ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଅଭିଯୁକ୍ତ ଗିରଫ

ଆସିକା,୨ା୯(ଡି.ଏନ୍‌.ଏ.): ବାଡୁଳା ଗ୍ରାମର ଜଣେ ଯୁବକ ଭଞ୍ଜନଗରର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଅଜିତ୍‌ ଗୌଡ। ଗାଙ୍ଗପୁର ଥାନାରେ ନଂ.୧୪୧/୧୯ରେ ଏକ ମାମଲା ରୁଜୁ କରି ରବିବାର ଅଜିତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଅଭିଯୁକ୍ତ ଜଣକ ଭଞ୍ଜନଗରର ଜଣେ ଯୁବତୀଙ୍କ ସହ ବର୍ଷେ ହେଲା ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲେ। ପରେ ତାଙ୍କୁ କଟକ ନେଇ ଚାଲିଯାଇଥିଲେ। ସେଠାରେ ଏକ ଘର ଭଡାନେଇ ରହୁଥିଲେ। ଯୁବତୀ ଜଣକ ପାଞ୍ଚ ମାସର ଗର୍ଭବତୀ ଥିବାବେଳେ ଅଭିଯୁକ୍ତ ତାଙ୍କୁ ଛାଡି ଫେରାର ହୋଇଯାଇଥିଲେ। ଶେଷରେ ଯୁବତୀ ଜଣକ ନିରୁପାୟ ହୋଇ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇ ଆସୁଛି ଗୋପାଳପୁର ବେଳାଭୂମି ମହୋତ୍ସବ: ସମ୍ପୂର୍ଣ୍ଣ ହୋଇନି ରାସ୍ତା,ଆଲୋକୀକରଣ କାର୍ଯ୍ୟ

ଗୋପାଳପୁର,୧୭।୧୨,(ଡି.ଏନ୍‌.ଏ.): ଗୋପାଳପୁର ବେଳାଭୂମିକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ସୌନ୍ଦର୍ଯ୍ୟକରଣ...

ଗଞ୍ଜାମରେ ମନ୍ଦିର ବନ୍ଦ: ଘରେ ରହି ସାବିତ୍ରୀ ବ୍ରତ ପାଳିଲେ ମହିଳା

ଛତ୍ରପୁର,୧୦ା୬(ଡି.ଏନ୍‌.ଏ.): କରୋନା ସଂକ୍ରମଣ ଯୋଗୁ ଗଞ୍ଜାମ ଜିଲାରେ ଆଗୁଆ ପଦକ୍ଷେପ ନିଆଯାଇ ୨ ମାସ ହେଲା ସବୁ ମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି। ଫଳରେ...

ଆମ୍ବୁଲାନ୍ସ ଆବଶ୍ୟକ ବୋଲି ହେଲ୍ପଲାଇନ୍‌ ନମ୍ବରକୁ ଯାଇଥିଲା ୩୧ କଲ୍‌: ୩୧ ଜଣ ଗଲେ କୋଭିଡ ହସ୍ପିଟାଲ

ଛତ୍ରପୁର,୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଛତ୍ରପୁର ସ୍ଥିତ ଆର୍‌ଟିଓ ଅଫିସରେ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ମନିଟରିଂ ସେଲ ରହିଛି। ୧୪ ତାରିଖରେ ଏଠାକୁ କରୋନା ଆକ୍ରାନ୍ତଙ୍କ ପାଇଁ...

ବୁଲାଗୋରୁଙ୍କୁ ମିନି ଷ୍ଟାଡିୟମରେ ଭର୍ତ୍ତିକରି ତାଲା ପକାଇଲା ପ୍ରଶାସନ, ୩ଦିନ ହେଲା ଉପାସରେ

ଗଞ୍ଜାମ, ୨୫।୩(ଡି.ଏନ୍‌.ଏ.): କରୋନା ପାଇଁ ସାରା ବିଶ୍ୱ ଚିନ୍ତାରେ ଥିବାବେଳେ ଜୀବଜନ୍ତୁ ମଧ୍ୟ ସଙ୍କଟରେ ପଡ଼ିଛନ୍ତି। ଏ ନେଇ ସରକାର ଏପ୍ରିଲ ୧୪ ପର୍ଯ୍ୟନ୍ତ ଅର୍ଥାତ୍‌...

ହିଞ୍ଜିଳିକାଟୁରେ ଟଣାହେଲା ରଥ

ହିଞ୍ଜିଳିକାଟୁ,୪ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ରଥଟଣା ଯାଇଛି। ହୁଳହୁଳି, ଶଙ୍ଖଧ୍ୱନି, ହରିବୋଲ ଶବ୍ଦରେ ସହର...

କରୋନାକୁ ହରାଇ ପୁଣିଥରେ କାର୍ଯ୍ୟରେ ଯୋଗଦେଲେ ଏହି ଯୋଦ୍ଧା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା ଅଫିସ,୯।୭ : କର୍ତ୍ତବ୍ୟ ଆଗରେ ସବୁ କିଛି ହାର ମାନିଛି। ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବାଣପୁରର ଜଣେ...

ଜାମିନ ପରେ ଅଭିଯୁକ୍ତଙ୍କୁ ପୁଣି ନେଲା ପୋଲିସ

ଆସିକା,୫ା୧୧(ଡି.ଏନ୍‌.ଏ.)-ବସ୍‌ ମାଲିକ ପ୍ରତାପ ପୋଲାଇ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସିଲୁ ପୋଲାଇ ସୋମବାର ଅପରାହ୍ନରେ ଜାମିନରେ ଆସିକା ସବଜେଲରୁ ମୁକୁଳିଥିଲେ ା ତେବେ ପୂର୍ବରୁ...

ସମ୍ଭାବ୍ୟ ବାତ୍ୟା ନେଇ ଉଚ୍ଚସ୍ଥାନକୁ ଚାଲିଯିବା ପାଇଁ ପ୍ରଶାସନର ପରାମର୍ଶ

ଗଞ୍ଜାମ,୨୪ା୫(ଡି.ଏନ୍‌.ଏ.): ଆସନ୍ତା ୨୬ରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’କୁ ନେଇ ନାନା କଳ୍ପନା ଜଳ୍ପନା ଲାଗିରହିଛି l ବିଶେଷକରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳଗୁଡ଼ିକର ମତ୍ସ୍ୟଜୀବୀମାନେ...

Advertisement
Archives

Model This Week