Posted inଜାତୀୟ

ବିରୋଧ କରିଥିବା ୨ ବିଚାରପତିଙ୍କ ନାମ ପ୍ରଘଟ

ନୂଆଦିଲ୍ଲୀ, ୧୧ା୧୦:ସୁପ୍ରିମକୋର୍ଟ କଲେଜିୟମରେ ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ନେଇ ବିବାଦ ଘନେଇବାରେ ଲାଗିଛି। ପଦୋନ୍ନତି ପାଇ ସୁପ୍ରିମକୋର୍ଟରେ ନିଯୁକ୍ତ ହେବାକୁ ଥିବା ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ଚୂଡ଼ାନ୍ତ କରିବା ସକାଶେ ସିଜେଆଇ ୟୁ.ୟୁ. ଲଲିତ ନିଷ୍ପତ୍ତି ନେଇଥିଲେ। ଏହାକୁ ନେଇ ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏସ୍‌. ଅବଦୁଲ୍‌ ନାଜିର ଆପତ୍ତି ଉଠାଇଥିଲେ। ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ କଲେଜିୟମ ୨ ବିଚାରପତିଙ୍କ ନାମ ପ୍ରଘଟ କରିଛି। ଅକ୍ଟୋବର ୯ରେ ସ୍ବାକ୍ଷରିତ ଉକ୍ତ ବିବୃତି ସୋମବାର ସାର୍ବଜନୀନ କରାଯାଇଛି। କଲେଜିୟମ ବୈଠକଗୁଡ଼ିକ ସାଧାରଣତଃ ବିଚାରପତିମାନଙ୍କ ବ୍ୟକ୍ତିଗତ ଉପସ୍ଥିତିରେ ଅନୁଷ୍ଠିତ ହୋଇଥାଏ। ନିଯୁକ୍ତି ପାଇବାକୁ ଥିବା ପ୍ରାର୍ଥୀଙ୍କ ନାମକୁ ନେଇ କୌଣସି ମତଭେଦ ଦେଖାଦେଲେ ଚୂଡ଼ାନ୍ତ ତାଲିକା ପ୍ରକାଶ ପୂର୍ବରୁ ପ୍ୟାନେଲ ତାକୁ ଆପୋସ ଆଲୋଚନା ଜରିଆରେ ଦୂର କରିଥାଏ। ତେବେ ସେପ୍ଟେମ୍ବର ୩୦ ବୈଠକରେ ବ୍ୟକ୍ତିଗତଭାବେ ଉପସ୍ଥିତ ହୋଇପାରି ନ ଥିବା କଲେଜିୟମ ସଦସ୍ୟଙ୍କ ମତାମତ ପତ୍ର ଜରିଆରେ ଗ୍ରହଣ କରିବା ପାଇଁ ସିଜେଆଇ ନିଷ୍ପତ୍ତି ନେଇଥିଲେ। ଏହି ‘ଲେଟର ରୁଟ୍‌’ ପ୍ରସ୍ତାବ ସପକ୍ଷରେ କଲେଜିୟମ ସଦସ୍ୟ ଜଷ୍ଟିସ୍‌ ସଞ୍ଜୟ କିଷାନ କୌର ଏବଂ କେ.ଏମ୍‌. ଜୋସେଫ୍‌ ସହମତି ପ୍ରକାଶ କରିଥିବାବେଳେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ଏବଂ ନାଜିର୍‌ ବିରୋଧ କରିଥିଲେ। ଆପତ୍ତି ଉଠାଇଥିବା ଦୁଇ ବିଚାରପତିଙ୍କ ନାମ କଲେଜିୟମ ପକ୍ଷରୁ ପ୍ରଘଟ କରାଯିବା ପରେ ବର୍ତ୍ତମାନର ସିଜେଆଇ ଲଲିତ ଏବଂ ତାଙ୍କ ଉତ୍ତରାଧିକାରୀ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ଏକପ୍ରକାର ମୁହଁାମୁହିଁ ଅବସ୍ଥାକୁ ଆସିଯାଇଛନ୍ତି। ଆଇନ ମନ୍ତ୍ରଣାଳୟ ନଭେମ୍ବର ୮ରେ ଅବସର ନେବାକୁ ଥିବା ଜଷ୍ଟିସ୍‌ ଲଲିତଙ୍କୁ ନିକଟରେ ନୂଆ ସିଜେଆଇଙ୍କ ନାମ ପ୍ରସ୍ତାବ ମାଗିଥିବାବେଳେ କଲେଜିୟମର ଏଭଳି ଆଭିମୁଖ୍ୟ ଉଚିତ ପରମ୍ପରା ସୃଷ୍ଟି କରିନାହିଁ ବୋଲି ଆଇନ ବିଷାରଦମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri