Posted inଜାତୀୟ

ବିଲ୍‌କିସ ବାନୋଙ୍କୁ ୫୦ ଲକ୍ଷ କ୍ଷତିପୂରଣ ଦିଅ: ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୪ା୪: ଗୁଜରାଟରେ ୨୦୦୨ ଦଙ୍ଗାବେଳେ ଗଣବଳାତ୍କାରର ଶିକାର ହୋଇଥିବା  ବିଲ୍‌କିସ ବାନୋଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଚାକିରି ସହ ରହିବାର ସୁବିଧା ଯୋଗାଇଦେବା ଲାଗି ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟ ସରକାର ଏହି ମାମଲାରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠକୁ ଅବଗତ କରାଇଥିଲେ। ଅଭିଯୁକ୍ତଙ୍କ ପେନ୍‌ସନ ବେନିଫିଟ ବନ୍ଦ କରାଯିବା ସହ ବମ୍ବେ ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ଆଇପିଏସ ଅଧିକାରୀଙ୍କ ପଦାବନତ କରାଯାଇଥିବା ରାଜ୍ୟ ସରକାର ଦର୍ଶାଇଥିଲେ।

ବାନୋ ୫ ଲକ୍ଷ ଟଙ୍କାର ସହାୟତା ନେବାକୁ ମନା କରିଦେବା ସହ ରାଜ୍ୟ ସରକାର ଅଧିକ କ୍ଷତିପୂରଣ ଦେବା ଲାଗି ସର୍ବୋଚ୍ଚ କୋର୍ଟରେ ଆବେଦନ କରିଥିଲେ। ମାର୍ଚ୍ଚ ୨୯ ତାରିଖରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଅଭିଯୁକ୍ତମାନଙ୍କ ବିରୋଧରେ ୨ ସପ୍ତାହ ମଧ୍ୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟଯେ, ଗୋଧ୍ରା ଦଙ୍ଗା ସମୟରେ ୫ ମାସର ଗର୍ଭବତୀ ଥିବା ବିଲ୍‌କିସଙ୍କୁ ଗଣବଳାତ୍କାର କରାଯିବା ସହ ପରିବାରର କେତେକ ଜଣଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୧ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲାବେଳେ ପରେ ୫ ପୋଲିସ ଓ ୨ ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୫୦୦ ବର୍ଷ ପୁରାତନ ପ୍ରଭୁ ବଜରଙ୍ଗବାଲୀଙ୍କ ମୂର୍ତ୍ତି ଫେରାଇଲା ଅଷ୍ଟ୍ରେଲିଆ…

ନୂଆଦିଲ୍ଲୀ,୨୫।୪ : ତାମିଲନାଡୁର ଏକ ମନ୍ଦିରରୁ ଚୋରି ହୋଇଥିବା ପ୍ରଭୁ ବଜରଙ୍ଗବାଲୀଙ୍କ ପ୍ରାୟ ୫୦୦ ବର୍ଷ ପୁରୁଣା ପ୍ରତିମାକୁ ଭାରତ ଫେରାଇ ଦେଇଛି। ଏହାକୁ ଅଷ୍ଟ୍ରେଲିଆରେ...

ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବେ ମୋଦି

ନୂଆଦିଲ୍ଲୀ,୨୧।୮: ସାଉଥ ଆଫ୍ରିକା ଅଧ୍ୟକ୍ଷତାରେ ଏଥର ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଜୋହାନ୍ସବର୍ଗରେ ଆୟୋଜିତ ହେବାକୁ ଥିବା ଏହି ଶିଖର...

ଏଏପିର ରାଜଯୋଗ ଏବେ ରାଜରୋଗ ପାଲଟିଛି: ଭାଜପା…

ନୂଆଦିଲ୍ଲୀ,୨୭।୪ : ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୌନ୍ଦର୍ଯ୍ୟକରଣକୁ ନେଇ ଦିଲ୍ଲୀରେ ରାଜନୈତିକ ବିବାଦ ଜାରି ରହିଛି। ଗୁରୁବାର ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ଏମପି ତଥା ମୁଖପାତ୍ର...

କରୋନାର ତୃତୀୟ ଲହର ପାଇଁ ଦାୟୀ ରହିବେ ସାଧାରଣ ଜନତା!

ନୂଆଦିଲ୍ଲୀ,୧୦ ।୭: ଯଦି ଦେଶରେ କରୋନାର ତୃତୀୟ ଲହର ଆସିବ ତେବେ ଏଥିପାଇଁ ସାଧାରଣ ଜନତାଙ୍କୁ ଦାୟୀ କରାଯାଇପାରେ । ଆଇଏଏନ୍‌ଏସ୍‌-ସି-ଭୋଟର-ସର୍ଭେ ଅନୁସାରେ ୫୭ ପ୍ରତିଶତ...

ଖାଲରେ କେନ୍ଦ୍ର ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ,୧୨ା୩: ୧୯୮୦ ଦଶକରେ ସ୍ବିଡେନର ଏକ ରେଡିଓ ପକ୍ଷରୁ ପ୍ରସାରିତ ରିପୋର୍ଟରେ ବୋଫର୍ସ ମାମଲାର ପର୍ଦ୍ଦାଫାଶ ହୋଇଥିଲା। ଭାରତକୁ ବିକ୍ରି କରାଯାଇଥିବା ବୋଫର୍ସ ତୋପରେ ବିପୁଳ...

ଉଦ୍ଧବଙ୍କ ଚୌକିରେ କରୋନା ଗ୍ରହଣ

ମୁମ୍ବାଇ,୯ା୪: ମହାରାଷ୍ଟ୍ରରେ ଗୋଟିଏ ପଟେ ଲକ୍‌ଡାଉନ୍‌ ଅବଧି ବଢ଼ାଇବାର ସଙ୍କେତ ମିଳୁଥିବାବେଳେ ଅନ୍ୟପଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଚୌକି ଉପରେ ସଙ୍କଟର କଳାବାଦଲ ଘନେଇବାରେ...

ଏଲଟିଟିଇ ପ୍ରମୁଖ ପ୍ରଭାକରନ ବଞ୍ଚିଛନ୍ତି: ତାମିଲ ନେତାଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ,୧୩।୨ : ତାମିଲ ନେତା ଲିବରେଶନ ଟାଇଗର୍ସ ଅଫ ତାମିଲ ଏଲାମ (ଏଲଟିଟିଇ) ମୁଖ୍ୟ ଭେଲୁପିଲାଇ ପ୍ରଭାକରନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ବିଶ୍ୱ...

ଦେଶର ଶେଷ ଗାଁରେ ମୋଦିଙ୍କ ହୁଙ୍କାର, ବିରୋଧିଙ୍କୁ କଲେ ଟାର୍ଗେଟ

ଚମୋଲି,୨୧ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି । ସେଠାରେ ସେ ପ୍ରଥମେ କେଦାରନାଥରେ ପହଞ୍ଚିବା ପରେ ସେଠାରୁ ବଦ୍ରିନାଥ ଗସ୍ତ...

Advertisement
Archives

Model This Week