Posted inଜାତୀୟ

ବିବାଦରେ ବନ୍ଧ୍ୟାକରଣ ଏଜେଣ୍ଡା

ଭୋପାଳ,୨୨ା୨: ଅନୂ୍ୟନ ଜଣେ ପୁରୁଷଙ୍କ ବନ୍ଧ୍ୟାକରଣ କରାଅ। ନଚେତ୍‌ ଚାକିରି ଛାଡ଼। ପୁରୁଷ ବହୁ-ଉଦ୍ଦେଶୀୟ ସ୍ବାସ୍ଥ୍ୟକର୍ମୀ (ଏମ୍‌ପିଏଚ୍‌ଡବ୍ଲ୍ୟୁ)ମାନଙ୍କୁ ଏଭଳି ବିଚିତ୍ର ନିର୍ଦ୍ଦେଶନାମା ଜାରି କରି ବିବାଦରେ ଫସିଛନ୍ତି ମଧ୍ୟପ୍ରଦେଶର କମଲନାଥ ସରକାର।
ମଧ୍ୟପ୍ରଦେଶରେ ମାତ୍ର ୦.୫% ପୁରୁଷ ନିଜର ବନ୍ଧ୍ୟାକରଣ କରାଇଛନ୍ତି ବୋଲି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୪ରେ ଦର୍ଶାଯାଇଛି। ଉକ୍ତ ରିପୋର୍ଟ ଆଧାରରେ ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ପକ୍ଷରୁ ରାଜ୍ୟର ବରିଷ୍ଠ ଜିଲା ଅଧିକାରୀ ଓ ଚିଫ୍‌ ମେଡିକାଲ ଆଣ୍ଡ ହେଲ୍‌ଥ ଅଫିସର(ସିଏଚ୍‌ଏମ୍‌ଓ)ମାନଙ୍କୁ ଏକ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅଧିକାରୀମାନେ ଏପରି ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କୁ ଚିହ୍ନଟ କରିବେ, ଯେଉଁମାନେ କି ୨୦୧୯-୨୦ ଆର୍ଥିକ ବର୍ଷରେ ଜଣେ ହେଲେ ପୁରୁଷଙ୍କ ବନ୍ଧ୍ୟାକରଣ କରିନାହାନ୍ତି। ବନ୍ଧ୍ୟାକରଣ କରାଇବାରେ ବିଫଳ ହେଲେ ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀଙ୍କ ଦରମା ବନ୍ଦ କରିଦିଆଯିବା ସହ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ ବୋଲି ଏଥିରେ ନିର୍ଦ୍ଦେଶ ରହିଛି। ମାର୍ଚ୍ଚ ୩୧ରେ ଏହି ଅବଧି ଶେଷ ହେଉଥିବାବେଳେ ‘କାମ ନାହିଁ ତ ଦରମା ନାହିଁ’ ନିୟମକୁ ଏଥିରେ କଡ଼ାକଡ଼ି କରାଯାଇଛି। ଫେବୃୟାରୀ ୧୧ରେ ଏନ୍‌ଏଚ୍‌ଏମ୍‌ ପକ୍ଷରୁ ଜାରି ସର୍କୁଲାରରେ ଏହାକୁ ‘ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’ କାର୍ଯ୍ୟ ବୋଲି ଅଭିହିତ କରାଯାଇଛି। ଚଳିତ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ଅନୂ୍ୟନ ଜଣେ ପୁରୁଷଙ୍କୁ ବୁଝାଇସୁଝାଇ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଇବାକୁ ନିର୍ଦ୍ଦେଶ ରହିଥିଲା। ଏହାସହ ଜିଲାଗୁଡ଼ିକରେ ଶିବିର ଆୟୋଜନ ବେଳେ ଏମ୍‌ପିଏଚ୍‌ଡବ୍ଲ୍ୟୁମାନେ ଅନୂ୍ୟନ ୫ରୁ ୧୦ ଜଣ ଆଗ୍ରହୀ ହିତାଧିକାରୀଙ୍କୁ ଅସ୍ତ୍ରୋପଚାର କରାଇବେ ବୋଲି କୁହାଯାଇଥିଲା। ନିର୍ଦ୍ଦେଶନାମାକୁ ନେଇ ବିବାଦ ସୃଷ୍ଟିହେବା ପରେ ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଏହାକୁ ପ୍ରତ୍ୟାହାର କରିନେଇଛନ୍ତି। ମଧ୍ୟପ୍ରଦେଶ ଏନ୍‌ଏଚ୍‌ଏମ୍‌ ଉପନିର୍ଦ୍ଦେଶିକା ପ୍ରଜ୍ଞା ତିଓ୍ବାରୀ କହିଛନ୍ତି, ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶନାମାକୁ ତତ୍କାଳ ରଦ୍ଦ କରାଯାଉଛି। ଏଥିରେ ବ୍ୟବହାର କରାଯାଇଥିତ୍ବା ଭାଷା ଠିକ୍‌ ନ ଥିଲା। ଉପଯୁକ୍ତ ବିଚାର ପରେ କାମ କରାଯିବା ଉଚିତ। ତେବେ ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ତୁଲସୀ ସିଲାଓ୍ବତ୍‌ଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଇନ୍ଦିରା, ଜରୁରୀ ପରିସ୍ଥିତି ଓ ଗଣବନ୍ଧ୍ୟାକରଣ
୧୯୭୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରିକାଳୀନ ପରିସ୍ଥିତି ଜାରି କରିଥିବାବେଳେ ତାଙ୍କ ପୁଅ ସଞ୍ଜୟ ଗାନ୍ଧୀ ଏକ ବିଚିତ୍ର ଅଭିଯାନ ଆରମ୍ଭ କରିଥିଲେ। ତାହା ହେଉଛି ପୁରୁଷ ବନ୍ଧ୍ୟାକରଣ। ଗରିବ ପୁରୁଷମାନଙ୍କୁ ବର୍ଷକ ମଧ୍ୟରେ ବନ୍ଧ୍ୟାକରଣ କରିବା ଥିଲା ଏହି ଅଭିଯାନର ଉଦ୍ଦେଶ୍ୟ। ପୋଲିସ କର୍ମଚାରୀମାନେ ଗାଁଗୁଡ଼ିକୁ ଘେରି ପୁରୁଷମାନଙ୍କୁ ଘୋଷାଡ଼ି ଘୋଷାଡ଼ି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଉଥିବା ସେତେବେଳେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଯୋଜନା ଅନୁସାରେ କେନ୍ଦ୍ର ସରକାର ୬.୨ ନିୟୁତ ପୁରୁଷଙ୍କ ଅସ୍ତ୍ରେପଚାର କରାଇଥିଲେ। ଭୁଲ ଅପରେଶନ ଯୋଗୁ ୨ ହଜାରରୁ ଊର୍ଦ୍ଧ୍ୱ ପୁରୁଷଙ୍କ ମୃତ୍ୟୁ ଘଟିଥିଲା। ନାଜିମାନଙ୍କ ପୁରୁଷ ବନ୍ଧ୍ୟାକରଣ ବେଳର ମୃତ୍ୟୁସଂଖ୍ୟାର ଏହା ୧୫ ଗୁଣ ଅଧିକ ବୋଲି ସାଇନ୍ସ ଜର୍ନାଲିଷ୍ଟ ମାରା ହବିସ୍ତୋନଦହଲ ଏକ ରିପୋର୍ଟରେ ଉଲ୍ଲେଖ କରିଥିଲେ। ଏହି ଗଣଅସ୍ତ୍ରୋପଚାରର ନେତୃତ୍ୱ ନେଇଥିବାରୁ ସଞ୍ଜୟ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ରୁକ୍‌ଶାନା ସୁଲତାନା ଅନେକ ଦୁର୍ନାମ ମୁଣ୍ଡାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri