନାୟକ ଦେଖିସାରିଛି। ଏଥିଯୋଗୁ ୨୦୧୫ ବିଶ୍ୱକପ୍‌ଠାରୁ ମୋଟ ୮୪ ଦିନିକିଆ ଖେଳି ୫୫ ମ୍ୟାଚ୍‌ରେ ପରାସ୍ତ ହୋଇସାରିଛି। ତେବେ କରୁଣାରତ୍ନେଙ୍କ ନେତୃତ୍ୱାଧୀନ ଦଳ ଜୁନ ୧ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରୁ ଅଭିଯାନ ଆରମ୍ଭ କରିବ।
ଶ୍ରୀଲଙ୍କା ଦଳ: ଦିମୁଥ କରୁଣାରତ୍ନେ (ଅଧିନାୟକ), ଆଞ୍ଜେଲୋ ମାଥ୍ୟୁସ, ଲସିଥ ମାଲିଙ୍ଗା, ଥିସାରା ପେରେରା, କୁସାଲ ପେରେରା, ଧନଞ୍ଜୟ ଡି ସିଲଭା, କୁସାଲ ମେଣ୍ଡିସ, ଇସୁରୁ ଉଡାନା, ମିଲିନ୍ଦା ସିରିଓ୍ବର୍ଦ୍ଦନା, ଅଭିଷେକ ଫର୍ନାଣ୍ଡୋ, ଜୀବନ ମେଣ୍ଡିସ, ଲାହିରୁ ଥିରିମାନେ, ଜେଫରି ଭାଣ୍ଡେରସେ, ନୂଆନ ପ୍ରଦୀପ ଓ ସୁରଙ୍ଗା ଲକମଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସ୍‌ଆର ଚେସ୍‌: ତନ୍ମୟ ଚାମ୍ପିୟନ

ଭୁବନେଶ୍ୱର, ୨୬।୧(କ୍ରୀଡ଼ା ପ୍ରତିନିଧି): ଏସ୍‌ଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୨୬ତମ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ତନ୍ମୟ ତ୍ରିପାଠୀ ଚାମ୍ପିୟନ ହୋଇଛନ୍ତି। ୫ ରାଉଣ୍ଡ ବିଶିଷ୍ଟ...

ଯୌନ ଶୋଷଣ ମାମଲାରେ ଫସିଗଲେ କ୍ରିକେଟ୍‌ ଦଳର ଅଧିନାୟକ

ଲାହୋର,୧୫।୧: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ଯୌନ ଶୋଷଣ ମାମଲାରେ ଫସିଯାଇଛନ୍ତି। ଲାହୋରର ଏକ ଅଦାଲତ ତାଙ୍କ ନାଁରେ ମାମଲାରେ ରୁଜୁ କରିବାକୁ...

୫ ଫ୍ରାଞ୍ଚାଇଜର ଖେଳାଳି ତାଲିକା

ମୁମ୍ବାଇ,୧୪ା୨ : ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ)ର ପ୍ରଥମ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମୀ ଶେଷ ହୋଇଛି। ୯୦ଟି ସ୍ଲଟ ପାଇଁ ୪୦୯ ଖେଳାଳିଙ୍କ ନିଲାମୀ ହୋଇଥିଲା।...

ଭାରତ ବିପକ୍ଷରେ ଖେଳିବାକୁ ସକ୍ଷମ ନୁହେଁ ଘୋଷିତ ଇଂଲଣ୍ଡ ଦଳ : ପୂର୍ବତନ ଇଂଲଣ୍ଡ ଅଧିନାୟକ

ନୂଆଦିଲ୍ଲୀ,୨୮।୧: ଅଷ୍ଟ୍ରେଲିଆକୁ ୨-୧ ବ୍ୟବଧାନରେ ହରାଇବା ପରେ ଭାରତୀୟ ଦଳର ମନୋବଳ ବେଶ୍‌ ଦୃଢ଼ ଅଛି। ଇଂଲଣ୍ଡ ବିପକ୍ଷ ପରବର୍ତ୍ତୀ ସିରିଜ୍‌ ଲାଗି ଟିମ୍‌ ଇଣ୍ଡିଆ...

ହାଇଦ୍ରାବାଦ୍‌କୁ ହରାଇଲା ପଞ୍ଜାବ

ଦୁବାଇ,୨୫।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମ୍ୟାଚ୍‌ରେ ଶନିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ...

ପହଞ୍ଚିଲେ ଟିମ୍‌ ଇଣ୍ଡିଆ, ଓ୍ବେଷ୍ଟଇଣ୍ଡିଜ ଖେଳାଳି

ଭୁବେନଶ୍ୱର,୧୯।୧୨- ଘରୋଇ ଭାରତୀୟ ଦଳ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ୍‌ ଆସନ୍ତା ୨୨ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ।...

ଏହି ଖେଳନା ଧରି ପିଲାବେଳେ ଖେଳୁଥିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ୍‌ ଟିମ୍‌ର ଜଣେ ଆଗଧାଡ଼ିର ଖେଳାଳି ବିରାଟ କୋହଲିଙ୍କର ଜନ୍ମ ୫ ନଭେମ୍ବର ୧୯୮୮ ମସିହାରେ ଦିଲ୍ଲୀର ପଞ୍ଜାବୀ ପରିବାରରେ ହୋଇଥିଲା। ତାଙ୍କର ପିତା...

ପୂର୍ବାଞ୍ଚଳ ପ୍ରତିଭା ଚୟନ ଜୋନାଲ କମିଟିରେ ପ୍ରବୋଧ

ଭୁବନେଶ୍ୱର, ୮।୧ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ଏନ୍‌ଆଇଏସ୍‌ ଆଥଲେଟିକ୍‌ କୋଚ୍‌ ତଥା ଅନ୍ତର୍ଜାତୀୟ ଟେକ୍ନିକାଲ ଅଫିସିଆଲ ପ୍ରବୋଧ କୁମାର ମହାନ୍ତିଙ୍କୁ ଆଉ ଏକ ଗୁରୁଦାୟିତ୍ୱ ମିଳିଛି।...

Advertisement
Archives

Model This Week