ବିପଦ ସଙ୍କୁଳ ତେଲ ନଦୀ ପୋଲ

ମନମୁଣ୍ଡା, ୨୯।୬ (ଡି.ଏନ.ଏ):ଦ୍ୱୈତ ସହର ମନମୁଣ୍ଡା-ସୋନପୁର ମଝିରେ ଥିବା ତେଲ ନଦୀ ପୋଲ ପଶ୍ଚିମ ଏବଂ ପୂର୍ବଦକ୍ଷିଣ ଓଡିଶାକୁ ଯୋଗ କରୁଥିବାବେଳେ ବର୍ତ୍ତମାନ ତାହା ବିପଦଶଙ୍କୁଳ ଅବସ୍ଥାରେ ରହିଛି । ଏହି ପୋଲ ୧୯୭୩ ମସିହାରେ ନିର୍ମିତ ହୋଇଥିଲା। ପ୍ରଖର ସ୍ରୋତା ତେଲ ନଦୀର ଏହି ପୋଲର ଉପରିଭାଗ ବହ ସ୍ଥାନରେ ସିମେଣ୍ଟ ଫାଟି ଗଲାଣି ଏବଂ ଅନେକ ଜାଗାରେ ବଡ ବଡ ଖାଲ ହୋଇ ଲୁହାଛଡ ମାନ ବାହାରକୁ ଦିଶିଲାଣି । ଫଳରେ କ୍ଷିପ୍ରଗତିରେ ଯାଉଥିବା ବାଇକ ଆରୋହୀମାନେ ଉକ୍ତ ଖାଲରେ ପଡି ଗୁରୁତର ଆହତ ହେଉଛନ୍ତି । ନଦୀ ବଢ଼ି ସମୟରେ ଜଳସ୍ତର ବୃଦ୍ଧି ପାଇ ପାଣି ଛାତକୁ ଛୁଉଁଛି । ବିଗତ ୩ଟି ବଡ ବନ୍ୟା ବେଳେ ବଢ଼ିପାଣି ପୋଲ ଉପରକୁ ଛିଞ୍ଚା ମାରିଥିଲା । ତେଣୁ ପୋଲ ଛାତ ମରାମତିର ଆବଶ୍ୟକତ ରହିଛ । ସେହିପରି ୪୮ବର୍ଷର ଏହି ପୋଲର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଏଠାରେ ଦ୍ୱିତୀୟ ପୋଲ ନିର୍ମାଣର ଆବଶ୍ୟକ ଥିବା ମତପ୍ରକାଶ ପାଇଛି । ଅନ୍ୟପକ୍ଷେ ତେଲନଦୀରୁ ବାଲି ଉତ୍ତୋଳନ କରି ଶତାଧିକ ଟ୍ରାକ୍ଟର ଦୈନିକ ଯାତାୟତ କରୁଥିବାରୁ ବାଲି ସବୁ ପୋଲର ଉଭୟ ପାର୍ଶ୍ୱରେ ଜମା ହୋଇ ରହୁଛି । ଫଳରେ ପୋଲରୁ ବର୍ଷା ପାଣି ନିଷ୍କାସନ ପାଇଁ ଥିବା ଗାତରେ ବାଲି ଢ଼ାଙ୍କି ହୋଇ ରହୁଥିବାରୁ ପୋଲରୁ ପାଣି ନିଷ୍କାସନ ହୋଇପାରୁନାହିଁ । ଏତତ୍‌ବ୍ୟତୀତ ପୋଲ ଉପରେ ଗାଈଗୋରୁ ସଦାସର୍ବଦା ଶୋଇ ରହି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ବେଳେ ଗୋବର ଇତସ୍ତତ ହୋଇ ପଡି ରହିଛି । ବର୍ଷା ପାଣି ଜମା ହୋଇ ରହୁଥିବାରୁ ପଥିକ, ବାଇକ ଆରୋହୀ, ସାଇକେଲ ଚାଳକମାନେ ଅସୁବିଧା ଭୋଗୁଛନ୍ତି । ବର୍ଷା ପୂର୍ବରୁ ପୋଲ ଉପରେ ଥିବା ବାଲି, ଗୋବର ସବୁ ସଫା କରିବା ସହ ପୋଲ ମରାମତି କରିବା ପାଇଁ ଜନସାଧାରଣରେ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଝାଟିମାଟି ଘରେ ଜୀବନ

ନାକଟିଦେଉଳ,୧୯ା୩(ବୈକୁଣ୍ଠ ନାଥ ସାହୁ): ଗରିବ ଅସହାୟ ପରିବାରକୁ ପକ୍କା ଘର ଯୋଗାଇଦେବାକୁ ସରକାର ଆବାସ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର...

ସୁପ୍ତରୁ ସକ୍ରିୟ ହେଲା କଂଗ୍ରେସ

ସମ୍ବଲପୁର,୧୯ା୩(ପ୍ରମୋଦ ବହିଦାର):ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କୌଣସି ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ନିଶ୍ଚିତ ହୋଇ ପାରିନାହିଁ। ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ...

କାଳବୈଶାଖି ତାଣ୍ଡବ: ଝଡତୋଫାନ ସାଙ୍ଗକୁ କୁଆପଥର ମାଡ଼

କୁଚିଣ୍ଡା,୧୭।୩(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବଳ ଝଡତୋଫାନ ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ହୋଇଛି। ଏଥିଯୋଗୁ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି...

କର୍ମୀ ସମାବେଶରେ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

ସମ୍ବଲପୁର,୧୭ା୩(ପ୍ରମୋଦ ବହିଦାର)ପ୍ରାୟ ୧୧ମାସ ପରେ ସମ୍ବଲପୁର ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆଗମନକୁ ନେଇ କର୍ମୀ ମହଲରେ ଖୁସି ପ୍ରକାଶ...

ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରାଗଲା ଏୟାରଲିଫ୍ଟ: ସ୍ବାସ୍ଥ୍ୟାବସ୍ଥା…

ସମ୍ବଲପୁର,୧୫।୩: ପୂର୍ବତନ ରାଜ୍ୟ ସଭା ଏମ୍‌ପି ତଥା ବିଜୁ ଜନତା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଶୁକ୍ରବାର ଏୟାରଲିଫ୍ଟ କରାଯାଇଛି। ସମ୍ବଲପୁର ଜମାଦାରପାଲି ଏୟାରଷ୍ଟ୍ରିପରୁ ସ୍ବତନ୍ତ୍ର...

ମୋବାଇଲ ପାଇଁ କବାଡ଼ିଆଙ୍କୁ ହତ୍ୟା

ସମ୍ବଲପୁର,୧୪ା୩(ପ୍ରମୋଦ ବହିଦାର)ସାମାନ୍ୟ ଏକ ମୋବାଇଲ ପାଇଁ ଜଣେ କବାଡ଼ିଆବାଲାଙ୍କୁ ହତ୍ୟା କରାଯିବା ଘଟଣା ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ କତରବଗା ଥାନା ଅଞ୍ଚଳରେ ଆଲୋଚନାର ବିଷୟ...

ମଙ୍ଗଳବାର ହାଟରେ ମିଳିବ ଜୈବିକ ଉତ୍ପାଦିତ ପରିବା

ସମ୍ବଲପୁର,୧୨ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅଧୀନ ପଡ଼ିଆବାହାଲ ସାପ୍ତାହିକ ହାଟରେ ଏଣିକି ମିଶନଶକ୍ତି ମହିଳାଙ୍କ ଦ୍ୱାରା ଉତ୍ପାଦିତ ପନିପରିବା ମିଳିବ।...

ଜଙ୍ଗଲ ଜମି ଅଧିକାର ସଂଯୋଜିକାଙ୍କୁ ମାଡ଼ିବସିଲା ଭିଜିଲାନ୍ସ

କୁଚିଣ୍ଡା,୧୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଉପଜିଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ଜଙ୍ଗଲ ଜମି ଅଧିକାର ବିଭାଗ ସଂଯୋଜିକା ନିଗତ ପରବିନ୍‌ ଲାଞ୍ଚ ନେଇ ଧରା...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri