ବିଶୃଙ୍ଖଳିତ ସଦସ୍ୟଙ୍କ ପାଇଁ ଆସୁ ଆଇନ: ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର,୨୯।୮(ବ୍ୟୁରୋ): ପାର୍ଲାମେଣ୍ଟ ତଥା ରାଜ୍ୟଗୁଡିକର ବିଧାନସଭା ଚାଲିଥିବା ସମୟରେ ଅନେକ ସଦସ୍ୟ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥାଆନ୍ତି। ଏହାଦ୍ୱାରା ଭାରତୀୟ ଗଣତନ୍ତ୍ରର ମହାନ ସଂସଦୀୟ ପରମ୍ପରା ତାହାର ଗୁରୁତ୍ୱ ହରାଇଥାଏ, ତେଣୁ ଏଭଳି ସଦସ୍ୟମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯାଉ। ଏଥିପାଇଁ ଆବଶ୍ୟକ ଆଇନ ଅଣାଯାଉ ବୋଲି ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବୁଧବାର କହିଛନ୍ତି। ପାର୍ଲାମେଣ୍ଟ ଏବଂ ବିଧାନସଭା କାର୍ଯ୍ୟାବଳୀ ପ୍ରସଙ୍ଗରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀର ସଂସଦ ଭବନରେ ହୋଇଥିବା ବୈଠକରେ ସୂର୍ଯ୍ୟ ଏହି ଦାବି ଉପସ୍ଥାପନ କରିଛନ୍ତି। ଏହି ବୈଠକରେ ଶୃଙ୍ଖଳିତ ସଂସଦୀୟ କାର୍ଯ୍ୟସହ ଆଇନସଭାଗୁଡିକର ଡିଜିଟାଇଲାଇଜେସନ ଉପରେ ଗୁରୁତ୍ୱ ଦେଇଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ମତ ଦେଇ ସୂର୍ଯ୍ୟ କହିଥିଲେ, ଗୃହର ସଦସ୍ୟମାନଙ୍କ ଦ୍ୱାରା ବିଶ୍‌ୃଙ୍ଖଳା କରାଯାଉଥିବାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ। ତେଣୁ ଏଭଳି ସଦସ୍ୟ ତୁରନ୍ତ ନିଲମ୍ବିତ ହେବା ଆବଶ୍ୟକ। ସେହିପରି ସାରା ଦେଶରେ ବିଶ୍‌ଙ୍ଖଳିତ ସଦସ୍ୟମାନଙ୍କ ପାଇଁ ଏକକ ଆଇନ ଲାଗୁ କରିବା ସପକ୍ଷରେ ସୂର୍ଯ୍ୟ ମତ ରଖିଥିଲେ। ସେହିପରି ଆସନ୍ତା ସେପ୍ଟେମ୍ବର ୨୨ରୁ ୨୯ ପର୍ଯ୍ୟନ୍ତ ଉଗାଣ୍ଡାର ରାଜଧାନୀ କାମ୍ପାଲାଠାରେ ୬୪ତମ ରାଜ୍ୟ ଗୋଷ୍ଠୀ ସଂସଦୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବାକୁ ଥିବା ଭାରତୀୟ ପ୍ରତିନିଧିଙ୍କୁ ଏହି ସମ୍ମିଳନୀ ସମ୍ପର୍କରେ ସମ୍ୟକ ସୂଚନା ଏହି ବୈଠକରେ ପ୍ରଦାନ କରାଯାଇଥିଲା। ପ୍ରଦାନ ବାଚସ୍ପତିମାନଙ୍କ ପରିବର୍ତ୍ତୀ ବୈଠକ ଆସନ୍ତା ନଭେମ୍ବର ୧୨ ଏବଂ ୧୩ରେ ଡେରାଡୁନ୍‌ଠାରେ ଅନୁଷ୍ଠିତ ହେବ। ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏହାର ଅଧ୍ୟକ୍ଷତା କରିବେ। ବିଶୃଙ୍ଖଳିତ ସଦସ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମିତ୍ତ ଆଇନ ପ୍ରଣୟନ ପାଇଁ ବାଚସ୍ପତି ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୬ରେ ଶ୍ରମିକ ସଂଗଠନର ଧର୍ମଘଟ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): କେନ୍ଦ୍ରର ଭାଜପା ସରକାର ଶ୍ରମିକମାନଙ୍କ ସ୍ବାର୍ଥକୁ ଅଣଦେଖା କରି ପାର୍ଲାମେଣ୍ଟରେ ଆଣିଥିବା ଶ୍ରମିକ କୋର୍ଡକୁ ବାତିଲ, କୃଷକ ବିରୋଧୀ ଆଇନ ଏବଂ ରାଷ୍ଟ୍ରୀୟ ସମ୍ପତ୍ତିକୁ...

