Posted inଜାତୀୟ

ବିରୋଧୀଙ୍କ ଅଭିଯୋଗ: ନିଆଁରେ ଘିଅ ଢାଳୁଛି କେନ୍ଦ୍ର, ଅଘୋଷିତ ଜରୁରୀ ପରିସ୍ଥିିତି

ନୂଆଦିଲ୍ଲୀ, ୨୦।୧୨(ପି.ଟି./ଆଇଏଏନ୍‌ଏସ୍‌):ନୂଆ ନାଗରିକତ୍ୱ ଆଇନ ବିରୋଧୀ ବିକ୍ଷୋଭ ଦେଶବ୍ୟାପୀ ଆନ୍ଦୋଳନର ରୂପ ନେଇସାରିଛି। ଉତ୍ତର-ପୂର୍ବାଞ୍ଚଳରେ ଉଠିଥିବା ନିଆଁ ପଶ୍ଚିମବଙ୍ଗ ପରେ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଓ ଦକ୍ଷିଣ ଭାରତରେ ଭୟାବହ ସ୍ଥିତି ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ କେନ୍ଦ୍ର କ୍ୟାବିନେଟର ଅନ୍ୟ ସଦସ୍ୟଙ୍କ ମନ୍ତବ୍ୟ ଏହି ନିଆଁରେ ଘିଅ ଢାଳିବା ଭଳି କାର୍ଯ୍ୟ କରିଛି। ଭାଜପା ଓ କେନ୍ଦ୍ର ସରକାର ଦେଶରେ ଅଘୋଷିତ ଜରୁରୀ ପରିସ୍ଥିତି ସୃଷ୍ଟି କରିଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି। ଦିଲ୍ଲୀରେ ରହୁଥିବା କେରଳୀ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଏଏକୁ ନେଇ ଜାତିସଂଘ ତତ୍ତ୍ୱାବଧାନରେ ଜନମତ ସଂଗ୍ରହ ପାଇଁ କେନ୍ଦ୍ରକୁ ଆହ୍ବାନ ଦେଇଛନ୍ତି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ନିଜ ରାଜ୍ୟରେ ସିଏଏକୁ ଲାଗୁ କରାଇଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଭାଜପା ସାରା ଦେଶରେ କଶ୍ମୀର ଭଳି ସ୍ଥିତି ସୃଷ୍ଟି କରିଛି ବୋଲି ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫ୍‌ତି ସମାଲୋଚନା କରିଛନ୍ତି। ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସ ପକ୍ଷରୁ ନିଜ ଦେଶର ନାଗରିକଙ୍କ ପାଇଁ ସୁରକ୍ଷା ଆଲର୍ଟ ଜାରି କରାଯାଇଛି। ସ୍ଥିତି ସମୀକ୍ଷା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଜରୁରୀ ବୈଠକ ଡାକିଥିଲେ। ତେବେ ଶେଷ ମୁହୂର୍ତ୍ତରେ ତାକୁ ବାତିଲ କରିଦିଆଯାଇଛି।
ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧକରି ଗୁରୁବାର ମୁମ୍ବାଇରୁ ନେଇ ବେଙ୍ଗାଲୁରୁ ଓ କେରଳରୁ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ହିଂସ୍ର ଆନ୍ଦୋଳନ ହୋଇଛି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ସବୁଠୁ ବେଶି ହିଂସା ଦେଖିବାକୁ ମିଳିଛି। ଲକ୍ଷ୍ନୌର ପରିବର୍ତ୍ତନ ଚୌକରେ ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା ସହ ପୋଲିସକୁ ଟେକାମାଡ଼ କରିଛନ୍ତି ବିକ୍ଷୋଭକାରୀ। ସିଏଏ ପ୍ରତ୍ୟାହାର ଦାବିରେ ସେମାନେ ୨୦ ବାଇକ୍‌, ୧୦ କାର୍‌, ୩ ବସ୍‌ ଏବଂ ମିଡିଆର ୪ଟି ଓବି ଭ୍ୟାନ୍‌ରେ ନିଆଁ ଲଗାଇ ଜାଳିଦେଇଛନ୍ତି। ଏଭଳି କାଣ୍ଡ ଭିଆଇବା ଅଭିଯୋଗରେ ଅଦ୍ୟାବଧି ଶତାଧିକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜରୁରୀ ବୈଠକରେ ସ୍ଥିତି ସମୀକ୍ଷା କରିବା ପରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ହିଂସା ଭିଆଉଥିବା ଲୋକଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ନାଗରିକତ୍ୱ ଆଇନକୁ ନେଇ ଦିଲ୍ଲୀରେ କୌଣସି ଅପ୍ରୀତିକର ଘଟଣା ଘଟି ନ ଥିବା ଗୁରୁବାର ଦିଲ୍ଲୀ ପୋଲିସ କହିଛି। ରାଜଧାନୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଆର୍‌ଏଏଫ୍‌ ସମେତ ୫୨ କମ୍ପାନୀ ଫୋର୍ସ ମୁତୟନ କରାଯାଇଛି। ଗୁଜବ ରୋକିବା ପାଇଁ କେତେକ ସ୍ଥାନରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯିବା ସହ ହ୍ବାଟ୍ସଆପ୍‌ ଓ ଅନ୍ୟ ସୋସିଆଲ ମିଡିଆ ଗ୍ରୁପ୍‌ ଉପରେ କଡ଼ା ନଜର ରଖାଯାଇଛି। ଗୁଜବ ଓ ମିଥ୍ୟା ଖବର ପ୍ରସାରକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀ ପୋଲିସର ଲୋକସମ୍ପର୍କ ଅଧିକାରୀ ମନ୍‌ଦୀପ ସିଂ ରାନ୍ଧଓ୍ବା ସୂଚନା ଦେଇଛନ୍ତି। କଂଗ୍ରେସ ନେତା ଅଜୟ ମାକେନ ଓ ତାଙ୍କ ପରିବାର, ସନ୍ଦୀପ ଦୀକ୍ଷିତଙ୍କ ସହ ତାଙ୍କ ସ୍ତ୍ରୀ ଓ ଭଉଣୀ ଏବଂ ଦଳର ସଂଖ୍ୟାଲଘୁ ସେଲ୍‌ ମୁଖ୍ୟ ନଦିମ୍‌ ଜାଭେଦଙ୍କୁ ଅଟକ ରଖାଯାଇଛି। ଏସବୁ ମଧ୍ୟରେ ଭାଜପା ଦେଶରେ କଶ୍ମୀର ମଡେଲକୁ ଆପଣାଇ ଅଘୋଷିତ ଜରୁରୀ ପରିସ୍ଥିତି କାର୍ଯ୍ୟକାରୀ କରୁଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ବରିଷ୍ଠ କଂଗ୍ରେସ ନେତା ଅଭିଷେକମନୁ ସିଂଘଭି କହିଛନ୍ତି, ୧୪୪ ଧାରାର ଅପବ୍ୟବହାର କରି କଂଗ୍ରେସ ନେତାମାନଙ୍କୁ ହାଜତକୁ ନିଆଯାଉଛି। ଭାଜପା ଜନସାଧାରଣଙ୍କ କଥାକୁ ଶୁଣି ସିଏଏକୁ ପ୍ରତ୍ୟାହାର କରିବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ବେଙ୍ଗାଲୁରୁ ଟାଉନ୍‌ ହଲ୍‌ ନିକଟରେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ୫୦୦ ଲାଠିଧାରୀ ପୋଲିସ ମୁତୟନ ହୋଇଛନ୍ତି। ବେଙ୍ଗାଲୁରୁ ସେଣ୍ଟ୍ରାଲରେ ଐତିହାସିକ ରାମଚନ୍ଦ୍ର ଗୁହାଙ୍କ ସମେତ ଅନେକ ସାମାଜିକ କର୍ମୀଙ୍କୁ ଅଟକ ରଖାଯାଇଛି। କର୍ନାଟକର ଅନେକ ସ୍ଥାନରେ ଆସନ୍ତା ୨୨ ତାରିଖ ରାତି ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ଚେନ୍ନାଇରେ ମାଡ୍ରାସ୍‌ ୟୁନିଭର୍ସିଟି ଛାତ୍ରୀଛାତ୍ର ବିକ୍ଷୋଭ କରୁଥିବାବେଳେ ତାମିଲନାଡ଼ୁର ଅନେକ ସହରରେ ସିଏଏ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ସେହିପରି ବାମପନ୍ଥୀଙ୍କ ଦେଶବ୍ୟାପୀ ଆନ୍ଦୋଳନ ବେଳେ ଦିଲ୍ଲୀର ମଣ୍ଡି ହାଉସ୍‌ରେ ସିପିଆଇ ନେତା ଡି. ରାଜା, ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ବୃନ୍ଦା କରାଟ୍‌, ନୀଳୋତ୍ପଳା ବସୁଙ୍କ ଭଳି ନେତାଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି। ଲାଲକିଲ୍ଲାରେ ଛାତ୍ର ନେତା ଉମର ଖାଲିଦ ଓ ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବଙ୍କୁ ଅଟକ ରଖାଯାଇଛି। ଏହାକୁ ନେଇ ମୋଦି ସରକାର ଲୋକଙ୍କ ସହ ଯୁଦ୍ଧ ଘୋଷଣା କରିଥିବା ଗୁଜରାଟର ଦଳିତ ନେତା ଜିଗ୍ନେଶ ମଓ୍ବୋନୀ ଟୁଇଟ୍‌ କରିଛନ୍ତି। ଦିଲ୍ଲୀରେ ୧୯ ଇଣ୍ଡିଗୋ ବିମାନ ଚଳାଚଳକୁ ରଦ୍ଦ କରିଦିଆଯାଇଥିବାବେଳେ ୧୬ଟି ବିମାନକୁ ବିଳମ୍ବିତ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି, ଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇଛି। କେନ୍ଦ୍ର ସରକାର ସିଏଏକୁ ପ୍ରତ୍ୟାହାର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?