ବିପଦସଙ୍କୁଳ ଅବସ୍ଥାରେ ଜହ୍ନେଇ ନାଳ ପୋଲ

ପାଟଣା, ୬।୬ (ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ କିଆପଡା ହନୁମାନ ଛକ ରାସ୍ତାର ଜହ୍ନେଇ ନାଳ ଉପରେ ଥିବା ପୋଲଟି ଭାଙ୍ଗି ଯାଇ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଉକ୍ତ ଭଙ୍ଗା ପୋଲ ଉପରେ କିଆପଡା ଓ ଏହାର ଆଖପାଖ ଗ୍ରାମର ହଜାର ହଜାର ଲୋକ ଦୈନିକ ଜୀବନକୁ ବାଜି ଲଗାଇ ଯାତାୟତ କରୁଛନ୍ତି। ଆଗାମୀ ବର୍ଷାଋତୁ ପୂର୍ବରୁ ପୋଲଟିର ମରାମତି ନ କଲେ ସ୍ଥାନୀୟ ଲୋକଙ୍କୁ ବହୁ ହଇରାଣ ହରକତ ହେବାକୁ ପଡିବ। ପାଟଣା ବ୍ଲକ ମୁଖ୍ୟାଳୟକୁ ଆସିବା ପାଇଁ କିଆପଡା ଅଞ୍ଚଳର ଲୋକମାନେ ମୁଖ୍ୟତଃ ଏହି ପୋଲ ଉପରେ ନିର୍ଭର କରିଥାନ୍ତି। ବର୍ଷାଋତୁ ପୂର୍ବରୁ ପୋଲଟିର ମରାମତି କରିବାସହ ଉକ୍ତ ନାଳ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ତରଫରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଆକ୍ରମଣ ଘଟଣା,୪ ଜଣଙ୍କ ନାମରେ ମାମଲା

ଖଇରା,୨୫।୫(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ତୋଟାପଡ଼ା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଖେଳ ଶିକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କୁ ରବିବାର...

ପ୍ରବାସୀ ବାଲେଶ୍ୱରବାସୀଙ୍କୁ ସହାୟତା

ବାଲେଶ୍ୱର ଅଫିସ, ୬।୪-କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରାଯାଇଛି। ସମସ୍ତ ପ୍ରକାର ବାଣିଜି୍ୟକ କାରବାର ସହ ଗମନାଗମନ ବ୍ୟବସ୍ଥା ଠପ୍‌...

ସ୍ବାସ୍ଥ୍ୟସେବା ବନ୍ଦ ପ୍ରତିବାଦରେ ତହସିଲ ଅଫିସ ଘେରାଉ

ଜଳେଶ୍ୱର, ୨୦।୮-ବାଲେଶ୍ୱର ଜିଲା ଜଳେଶ୍ୱର ଜିକେଭଟ୍ଟର ହସ୍‌ପିଟାଲରେ ଗତ ୧୫ତାରିଖଠାରୁ ଅଦ୍ୟାବଧି ସ୍ବାସ୍ଥ୍ୟସେବା ବନ୍ଦ ପ୍ରତିବାଦରେ ସୋମବାର ପୂର୍ବାହ୍ନ ୧୦ଟାରୁ ଶତାଧିକ ଜନସାଧାରଣ ଜଳେଶ୍ୱର ତହସିଲ...

ସ୍ଥିତି ହରାଇଛି କୋଷ୍ଟକେନାଲ

ଭୋଗରାଇ, ୧୧ା୧୦: ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ପରିଚୟ ବହନ କରିଥିବା କୋଷ୍ଟ କେନାଲ ଏବେ ରକ୍ଷଣାବେକ୍ଷଣ ଅଭାବରୁ ସ୍ଥିତି ହରାଇ ବସିଛି। ଦିନ ଥିଲା ଏହି...

ଅଟୋ-ବାଇକ୍‌ ଧକ୍କା, ସରପଞ୍ଚଙ୍କ ମୃତ୍ୟୁ

ଭୋଗରାଇ, ୮।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ କମର୍ଦ୍ଦା ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ସେଠୀ (୪୮) ଶୁକ୍ରବାର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ତାଙ୍କ ମୃତ୍ୟୁରେ ଏହି...

ଲଗାଣ ବର୍ଷାରେ ଭାସିଲା ସହର

ଭଦ୍ରକ ଅଫିସ, ୨।୭ – ମୌସୁମୀର ୨ୟ ବର୍ଷାରେ ଭଦ୍ରକ ସହରର ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ସହରର ଖାଲୁଆ ଅଞ୍ଚଳରେ ବର୍ଷାପାଣି ଜମି ରହିଛି। ରବିବାର...

ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ ଚରମ ନିଷ୍ପତ୍ତି

ଖଇରା,୧୧।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଟୋ ଗ୍ରାମର କିଛି ଅସାମାଜିକ ଯୁବକ ଗତ ୫ ଓ ୬ତାରିଖ ଦିନ ତୁଡ଼ିଗଡ଼ିଆ ବଜାରର ବ୍ୟବସାୟୀ, ବଜାର...

ଧାନ ବିକିଲେ, ପ୍ରାପ୍ୟ ପାଇଲେନି

ବନ୍ତ, ୧୫।୬ (ଡି.ଏନ.ଏ.) – ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ବନ୍ତ ଶାଖା ଅଧୀନ ଚାଇଁପୁର ସେବା ସମବାୟ ସମିତିରେ ବହୁ ଚାଷୀ ଧାନ ବିକ୍ରୟ...

Advertisement
Archives

Model This Week