ବିବାହ ବିଚ୍ଛେଦ ପାଇଁ ସରଳ କରାଯାଉ ଆଇନ

ଡବଲିନ,୨୭।୫: ଆୟରଲାଣ୍ଡରେ ବିବାହ ବିଚ୍ଛେଦ ଆଇନକୁ ସରଳୀକରଣ କରିବା ପାଇଁ ୮୨ ପ୍ରତିଶତ ଲୋକ ଦାବି କରିଛନ୍ତି। ଏଥିପାଇଁ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଥିବା ଜଣାପଡ଼ିଛି। ବିବାହ ବିଚ୍ଛେଦ ପ୍ରକ୍ରିୟାକୁ ସରଳ ବା ସହଜ କରିବା ପାଇଁ ଜନମତ ନିଆଯାଉ ବୋଲି ସେମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଲୋକଙ୍କ ଏହି ଦାବିକୁ ସରକାର ମାନିବା ସହ ଏକ ଜନମତ ନେଇଥିଲେ। ଏହି ଭୋଟର ଫଳାଫଳ ରବିବାର ପ୍ରକାଶ ପାଇଥିବା ବେଳେ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ଏହି ମତରୁ ଦେଖାଯାଇଥିଲା ଯେ, ୮୨ ପ୍ରତିଶତ ଲୋକ ବିବାହ ବିଚ୍ଛେଦ ଆଇନକୁ ସରଳୀକରଣ କରିବାକୁ ଚାହୁଁଛନ୍ତି। ଏହାପରେ ସରକାର ଏନେଇ ନୂଆ ବିଲ୍‌ ଆଣିବାକୁ ସଙ୍କେତ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆୟରଲାଣ୍ଡରେ ଦମ୍ପତିଙ୍କୁ ବିଚ୍ଛେଦ ହେବା ପାଇଁ ୪ରୁ ୫ ବର୍ଷ ଅଲଗା ରହିବା ବାଧ୍ୟତାମୂଳକ ରହିଥିଲା। କିନ୍ତୁ ଏବେ ସରକାର ଏହି ଅବଧିକୁ କମ୍‌ କରିବା ପାଇଁ ସଙ୍କେତ ଦେଇଛନ୍ତି। ଦମ୍ପତିଙ୍କୁ କେବଳ ୨ବର୍ଷ ଅଲଗା ରହିବା ପାଇଁ ଏକ ନୂଆ ବିଲ୍‌ ଆଗତ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡୌଗ୍‌ଲାସ୍‌ଙ୍କୁ ବୁକର

ଲଣ୍ଡନ, ୨୧।୧୧: ନ୍ୟୁୟର୍କରେ ରହୁଥିବା ସ୍କଟଲାଣ୍ଡ ଲେଖକ ଡୌଗ୍‌ଲାସ୍‌ ଷ୍ଟୁଆର୍ଟ ତାଙ୍କର ଆତ୍ମଜୀବନୀ ଆଧାରିତ ଉପନ୍ୟାସ ‘ଶୁଗି ବେନ୍‌’ ପାଇଁ ଚଳିତବର୍ଷର ମର୍ଯ୍ୟାଦାଜନକ ବୁକର୍‌ ପ୍ରାଇଜ୍‌...

ବାପାଙ୍କ ରାସ୍ତାରେ ଯିବେ କି ସାରା

ମାନିଲା, ୨୦ା୯: କାର୍ଯ୍ୟକାଳ ସରିଆସୁଥିଲେ ବି କ୍ଷମତା ଛାଡ଼ିବାକୁ ନାରାଜ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁଟେର୍ଟେ। ଦ୍ୱିତୀୟ ପାଳି ପରେ ଜଣେ ଆଉଥରେ ଦେଶର ଶାସନ...

ସୋଲେମାନୀଙ୍କୁ ଅନ୍ତିମ ବିଦାୟ

ଦୁବାଇ,୬।୧: କୁଦ୍‌ସ ବାହିନୀର କମାଣ୍ଡର ମେଜର ଜେନରାଲ କାସିମ ସୋଲେମାନୀଙ୍କୁ ସୋମବାର ଅନ୍ତିମ ବିଦାୟ ଦିଆଯାଇଛି। ଏହି ଅବସରରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲି...

ପାଣି ଭିତରେ ପ୍ରେମିକାଙ୍କୁ ପ୍ରପୋଜ୍‌ କରୁଥିବା ବେଳେ ବୁଡ଼ିଗଲେ ପ୍ରେମିକ

ପ୍ରେମିକମାନେ ପ୍ରେମିକାଙ୍କ ସମ୍ମୁଖରେ ନିଜ ଭଲପାଇବାକୁ ପ୍ରକାଶ କରିବା ସହ ନିଜର ଜୀବନସାଥୀ କରିବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଆଉ ନିଜ ଆଡକୁ ଆକର୍ଷିତ...

ମ୍ୟାନ୍‌ମାର୍‌ ନିର୍ବାଚନ: ଶାସକ ଦଳର ପୁଣି କ୍ଷମତା ଦଖଲ

ୟଙ୍ଗୁନ,୧୫।୧୧: ମ୍ୟାନମାର୍‌ ସାଧାରଣ ନିର୍ବାଚନ ଫଳ ପ୍ରକାଶ ପାଇଛି। ଦେଶରେ ଶାସକ ଦଳ ନ୍ୟାଶନାଲ ଲିଗ୍‌ ଫର୍‌ ଡେମୋକ୍ରାସି ପୁଣି ଥରେ କ୍ଷମତା ଦଖଲ କରିଛି।...

ମୋଦିଙ୍କ ବୟାନ ପରେ ଭୟଭୀତ ପାକିସ୍ତାନ: କହିଲା, ସିନ୍ଧୁ ନଦୀକୁ ଅଟକାଇଲେ ମିଳିବ କଡ଼ା ଜବାବ

ଇସ୍‌ଲାମାବାଦ,୧୭।୧୦: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିନ୍ଧୁ ନଦୀର ପାଣିକୁ ଅଟକାଇ ଦିଆଯିବା ନେଇ କହିବା ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ। ଏହାର ଜବାବରେ ପାକିସ୍ତାନ...

କମୁଛି କୀଟପତଙ୍ଗ ସଂଖ୍ୟା

ଓ୍ବାଶିଂଟନ: ପୃଥିବୀରେ ଧୀରେ ଧୀରେ କୀଟପତଙ୍ଗ ସଂଖ୍ୟା କମିବାରେ ଲାଗିଛି। ପ୍ରତି ୧୦ ବର୍ଷରେ ୨୫ ପ୍ରତିଶତ କୀଟପତଙ୍ଗ କମିବାରେ ଲାଗିଥିବା ଏକ ରିପୋର୍ଟରେ ପ୍ରକାଶ...

ନଓ୍ବାଜ ଶରିଫ ରହୁଥିବା ଜେଲ୍‌ରେ ରହିବେ ହାଫିଜ୍‌

ଇସ୍‌ଲାମାବାଦ,୧୮।୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବାର ସଂସ୍ଥାପକ ହାଫିଜ ସୟିଦଙ୍କୁ ବୁଧବାର ପଞ୍ଜାବ ଅଞ୍ଚଳରୁ ଗିରଫ କରାଯାଇଛି। ପାକିସ୍ତାନର...

Advertisement


Archives

Model This Week