ବିବାଦରେ ପୁଲିଜର ପୁରସ୍କାର

ନୂଆଦିଲ୍ଲୀ,୬ା୫(ଆଇଏଏନ୍‌ଏସ୍‌): ଏକ ବିବାଦୀୟ ଘଟଣାକ୍ରମରେ ପୁଲିଜର ପ୍ରାଇଜ ବୋର୍ଡ କଶ୍ମୀର ଉପରେ ଭାରତର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛି। ଏହି ଉପତ୍ୟକାକୁ ସ୍ବାଧୀନତାରୁ ବଞ୍ଚତ୍ତ ଏକ ‘ବିବାଦୀୟ ଭୂଖଣ୍ଡ’ ଭାବେ ଅଭିହିତ କରିଛି।
ସାମ୍ବାଦିକତା, ସାହିତ୍ୟ ଓ କଳା ଭଳି ୨୧ଟି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ପୁଲିଜର ପୁରସ୍କାର ଦିଆଯାଇଥାଏ। ପୁରସ୍କାର ବାବଦକୁ ୧୫,୦୦୦ ଡଲାର ଓ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଥାଏ। ଏହି କ୍ରମରେ ଏଥର ଭ୍ରଷ୍ଟାଚାର, ଆଇନ ପ୍ରବର୍ତ୍ତନ ଓ ଆମେରିକାରେ ବୈଷମ୍ୟବାଦ ଭଳି ପ୍ରସଙ୍ଗ ଉଠାଇଥିବା ନ୍ୟୁଜ୍‌ ସଂସ୍ଥାଗୁଡ଼ିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେଗୁଡ଼ିକ ମଧ୍ୟରେ ରହିଛି ଦି ନ୍ୟୁୟର୍କର, ଦି ଓ୍ବାଶିଂଟନ ପୋଷ୍ଟ, ଆସୋସିଏଟେଡ୍‌ ପ୍ରେସ୍‌, ଦି ଲସ୍‌ ଏଞ୍ଜେଲସ ଟାଇମ୍ସ, ଦି ଓ୍ବାଲ୍ଟିମୋର ସନ୍‌ ଏବଂ ଦି ପାଲେଷ୍ଟାଇନ୍‌ ହେରାଲ୍ଡ ପ୍ରେସ୍‌।
ଆମେରିକାଭିତ୍ତିକ ପୁଲିଜର ପ୍ରାଇଜ୍‌ ୨୦୨୦ ପାଇଁ କଶ୍ମୀରର ମୁଖ୍‌ତାର ଖାନ୍‌ ଓ ୟାସିନ ଦାର୍‌ ଏବଂ ଜମ୍ମୁ ନିବାସୀ ଚନ୍ନି ଆନନ୍ଦଙ୍କୁ ଚୟନ କରାଯାଇଛି। ଏହି ୩ ଫଟୋଜର୍ନାଲିଷ୍ଟ ଆସୋସିଏଟେଡ୍‌ ପ୍ରେସ୍‌ (ଏପି)ରେ କାର୍ଯ୍ୟରତ। କେନ୍ଦ୍ର ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ପରେ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଏହି ସମୟରେ ଉପତ୍ୟକାରେ କିପରି କଟକଣା ଜାରି କରାଯାଇଥିଲା ଓ କ’ଣ ସବୁ ଘଟିଥିଲା ଏହି ଫଟୋ ଜର୍ନାଲିଷ୍ଟମାନେ ତା’ର ନିଚ୍ଛକ ଛବି କ୍ୟାମେରାରେ କଏଦ୍‌ କରି ବିଶ୍ୱବାସୀଙ୍କ ସାମ୍ନାରେ ରଖିଥିଲେ। ସେହି ଫଟୋଗୁଡ଼ିକ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିଲା। ପୁଲିଜର ବୋର୍ଡ ଉପରୋକ୍ତ ୩ ଫଟୋଜର୍ନାଲିଷ୍ଟଙ୍କୁ ଏହି ପୁରସ୍କାର ପ୍ରଦାନ ସହ କଶ୍ମୀର ଉପରେ ଭାରତୀୟ ସାର୍ବଭୌମତ୍ୱର ବୈଧତାକୁ ନେଇ ପୁଲିଜର ବୋର୍ଡ ପ୍ରଶ୍ନ ଉଠାଇବା ଫଳରେ ବିବାଦ ସୃଷ୍ଟି ହୋଇଛି। ଏହାସହ ‘ନ୍ୟୁୟର୍କ ଟାଇମ୍ସ’ ପତ୍ରିକାର ନିକୋଲ୍‌ ହନ୍ନାହ-ଜୋନ୍ସଙ୍କୁ ବେଷ୍ଟ କମେଣ୍ଟାରି ଆଓ୍ବାର୍ଡ ପ୍ରଦାନ କରାଯିବା ମଧ୍ୟ ବିବାଦ ଘେରକୁ ଟାଣି ହୋଇଯାଇଛି। ନିକୋଲ୍‌ ନିଜ ମହତ୍ତ୍ୱାକାଂକ୍ଷୀ ପ୍ରବନ୍ଧ ‘ଦି ୧୬୧୯ ପ୍ରୋଜେକ୍ଟ’ରେ ଆଫ୍ରିକୀୟ କୃଷ୍ଣକାୟମାନଙ୍କୁ ଦାସ କରାଯିବାର ୪୦୦ତମ ବାର୍ଷିକୀ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଆମେରିକା ପ୍ରତି କୃଷ୍ଣକାୟଙ୍କ ଅବଦାନ ଦେଶର ଇତିହାସକୁ ବଦଳାଇ ଦେଇଥିବାବେଳେ ତାକୁ ସ୍ବୀକୃତି ନ ଦେବା ଏକ ଐତିହାସିକ ଭୁଲ୍‌। ଆମେରିକୀୟ ସ୍ବାଧୀନତାର ବିଚାରଧାରା ପାଇଁ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ନିକୋଲ୍‌ କହିଛନ୍ତି। ପୁରସ୍କାର ଘୋଷଣା ପରେ ସେ ଏହାକୁ ନିଜ ଜୀବନର ସର୍ବୋତ୍କୃଷ୍ଟ କୃତି ଭାବେ ଅଭିହିତ କରିଛନ୍ତି। ତେବେ ତାଙ୍କର ଏହି ପ୍ରୋଜେକ୍ଟକୁ କଞ୍ଜରଭେଟିଭ୍‌ଙ୍କ ସମେତ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ପୂର୍ବତନ ସ୍ପିକର ଏହାକୁ ଏକ ପ୍ରୋପାଗାଣ୍ଡା ବୋଲି କହିଛନ୍ତି। ସେହିପରି ଆମେରିକାକୁ ଅବୈଧ ଓ ବିଭାଜନ କରି ନାଗରିକଙ୍କ ମନୋବଳକୁ ଦୁର୍ବଳ କରିବା ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ ବୋଲି ଅନ୍ୟ ଜଣେ ସମାଲୋଚକ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନର ନୂଆ ରଣନୀତି, କାବୁଲ ସହିତ ଯୋଗାଯୋଗ ବିଚ୍ଛିନ୍ନ ଯୋଜନା…

କାବୁଲ,୧୮।୭: ଆଫଗାନିସ୍ତାନରେ ବିଭିନ୍ନ ଅଞ୍ଚଳରେ ଧୀରେଧୀରେ ଆତଙ୍କବାଦୀ ସଂଗଠନ ତାଲିବାନ ସକ୍ରିୟ ହେବାରେ ଲାଗିଛି। ଦେଶର ସୀମାକୁ ତାଲିବାନ ଜବର ଦଖଲ କରିବାରେ ଲାଗିଛି। ରାଜଧାନୀ...

ସୁପର ୩୦ ପ୍ରତିଷ୍ଠାତା ଆମେରିକାରେ ପୁରସ୍କୃତ

ଓ୍ବାଶିଂଟନ,୨୦-୯(ପି.ଟି.):ସୁପର ୩୦ର ପ୍ରତିଷ୍ଠାତା ଆନନ୍ଦ କୁମାରଙ୍କୁ ଆମେରିକାରେ ପୁରସ୍କୃତ କରାଯାଇଛି। ପ୍ରତିବର୍ଷ ୩୦ ଜଣ ଗରିବ ଛାତ୍ରୀଛାତ୍ରଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଆଇଆଇଟି ପ୍ରବେଶିକା...

ଜି-୭ ନେତାଙ୍କୁ ଭେଟିଲେ ମୋଦି

ବର୍ଲିନ, ୨୮ା୬: ଜର୍ମାନୀର ଏଲ୍‌ମାଉଠାରେ ଆୟୋଜିତ ହେଉଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ରବିବାରଠାରୁ ଜର୍ମାନୀ ଗସ୍ତରେ...

୮୬ ପ୍ରତିଶତ ବିନା ଲକ୍ଷଣ ବ୍ୟକ୍ତି ସାଜୁଛନ୍ତି କରୋନାର ‘ସାଇଲେଣ୍ଟ୍‌ ସ୍ପ୍ରେଡର’

ଲଣ୍ଡନ, ୧୦।୧୦: କରୋନା ମହାମାରୀ ସଂକ୍ରମଣରେ ବିନା ଲକ୍ଷଣ ବ୍ୟକ୍ତି ‘ସାଇଲେଣ୍ଟ୍‌ ସ୍ପ୍ରେଡର’ ସାଜୁଛନ୍ତି। ଏନେଇ ବ୍ରିଟେନ୍‌ର ଲଣ୍ଡନ କଲେଜ ୟୁନିଭରସିଟିର ଗବେଷକଙ୍କ ପକ୍ଷରୁ ପ୍ରକାଶିତ...

କରୋନା ନେଇ ହାଇ ଆଲର୍ଟ: ବୁହାନରେ ଥିବା ନିଜ ନାଗରିକଙ୍କୁ ଫେରାଇ ନେଇ ପାରୁନି ଜାପାନ

ଟୋକିଓ,୨୮।୧: ଚାଇନାର ବୁହାନରେ କରୋନା ଭୁତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଇତିମଧ୍ୟରେ ଏଠାରେ ମୃତ୍ୟୁ ସଂଖ୍ୟା ୧୦୬ରେ ପହଞ୍ଚିଛି। କରୋନା ନେଇ ଜାପାନ ସରକାର...

ରୁଷିଆ ଅସ୍ତିତ୍ୱ ବିପଦରେ ପଡ଼ିଲେ ଆଣବିକ ଯୁଦ୍ଧ

ମସ୍କୋ, ୨୪ା୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ବୁଧବାର ୪ ସପ୍ତାହ ପୂରିଥିବାବେଳେ ରୁଷୀୟ ସୈନ୍ୟ ଘାତକ ଆକ୍ରମଣ ଜାରି ରଖିଛନ୍ତି। ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଏଯାଏ...

ଘୋଡ଼ାକୁ ବେହୋସ୍‌ କରୁଥିବା ଇଞ୍ଜେକସନ୍‌ ନେଉଛନ୍ତି ଆମେରିକା ଯୁବବର୍ଗ

ଓ୍ବାଶିଂଟନ, ୩।୨: ଏବେ ଆମେରିକା ଯୁବବର୍ଗ ନିଶାର ଏକ ନୂଆ ମହାମାରୀ କବଳରେ ପଡ଼ିଛନ୍ତି। ସେମାନେ ଘୋଡ଼ାକୁ ବେହୋସ୍‌ କରିବା ଲାଗି ବ୍ୟବହାର କରାଯାଉଥିବା ଇଞ୍ଜେକସନ୍‌...

କଲରାଡୋ ନାଇଟ କ୍ଲବ ଗୁଳିକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଲେ ବାଇଡେନ

ୱାଶିଂଟନ,୨୧ ।୧୧: ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନି । ରବିବାର କଲରାଡୋର ଏଲଜିବିଟିକ୍ୟୁ କ୍ଲବରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଆଖିବୁଜା ଗୁଳିଚାଳନାରେ ୫...

Advertisement
Archives

Model This Week