Posted inଜାତୀୟ

ବିଳମ୍ବିତ ପ୍ରାକ୍‌ ମୌସୁମୀ: ୬୫ ବର୍ଷରେ ଦ୍ୱିତୀୟ ଥର ପାଇଁ ଭାରତରେ ଏଭଳି ସ୍ଥିତି

ନୂଆଦିଲ୍ଲୀ,୨।୬: ଭାରତ ଭଳି କୃଷି ପ୍ରଧାନ ଦେଶ ପ୍ରାକ୍‌ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ। ପ୍ରାକ୍‌ ମୌସୁମୀ ବିଳମ୍ବିତ ହେଲେ ଚାଷ କାମ ଉପରେ ନାକାରାତ୍ମକ ପ୍ରଭାବ ପଡ଼ିଥାଏ। ପ୍ରାକ୍‌ ମୌସୁମୀ ଚାଷ କାମ ସହିତ ଭୂତଳ ଜଳସ୍ତର ତଥା ମୃତ୍ତିକାର ଆଦ୍ରତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେବେ ଚଳିତ ବର୍ଷ ପ୍ରାକ୍‌ ମୌସୁମୀରେ ବିଳମ୍ବ ଯୋଗୁ ବର୍ତ୍ତମାନ ସୁଦ୍ଧା ଦେଶର ବିଭିନ୍ନ ଅଞ୍ଚଳରେ ୯୯ ମିିଲିମିଟର ବର୍ଷା ରେକର୍ଡ ହୋଇଛି। ଏଭଳି ଅବସ୍ଥା ଦ୍ୱିତୀୟ ଥର ପାଇଁ ୬୫ ବର୍ଷ ପରେ ଭାରତରେ ଦେଖାଦେଇଛି। ପୂର୍ବରୁ ଅନୁରୂପ ସ୍ଥିତି ୧୯୫୪ରେ ଦୃଷ୍ଟି ଗୋଚର ହୋଇଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ସେତେବେଳେ ଦେଶରେ ପ୍ରାକ୍‌ ମୌସୁମୀରେ ୯୩.୯ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ୨୦୦୯ରେ ଏହା ୯୯ ମିଲିମିଟର, ୨୦୧୨ରେ ୯୦.୫ ମିଲିମିଟର ରେକର୍ଡ କରାଯାଇଥିଲା। ସମ୍ପ୍ରତି ଏଭଳି ସ୍ଥିତି ଦେଶର ମଧ୍ୟ ମହାରାଷ୍ଟ୍ର, ମରାଠାଓ୍ବାଡା, କୋଙ୍କଣ-ଗୋଆ, ଗୁଜରାଟ, ସୌରାଷ୍ଟ୍ର, କଛ ଆଦି ଅଞ୍ଚଳରେ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନିଟାଇଜର ଫାର୍ମରେ ନିଅଁ।: ୧୮ ମୃତ

ପୁଣେ,୮ା୬: ମହାରାଷ୍ଟ୍ରର ପୁଣେସ୍ଥିତ ଏକ ରାସାୟନିକ କାରଖାନାରେ ସୋମବାର ଅଗ୍ନିକାଣ୍ଡ ଘଟି ୧୮ କର୍ମଚାରୀଙ୍କ ମୃତ୍ୟୁ ହେବା ସହ ଅନ୍ୟ କେତେଜଣ ନିଖୋଜ ଅଛନ୍ତି। ମୃତକଙ୍କ...

ଫୋନ୍‌ର ମାୟାରେ ବାୟା: ମୋବାଇଲ୍‌ରେ କଥା ହୋଇ ଶିଶୁକୁ ଅଟୋରେ ଛାଡ଼ି ପଳାଇଲେ ମା’; ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୭।୮: ମୋବାଇଲ୍‌  ସଭିଙ୍କୁ ପାଗଳ କରିଛି। ମୋବାଇଲ୍‌ ମାନିଆ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ମହିଳା...

କଙ୍ଗନାଙ୍କୁ ସମର୍ଥନ କଲେ ଅଭିନେତା ବିକ୍ରମ ଗୋଖଲେ

ମୁମ୍ବାଇ,୧୫ ।୧୧: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ସରଗରମ ହେଉଥିବା ବେଳେ କଙ୍ଗନାଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି...

ଓଲଟିଲା ସ୍କୁଲ ବସ୍‌, ୫ ଛାତ୍ର ଗୁରୁତର

ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଶୁକ୍ରବାର ସକାଳୁ ଏକ ଅଭାନୀୟ ଘଟଣା ଘଟିଛି। ୩୫ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ସ୍କୁଲ ବସ୍‌ ଓଲଟି ପଡିଛି। ଫଳରେ ୫...

ଶିଳ୍ପକୁ ଅକ୍ସିଜେନ୍‌ ଯୋଗାଣ ମନା

ନୂଆଦିଲ୍ଲୀ, ୧୯।୪: କରୋନା ରୋଗୀଙ୍କ ପାଇଁ ହସ୍ପିଟାଲରେ ଅକ୍ସିଜେନ୍‌ ସଙ୍କଟ ଦେଖାଦେଇଥିବାରୁ ସରକାର ଶିଳ୍ପସଂସ୍ଥାଗୁଡ଼ିକର ବ୍ୟବହାର ନିମନ୍ତେ ଅକ୍ସିଜେନ୍‌ ଯୋଗାଣକୁ ବନ୍ଦ କରିଛନ୍ତି। ରବିବାର ସ୍ବରାଷ୍ଟ୍ର...

ଫେବୃୟାରୀ ୨୮ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍ ଅବଧି: ମହାରାଷ୍ଟ୍ର ସରକାର

ମୁମ୍ବାଇ,୨୯ ।୧: ଗୋଟିଏ ପଟେ କରୋନା ମହାମାରୀ ସାରା ଦେଶରେ ଏକ ପ୍ରକାର କମ୍ ହାଇଯାଇଥିବା ବେଳେ ଅନ୍ୟପଟେ କିନ୍ତୁ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସ୍ଥିତି ସୁଧୁରି...

ମହନ୍ତ ରାଜୁ ଦାସଙ୍କ ବିବାଦୀୟ ବୟାନ

ଅଯୋଧ୍ୟା, ୪ ।୯: ଝାଡ଼ଖଣ୍ଡର ଦୁମକା ହତ୍ୟାକାଣ୍ଡକୁ ନେଇ ଏବେବି ବୟାନବାଜି ଜାରି ରହିଛି । ଏହି ମାମଲାରେ ଅଯୋଧ୍ୟା ସ୍ଥିତ ହନୁମାନଗଡିର ମହନ୍ତ ରାଜୁ...

ଘନେଇଲା ସଙ୍କଟ ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ଉପର ମୁହାଁ…

ନୂଆଦିଲ୍ଲୀ, ୨୪।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ...

Advertisement
Archives

Model This Week