ବିବାହ ଭୋଜିରୁ ବାପାପୁଅଙ୍କୁ ଉଠାଇନେଲା ପୋଲିସ

ଭଟଲି,୨୭। ୩(ଡି.ଏନ.ଏ.): କରୋନା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଘରୁ ନ ବାହାରିବା ସହିତ କୌଣସି ପ୍ରକାର ଭୋଜି ମହୋତ୍ସବ ନ କରିବା ପାଇଁ କଟକଣା ଜାରି କରାଯାଇଛି । ଏହି କଟକଣାକୁ ନ ମାନିଲେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ଏହି ପରିପ୍ରେକ୍ଷୀରେ ଜଣେ ଶିକ୍ଷକ ଓ ତାଙ୍କ ବାପା ଅଡ଼ୁଆରେ ପଡିଛନ୍ତି। ଉଭୟଙ୍କୁ ପୋଲିସ ବିବାହ ଭୋଜିରୁ ଉଠାଇନେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନା ଅନୁଯାୟୀ, ଗୁରୁବାର ବରଗଡ଼ ଜିଲା ଭଟଲି ଥାନା ଅଞ୍ଚଳରେ ଜଣେ ଶିକ୍ଷକଙ୍କ ବିବାହ ଭୋଜିର ଆୟୋଜନ କରାଯାଇଥିଲା। ଖବର ପାଇ ଭଟଲି ପୋଲିସ ଭୋଜିସ୍ଥଳରୁ ବର ଏବଂ ତାଙ୍କ ବାପାଙ୍କୁ ଉଠାଇ ଆଣିଥିଲା । ସାମାଜିକ ଦୂରତା ଉଲ୍ଲଂଘନ ସହିତ କୋରନା କଟକଣା ନ ମାନିବା ଯୋଗୁ ପୋଲିସ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏ ନେଇ ଭଟଲି ଥାନାରେ ଦଫା ୧୮୮, ୨୬୯, ୨୭୦ରେ ଏକ ମାମଲା(ନଂ. ୫୧/୧୯) ରୁଜୁ ହୋଇଛି । ସୂଚନାଯୋଗ୍ୟ, ଉକ୍ତ ଶିକ୍ଷକଙ୍କ ବୁଧବାର ବିବାହ ସମ୍ପନ୍ନ ହୋଇଥିଲା। ଗୁରୁବାର ଭୋଜି ପାଇଁ ସେ ଅନୁମତି ମାଗିଥିଲେ ମଧ୍ୟ ପୋଲିସ ପ୍ରଶାସନ ମନା କରିଥିଲା। ଏହା ସତ୍ତ୍ୱେ ସେ ନିମନ୍ତ୍ରିତ ଅତିଥିମାନଙ୍କୁ ଗୋଟିଏ ସ୍ଥାନରେ ଠୁଳ କରି ଭୋଜିର ଆୟୋଜନ କରିଥିଲେ । ଖବର ପାଇ ପୋଲିସ ଭୋଜିସ୍ଥଳରେ ଚଢ଼ାଉ କରି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଟ୍ରେନିଂ ଡିଏସ୍‌ପି ଦିନେଶ କୁମାର ନାୟକ, ସ୍ଥାନୀୟ ତହସିଲଦାର ପ୍ରଶାନ୍ତ କୁମାର ମହାପାତ୍ର, ଭଟଲି ଥାନାଧିକାରୀ ରଞ୍ଜିତ କୁମାର ନାୟକ ପ୍ରମୁଖ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଣଦେଖା କଲା ପୂର୍ତ୍ତ ବିଭାଗ, ରାସ୍ତା ସମତୁଲ କଲେ ଅଞ୍ଚଳବାସୀ

ଉମରକୋଟ/ଧୋଡ୍ରା, ୧୨/୮(ସ୍ବ.ପ୍ର./ଡି.ଏନ୍‌.ଏ.):ରାସ୍ତା ମରାମତି ପାଇଁ ବାରମ୍ବାର ଜଣାଇବା ପରେ ମଧ୍ୟ କାମ ନ ହେବାରୁ ଅଞ୍ଚଳବାସୀ ଏବଂ ସ୍ଥାନୀୟ ବ୍ୟବସାୟୀ ନିଜେ ରାସ୍ତା ସମତୁଲ କରିବାକୁ...

ଟେମରାଠାରେ ପଞ୍ଚାୟତସ୍ତରୀୟ କଳାକାର ସମ୍ମିଳନୀ

କୋକସରା,୨୨।୧୧ (ଡି.ଏନ.ଏ.)-କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରାଠାରେ ପଞ୍ଚାୟତସ୍ତରୀୟ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆବାହକ ଶମ୍ଭୁ ଶଙ୍କର ମାଝି ଓ ନିବେଦକ ରାଜେନ୍ଦ୍ର ନାଏକଙ୍କ...

ନୂଆ ମୁହଁକୁ ଭରସା କରିପାରେ ଖୋର୍ଦ୍ଧା ବିଜେଡି

ଖୋର୍ଦ୍ଧା ଅଫିସ,୫ା୩: ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନର ସଫଳତା ପରେ ଶାସକ ଦଳ ବିଜେଡି ପୌର ନିର୍ବାଚନରେ କ୍ଲିନ ସୁଇପ ଯୋଜନାରେ...

ଘର ଭାଙ୍ଗିଲା, ଫସଲ ଉଜୁଡ଼ିଲା

ପାଟଣା,୨୬।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ପାଟଣା ବ୍ଲକରେ ଗତ ୨୪ ଘଣ୍ଟା ମଧ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଠାରେ ୪୮. ୫ ମିଲିମିଟର...

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ୧୦୦ରୁ ଊର୍ଦ୍ଧ୍ୱ ବାଇକ୍‌ ଜବତ

ମାଲକାନଗିରି,୧ା୪(ଡି.ଏନ୍‌.ଏ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ସରକାରଙ୍କ ସମେତ ପୋଲିସ ଓ ପ୍ରଶାସନର ଚିନ୍ତା ବଢ଼ୁଛି। ହେଲେ ଏଭଳି ପରିସ୍ଥିତିରେ ମଧ୍ୟ ଲୋକେ...

ଆଜିଠୁ କାମରେ ଯୋଗଦେବେ ସେବା ପେପର ମିଲ୍‌ ଶ୍ରମିକ

ଜୟପୁର, ୨୧।୪(ନି.ପ୍ର.): ଜୟପୁର ଡିଭିଜନର ଯୁଗ୍ମ ଶ୍ରମ କମିଶନରଙ୍କ ଅଧ୍ୟକ୍ଷତା ଏବଂ କୋରାପୁଟ ଡିଏଲ୍‌ଓଙ୍କ ଉପସ୍ଥିତିରେ ୟୁନିଟ୍‌ ସେବା କାଗଜକଳ ଶ୍ରମିକ କର୍ମଚାରୀ ସଂଘ ଓ...

ଦକ୍ଷତା ବୃଦ୍ଧି କର: ତଥାଗତ

ଭାପୁର,୮।୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ସଦର ବ୍ଲକ ଅନ୍ତର୍ଗତ ଭାପୁର ନିକଟ କୋଇଲିପଙ୍ଗି ସ୍ଥିତ ଦେବେନ୍ଦ୍ର ଶତପଥୀ ସ୍ମାରକୀ କଲେଜ ପରିସରରେ ରବିବାର ୯୦ ତମ ଦେବେନ୍ଦ୍ର ଶତପଥୀ...

ବୃଦ୍ଧାଙ୍ଗୁଳି ଛାପରେ ମତଦାନ ବୈଧ: ଉପଜିଲାପାଳ

ହାଟଡିହୀ,୬।୩(ଡି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩୧ ପଞ୍ଚାୟତରେ ନିର୍ବାଚନ ଶେଷ ହୋଇଛି। କେତେକ ପଞ୍ଚାୟତରେ ନିର୍ବାଚନୀ ଫଳାଫଳକୁ ନେଇ ଅସନ୍ତୋଷ ଦେଖାଦେଇଛି l ଅନୁସାରେ, ଶଢା...

Advertisement
Archives

Model This Week