ବିପର୍ଯ୍ୟସ୍ତ ଅବସ୍ଥାରେ ମାର୍କେଟ କମ୍ପ୍ଲେକ୍ସ : ଭଡ଼ା ଅର୍ଥ କିଏ ନେଉଛି ଜଣାନାହିଁ

ନାଉଗାଁ,୨ା୮(ସ୍ବ.ପ୍ର.): ଗ୍ରାମାଞ୍ଚଳର ବେକାର ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ବିଭିନ୍ନ ପଞ୍ଚାୟତର ଛକ ଜାଗା, ବଜାର ଆଦି ସ୍ଥାନରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରୁଛନ୍ତି। ଏସବୁ ମାର୍କେଟ କମ୍ପ୍ଲେକ୍ସର ତଦାରଖ ଦାୟିତ୍ୱ ପଞ୍ଚାୟତକୁ ପ୍ରଦାନ କରାଯାଇଛି। ହେଲେ ନାଉଗଁା ବ୍ଲକରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ କେଉଁଠି ଭଡ଼ାରେ ଲାଗିଛି ତ ଆଉ କେଉଁଠି ଭଡ଼ାରେ ଲାଗିବା ପୂର୍ବରୁ ଭାଙ୍ଗିଯାଇ ପୁନର୍ବାର ନିର୍ମାଣ ଚାଲିଛି। ଏହି ବ୍ଲକ ଜାମୁଗଁା ପଞ୍ଚାୟତରେ ନିର୍ମାଣ ହୋଇଥିବା ମାର୍କେଟ କମ୍ପ୍ଲେକ୍ସରୁ ଭଡ଼ା ସୂତ୍ରରେ ମିଳୁଥିବା ଅର୍ଥରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ହେବା କଥା। କିନ୍ତୁ ଯେଉଁ ସ୍ଥାନରେ ମାର୍କେଟ କମ୍ପ୍ଲେକ୍ସ ଭଡ଼ାରେ ଲାଗିଛି, ସେଠାରୁ ଆଦାୟ ହେଉଥିବା ଅର୍ଥ କିଏ ନେଉଛି ତାହା ଜଣାପଡୁନାହିଁ। ଫଳରେ ମାର୍କେଟ କମ୍ପ୍ଲେକ୍ସ ଗୃହ ରକ୍ଷଣାବେକ୍ଷଣା ଅଭାବରୁ ଭାଙ୍ଗିରୁଜି ଗଲାଣି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନାଉଗଁା ବ୍ଲକ କୋରୁଅ ପଞ୍ଚାୟତର ଗାରୋଇଠାରେ। ପଞ୍ଚାୟତ ଓ ପଞ୍ଚାୟତ ସମିତି ମିଳିତ ଆନୁକୂଲ୍ୟରେ ଗାରୋଇ ଆଶ୍ରମ ନିକଟ ଗୋବରୀ ନଦୀପଠାରେ ନିର୍ମାଣ କରାଯାଇଥିଲା ୧୦ ଗୃହ ବିଶିଷ୍ଟ ଏକ ମାର୍କେଟ କମ୍ପ୍ଲେକ୍ସ। ଲକ୍ଷ୍ୟ ଥିଲା ଏହି ମାର୍କେଟ କମ୍ପ୍ଲେକ୍ସ ମାଧ୍ୟମରେ ପଞ୍ଚାୟତର କେତେଜଣ ଅନୁସୂଚିତ ଜାତିର ଯୁବକଙ୍କୁ କମ୍‌ ଦାମ୍‌ରେ ଭଡ଼ାରେ ଦେଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଯିବ। କିନ୍ତୁ ସେହି ସମୟରେ ଉକ୍ତ ବର୍ଗର କୌଣସି ବ୍ୟକ୍ତି ନ ମିଳିବାରୁ ପଞ୍ଚାୟତ ତରଫରୁ ଦୋକାନ ଗୃହଗୁଡିକ ସେଠାକାର କିଛି ବ୍ୟକ୍ତିଙ୍କୁ ପ୍ରଦାନ କରାଗଲା। ସମ୍ପୃକ୍ତ ଲୋକମାନେ ଉକ୍ତ ଦୋକାନ ଭଡ଼ାରେ ନେଇ ନିଜେ ଦୋକାନ ନ କରି ଭଡ଼ା ସୂତ୍ରରେ ଅନ୍ୟକୁ ପ୍ରଦାନ କରିଥିବା ଜଣାପଡିଛି। ମାର୍କେଟ କମ୍ପ୍ଲେକ୍ସଟି ଦୀର୍ଘଦିନ ହେବ ଭଡ଼ାରେ ଲାଗିଥିଲେ ମଧ୍ୟ ପଞ୍ଚାୟତକୁ ଟଙ୍କାଟିଏ ଆସୁ ନ ଥିବା ସରପଞ୍ଚ ଅରଣ୍ୟ ନାୟକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଯେଉଁମାନେ ଘର ଭଡ଼ାରେ ଦେଇଛନ୍ତି, ସେମାନେ ପ୍ରତିମାସରେ ଟଙ୍କା ଆଦାୟ କରିନେଉଥିବା ଦୋକାନୀମାନେ କହିଛନ୍ତି। ପଞ୍ଚାୟତକୁ ଅର୍ଥ ଯାଉ ନ ଥିବାରୁ ପଞ୍ଚାୟତ ଏହାର ରକ୍ଷଣାବେକ୍ଷଣା କରୁନାହିଁ। ଫଳରେ ଘର ଛାତରୁ ପ୍ଲାଷ୍ଟର ଖସିବା ସହ ଗୃହ ସବୁ ନଷ୍ଟ ହୋଇଗଲାଣି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମାର୍କେଟ କମ୍ପ୍ଲେକ୍ସ ନଦୀ ମଧ୍ୟରେ ଥିବାବେଳେ ଏହାର ସୁରକ୍ଷା ବାଡ଼ା ନାହିଁ। କେତେବେଳେ ଦୋକାନୀ କିମ୍ବା ଗ୍ରାହକ ଅସାବଧାନତା ବଶତଃ ନଦୀ ମଧ୍ୟକୁ ପଡିଯିବେ ତାହା କହି ହେବ ନାହିଁ। ମୁଖ୍ୟ ରାସ୍ତାଠାରୁ ମାର୍କେଟ କମ୍ପ୍ଲେକ୍ସକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ବିପଯର୍‌ୟସ୍ତ ହୋଇଗଲାଣି। ବର୍ଷାଦିନେ ଏହି ରାସ୍ତାରେ ଯାତାୟାତ କରିବା କଷ୍ଟକର। ତେଣୁ ଯେଉଁ ଉଦ୍ଦେଶ୍ୟ ନେଇ ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା, ତାହା ପୂରଣ ହୋଇପାରୁ ନ ଥିବାବେଳେ କେବଳ ଅଳ୍ପ କେତେଜଣ ଲୋକଙ୍କ ସ୍ବାର୍ଥରେ ଆସୁଥିବା ଜଣାଯାଇଛି। ତେଣୁ ଏହି ମାର୍କେଟ କମ୍ପ୍ଲେକ୍ସରୁ ଆସୁଥିବା ଅର୍ଥ ଠିକ୍‌ ଭାବେ ଉପଯୋଗ କରିବା ସହ ଏହାର ରକ୍ଷଣା ବେକ୍ଷଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦିନେଶ ରାୟଙ୍କୁ ପଚାରିବାରେ ଏହାର ରିଜୋଲ୍ୟୁଶନ କରାଯାଇ ଜିଲା ପଞ୍ଚାୟତ ଅଧିକାରୀଙ୍କ ନିକଟକୁ ପଠାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri