ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ବିଧାୟକ

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୪ା୧୨(ଡି.ଏନ୍‌.ଏ)- ବଡ଼ଚଣା ବ୍ଲକ ଅର୍ନ୍ତଗତ ବାଲିଚନ୍ଦ୍ରପୁର ପଞ୍ଚାୟତର ୫ଗୋଟି ପ୍ରକଳ୍ପକୁ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ମଙ୍ଗଳବାର ଉଦ୍‌ଘାଟନ କରିଛନ୍ତି। ଏହି ପଞ୍ଚାୟତ ଅର୍ନ୍ତଗତ ୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରୁକୁଟିପାଟ ଅଙ୍ଗନଓ୍ବାଡ଼ି ଗୃହ, ନାନପୁର ପଟଣାଠାରେ ୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଜନମଙ୍ଗଳ ପାଠାଗାର ଗୃହ, ନାନପୁରଠାରେ ଉତ୍ତରେଶ୍ୱର ମହାଦେବଙ୍କ କୋଠଘର, ୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମା’ ବୁଢୀ ଜାଗୁଳାଇ କୋଠଘର ସମେତ ନାନପୁରଠାରେ ଥିବା ଏକ ଅଙ୍ଗନଓ୍ବାଡ଼ି ଗୃହକୁ ବିଧାୟକ ଶତପଥି ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏହାକୁ ଉଦ୍‌ଘାଟନ କରି ଗ୍ରାମାଞ୍ଚଳର ବିକାଶ ପାଇଁ ନବୀନ ପଟ୍ଟନାୟକ ଆମ ଗାଁ ଆମ ବିକାଶ ଯୋଜନା କରିଛନ୍ତି। ସେଥିପାଇଁ ବିଭିନ୍ନ ଗ୍ରାମରେ କୋଠଘର ନିର୍ମାଣ ହୋଇପାରୁଛି। ଏହି ବିକାଶ ପ୍ରକ୍ରିୟାରେ ସମସ୍ତେ ସାମିଲ ହେବା ପାଇଁ ସେ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ରୁକୁଟି ପାଟଠାରେ ବାଲିଚନ୍ଦ୍ରପୁର ସରପଞ୍ଚ ଫନୀନ୍ଦ୍ର ନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ସଭ୍ୟ ଅରବିନ୍ଦ ସାମଲ, ବିପିନ ବିହାରୀ ଜେନା, ଇତିଶ୍ରୀ ସାମଲ, ଯୁବ ବିଜେଡି ସଭାପତି ଗଣେଶ୍ୱର ବରାଳ, କିରର କୁମାର ଶତପଥି, ସୌଭାଗ୍ୟ ଲକ୍ଷ୍ମୀ ବଳ, ସମିତି ସଭ୍ୟ ଅମୀୟ କୁମାର ବିଶ୍ୱାଳ, ସୁରେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ବାଲିଚନ୍ଦ୍ରପୁରଛକଠାରୁ ଏକ ମୋଟର ସାଇକେଲ ରାଲିରେ ଶତପଥି ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ। ଅଭିମନ୍ୟୁ ବଳ, ଦିଲିପ କୁମାର ଷେଣ୍ଢ, ଭାଗ୍ୟଧର ବିଶ୍ୱାଳ, ଅନନ୍ତ କୁମାର ସିଂହ, ଉଗ୍ରସେନ ବିଶ୍ୱାଳ, ଅର୍ନ୍ତଯ୍ୟାମୀ ନାୟକ, ଶ୍ୟାମସୁନ୍ଦର ଦାସ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଉଛି ଗୋପାଳବନ୍ଧ: ରକ୍ଷଣାବେକ୍ଷଣ ଲାଗି ଦାବି

ପୁରୁଷୋତ୍ତମପୁର,୨୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ମଧ୍ୟଭାଗରେ ଥିବା ଐତିହାସିକ ଗୋପାଳବନ୍ଧ ପୋଖରୀ ହୁଡ଼ାକୁ କେତେକ ବ୍ୟକ୍ତି ଜବରଦଖଲ କରିଛନ୍ତି। ଏଥିସହ ପୋଖରୀଟି ଅଳିଆ ଆବର୍ଜନାରେ...

ନିର୍ବାଚନ ପରେ କାଁ ଭାଁ ଚାଷୀଙ୍କୁ ମିଳିଛି କାଳିଆ ଟଙ୍କା: ସିପିଆଇର ଗଣଧାରଣା

ନୀଳଗିରି, ୯।୭(ଡି.ଏନ.ଏ.)-ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ), ସ୍ଥାନୀୟ ଆଞ୍ଚଳିକ କମିଟି ପକ୍ଷରୁ ମଙ୍ଗଳବାର ଗଣଧାରଣା ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮୭ଦଫା ଦାବିପତ୍ର ଦିଆଯାଇଥିଲା। ପୂର୍ବାହ୍ନରେ...

ଗାଡି ଧକ୍କାରେ ଭାଲୁ ମୃତ

କେନ୍ଦୁଝର,୨୬।୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ନେକଡାଘର ଏନ୍‌ଏଚ ୨୦ରେ ରବିବାର ବିଳମ୍ବିତ ରାତିରେ ଗାଡି ଧକ୍କାରେ ଏକ ଭାଲୁର ମୃତ୍ୟୁ ହୋଇଛି।...

ଟିକସ ଫାଙ୍କିବା ଅଭିଯୋଗରେ ୩ ଗହଣା ଦୋକାନରେ ଚଢ଼ାଉ

ପାରଳାଖେମୁଣ୍ଡି,୨୪।୧(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ସୁରିୟା ନାମକ ଏକ ଗହଣା ଦୋକାନରେ ମଙ୍ଗଳବାର ଜିଏସ୍‌ଟି ପକ୍ଷରୁ ଚଢ଼ାଉ ହୋଇଛି। ଟିକସ ଫାଙ୍କିବା ଅଭିଯୋଗରେ...

ସୂର୍ଯ୍ୟମୁଖୀ ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ

କେନ୍ଦୁଝର, ୧୨ା୪ ରାଜ୍ୟ ସରକାର କୃଷି ଓ କୃଷକର ବିକାଶ ନିମନ୍ତେ ଯୋଜନା ପରେ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କାର ଅର୍ଥ ଖର୍ଚ୍ଚ...

ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ

ଡେଲାଙ୍ଗ/ବ୍ରହ୍ମଗିରି/ସାକ୍ଷୀଗୋପାଳ/ ନିମାପଡ଼ା/ କାକଟପୁର/କଣାସ ୨୮ା୨(ଡି.ଏନ୍‌.ଏ./ସ୍ବ.ପ୍ର.): ଡେଲାଙ୍ଗ ବ୍ଲକ ୧୫ନଂ.ଜିଲାପରିଷଦ ଜୋନ ଅନ୍ତର୍ଗତ ୭ଟି ପଞ୍ଚାୟତର ଫଳାଫଳ ପ୍ରକାଶ ପାଇଛି। ଗଡ଼ମୋଟରି ପଞ୍ଚାୟତର ସରପଞ୍ଚ ଭାବେ ମାର୍କଣ୍ଡ...

ଗ୍ରୀନ୍‌ ଜୋନ୍‌ରେ ବଲାଙ୍ଗୀର: ଲକ୍‌ଡାଉନ୍‌ କୋହଳ ପାଇଁ ସାମାଜିକ ଦୂରତ୍ୱ ହେଲା ଖୋଲା ଉଲ୍ଲଂଘନ

ବଲାଙ୍ଗୀର ଅଫିସ, ୨୧ା୪- ବଲାଙ୍ଗୀର ଜିଲା ଗ୍ରୀନ୍‌ ଜୋନ୍‌ରେ ରହିଛି । ଏଭଳି କ୍ଷେତ୍ରରେ ଏପ୍ରିଲ ୨୦ ତାରିଖ ପରେ ଗ୍ରୀନ୍‌ ଜୋନ୍‌ ଜିଲାଗୁଡିକରେ ଲକ୍‌ଡାଉନ୍‌...

ମୟୂରଭଞ୍ଜରେ ସ୍ଥିତି ସମୀକ୍ଷା କଲେ ଡିଜପିି

ବାରିପଦା ଅଫିସ, ୨୧ା୪- ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ(ଡିଜିପି) ଅଭୟ ମଙ୍ଗଳବାର ଅପରାହ୍ନରେ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ପଶ୍ଚିମବଙ୍ଗ ସୀମା ଚକଶୁଳିଆପଦା ଯାଇ ସେଠାରେ...

Advertisement
Archives

Model This Week