Posted inଜାତୀୟ

ବିରୋଧୀ ଦଳଙ୍କୁ ନେଇ ସାଥିରେ ଚାଲିବାକୁ ମୋଦି ସରକାରଙ୍କୁ ପରାମର୍ଶ ଦେଲେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ,୧୭।୧୨: ବିରୋଧୀ ଦଳଙ୍କୁ ନେଇ ସାଥିରେ ଚାଲିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପରାମର୍ଶ ଦେଇଛନ୍ତି। ଏହା ସହିତ ବହୁସଂଖ୍ୟକବାଦଠାରୁ ଦଳକୁ ଦୂରେଇ ରଖିବାକୁ ସେ କହିଛନ୍ତି। ଜନତାଙ୍କ ଦ୍ୱାରା ବହୁମତରେ କ୍ଷମତାକୁ ଆସିବା ପରେ ମୋଦି ସରକାର ସାଧାରଣ ଲୋକଙ୍କ ଆବଶ୍ୟକତା ଅନୁସାରେ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି। ଇଣ୍ଡିଆ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ମେମୋରିଆଲ ଆଳୋଚନା ଚକ୍ରରେ ଯୋଗଦେଇ ପ୍ରଣବ ଏଭଳି କହିଛନ୍ତି। ସଂସଦରରେ ବହୁମତ ଥିବାବେଳେ ରାଜନୈତିକ ଦଳ ସବୁକିଛି କରିପାରିବା କ୍ଷମତା ଥିବା ମନେ କରିଥାନ୍ତି। ତେବେ ଏପରି କରିବା ଦ୍ୱାରା ସେମାନେ ଭୁଲ ହିଁ କରିବସିଥାନ୍ତି ବୋଲି ପ୍ରଣବ କହିଛନ୍ତି। ଦେଶର ରାଜନୈତିକ ଇତିହାସରେ ଏଭଳି ନେତାଙ୍କୁ ବହୁଥର ଫଳ ଭୋଗୀବାକୁ ପଡ଼ିଛି। ଲୋକସଭାର ସାମ୍ପ୍ରତିକ ଆସନ ସଂଖ୍ୟା ୧୯୭୧ ଜନଗଣନା ଅନୁସାରେ ଆଧାରିତ। ସେତେବେଳେ ଜନସଂଖ୍ୟା ୫୫ କୋଟି ଥିଲା। ଏବେ ଏହା ୧୩୦କୋଟିରୁ ଅଧିକରେ ପହଞ୍ଚିଛି। ତେଣୁ ଲୋକସଭା ଆସନ ସଂଖ୍ୟା ଏକ ହଜାରକୁ ବୃଦ୍ଧି କରିବା ଲାଗି ପ୍ରଣବ ପରାମର୍ଶ ଦେଇଛନ୍ତି। ଶେଷଥର ପାଇଁ ଲୋକସଭା ଆସନ ସଂଖ୍ୟା ୧୯୭୭ରେ ବଢ଼ାଯାଇଥିଲା। ଏବେ ଗୋଟିଏ ଲୋକସଭା ଆସନ ପିଛା ହାରାହାରି ୧୬ରୁ ୧୮ ଲକ୍ଷ ଲୋକ ରହୁଛନ୍ତି। ଫଳରେ ସମସ୍ତଙ୍କର ସମସ୍ୟା ସମାଧାନ କରିବା ଜଣେ ଏମ୍‌ପିଙ୍କ ଲାଗି ସହଜ ହେଉ ନ ଥିବା ପ୍ରଣବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗତ ୭ଦିନ ମଧ୍ୟରେ ୧୪୭ ଜିଲାରେ ଚିହ୍ନଟ ହୋଇ ନାହାଁନ୍ତି ଜଣେ ବି କରୋନା ସଂକ୍ରମିତ

ନୂଆଦିଲ୍ଲୀ,୨୮ ।୧: କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱକୁ ଅସ୍ଥିର କରି ପକାଇଛି । ତେବେ ଦେଶରେ ବେଳକୁ ବେଳ ନୂଆ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ...

ଲକ୍‌ଡାଉନ୍‌ ଯୋଗୁ ବ୍ୟବସାୟ ପ୍ରଭାବିତ, ଏମିତି ପଦକ୍ଷେପ ନେଲେ ଚା’ ଦୋକାନୀ

କୋଲକତା,୧।୯: ପଶ୍ଚିମବଙ୍ଗର ସିଲଗୁଡିରେ ଏକ ଅଭାବନୀୟ ଘଟଣା ଘଟିଛି। ଏନଜେପି ରେଳ ଷ୍ଟେଶନ ପାଖରେ ଜଣେ ଚା’ ଦୋକାନୀ ନିଜକୁ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ...

ଭାଜପା-ଅମରିନ୍ଦରଙ୍କ ଦଳ ମଧ୍ୟରେ ଆସନ ବୁଝାମଣା: କାହାକୁ ମିଳିଲା କେତେ

ଚଣ୍ଡିଗଡ,୨୪।୧: ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ, ଅକାଳୀ ଦଳ (ୟୁନାଇଟେଡ) ଏବଂ ଭାରତୀୟ ଜନତା ପାର୍ଟି...

ସୁସ୍ଥ ହେଉଥିବା କରୋନା ରୋଗୀଙ୍କ ନିକଟରେ ହୃଦ୍‌ସମସ୍ୟା ସହ ନିଶ୍ୱାସ ନେବାକୁ ହେଉଛି କଷ୍ଟ

ନୂଆଦିଲ୍ଲୀ,୧୭।୮: କରୋନା ମହାମାରୀ ଏବେ ଦେଶର ସବୁ ପ୍ରାନ୍ତକୁ ମାଡି ଯାଇଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬ ଲକ୍ଷ ଅତିକ୍ରମ କରିଥିବା ବେଳେ ଅନ୍ୟ...

ନରମିଲେ ସିଦ୍ଧୁ

ଚଣ୍ଡିଗଡ,୩୦।୯: ପଞ୍ଜାବ କଂଗ୍ରେସରେ ଚାଲିଥିବା ସଙ୍କଟ ମଧ୍ୟରେ ଗୁରୁବାର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ଚନ୍ନିଙ୍କୁ ଭେଟିବା ପାଇଁ ନବଜୋତ ସିଂ ସିଦ୍ଧୁ ଚଣ୍ଡିଗଡ଼ ଆସିଛନ୍ତି। ସିଦ୍ଧୁ ଟୁଇଟ୍‌...

ପୂର୍ବ ଉଗ୍ରବାଦୀ ନେତା ଡାନିଏଲ ବୋରାକ ଭାଜପାରେ ଯୋଗଦେଲେ…

ଅଗରତାଲା,୧୦।୧୨ : ପୂର୍ବତନ ଉଗ୍ରବାଦୀ ନେତା ଡାନିଏଲ ବୋରାକ ତାଙ୍କ ଦଳର ଅନ୍ୟ ୨୯ ଜଣ ସଦସ୍ୟଙ୍କ ସହ ଭାଜପାରେ ଯୋଗ ଦେଇଛନ୍ତି। ଭାଜପାର ଆଦିବାସୀ...

୫୫ ଜଣଙ୍କଠାରୁ ୧୩ କୋଟି ଠକି ନେଇଥିଲେ

ନୂଆଦିଲ୍ଲୀ,୨୦।୩: ଫ୍ଲାଟ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ ୫୫ ଜଣଙ୍କଠାରୁ ୧୩ କୋଟି ଠକିନେଇଥିବା ଜଣେ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ରବିବାର ଗିରଫ...

ଗାଁରେ ନାହିଁ ବ୍ରିଜ୍‌: କାନ୍ଧରେ ବୋହି ପିଲାଙ୍କୁ ସ୍କୁଲ୍‌ ଛାଡୁଛନ୍ତି ଅଭିଭାବକ, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ,୫।୮: ସରକାର ଯାତାୟାତକୁ ସହଜ କରିବା ପାଇଁ ରାଜପଥ, ଟନେଲ ଏବଂ ଏକ୍ସପ୍ରେସୱେ ନିର୍ମାଣ କରୁଛନ୍ତି। ହେଲେ ମହାରାଷ୍ଟ୍ରର ନାଶିକ ଜିଲାର ପେଥ୍‌ ତାଲୁକା ଗାଁରେ...

Advertisement
Archives

Model This Week