ଅନ୍ତରୀଣ ଡିଜିପି ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କଲେ ସତ୍ୟଜିତ: ରାଜ୍ୟ ସରକାରଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ରାଜ୍ୟ ପୋଲିସର ଅନ୍ତରୀଣ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜ୍ୟ କାରାଗାର ଡିଜି ସତ୍ୟଜିତ ମହାନ୍ତି। କଟକ ପୋଲିସ ମୁଖ୍ୟାଳୟରେ ଆନୁଷ୍ଠାନିକ...

ଆଜି ରାଜଧାନୀରୁ ୯ ନୂଆ ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୧୮

ଭୁବନେଶ୍ୱର,୨ା୧(ବ୍ୟୁରୋ): ରାଜଧାନୀରୁ ଶନିବାର ୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି।...

କେନ୍ଦୁପତ୍ର କର୍ମଚାରୀ ସଂଘର ଦାବିପତ୍ର

ରେଢାଖୋଲ, ୧୪।୮(ଡି.ଏନ.ଏ.) କେନ୍ଦୁପତ୍ର ବିଭାଗରେ କାର୍ଯ୍ୟରତ ଚପରାସୀମାନଙ୍କ ଦରମା ପ୍ରଦାନ, ଚେକରମାନଙ୍କ ଛଟେଇକୁ ନେଇ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଅସନ୍ତୋଷ ପ୍ରକାଶ କରିଛି। ମହାମାରୀ...

ଗାଈ ପାଟିରେ ଫୁଟିଲା ବୋମା

ଖୁଣ୍ଟୁଣୀ, ୭ା୩(ଡି.ଏନ୍‌.ଏ.): ବାର୍‌ହା ଶିକାର ଉଦ୍ଦେଶ୍ୟରେ ବୋମା(ବାର୍‌ହା ଗୁଳା) ଖଞ୍ଜାଯାଇଥିଲା। ହେଲେ ଉକ୍ତ ବୋମାକୁ ଗାଈ ଚୋବାଇ ଦେବାରୁ ତାହା ଫୁଟିଗଲା। ଏଥିରେ ଗାଈର ଥୋମଣି...

ସରପଞ୍ଚଙ୍କ ଉଦ୍ୟମରେ ଖୋଳାଗଲା ନଳକୂପ

ମାଧପୁର,୩।୪ ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତ ନୀଳକଣ୍ଠପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦୀର୍ଘବର୍ଷ ହେବ ଲାଗି ରହିଥିବା ପାନୀୟ ଜଳ ସମସ୍ୟାର ସମାଧାନ ହୋଇଛି। ନୂତନ ସରପଞ୍ଚ...

ଠିକା କର୍ମଚାରୀ ଏବେ ‘ଇନିସିଆଲ୍‌ ଆପଏଣ୍ଟିଜ୍‌’

ରାଜ୍ୟ କ୍ୟାବିନେଟ୍‌ ବୈଠକ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ୧୭ଟି ଗୁୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି। ଠିକା କର୍ମଚାରୀଙ୍କୁ...

ଦାୟିତ୍ୱ ନେବାପରେ ଅଧିକାରୀଙ୍କ ସହ ୨ ମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର, ୮ା୬(ବ୍ୟୁରୋ): ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ନୂଆ ମନ୍ତ୍ରୀ ଭାବେ ରାଜେନ୍ଦ୍ର ଢୋଲକିଆ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ଏକ ବୈଠକ...

Advertisement
Archives

Model This Week