ବିଭାଗୀୟ କାର୍ଯ୍ୟର ସମୀକ୍ଷା କଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ: ଫନୀ ବିପନ୍ନଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୬(ବ୍ୟୁରୋ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ନୂତନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପଦ୍ମିନୀ ଦିଆନ ଶୁକ୍ରବାର ବିଭାଗ ପରିଦର୍ଶନ କରିବା ସହ ବିଭାଗୀୟ କାର୍ଯ୍ୟାବଳୀର ସମୀକ୍ଷା କରିଛନ୍ତି। ଆଗାମୀ ଦିନରେ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ଜୀବନ ଜୀବିକାର ଉନ୍ନତି ସହ ସେମାନଙ୍କ ଅର୍ଥନୈତିକ ଅବସ୍ଥାରେ କିଭଳି ସୁଧାର ଆସିପାରିବ ତା’ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ମନ୍ତ୍ରୀଙ୍କୁ ବିଭାଗ ତରଫରୁ ସ୍ବାଗତ କରାଯିବା ପରେ ବିଭାଗୀୟ ଅଧିକାରୀମାନେ ତାଙ୍କୁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ବୁଣାକାର ଓ କାରିଗରଙ୍କ ଜୀବନଜୀବିକା ଏବଂ ସାମାଜିକ ସଶକ୍ତୀକରଣ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବୁଣାକାର ଏବଂ କାରିଗରମାନେ ହେଉଛନ୍ତି ଆମ ରାଜ୍ୟର ଗର୍ବ ଓ ଗୌରବ। ସେମାନଙ୍କ ମାଧ୍ୟମରେ ଓଡ଼ିଶାର କଳା ଓ ସଂସ୍କୃତି ସମଗ୍ର ବିଶ୍ୱରେ ପରିଚିତ ଓ ପ୍ରଶଂସିତ ହୋଇଛି। ତେଣୁ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ଆମର ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ। ବୁଣାକାର ଓ କାରିଗରଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ଏବଂ ସେମାନଙ୍କ ନିକଟରେ ପହଞ୍ଚତ୍ବା ପାଇଁ ପ୍ରଚେଷ୍ଟା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ଦିଆନ ପରାମର୍ଶ ଦେଇଛନ୍ତି। ବାତ୍ୟା ଫନୀ କ୍ଷତିଗ୍ରସ୍ତ ବୁଣାକାର ଓ କାରିଗରଙ୍କୁ କ୍ଷତିପୂରଣ ପ୍ରଦାନ ଲାଗି ତ୍ୱରିତ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କୋଟପାଡ଼ ହସ୍ତତନ୍ତ ବସ୍ତ୍ରର ସମଗ୍ର ଦେଶରେ ବିଶେଷ ଚାହିଦା ଓ ଆକର୍ଷଣ ରହିଥିବାରୁ ଏହି ଅଞ୍ଚଳର ବିକାଶ ଉପରେ ଅଧିକ ଧ୍ୟାନ ଦେବାକୁ ସେ କହିଥିଲେ। କୋଟପାଡ଼ର ବୁଣାକାରମାନଙ୍କ ନିକଟରେ ଯେପରି ସହଜରେ କଞ୍ଚାମାଲ ଉପଲବ୍ଧ ହେବ ସେଥିପାଇଁ ସ୍ବତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ସମୟରେ ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା, ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ଯୁଗ୍ମ ସଚିବ ବୃନ୍ଦାବନ ବେହେରା ଏବଂ ଅଞ୍ଜନା ପଣ୍ଡା, ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ବାରିକ, ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶକ ବସନ୍ତ ଦାସ ତଥା ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓସା ନିର୍ବାଚନ : ଗୃହ ପ୍ରମୁଖ ସଚିବଙ୍କୁ କର୍ମଚାରୀଙ୍କ ଦାବିପତ୍ର

ଭୁବନେଶ୍ୱର, ୧୯।୯(ବ୍ୟୁରୋ)- ଓଡ଼ିଶା ସଚିବାଳୟ ସେବା ସଂଘ(ଓସା)ର ନିର୍ବାଚନ ବିଳମ୍ବ ନେଇ କର୍ମଚାରୀ ମହଲରେ ଆଲୋଡନ ସୃଷ୍ଟି ହୋଇଛି। ଦୁଇ ବର୍ଷ ପୂର୍ବେ ନିର୍ବାଚିତ ପ୍ରତିନିଧିଙ୍କ...

ଭିକାରି ଓ ଭୋକିଲାଙ୍କୁ ରନ୍ଧା ଖାଦ୍ୟ

ଭଦ୍ରକ ଅଫିସ, ୪।୪: ୪୮ ଘଣ୍ଟିଆ ଶଟଡାଉନ ସମୟରେ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ପୌରପାଳିକା ପକ୍ଷରୁ ନିକଟରେ ବନ୍ତ ଛକ ବସ...

ସାନିଟାଇଜ୍‌ ହେଲା ବମିଖାଲ ଅଞ୍ଚଳ

କଟକ ରୋଡ,୪।୪(ଡି.ଏନ୍‌.ଏ): ରାଜଧାନୀର ବମିଖାଲ ଅଞ୍ଚଳରୁ ଶକୁବ୍ରାର ୩ଟି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେଠାରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ୩୧ ଓ...

ଆଉ ନାହାନ୍ତି ବିଜୟ ମହାନ୍ତି

ଭୁବନେଶ୍ୱର,୨୦।୭(ବ୍ୟୁରୋ)ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି। ଦୀର୍ଘ ମାସର ଅସୁସ୍ଥତା ପରେ ସୋମବାର ରାତିରେ ବିଜୟ ଆଖି ବୁଜିଛନ୍ତି। ସନ୍ଧ୍ୟାରେ...

ଷ୍ଟାର୍ଟଅପ୍‌ ଏବେ ଷ୍ଟପ୍‌

ଭୁବନେଶ୍ୱର,୧୨।୭: କୋଭିଡ୍‌-୧୯ ସମଗ୍ର ଦେଶରେ ବ୍ୟବସାୟ କରିବା ଢାଞ୍ଚାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି। ଅଧିକାଂଶ ବିଜ୍‌ନେସ୍‌ର ମ୍ୟାନେଜମେଣ୍ଟ ପ୍ରାକ୍ଟିସ୍‌ ପରିବର୍ତ୍ତନ ହୋଇଥିବା ବେଳେ ଅଧାରୁ...

ଚିନ୍ତାରେ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ

ବଲାଙ୍ଗୀର ଅଫିସ, ୧୦ା୪ – କରୋନା ସଂକ୍ରମଣ ଭୟ ଚାଷବାସ, କ୍ଷୁଧା, ରୋଜଗାର ଉଜାଡିବା ଆରମ୍ଭ କରିଦେଲାଣି। ଦୀର୍ଘ ୨୧ଦିନର ଲକ୍‌ଡାଉନ୍‌ ପରେ ରାଜ୍ୟ କ୍ୟାବିନେଟ୍‌ରେ...

ଗଞ୍ଜାମ ଜିଲାପାଳନଙ୍କ ଦିଗପହଣ୍ଡି ଗସ୍ତ: କରୋନା ମୁକାବିଲା ନିମନ୍ତେ ପଞ୍ଚାୟତ ଜନପ୍ରତିନିଧିଙ୍କୁ ଦେଲେ ଗୁରୁମନ୍ତ୍ର

ଦିଗପହଣ୍ଡି,୩୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଗସ୍ତ କରିଥିଲେ। ଏହି ଅବସରରେ ସେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ...

ପୋଡ଼ିଗଲା ମୋଡେମ୍‌, ୫ ଦିନ ହେଲା ଇଣ୍ଟରନେଟ୍‌ ବନ୍ଦ: ରସୁଲଗଡ଼ ପୋଷ୍ଟ ଅଫିସରେ ଅଚଳାବସ୍ଥା

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ଇଣ୍ଟରନେଟ୍‌ ମୋଡେମ୍‌ ପୋଡ଼ିଯିବାରୁ ରସୁଲଗଡ଼ ପୋଷ୍ଟ ଅଫିସ ୫ଦିନ ହେବ ଅଚଳ ହୋଇପଡିଛି। ଚିଠି କାରବାର ବାଧାପ୍ରାପ୍ତ ହୋଇଥିବାବେଳେ ଇଣ୍ଟରନେଟ୍‌ ଉପରେ ନିର୍ଭର...

Advertisement


Archives

Model This Week

Why Dharitri