ବିପର୍ଯ୍ୟସ୍ତ ଅବସ୍ଥାରେ ମାର୍କେଟ କମ୍ପ୍ଲେକ୍ସ : ଭଡ଼ା ଅର୍ଥ କିଏ ନେଉଛି ଜଣାନାହିଁ

ନାଉଗାଁ,୨ା୮(ସ୍ବ.ପ୍ର.): ଗ୍ରାମାଞ୍ଚଳର ବେକାର ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ବିଭିନ୍ନ ପଞ୍ଚାୟତର ଛକ ଜାଗା, ବଜାର ଆଦି ସ୍ଥାନରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରୁଛନ୍ତି। ଏସବୁ ମାର୍କେଟ କମ୍ପ୍ଲେକ୍ସର ତଦାରଖ ଦାୟିତ୍ୱ ପଞ୍ଚାୟତକୁ ପ୍ରଦାନ କରାଯାଇଛି। ହେଲେ ନାଉଗଁା ବ୍ଲକରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ କେଉଁଠି ଭଡ଼ାରେ ଲାଗିଛି ତ ଆଉ କେଉଁଠି ଭଡ଼ାରେ ଲାଗିବା ପୂର୍ବରୁ ଭାଙ୍ଗିଯାଇ ପୁନର୍ବାର ନିର୍ମାଣ ଚାଲିଛି। ଏହି ବ୍ଲକ ଜାମୁଗଁା ପଞ୍ଚାୟତରେ ନିର୍ମାଣ ହୋଇଥିବା ମାର୍କେଟ କମ୍ପ୍ଲେକ୍ସରୁ ଭଡ଼ା ସୂତ୍ରରେ ମିଳୁଥିବା ଅର୍ଥରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ହେବା କଥା। କିନ୍ତୁ ଯେଉଁ ସ୍ଥାନରେ ମାର୍କେଟ କମ୍ପ୍ଲେକ୍ସ ଭଡ଼ାରେ ଲାଗିଛି, ସେଠାରୁ ଆଦାୟ ହେଉଥିବା ଅର୍ଥ କିଏ ନେଉଛି ତାହା ଜଣାପଡୁନାହିଁ। ଫଳରେ ମାର୍କେଟ କମ୍ପ୍ଲେକ୍ସ ଗୃହ ରକ୍ଷଣାବେକ୍ଷଣା ଅଭାବରୁ ଭାଙ୍ଗିରୁଜି ଗଲାଣି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନାଉଗଁା ବ୍ଲକ କୋରୁଅ ପଞ୍ଚାୟତର ଗାରୋଇଠାରେ। ପଞ୍ଚାୟତ ଓ ପଞ୍ଚାୟତ ସମିତି ମିଳିତ ଆନୁକୂଲ୍ୟରେ ଗାରୋଇ ଆଶ୍ରମ ନିକଟ ଗୋବରୀ ନଦୀପଠାରେ ନିର୍ମାଣ କରାଯାଇଥିଲା ୧୦ ଗୃହ ବିଶିଷ୍ଟ ଏକ ମାର୍କେଟ କମ୍ପ୍ଲେକ୍ସ। ଲକ୍ଷ୍ୟ ଥିଲା ଏହି ମାର୍କେଟ କମ୍ପ୍ଲେକ୍ସ ମାଧ୍ୟମରେ ପଞ୍ଚାୟତର କେତେଜଣ ଅନୁସୂଚିତ ଜାତିର ଯୁବକଙ୍କୁ କମ୍‌ ଦାମ୍‌ରେ ଭଡ଼ାରେ ଦେଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଯିବ। କିନ୍ତୁ ସେହି ସମୟରେ ଉକ୍ତ ବର୍ଗର କୌଣସି ବ୍ୟକ୍ତି ନ ମିଳିବାରୁ ପଞ୍ଚାୟତ ତରଫରୁ ଦୋକାନ ଗୃହଗୁଡିକ ସେଠାକାର କିଛି ବ୍ୟକ୍ତିଙ୍କୁ ପ୍ରଦାନ କରାଗଲା। ସମ୍ପୃକ୍ତ ଲୋକମାନେ ଉକ୍ତ ଦୋକାନ ଭଡ଼ାରେ ନେଇ ନିଜେ ଦୋକାନ ନ କରି ଭଡ଼ା ସୂତ୍ରରେ ଅନ୍ୟକୁ ପ୍ରଦାନ କରିଥିବା ଜଣାପଡିଛି। ମାର୍କେଟ କମ୍ପ୍ଲେକ୍ସଟି ଦୀର୍ଘଦିନ ହେବ ଭଡ଼ାରେ ଲାଗିଥିଲେ ମଧ୍ୟ ପଞ୍ଚାୟତକୁ ଟଙ୍କାଟିଏ ଆସୁ ନ ଥିବା ସରପଞ୍ଚ ଅରଣ୍ୟ ନାୟକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଯେଉଁମାନେ ଘର ଭଡ଼ାରେ ଦେଇଛନ୍ତି, ସେମାନେ ପ୍ରତିମାସରେ ଟଙ୍କା ଆଦାୟ କରିନେଉଥିବା ଦୋକାନୀମାନେ କହିଛନ୍ତି। ପଞ୍ଚାୟତକୁ ଅର୍ଥ ଯାଉ ନ ଥିବାରୁ ପଞ୍ଚାୟତ ଏହାର ରକ୍ଷଣାବେକ୍ଷଣା କରୁନାହିଁ। ଫଳରେ ଘର ଛାତରୁ ପ୍ଲାଷ୍ଟର ଖସିବା ସହ ଗୃହ ସବୁ ନଷ୍ଟ ହୋଇଗଲାଣି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମାର୍କେଟ କମ୍ପ୍ଲେକ୍ସ ନଦୀ ମଧ୍ୟରେ ଥିବାବେଳେ ଏହାର ସୁରକ୍ଷା ବାଡ଼ା ନାହିଁ। କେତେବେଳେ ଦୋକାନୀ କିମ୍ବା ଗ୍ରାହକ ଅସାବଧାନତା ବଶତଃ ନଦୀ ମଧ୍ୟକୁ ପଡିଯିବେ ତାହା କହି ହେବ ନାହିଁ। ମୁଖ୍ୟ ରାସ୍ତାଠାରୁ ମାର୍କେଟ କମ୍ପ୍ଲେକ୍ସକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ବିପଯର୍‌ୟସ୍ତ ହୋଇଗଲାଣି। ବର୍ଷାଦିନେ ଏହି ରାସ୍ତାରେ ଯାତାୟାତ କରିବା କଷ୍ଟକର। ତେଣୁ ଯେଉଁ ଉଦ୍ଦେଶ୍ୟ ନେଇ ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା, ତାହା ପୂରଣ ହୋଇପାରୁ ନ ଥିବାବେଳେ କେବଳ ଅଳ୍ପ କେତେଜଣ ଲୋକଙ୍କ ସ୍ବାର୍ଥରେ ଆସୁଥିବା ଜଣାଯାଇଛି। ତେଣୁ ଏହି ମାର୍କେଟ କମ୍ପ୍ଲେକ୍ସରୁ ଆସୁଥିବା ଅର୍ଥ ଠିକ୍‌ ଭାବେ ଉପଯୋଗ କରିବା ସହ ଏହାର ରକ୍ଷଣା ବେକ୍ଷଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦିନେଶ ରାୟଙ୍କୁ ପଚାରିବାରେ ଏହାର ରିଜୋଲ୍ୟୁଶନ କରାଯାଇ ଜିଲା ପଞ୍ଚାୟତ ଅଧିକାରୀଙ୍କ ନିକଟକୁ ପଠାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଟିକେଟରେ ଯାତ୍ରା କରି ବନ୍ଧା ହେଲେ ୨୫ଜଣ

ପୁରୀ ଅଫିସ, ୨୨ା୯: ବିଭିନ୍ନ ଟ୍ରେନ୍‌ରେ ବିନା ଟିକେଟରେ ଯାତ୍ରା କରିବା ଅଭିଯୋଗରେ ୨୫ଜଣଙ୍କୁ ରେଲଓ୍ବେ ପୋଲିସ ଗିରଫ କରିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଙ୍ଗଳବାର...

ରାଜ୍ୟରୁ ଚିହ୍ନଟ ହେଲେ ୧୮ କରୋନା ପଜିଟିଭ

ଭୁବନେଶ୍ୱର,୧୪।୫(ବ୍ୟୁରୋ) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ...

ରାଜଧାନୀରେ ଚାଞ୍ଚଲ୍ୟ: ଶାବଳରେ ମା’ଙ୍କୁ ହତ୍ୟାକଲେ ଦୁଇ ନାବାଳକ ପୁଅ

ଭୁବନେଶ୍ୱର,୧୭ା୯(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର (ଡି.ଏନ୍‌.ଏ.) – ସ୍ନେହ ବଦଳରେ ମା’ ନିର୍ଯାତନା ଦେଉଥିଲେ। ମଦ ଓ ନିଶାରେ ବୁଡ଼ି ରହୁଥିବା ମା’ର ଅତ୍ୟାଚାର ଅସହ୍ୟ ହେବାରୁ ଦୁଇ...

ଚିକିତ୍ସା ଅବହେଳାରୁ ନର୍ସିଂହୋମରେ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ

ନୟାଗଡ଼ ଅଫିସ,୧୦ା୮: ନୟାଗଡ଼ ଜିଲା ସଦର ମହକୁମାରେ ଥିବା ବିଭିନ୍ନ ନର୍ସିଂହୋମ୍‌ରେ ମାଲିକମାନଙ୍କ ରାଜୁତି ଦେଖିବାକୁ ମିଳୁଛି। ଦୁଇଦିନରେ ଦୁଇଟି ନର୍ସିଂହୋମରେ ଏଭଳି କିଛି ଘଟଣା...

ଟ୍ରକରେ ଖଣିଜ ପରିବହନକୁ ନେଇ ତୁଟିଲା ବିବାଦ -ଘଟଗାଁ ବୈଠକରେ ରୋଡମ୍ୟାପ୍‌ ପ୍ରସ୍ତୁତ

କେନ୍ଦୁଝର,୨୬ା୫(ଡି.ଏନ୍‌.ଏ.)-ପାରାଦ୍ୱୀପଠାରେ କେନ୍ଦୁଝର ଓ ସୁନ୍ଦରଗଡ ଜିଲାର ଟ୍ରକଗୁଡିକରୁ ଖଣିଜ ପଦାର୍ଥ ଅନଲୋଡକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର ହୋଇଛି ା କେନ୍ଦୁଝର ଜିଲାର ଘଟଗାଁଠାରେ...

ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଚାଲିଛି ଗୋଗୁଆ-୧ ଅଙ୍ଗନୱାଡି କେନ୍ଦ୍ର

ମହାକାଳପଡ଼ା,୧ା ୮(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗୋଗୁଆ ପଞ୍ଚାୟତ ପରିସରରେ ଗୋଗୁଆ ଗ୍ରାମର ଏକ ନବନିର୍ମିତ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଅଙ୍ଗନୱାଡି କେନ୍ଦ୍ର (୧)ର ଶିଶୁମାନେ ପଢୁଥିବାର...

ବନ କର୍ମଚାରୀଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

କପ୍ତିପଦା,୨୩ା୧୦(ଡ଼ି.ଏନ.ଏ): ଶିକାରୀ ଭାବି ବନ ବିଭାଗ କର୍ମଚାରୀମାନେ ଜଣେ ଯୁବକଙ୍କୁ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ମୟୂରଭଞ୍ଜ ଜିଲା କପ୍ତିପଦା...

ଆଇଜିଆଇଟିରୁ ଛାତ୍ର ନିଖୋଜ

ପରଜଙ୍ଗ, ୧୭।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷାନୁଷ୍ଠାନ (ଆଇଜିଆଇଟି)ରେ ପଢୁଥିବା ଜଣେ ବି-ଟେକ୍‌ ଶେଷବର୍ଷ ଛାତ୍ର ନିଖୋଜ ହୋଇଯାଇଛନ୍ତି।...

Advertisement
Archives

Model This Week