ବିନା ପାସ୍‌ରେ ଓଡ଼ିଶାରେ ପ୍ରବେଶ ମନା, ଭୁଲ ରୁଟ୍‌ରେ ଗଲେ ସିଜ୍‌ ହେବ ବସ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୩।୫(ବ୍ୟୁରୋ): ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀମାନଙ୍କୁ ସୁରୁଖୁରୁରେ ଫେରାଇ ଆଣିବା ସହ କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ପ୍ରବାସୀଙ୍କ ଫେରିବା ପାଇଁ ବସ୍‌ ଏବଂ ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଏସବୁ ସତ୍ତ୍ୱେ କିଛି ବିଶୃଙ୍ଖଳିତ ଆଚରଣ କରୁଥିବା ନଜରକୁ ଆସୁଛି। ଏହାକୁ ନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ରବିବାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ବିନା ପାସ୍‌ରେ ବସ୍‌କୁ ସୀମା ଭିତରେ ପ୍ରବେଶ ଅନୁମତି ମିଳିବ ନାହିଁ। ପାସ୍‌ ଥିଲେ ବି ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ଥିଲେ ଅନୁମତି ମନା। ଉକ୍ତ ବସ୍‌କୁ ଫେରାଇ ଦିଆଯିବ। ଗନ୍ତବ୍ୟସ୍ଥଳ ପହଞ୍ଚିବା ପାଇଁ ଧାର୍ଯ୍ୟ ରୁଟ୍‌ରୁ ଅଲଗା ରୁଟ୍‌କୁ ଯିବାକୁ ମନା କରାଯାଇଛି। ଏପରି କଲେ ସମ୍ପୃକ୍ତ ବସ୍‌କୁ ସିଜ୍‌ କରି ଦିଆଯିବ ବୋଲି ସେ କହିଛନ୍ତି।

ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ କହିଛନ୍ତି, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସମସ୍ତ ନିର୍ଦ୍ଦେଶନାମାକୁ ରାଜ୍ୟ ସରକାର ପାଳନ କରୁଛନ୍ତି। ଏସବୁ ମଧ୍ୟରେ ଜନସାଧାରଣଙ୍କ ଧୌର୍ଯ୍ୟ, ତ୍ୟାଗ, ପ୍ରଶାସନର ଚେଷ୍ଟା ଫଳରେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ସ୍ଥିତି ଭଲ ରହିଛି। ଗତ ଦୁଇ ମାସ ଭିତରେ ରାଜ୍ୟ ସରକାର ଯେଉଁ ଉପଲବ୍ଧି ପାଇଛନ୍ତି ଏହା ସହ ସାଲିସ କରିବାକୁ ଦେବୁନାହିଁ।

ଓଡ଼ିଶା ସୀମାନ୍ତ ଚେକ୍‌ ପଏଣ୍ଟ ଗୁଡ଼ିକରେ ଗନ୍ତବ୍ୟ ସୂଚନା, ପ୍ରବାସୀମାନଙ୍କ ରେଜିଷ୍ଟ୍ରେଶନ, ଗାଡ଼ି ବିଷୟରେ ସୂଚନା ଦେବାକୁ କୁହାଯାଇଥିଲା। ଯଦି ସୀମାରେ ପହଞ୍ଚିବା ବେଳକୁ ପାସ୍‌ ନ ଥିବ ତେବେ ଅସୁବିଧା ହେବ। ଗତ ଦୁଇ ଦିନ ମଧ୍ୟରେ କିଛି ବସ୍‌ ନିର୍ଦ୍ଦେଶନାମା ମାନୁ ନ ଥିବା ଦେଖାଯାଉଛି। ଏଣୁ ଏହାକୁ ଦୃଷ୍ଟିରେ ରଖି କଡ଼ା କାର୍ଯ୍ୟାନୁଷ୍ଠାନ ସ୍ବରୂପ ବସ୍‌କୁ ସିଜ୍‌ କରାଯିବ। ସେଥିରେ ଆସୁଥିବା ଲୋକେ ଯେଉଁ ପଞ୍ଚାୟତର ହୋଇ ଥାଆନ୍ତୁ ନା କାହିଁକି ସେମାନଙ୍କୁ ସେଠାରେ ନ ଛଡ଼ାଯାଇ ଅନ୍ୟ ସ୍ଥାନରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରାଯିବ। ଏପରିକି ଅବଧୀ ମଧ୍ୟ ବଢ଼ାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଆଗାମୀ ଦିନରେ ବିନା ପାସ୍‌ରେ ଓଡ଼ିଶା ଆସୁଥିବା ବସ୍‌କୁ ସୁଯୋଗ ଦିଆଯିବନାହିଁ। ଏପରିକି ବସ୍‌ ଓଭରଲୋଡେଡ୍‌ ହୋଇ ଆସିଲେ ଫେରାଇ ଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri