ବିବାଦରେ ପୁଲିଜର ପୁରସ୍କାର

ନୂଆଦିଲ୍ଲୀ,୬ା୫(ଆଇଏଏନ୍‌ଏସ୍‌): ଏକ ବିବାଦୀୟ ଘଟଣାକ୍ରମରେ ପୁଲିଜର ପ୍ରାଇଜ ବୋର୍ଡ କଶ୍ମୀର ଉପରେ ଭାରତର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛି। ଏହି ଉପତ୍ୟକାକୁ ସ୍ବାଧୀନତାରୁ ବଞ୍ଚତ୍ତ ଏକ ‘ବିବାଦୀୟ ଭୂଖଣ୍ଡ’ ଭାବେ ଅଭିହିତ କରିଛି।
ସାମ୍ବାଦିକତା, ସାହିତ୍ୟ ଓ କଳା ଭଳି ୨୧ଟି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ପୁଲିଜର ପୁରସ୍କାର ଦିଆଯାଇଥାଏ। ପୁରସ୍କାର ବାବଦକୁ ୧୫,୦୦୦ ଡଲାର ଓ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଥାଏ। ଏହି କ୍ରମରେ ଏଥର ଭ୍ରଷ୍ଟାଚାର, ଆଇନ ପ୍ରବର୍ତ୍ତନ ଓ ଆମେରିକାରେ ବୈଷମ୍ୟବାଦ ଭଳି ପ୍ରସଙ୍ଗ ଉଠାଇଥିବା ନ୍ୟୁଜ୍‌ ସଂସ୍ଥାଗୁଡ଼ିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେଗୁଡ଼ିକ ମଧ୍ୟରେ ରହିଛି ଦି ନ୍ୟୁୟର୍କର, ଦି ଓ୍ବାଶିଂଟନ ପୋଷ୍ଟ, ଆସୋସିଏଟେଡ୍‌ ପ୍ରେସ୍‌, ଦି ଲସ୍‌ ଏଞ୍ଜେଲସ ଟାଇମ୍ସ, ଦି ଓ୍ବାଲ୍ଟିମୋର ସନ୍‌ ଏବଂ ଦି ପାଲେଷ୍ଟାଇନ୍‌ ହେରାଲ୍ଡ ପ୍ରେସ୍‌।
ଆମେରିକାଭିତ୍ତିକ ପୁଲିଜର ପ୍ରାଇଜ୍‌ ୨୦୨୦ ପାଇଁ କଶ୍ମୀରର ମୁଖ୍‌ତାର ଖାନ୍‌ ଓ ୟାସିନ ଦାର୍‌ ଏବଂ ଜମ୍ମୁ ନିବାସୀ ଚନ୍ନି ଆନନ୍ଦଙ୍କୁ ଚୟନ କରାଯାଇଛି। ଏହି ୩ ଫଟୋଜର୍ନାଲିଷ୍ଟ ଆସୋସିଏଟେଡ୍‌ ପ୍ରେସ୍‌ (ଏପି)ରେ କାର୍ଯ୍ୟରତ। କେନ୍ଦ୍ର ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ପରେ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଏହି ସମୟରେ ଉପତ୍ୟକାରେ କିପରି କଟକଣା ଜାରି କରାଯାଇଥିଲା ଓ କ’ଣ ସବୁ ଘଟିଥିଲା ଏହି ଫଟୋ ଜର୍ନାଲିଷ୍ଟମାନେ ତା’ର ନିଚ୍ଛକ ଛବି କ୍ୟାମେରାରେ କଏଦ୍‌ କରି ବିଶ୍ୱବାସୀଙ୍କ ସାମ୍ନାରେ ରଖିଥିଲେ। ସେହି ଫଟୋଗୁଡ଼ିକ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିଲା। ପୁଲିଜର ବୋର୍ଡ ଉପରୋକ୍ତ ୩ ଫଟୋଜର୍ନାଲିଷ୍ଟଙ୍କୁ ଏହି ପୁରସ୍କାର ପ୍ରଦାନ ସହ କଶ୍ମୀର ଉପରେ ଭାରତୀୟ ସାର୍ବଭୌମତ୍ୱର ବୈଧତାକୁ ନେଇ ପୁଲିଜର ବୋର୍ଡ ପ୍ରଶ୍ନ ଉଠାଇବା ଫଳରେ ବିବାଦ ସୃଷ୍ଟି ହୋଇଛି। ଏହାସହ ‘ନ୍ୟୁୟର୍କ ଟାଇମ୍ସ’ ପତ୍ରିକାର ନିକୋଲ୍‌ ହନ୍ନାହ-ଜୋନ୍ସଙ୍କୁ ବେଷ୍ଟ କମେଣ୍ଟାରି ଆଓ୍ବାର୍ଡ ପ୍ରଦାନ କରାଯିବା ମଧ୍ୟ ବିବାଦ ଘେରକୁ ଟାଣି ହୋଇଯାଇଛି। ନିକୋଲ୍‌ ନିଜ ମହତ୍ତ୍ୱାକାଂକ୍ଷୀ ପ୍ରବନ୍ଧ ‘ଦି ୧୬୧୯ ପ୍ରୋଜେକ୍ଟ’ରେ ଆଫ୍ରିକୀୟ କୃଷ୍ଣକାୟମାନଙ୍କୁ ଦାସ କରାଯିବାର ୪୦୦ତମ ବାର୍ଷିକୀ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଆମେରିକା ପ୍ରତି କୃଷ୍ଣକାୟଙ୍କ ଅବଦାନ ଦେଶର ଇତିହାସକୁ ବଦଳାଇ ଦେଇଥିବାବେଳେ ତାକୁ ସ୍ବୀକୃତି ନ ଦେବା ଏକ ଐତିହାସିକ ଭୁଲ୍‌। ଆମେରିକୀୟ ସ୍ବାଧୀନତାର ବିଚାରଧାରା ପାଇଁ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ନିକୋଲ୍‌ କହିଛନ୍ତି। ପୁରସ୍କାର ଘୋଷଣା ପରେ ସେ ଏହାକୁ ନିଜ ଜୀବନର ସର୍ବୋତ୍କୃଷ୍ଟ କୃତି ଭାବେ ଅଭିହିତ କରିଛନ୍ତି। ତେବେ ତାଙ୍କର ଏହି ପ୍ରୋଜେକ୍ଟକୁ କଞ୍ଜରଭେଟିଭ୍‌ଙ୍କ ସମେତ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ପୂର୍ବତନ ସ୍ପିକର ଏହାକୁ ଏକ ପ୍ରୋପାଗାଣ୍ଡା ବୋଲି କହିଛନ୍ତି। ସେହିପରି ଆମେରିକାକୁ ଅବୈଧ ଓ ବିଭାଜନ କରି ନାଗରିକଙ୍କ ମନୋବଳକୁ ଦୁର୍ବଳ କରିବା ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ ବୋଲି ଅନ୍ୟ ଜଣେ ସମାଲୋଚକ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିର ଭାଗ୍ୟ, ହେବ ବଡ଼ ପ୍ରମୋସନ ବଢିବ ଧନ

ସୂର୍ଯ୍ୟ ଗ୍ରହ ୧୭ ସେପ୍ଟେମ୍ୱର ୨୦୨୬, ଗୁରୁବାର ସକାଳ ୭ଟା ୫୮ ମିନିଟରେ କନ୍ୟା ରାଶିରେ ଗୋଚର କରିବେ। ଏହା କନ୍ୟା ସଂକ୍ରାନ୍ତି ହେବ। ଏହାର ପ୍ରଭାବରେ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri