ବିପର୍ଯ୍ୟସ୍ତ ଅବସ୍ଥାରେ ମାର୍କେଟ କମ୍ପ୍ଲେକ୍ସ : ଭଡ଼ା ଅର୍ଥ କିଏ ନେଉଛି ଜଣାନାହିଁ

ନାଉଗାଁ,୨ା୮(ସ୍ବ.ପ୍ର.): ଗ୍ରାମାଞ୍ଚଳର ବେକାର ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ବିଭିନ୍ନ ପଞ୍ଚାୟତର ଛକ ଜାଗା, ବଜାର ଆଦି ସ୍ଥାନରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରୁଛନ୍ତି। ଏସବୁ ମାର୍କେଟ କମ୍ପ୍ଲେକ୍ସର ତଦାରଖ ଦାୟିତ୍ୱ ପଞ୍ଚାୟତକୁ ପ୍ରଦାନ କରାଯାଇଛି। ହେଲେ ନାଉଗଁା ବ୍ଲକରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ କେଉଁଠି ଭଡ଼ାରେ ଲାଗିଛି ତ ଆଉ କେଉଁଠି ଭଡ଼ାରେ ଲାଗିବା ପୂର୍ବରୁ ଭାଙ୍ଗିଯାଇ ପୁନର୍ବାର ନିର୍ମାଣ ଚାଲିଛି। ଏହି ବ୍ଲକ ଜାମୁଗଁା ପଞ୍ଚାୟତରେ ନିର୍ମାଣ ହୋଇଥିବା ମାର୍କେଟ କମ୍ପ୍ଲେକ୍ସରୁ ଭଡ଼ା ସୂତ୍ରରେ ମିଳୁଥିବା ଅର୍ଥରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ହେବା କଥା। କିନ୍ତୁ ଯେଉଁ ସ୍ଥାନରେ ମାର୍କେଟ କମ୍ପ୍ଲେକ୍ସ ଭଡ଼ାରେ ଲାଗିଛି, ସେଠାରୁ ଆଦାୟ ହେଉଥିବା ଅର୍ଥ କିଏ ନେଉଛି ତାହା ଜଣାପଡୁନାହିଁ। ଫଳରେ ମାର୍କେଟ କମ୍ପ୍ଲେକ୍ସ ଗୃହ ରକ୍ଷଣାବେକ୍ଷଣା ଅଭାବରୁ ଭାଙ୍ଗିରୁଜି ଗଲାଣି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନାଉଗଁା ବ୍ଲକ କୋରୁଅ ପଞ୍ଚାୟତର ଗାରୋଇଠାରେ। ପଞ୍ଚାୟତ ଓ ପଞ୍ଚାୟତ ସମିତି ମିଳିତ ଆନୁକୂଲ୍ୟରେ ଗାରୋଇ ଆଶ୍ରମ ନିକଟ ଗୋବରୀ ନଦୀପଠାରେ ନିର୍ମାଣ କରାଯାଇଥିଲା ୧୦ ଗୃହ ବିଶିଷ୍ଟ ଏକ ମାର୍କେଟ କମ୍ପ୍ଲେକ୍ସ। ଲକ୍ଷ୍ୟ ଥିଲା ଏହି ମାର୍କେଟ କମ୍ପ୍ଲେକ୍ସ ମାଧ୍ୟମରେ ପଞ୍ଚାୟତର କେତେଜଣ ଅନୁସୂଚିତ ଜାତିର ଯୁବକଙ୍କୁ କମ୍‌ ଦାମ୍‌ରେ ଭଡ଼ାରେ ଦେଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଯିବ। କିନ୍ତୁ ସେହି ସମୟରେ ଉକ୍ତ ବର୍ଗର କୌଣସି ବ୍ୟକ୍ତି ନ ମିଳିବାରୁ ପଞ୍ଚାୟତ ତରଫରୁ ଦୋକାନ ଗୃହଗୁଡିକ ସେଠାକାର କିଛି ବ୍ୟକ୍ତିଙ୍କୁ ପ୍ରଦାନ କରାଗଲା। ସମ୍ପୃକ୍ତ ଲୋକମାନେ ଉକ୍ତ ଦୋକାନ ଭଡ଼ାରେ ନେଇ ନିଜେ ଦୋକାନ ନ କରି ଭଡ଼ା ସୂତ୍ରରେ ଅନ୍ୟକୁ ପ୍ରଦାନ କରିଥିବା ଜଣାପଡିଛି। ମାର୍କେଟ କମ୍ପ୍ଲେକ୍ସଟି ଦୀର୍ଘଦିନ ହେବ ଭଡ଼ାରେ ଲାଗିଥିଲେ ମଧ୍ୟ ପଞ୍ଚାୟତକୁ ଟଙ୍କାଟିଏ ଆସୁ ନ ଥିବା ସରପଞ୍ଚ ଅରଣ୍ୟ ନାୟକ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଯେଉଁମାନେ ଘର ଭଡ଼ାରେ ଦେଇଛନ୍ତି, ସେମାନେ ପ୍ରତିମାସରେ ଟଙ୍କା ଆଦାୟ କରିନେଉଥିବା ଦୋକାନୀମାନେ କହିଛନ୍ତି। ପଞ୍ଚାୟତକୁ ଅର୍ଥ ଯାଉ ନ ଥିବାରୁ ପଞ୍ଚାୟତ ଏହାର ରକ୍ଷଣାବେକ୍ଷଣା କରୁନାହିଁ। ଫଳରେ ଘର ଛାତରୁ ପ୍ଲାଷ୍ଟର ଖସିବା ସହ ଗୃହ ସବୁ ନଷ୍ଟ ହୋଇଗଲାଣି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମାର୍କେଟ କମ୍ପ୍ଲେକ୍ସ ନଦୀ ମଧ୍ୟରେ ଥିବାବେଳେ ଏହାର ସୁରକ୍ଷା ବାଡ଼ା ନାହିଁ। କେତେବେଳେ ଦୋକାନୀ କିମ୍ବା ଗ୍ରାହକ ଅସାବଧାନତା ବଶତଃ ନଦୀ ମଧ୍ୟକୁ ପଡିଯିବେ ତାହା କହି ହେବ ନାହିଁ। ମୁଖ୍ୟ ରାସ୍ତାଠାରୁ ମାର୍କେଟ କମ୍ପ୍ଲେକ୍ସକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ବିପଯର୍‌ୟସ୍ତ ହୋଇଗଲାଣି। ବର୍ଷାଦିନେ ଏହି ରାସ୍ତାରେ ଯାତାୟାତ କରିବା କଷ୍ଟକର। ତେଣୁ ଯେଉଁ ଉଦ୍ଦେଶ୍ୟ ନେଇ ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା, ତାହା ପୂରଣ ହୋଇପାରୁ ନ ଥିବାବେଳେ କେବଳ ଅଳ୍ପ କେତେଜଣ ଲୋକଙ୍କ ସ୍ବାର୍ଥରେ ଆସୁଥିବା ଜଣାଯାଇଛି। ତେଣୁ ଏହି ମାର୍କେଟ କମ୍ପ୍ଲେକ୍ସରୁ ଆସୁଥିବା ଅର୍ଥ ଠିକ୍‌ ଭାବେ ଉପଯୋଗ କରିବା ସହ ଏହାର ରକ୍ଷଣା ବେକ୍ଷଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦିନେଶ ରାୟଙ୍କୁ ପଚାରିବାରେ ଏହାର ରିଜୋଲ୍ୟୁଶନ କରାଯାଇ ଜିଲା ପଞ୍ଚାୟତ ଅଧିକାରୀଙ୍କ ନିକଟକୁ ପଠାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri