ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ଆକ୍ରମଣ କଲେ ଦୁଇଟି ଭାଲୁ, ଜଣେ ଗୁରୁତର

ଯାଜପୁର ରୋଡ,୫।୧୨(ନି.ପ୍ର.): ଯାଜପୁର ଜିଲା ରାଣୀପଡ଼ା ପଞ୍ଚାୟତ ମୂଳାସାର ଗ୍ରାମର ଜଗବନ୍ଧୁ ମଳିକ ଗୁରୁବାର ସକାଳେ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଯାଜପୁର ରୋଡ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନାନୁଯାୟୀ, ଜଗବନ୍ଧୁ ବିଲକୁ ଧାନ କାଟିବାଲାଗି ସକାଳେ ଯାଇଥିଲେ। ହଠାତ୍‌ ସମ୍ମୁଖରୁ ଦୁଇଟି ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ସେ ନିଜ ଜୀବନକୁ ରକ୍ଷା କରିବାକୁ ଯାଇ ଭାଲୁଙ୍କ ସହ ଲଢ଼ିବା ସହ ପାଖ ବିଲରେ ଥିବା ଲୋକମାନଙ୍କୁ ପାଟି କରି ଡାକିଥିଲେ। ଲୋକମାନେ ଭାଲୁଙ୍କୁ ଘଉଡ଼ାଇ ଜଗବନ୍ଧୁଙ୍କୁ ଉଦ୍ଧାର କରିଥିଳେ। ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ଆସେ ଏମିତି: ଶୌଚ ପାଇଁ ଯାଉଥିଲେ ଯୁବକ, ମୋଟରସାଇକେଲ ଧକ୍କା ଦେବାରୁ ଗଲା ଜୀବନ

ଭବାନୀପାଟଣା,୨୫।୧(ଡି.ଏନ୍‌.ଏ.): ମୃତ୍ୟୁ ଏମିତି ଆସେ। ସାଙ୍ଗମାନଙ୍କ ସହ ମିଶି ଶୌଚ ହେବାକୁ ନିକଟସ୍ଥ ପୋଖରୀକୁ ଜଣେ ଯୁବକ ଯାଉଥିବା ବେଳେ ଏକ ମୋଟରସାଇକେଲ ଧକ୍କା ଦେବାରୁ...

ଅପହୃତା ନାବାଳିକାଙ୍କୁ ଉଦ୍ଧାର ପାଇଁ ସୋର ଥାନାରେ ଧାରଣା

ସୋର, ୬ା୩(ଡି.ଏନ୍‌.ଏ.)-ଅପହୃତ ନାବାଳିକାଙ୍କୁ ଉଦ୍ଧାର ପାଇଁ ମା’, ବାପା ସମ୍ପର୍କୀୟଙ୍କ ସହ ଥାନା ଆଗରେ ଧାରଣା ଦେଇଥିଲେ। ତୁରନ୍ତ କାଯର୍‌ୟାନୁଷ୍ଠାନ ଗ୍ରହଣ କରି ଝିଅକୁ ଫେରାଇ...

ରଥଯାତ୍ରା ବାତିଲ ପାଇଁ ଜନସ୍ବାର୍ଥ ମାମଲା: ‘ସ୍ଥିତି ଦେଖି ନିଷ୍ପତ୍ତି ନିଅନ୍ତୁ ସରକାର’

କଟକ ଅଫିସ,୧୦ା୬: କରୋନା ସଂକ୍ରମଣ ଆଶଙ୍କା ଯୋଗୁ ଚଳିତ ବର୍ଷ ରଥଯାତ୍ରା ସ୍ଥଗିତ ରଖିବାକୁ ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାର ମଙ୍ଗଳବାର ଶୁଣାଣି ହୋଇଛି। ମୁଖ୍ୟ...

ସିଦ୍ଧପୁର ଖେସରା ଜଙ୍ଗଲରୁ ଦନ୍ତାହାତୀର ମୃତଦେହ ଉଦ୍ଧାର

ଆଠମଲ୍ଲିକ,୨୬ା୧୧(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ରେଞ୍ଜ ସିଦ୍ଧପୁର ଖେସରା ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ଆଠମଲ୍ଲିକ ଜଙ୍ଗଲରେ ବୁଲୁଥିବା ୨୨ ଟିକିଆ...

ମତ୍ସ୍ୟଜୀବୀଙ୍କୁ ସତର୍କ କରାଗଲା

ପୁରୀ ଅଫିସ, ୯ା୧୧: ଫନୀର ତାଣ୍ଡବକୁ ସମ୍ପୂର୍ଣ୍ଣ ଭାବେ ଭୁଲି ପାରି ନ ଥିବା ପୁରୀବାସୀ ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ବେଶ୍‌ ଚିନ୍ତିତ ହୋଇପଡିଛନ୍ତି। ଯଦିଓ...

ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଅଡିଟୋରିୟମ୍‌ ହଲ୍‌ ନିର୍ମାଣ ନ ହେଲେ ଛାତ୍ର ଆନ୍ଦୋଳନ ହେବ: ଏବିଭିପି

ଭଦ୍ରକ ଅଫିସ,୨ା୭- ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ପକ୍ଷରୁ ବର୍ଷକ ପୂର୍ବରୁ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଅଡିଟୋରିୟମ୍‌ ହଲ୍‌ ନିର୍ମାଣ ଲାଗି ୩.୮୩ କୋଟି ଟଙ୍କାର ଅନୁଦାନ ଆସିଥିଲେ...

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ: ୩ ଗିରଫ, ନାବାଳକଙ୍କ ସମ୍ପୃକ୍ତି

ଆସିକା,୪ା୯(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରେ ଗୁରୁବାର ରାତିରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର...

ଚିଙ୍ଗୁଡି ମାଫିଆଙ୍କ କବଳରେ ଶତାଧିକ ଏକର ସରକାରୀ ଜମି

ବାଲିଆପାଳ, ୨୧ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ତହସିଲ ଅନ୍ତର୍ଗତ ଜମ୍ଭୀରାଇ, ପଞ୍ଚୁପାଲି ଓ ବୋଳଂ ଆଦି ପଞ୍ଚାୟତର ଶହ ଶହ ଏକର ସରକାରୀ ଗୋଚର ଚାରଣ ଜମି,...

Coronavirus Update


Archives

Model This Week

Why Dharitri