ବିବାହ ବାହନ ବିଭ୍ରାଟ

ଡ. କୁଳାଙ୍ଗାର
ବାଇଧର ବେଲେ ପଖାଳ ଖାଇ ଏଉଡି ମାରିଲା ବେଳକୁ ମୋବାଇଲି ଫୋନ୍‌ଟା କେଁ କେଁ ହୋଇ ବାଜି ଉଠିଲା। ସିଏ ହ୍ୟାଲୋ କରୁ କରୁ ସେପଟୁ ଘଡଘଡିଆ ସ୍ବରରେ କିଏ ଗୋଟେ ପଚାରିଲା- ତମେ ଥାକୁଲୁର ବାପା କହୁଛ?
ବାଇଧର କହିଲା- ହଁ, ଥାକୁଲୁ ମୋ ପୁଅ। କ’ଣ ହେଲା କି? ତମେ କିଏ?
ସେପଟୁ ଶୁଭିଲା- ଆମେ ପୋଲିସ୍‌। ମାମଲା ସିରିୟସ୍‌। ତମେ ଯଥାଶୀଘ୍ର ଗଛପଡା ଛକରେ ପହଞ୍ଚ।
ପୋଲିସ୍‌ର କଥାଶୁଣି ବାଇଧରର ମନକୁ ପାପ ଛୁଇଁଲା। ସିଏ ମନେମନେ ଭାବିଲା- ଆଜିକାଲିକା ପିଲା। ଏଗୁଡାକ ତ ଧରା ନ ପଡିଲା ଯାଏଁ ଭଦ୍ରପିଲା, ତା’ ପରେ ମଦୁଆ! ପୁଅଟା ମୋର କିଛି ଗୋଟେ ଅପରାଧ କରି ପକାଇନି ତ? ନ ହେଲେ ଦୁର୍ଘଟଣା ହୋଇନି ତ! ଏମିତି ଭାବୁଭାବୁ ବାଇଧର ଛକ ଉପରେ ପହଞ୍ଚତ୍ଗଲା।
କାହିଁକି ମୁଁ ବାହା ହେଉଥିଲିରେ… ବୋଲି କହି ରାସ୍ତା ମଝିରେ ମୁଣ୍ଡରେ ହାତ ବାଡେଇ ବାଇଧର ବିବଧ କାନ୍ଦଣା ସ୍ବରରେ ବାହୁନି ଉଠନ୍ତେ ଆଖ ପାଖରେ ଥିବା ଦେଖଣାହାରୀଏ ମାଗଣାରେ ରିୟଲଟି ଶୋ ଦେଖିବା ପାଇଁ ସେ ସ୍ଥାନକୁ ମାଡି ଆସିଲେ।
ବାଇଧରର ସରଳରେଖା ସମ ଚେହେରା ସାମ୍ନାକୁ ବୃତ୍ତାକାର ଭାବରେ ପେଟଟି ବାହାରି ରହିଛି। ଦାନ୍ତମାନେ ବହୁଦିନ କାର୍ଯ୍ୟରତ ରହି ବିରକ୍ତି ସହିତ କାମ ପଡିଲେ ଅସହଯୋଗ ଆନ୍ଦୋଳନ କରି ହଲହଲ ହେଉଛନ୍ତି। ଚୁଟିମାନଙ୍କ ମଧ୍ୟରୁ କେତେ ଆଇନ ଅମାନ୍ୟ ଆନ୍ଦୋଳନ କରି ତା’ ମୁଣ୍ଡକୁ ଛାଡି ସାରିଛନ୍ତି, ବଳକା ଯେତକ ଦୟା ପରବଶ ହୋଇ ଅଛନ୍ତି ନିଜର ଅସନ୍ତୋଷକୁ ଦର୍ଶାଇବାକୁ ଯାଇ ନିଜର ରଙ୍ଗ ବଦଳେଇ ଦେଇଛନ୍ତି। ଅର୍ଥାତ୍‌ ଯେ କେହି ତାକୁ ଦେଖିଲେ ଏକମତ ହେବ କି ବାଇଧର ବାହା ହେବାର ବହୁବର୍ଷ ହେଲାଣି। ତା’ ବାପା ସମେତ ତାକୁ ବାହା କରାଇବା ପାଇଁ ସାଥିରେ ଯାଇଥିବା ବାପାଙ୍କ ସମେତ ବରଯାତ୍ରୀ, ବ୍ରାହ୍ମଣ, ବାରିକ ଓ ବାଜାବାଲା ଆରପୁରକୁ ଚାଲିଗଲେଣି। ତଥାପି ଏତେ ବର୍ଷ ପରେ ନିଜର ବାହା ହେବାର ନିଷ୍ପତ୍ତିକୁ ଦୋଷ ଦେବାଟା କିଛି ବୁଝା ପଡିଲାନି।
