ବିରୋଧ ପରେ ପିପିଇ ରଖିଲେ

ଭୁବନେଶ୍ୱର,୩ା୬(ବ୍ୟୁରୋ): ରାଜ୍ୟକୁ ପ୍ରଥମେ ମନଇଚ୍ଛା ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ(ପିପିଇ) କିଟ୍‌ ମଗାଇଦେଲେ। ତାହା ପହଞ୍ଚତ୍ବା ପରେ ରଖିବାକୁ ମନା କରିଦେଇଥିବା ରାଜ୍ୟ ସରକାର ଶେଷରେ ନିଜ ନିଷ୍ପତ୍ତି ବଦଳାଇଛନ୍ତି। ବିଭିନ୍ନ ମହଲରୁ ବିରୋଧ ପରେ ଅନ୍ୟ ରାଜ୍ୟରୁ କିଟ୍‌ ନେଇ ଆସିଥିବା ଟ୍ରକ୍‌ଗୁଡ଼ିକୁ ଅନ୍‌ଲୋଡ୍‌ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପିପିଇ ନେଇ ଆସିଥିବା ୨୯ଟି ଟ୍ରକ୍‌କୁ ଅନ୍‌ଲୋଡ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ମାସ୍କ, ସାନିଟାଇଜର ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଆସିଥିବା ୫ଟି ଟ୍ରକ୍‌କୁ ଫେରାଇ ଦିଆଯିବ ବୋଲି କୁହାଯାଇଛି। ଏଭଳିସ୍ଥଳେ ମଙ୍ଗଳବାର ପୁଣି ଦୁଇଟି ଟ୍ରକ୍‌ ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ମେଡିକାଲ୍‌ କିଟ୍‌ ନେଇ ପହଞ୍ଚତ୍ଛି। ହେଲେ ଏହାକୁ ଅନ୍‌ଲୋଡ୍‌ କରିବାର ଅନୁମତି ମିଳି ନଥିବା ଜଣାପଡ଼ିଛି।
ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ଅନୁଧ୍ୟାନ କରି ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେଶନ ଲିମିଟେଡ୍‌(ଓଏସ୍‌ଏମ୍‌ସିଏଲ୍‌) ପକ୍ଷରୁ ବିଭିନ୍ନ ରାଜ୍ୟର ଏମ୍‌ଏସ୍‌ଏମ୍‌ଇଠାରୁ ପିପିଇ କିଟ୍‌ ଏବଂ ମେଡିକାଲ ଉପକରଣ ଅର୍ଡର ଦିଆଯାଇଥିଲା। ମେଡିକାଲ କର୍ପୋରେଶନର ତଥ୍ୟ ମୁତାବକ ରାଜ୍ୟକୁ ଇତିମଧ୍ୟରେ ୮ଲକ୍ଷ ୬୩ ହଜାର ପିପିଇ ଅଣାଯାଇଥିବାବେଳେ ସେଥିମଧ୍ୟରୁ ୬,୩୬,୦୦୦ ଏବେ ନିଗମର ସେଣ୍ଟ୍ରାଲ ଷ୍ଟୋର୍‌ରେ ଗଚ୍ଛିତ ଅଛି। ବାକି ୨,୨୭,୦୦୦ ପିପିଇ କିଟ୍‌ ବିଭିନ୍ନ ଜିଲାକୁ ପଠାଯାଇଛି। ତେବେ ଏତେସଂଖ୍ୟକ କିଟ୍‌ ଗଚ୍ଛିତ ଥାଇ ମଧ୍ୟ କର୍ପୋରେଶନ କ’ଣପାଇଁ ଆହୁରି ୧୫ଲକ୍ଷ ୭୦ ହଜାର ପିପିଇ କିଟ୍‌ ପାଇଁ ଅର୍ଡର ଦେଇଥିଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। କେଉଁ ସଂସ୍ଥାକୁ ଟେଣ୍ଡର ଦିଆଯାଇଥିଲା, କେତେ ଟଙ୍କାରେ ସାମଗ୍ରୀ କିଣାଯାଇଛି ସେନେଇ ତଥ୍ୟ ଦେବାକୁ କର୍ତ୍ତୃପକ୍ଷ ମନାକରିଦେଇଥିବା ବେଳେ କୋଭିଡ୍‌ କିଟ୍‌ କିଣାରେ ଏକ ବଡ଼ ଦୁର୍ନୀତି ହୋଇଥିବା ବିରୋଧୀ ଭାଜପା ଏବଂ କଂଗ୍ରେସ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ହିସାବରେ ତାଳମେଳ ନ ରହିବାରୁ ଶେଷ ମୁହୂର୍ତ୍ତରେ ତରବରିଆ ଭାବେ ଅର୍ଡର ବାତିଲ କରାଯାଇଥିଲା। ତେବେ ଇତିମଧ୍ୟରେ ବିତରକମାନେ ସାମଗ୍ରୀ ପଠାଇସାରିଥିବାରୁ ବାତିଲ କରିବା ସତ୍ତ୍ୱେ ବି ଏହାକୁ ରଖିବାକୁ ଓଏସ୍‌ଏମ୍‌ସିଏଲ୍‌ ବାଧ୍ୟ ହୋଇଛି । ସପ୍ତାହେ ହେଲା ଓଏସ୍‌ଏମ୍‌ସିଏଲ୍‌ କାର୍ଯ୍ୟାଳୟ ସହ ରସୁଲଗଡ଼ ଶିଳ୍ପାଞ୍ଚଳରେ କୋଭିଡ୍‌ କିଟ୍‌ ନେଇ ଆସିଥିବା ୩୦ରୁ ଊର୍ଦ୍ଧ୍ୱ ଟ୍ରକ୍‌ ଅଟକି ରହିଥିବାବେଳେ କର୍ପୋରେଶନ କାହାକୁ ରଖିବ ଓ କାହାକୁ ଫେରାଇବ ତାକୁ ନେଇ ମଙ୍ଗଳବାର କ୍ରୟ କମିଟି ଏକ ବୈଠକ ବସାଇଥିଲେ। ଏଥିରେ କେବଳ ପିପିଇ କିଟ୍‌ ନେଇ ଆସିଥିବା ଟ୍ରକ୍‌ରୁ ସାମଗ୍ରୀ ଅନ୍‌ଲୋଡ୍‌ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ବଳକା ମାସ୍କ, ଭେଣ୍ଟିଲେଟର ଓ ଅନ୍ୟ ସରଞ୍ଜାମ ଫେରାଇ ଦେବାକୁ ସ୍ଥିର ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ଭୋର ୫ଟାରେ ଓଏସ୍‌ଏମ୍‌ସିଏଲ୍‌ ସାମ୍ନାରେ ପୁଣି ଦୁଇଟି ଟ୍ରକ୍‌ ଲାଗିଥିବା ବେଳେ ଏଥିରୁ ଗୋଟିଏ ଟ୍ରକ୍‌ରେ ପଞ୍ଜାବ ମୋହଲିରୁ ୩୧ଟି ଭେଣ୍ଟିଲେଟର ଆସିଛି। ସେହିଭଳି ତାମିଲନାଡ଼ୁରୁ ଆସିଥିବା ଏକ ଟ୍ରକ୍‌ରେ ମାସ୍କ, ଗ୍ଲୋଭସ୍‌ ଏବଂ ଅନ୍ୟ ସରଞ୍ଜାମ ରହିଛି। ତେବେ ଦ୍ୱିପ୍ରହର ସୁଦ୍ଧା ଉଭୟ ଟ୍ରକ୍‌କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନ ଥିଲା। ତେବେ ଏନେଇ ବିଭାଗୀୟ ମନ୍ତ୍ରୀ, ସଚିବ କିମ୍ବା ଓଏସ୍‌ଏମ୍‌ସିଏଲ୍‌ ଏମ୍‌ଡି ସରକାରୀ ଭାବେ କୌଣସି ତଥ୍ୟ ଦେବାକୁ ସିଧା ସିଧା ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?