ବିପଦ ସଙ୍କୁଳ ତେଲ ନଦୀ ପୋଲ

ମନମୁଣ୍ଡା, ୨୯।୬ (ଡି.ଏନ.ଏ):ଦ୍ୱୈତ ସହର ମନମୁଣ୍ଡା-ସୋନପୁର ମଝିରେ ଥିବା ତେଲ ନଦୀ ପୋଲ ପଶ୍ଚିମ ଏବଂ ପୂର୍ବଦକ୍ଷିଣ ଓଡିଶାକୁ ଯୋଗ କରୁଥିବାବେଳେ ବର୍ତ୍ତମାନ ତାହା ବିପଦଶଙ୍କୁଳ ଅବସ୍ଥାରେ ରହିଛି । ଏହି ପୋଲ ୧୯୭୩ ମସିହାରେ ନିର୍ମିତ ହୋଇଥିଲା। ପ୍ରଖର ସ୍ରୋତା ତେଲ ନଦୀର ଏହି ପୋଲର ଉପରିଭାଗ ବହ ସ୍ଥାନରେ ସିମେଣ୍ଟ ଫାଟି ଗଲାଣି ଏବଂ ଅନେକ ଜାଗାରେ ବଡ ବଡ ଖାଲ ହୋଇ ଲୁହାଛଡ ମାନ ବାହାରକୁ ଦିଶିଲାଣି । ଫଳରେ କ୍ଷିପ୍ରଗତିରେ ଯାଉଥିବା ବାଇକ ଆରୋହୀମାନେ ଉକ୍ତ ଖାଲରେ ପଡି ଗୁରୁତର ଆହତ ହେଉଛନ୍ତି । ନଦୀ ବଢ଼ି ସମୟରେ ଜଳସ୍ତର ବୃଦ୍ଧି ପାଇ ପାଣି ଛାତକୁ ଛୁଉଁଛି । ବିଗତ ୩ଟି ବଡ ବନ୍ୟା ବେଳେ ବଢ଼ିପାଣି ପୋଲ ଉପରକୁ ଛିଞ୍ଚା ମାରିଥିଲା । ତେଣୁ ପୋଲ ଛାତ ମରାମତିର ଆବଶ୍ୟକତ ରହିଛ । ସେହିପରି ୪୮ବର୍ଷର ଏହି ପୋଲର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଏଠାରେ ଦ୍ୱିତୀୟ ପୋଲ ନିର୍ମାଣର ଆବଶ୍ୟକ ଥିବା ମତପ୍ରକାଶ ପାଇଛି । ଅନ୍ୟପକ୍ଷେ ତେଲନଦୀରୁ ବାଲି ଉତ୍ତୋଳନ କରି ଶତାଧିକ ଟ୍ରାକ୍ଟର ଦୈନିକ ଯାତାୟତ କରୁଥିବାରୁ ବାଲି ସବୁ ପୋଲର ଉଭୟ ପାର୍ଶ୍ୱରେ ଜମା ହୋଇ ରହୁଛି । ଫଳରେ ପୋଲରୁ ବର୍ଷା ପାଣି ନିଷ୍କାସନ ପାଇଁ ଥିବା ଗାତରେ ବାଲି ଢ଼ାଙ୍କି ହୋଇ ରହୁଥିବାରୁ ପୋଲରୁ ପାଣି ନିଷ୍କାସନ ହୋଇପାରୁନାହିଁ । ଏତତ୍‌ବ୍ୟତୀତ ପୋଲ ଉପରେ ଗାଈଗୋରୁ ସଦାସର୍ବଦା ଶୋଇ ରହି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ବେଳେ ଗୋବର ଇତସ୍ତତ ହୋଇ ପଡି ରହିଛି । ବର୍ଷା ପାଣି ଜମା ହୋଇ ରହୁଥିବାରୁ ପଥିକ, ବାଇକ ଆରୋହୀ, ସାଇକେଲ ଚାଳକମାନେ ଅସୁବିଧା ଭୋଗୁଛନ୍ତି । ବର୍ଷା ପୂର୍ବରୁ ପୋଲ ଉପରେ ଥିବା ବାଲି, ଗୋବର ସବୁ ସଫା କରିବା ସହ ପୋଲ ମରାମତି କରିବା ପାଇଁ ଜନସାଧାରଣରେ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ବୁର୍ଲା ଏମସିଏଲର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କ୍ୱାର୍ଟରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୧୩।୬,(ପ୍ରମୋଦ ବହିଦାର): ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମସିଏଲ)ର ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି…

ଭୟଙ୍କର ସଡ଼କ ଦୁର୍ଘଟଣା: ବାପା-ଝିଅଙ୍କ ଚାଲିଗଲା ଜୀବନ

ସମ୍ବଲପୁର,୧୧ା୬(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝଙ୍କାର ବନ୍ଧ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ମା’-ଝିଅଙ୍କୁ ହତ୍ୟା କରିବା ପରେ ପୋଲିସକୁ ଡାକିଲେ ଅଭିଯୁକ୍ତ: ଆଉ ତା’ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ସମ୍ବଲପୁର/ପଡ଼ିଆବାହାଲ, ୯।୬ (ପ୍ରମୋଦ ବହିଦାର/ରାଧାମୋହନ ଷଡ଼ଙ୍ଗୀ):ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ଗିରିପାଲି ଅଞ୍ଚଳରେ ମା’ଝିଅଙ୍କୁ ରବିବାର ବିଳମ୍ବିତ ରାତିରେ ପଡ଼ୋଶୀ ଯୁବକ ବେଣ୍ଟଲଗା ସାଇକେଲ କ୍ରାଙ୍କରେ…

ଗିରିପାଲିରେ ଡବଲ ମର୍ଡର: ଚେନ କ୍ରାଙ୍କ ମାଡ଼ରେ ଚାଲିଗଲା ୨ ଜଣଙ୍କ ଜୀବନ

ସମ୍ବଲପୁର,୮।୬(ପ୍ରମୋଦ ବହିଦାର): ସମ୍ବଲପୁର ଶାସନଥାନା ଅନ୍ତର୍ଗତ ଗିରିପାଲିର ଖଡ଼ିଆପଡ଼ାରେ ମା’ ଓ ଝିଅଙ୍କୁ ବୀଭତ୍ସ ହତ୍ୟା ଭଳି ଏକ ଚାଞ୍ଚଲ୍ୟକର ଘଟଣାର ଖବର ମିଳିଛି। ତେବେ ପୂର୍ବ…

ପିକ୍‌ନିକ୍‌ କରିବାକୁ ଯାଇ ପାଓ୍ବାର ଚ୍ୟାନେଲ ପାଣିରେ ବୁଡ଼ି ଛାତ୍ର ନିଖୋଜ, ପ୍ରଖର ସ୍ରୋତରେ ଭାସି…

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିରେ ବୁଡ଼ି ଜଣେ ମେଧାବୀ ଛାତ୍ର ନିଖୋଜ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।…

ହୀରାକୁଦରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍‌ସାରରେ ଭର୍ତ୍ତି…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri