ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ର ପରିବହନ: ୧୩ ଗାଡ଼ିରୁ ୧.୮୦ ଲକ୍ଷ ଜରିମାନା ଆଦାୟ

ଅନୁଗୋଳ ଅଫିସ, ୩।୧୧ – ଅନୁଗୋଳ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶନିବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ରଙ୍କୁ ନେବାଆଣିବା କରୁଥିବା ୧୩ ଗାଡ଼ିକୁ ଧରାଯାଇଛି। ଏଥିସହ ସେଗୁଡିକରୁ ୧ ଲକ୍ଷ ୮୦ ହଜାର ଟଙ୍କା ଜରିମାନା ବାବଦରେ ଆଦାୟ କରାଯାଇଛି।
ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୋଳ ସହର ସମେତ ଛେଣ୍ଡିପଦା ଓ ବଅଁରପାଳ ଅଞ୍ଚଳରେ ପରିବହନ ବିଭାଗୀୟ କର୍ମଚାରୀମାନେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ରଙ୍କୁ ନେଉଥିବା ଅଟୋ ଓ ଟାଟା ମ୍ୟାଜିକ ଆଦିକକୁ ଅଟକା ଯାଇ ଯାଞ୍ଚ କରାଯାଇଥିଲା। ଉପଲବ୍ଧ ସିଟ୍‌ଠାରୁ ଅଧିକ ସଂଖ୍ୟାରେ ଛାତ୍ରୀଛାତ୍ରଙ୍କୁ ପରିବହନ କରୁଥିବା ଗାଡ଼ିଗୁଡିକର ଫିଟ୍‌ନେସ ଓ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଫିଟନେସ୍‌ ନ ଥିବା ଗାଡ଼ିଗୁଡ଼ିକ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ କୈଫିୟତ ମଗାଯିବାକୁ ଜିଲା ଶିକ୍ଷା ବିଭାଗକୁ ଅବଗତ କରାଯିବ ବୋଲି ପରିବହନ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି। ଏମ୍‌ଭିଆଇ ଚିତ୍ତରଞ୍ଜନ ସେନାପତି, ଆଡିସିନାଲ ଆରଟିଓ ବିନୟ କୁମାର ପାଲ, ଜୁନିୟର ଏମ୍‌ଭିଆଇ ଗିରିଶ ତ୍ରିପାଠୀ ଓ ଅନ୍ୟ ପରିବହନ ଅଧିକାରୀମାନେ ଚଢ଼ାଉରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚୋରା କେନ୍ଦୁପତ୍ର ଜବତ

ମାଧପୁର,୧୭ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ବନାଞ୍ଚଳ ଟୁସର ପଞ୍ଚାୟତର ଉରଡ଼ା ଗ୍ରାମ ନିକଟରୁ ବୁଧବାର ରାତିରେ ମାଧପୁର ବନବିଭାଗ ଏବଂ ବାମୁର ବନବିଭାଗର...

ଶଗଡ଼ିଆ ନାଳ ଉପରେ ହେବ ପୋଲ

ଛେଣ୍ଡିପଦା,୧୭ା୧୨(ସ୍ବ.ପ୍ର.): ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ପଞ୍ଚାୟତ ସରପାଳ ଗ୍ରାମରୁ ଟାଙ୍ଗିରୀକୁ ନିର୍ମାଣ ହେଉଥିବା ଏକ ରାସ୍ତାରେ ଥିବା ନାଳ ଉପରେ ପୋଲ ତିଆରି କରାଯିବ। ଛେଣ୍ଡିପଦା...

ସମଲ ଥାନା ଅଞ୍ଚଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ତାଳଚେର,୨୦।୮(ନି.ପ୍ର.): ଅନୁଗୋଳ ଜିଲା ସମଲ ଥାନା ଅନ୍ତର୍ଗତ ଏକଘରିଆ ଗ୍ରାମ ଇଟାଭାଟି ପାଖରେ ଥିବା ଏକ ଗଛ ମୂଳରୁ ମଙ୍ଗଳବାର ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି।...

ଆଠମଲ୍ଲିକରେ ସମ୍ମାନର ଲଢ଼େଇ

ବଇଣ୍ଡା,୨୧।୩(ଡି.ଏନ.ଏ.): ଆଠମଲ୍ଲିକ ଏନ୍‌ଏସି ସ୍ଥାପନ ପରଠାରୁ ୪ଥର ପୌର ନିର୍ବାଚନ ହୋଇଛି। ସେଥିରୁ ୩ଥର କଂଗ୍ରେସ ଓ ଥରଟିଏ ବିଜେଡି ଏନ୍‌ଏସି ଦଖଲ କରିବାରେ ସଫଳ ହୋଇଛି।...

ସରୁନି ସୁମିତ୍ରାଙ୍କ ସଂଘର୍ଷ

ପାଲଲହଡ଼ା, ୬।୯(ଡି.ଏନ୍‌.ଏ.):  ମା’ବାପା ବଞ୍ଚତ୍ଥିଲେ ଅଜାଡ଼ି ଦେଇଥାଆନ୍ତେ ସ୍ନେହ ସରାଗ। ରାତି ପାହିବା ବେଳକୁ ପେଟକୁ ଚିହ୍ନି ଯୋଗାଇ ଦେଇଥାଆନ୍ତେ ଖାଇବା। ଯେନତେନ କରି ନିଜେ ମୁଣ୍ଡାଇ...

ବିଦ୍ୟୁତ୍‌ ତାର ଛିଣ୍ଡି ୧ ମଇଁଷି, ୨ ପୋଢ ମୃତ

ଛେଣ୍ଡିପଦା,୧୪।୭(ସ୍ବ.ପ୍ର)-ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକ ନିକଟରେ ୧୧ କେଭି ବିଦ୍ୟୁତ୍‌ ତାର ଛିଣ୍ଡି ରବିବାର ଗୋଟିଏ ମଇଁଷି ଓ ୨ଟି ପୋଢ଼ର ମୃତ୍ୟୁ ଘଟିଛି।...

ବନ୍ତଳା ଜଙ୍ଗଲରେ ସନ୍ଦିଗ୍ଧଙ୍କ କ୍ୟାମ୍ପ

ବନ୍ତଳା,୧୨ା୧(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ଫରେଷ୍ଟ ରେଞ୍ଜ ଅଧୀନରେ ଥିବା ବାରଗୌଣିଆ ପଞ୍ଚାୟତ ମାଗୁରାଖାଲ ଗ୍ରାମ ଜଙ୍ଗଲ ଭିତରେ ହୋଇଥିବା ସନ୍ଦିଗ୍ଧଙ୍କ କ୍ୟାମ୍ପକୁ ନେଇ...

ବିଭିନ୍ନ ସ୍ଥାନରେ ଅଗ୍ନି ନିରାପତ୍ତା ଯାଞ୍ଚ

ଅନୁଗୋଳ ଅଫିସ, ୧୭।୫ ଅନୁଗୋଳ ସହର ତଥା ବିଭିନ୍ନ ଅଞ୍ଚଳରେ ଭଳିକି ଭଳି ମଲ୍‌, ଶୋ’ରୁମ୍‌ ମୁଣ୍ଡ ଟେକିଛି। କିନ୍ତୁ ଏସବୁ ମଧ୍ୟରୁ ଅନେକରେ ଅଗ୍ନି...

Advertisement
Archives

Model This Week