ତା’ କାନ୍ଦଣାର ଆକର୍ଷଣ ଶକ୍ତି ଦେଖି ପୋଲିସ୍‌ ତାଜୁବ୍‌। ସହଜେ ତ ଆଜିକାଲି ପୋଲିସ୍‌କୁ ଶନିଦଶା ପଡିଛି। ଆଗରୁ ଥାନାକୁ ଗଲେ ଲୋକଙ୍କୁ ଡର ମାଡୁଥିଲା। ଏବେ ଲୋକେ ଥାନାକୁ ଗଲେ ପୋଲିସ୍‌କୁ ଡରମାଡୁଛି। ଯଦି ଉପର ମହଲକୁ ଫୋନ୍‌ କରି ଲୋକଟି ଜଣେଇଦେଲା କି ଆଜ୍ଞା ଅମୁକ ଥାନାକୁ ଯାଇଥିଲି, ସମୁକ ଥାନାବାବୁ ମୋତେ ଅପରାଧୀ ପରି ବ୍ୟବହାର କଲେ ତେବେ କିଏ କହିପାରିବ ନିଜ ହାଜତରେ ନିଜକୁ ଢୁକିବାକୁ ପଡିପାରେ।
ତେବେ ବାଇଧର ଅବଶ୍ୟ ଥାନାକୁ ଯାଇ ନ ଥିଲା। ତା’ କାନ୍ଦଣାଜନିତ ଘଟଣାଟି ରାସ୍ତା ଉପରେ ଘଟିଛି। ତେବେ ଏ ଘଟଣାଟି ସହିତ ବାହାଘରର ସମ୍ପର୍କ ଆସିଲା କେଉଁଠୁ?
ପୋଲିସ୍‌ ସେଇକଥା ପଚାରନ୍ତେ ବାଇଧର କହିଲା- ସମ୍ପର୍କ ଅଛି ନା। ଏଇ ଯେଉଁ ବାଇକ୍‌ ଖଣ୍ଡିକ ଧରି ପୁତ୍ରମଣି ମୋର ଆସିଛି ସେଇଟା ପରା ମୋତେ ଯୌତୁକରେ ମିଳିଥିବା ବାଇକ୍‌। କେତେ ଆଡୁ କେତେ ପ୍ରସ୍ତାବ ଆସିଥିଲା। ହେଲେ ଏଇ ବାଇକ୍‌ଟା ଯୌତୁକ ମିଳିଲା ବୋଲି ମୁଁ ଲୋଭରେ ସେଇଠି ବାହା ହୋଇ ପଡିଲି। ଆଉ ଆଜି ତା’ର ଫଳ ଭୋଗିଲି।
ପୋଲିସ୍‌ କହିଲା- ଭଲ କଥା କହୁଛୁ! ହୈରେ ଏକରେ ତ ଯୌତୁକ ଦେବାନେବା ବେଆଇନ। ତା’ ପରେ ଯୋଉ ଗାଡି ଖଣ୍ଡିକ ରଖିଛୁ, ତା’ର ଖଣ୍ଡେ ହେଲେ କାଗଜ ନାହିଁ। ସେଥିରେ ପୁଣି ବାହାହେବା ନିଷ୍ପତ୍ତିକୁ ନିନ୍ଦୁଛୁ?
ବାଇଧର କହିଲା- ଆଜ୍ଞା ନିନ୍ଦିବିନି? ଏ ଗାଡିର ଦାମ୍‌ ଆଜ୍ଞା ସେତେବେଳେ ଥିଲା ମୋଟ ଅଠର ହଜାର ସାତଶହ ବାଇଶ ଟଙ୍କା। ଆଉ କାଗଜପତ୍ର ନାହିଁ ବୋଲି ଆପଣ ଜରିମାନା କରିଛନ୍ତି ବାସ୍ତରି ହଜାର ଛ’ ଶହ ପନ୍ଦର ଟଙ୍କା। ଆଜ୍ଞା, ସେତିକି ଟଙ୍କାକୁ ବ୍ୟାଙ୍କରେ ରଖିଥିଲେ ବି ଆଜି ଏିତିକି ଟଙ୍କା ହୋଇ ନ ଥାନ୍ତା। କାଗଜ କଥା ପଚାରୁଛନ୍ତି। ୟା ସାଥିର ଲୋକେ ଆଜ୍ଞା ଇହଧାମରେ ନାହାନ୍ତି, ଆଉ କାଗଜ କୁଆଡୁ ଆସିବ?
ପୋଲିସ୍‌ କହିଲା- ତା’ହେଲେ ଏ ଗାଡିଟାକୁ କବାଡିଆକୁ ଦେଇଦେବା କଥା।
ସିଏ କହିଲା- ସେ ଚେଷ୍ଟା କରି ମୁଁ ବିଫଳ ହୋଇଛି ଆଜ୍ଞା। ମୋ ଘରଣୀ ଏ ଗାଡିଟାକୁ ଆଣିଥିଲା ବୋଲି, ମୋଠୁ ବେଶି ଗାଡିଟାକୁ ଭଲପାଏ। ତେଣୁ ମୋ କଥା ଶୁଣି କହିଲା; ତା’ ହେଲେ ମୋତେ ବି ଦେଇଦେଉନ!
ବାଇଧର ପୁଣି କହିଲା- ବାହା ହେଲି ବୋଲି ସିନା ଏ ପୁତ୍ରମଣି ଜନ୍ମ ହେଲା। ବିନା ଲାଇସେନ୍ସରେ ଗାଡି ଚଳେଇ ଧରା ପଡିଲା!
ତାଆର ବିତଣ୍ଡା ଯୁକ୍ତି ଶୁଣି ସମବେତ ଲୋକମାନେ ଧୀରେ ଧୀରେ ନିଜ ପଥରେ ଚାଲିବା ଆରମ୍ଭ କଲେ। ଏବେ ବଡ ପୋଲିସ୍‌ ବାବୁ ତାକୁ ରାସ୍ତା କଡକୁ ଡାକିନେଇ କାନରେ କହିଲା- ପୁଅକୁ କହ ଗାଡିଟାକୁ ନ ଚଢି ଗଡେଇ ଗଡେଇ ଘରକୁ ନେଇଯିବ। ଆଉ ହଁ ସ୍ତ୍ରୀକୁ ଯେମିତି ଘରେ ରଖିଚୁ, ସାଥିରେ ଆଣିଥିବା ଗାଡିଟାକୁ ସେମିତି କେବଳ ଘରେ ରଖିବୁ। ଭୁଲ୍‌ରେ ବି ରାସ୍ତାକୁ ବାହାର କରିବୁନି।
ଏହା ଦେଖି ବଡପୋଲିସ୍‌ ବାବୁଙ୍କୁ ଅଧୀନ କନଷ୍ଟେବଳ ପ୍ରଶ୍ନିଳ ଦୃଷ୍ଟିରେ ଚାହାନ୍ତେ ସିଏ ବୁଝେଇଲେ; ୟେ ଯେଉଁ ରେଟ୍‌ରେ ଯୁକ୍ତି କରୁଛି, କିଛି ସମୟ ପରେ କହିଥାଆନ୍ତା- ଏ ଦେଶ ବ୍ରିଟିଶ୍‌ ଅଧୀନ ହେଲା କାହିଁିକିରେ… ଯଦି ହେଲା ପୁଣି ସ୍ବାଧୀନ ହେଲା କାହିଁକିରେ…?
କନଷ୍ଟେବଳ ପଚାରିଲା- ସେ କଥା ସିଏ କାହିଁକି ପଚାରିଥାଆନ୍ତା ସାହେବ୍‌?
ପୋଲିସ୍‌ ସାହେବ୍‌ କହିଲେ- ଆରେ ବୋକା, ବିବାହରୁ ଯେମିତି ପୁତ୍ରର ଜନ୍ମ, ଏଥିରୁ ସେମିତି ଆମର ଜନ୍ମ!
ମାର୍ଫତ୍‌- ଗାନ୍ଧୀ ପଣ୍ଡା, କଳାଘର-ଲେମ୍ବୋ, ଅଲରା, ନରସିଂହପୁର, କଟକ, ମୋ- ୯୩୩୮୫୮୧୩୦୯, dr.kulangar@gmail.com


Enter your email to get our daily news in your inbox.

All Right Reserved By Dharitri.Com

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri