ବିନା ପାରିଶ୍ରମିକରେ ଦେଶୀ ଚିକିତ୍ସା କରନ୍ତି ଗୋପାଳ

ଭାପୁର,୫ା୯ (ଡି.ଏନ.ଏ.)-ସେବା ହିଁ ପରମ ଧର୍ମ। ଏହି ଉକ୍ତିକୁ ପାଥେୟକରି ବିନା ପାରିଶ୍ରମିକରେ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି ସେ। ଡାକ୍ତରୀ ପାଠ ପଢ଼ି ନ ଥିଲେ ମଧ୍ୟ ଚେରମୂଳି ଔଷଧ ସାହାଯ୍ୟରେ ଦେଶୀ ଚିକିତ୍ସା କରି ଲୋକଙ୍କ ଅର୍ଶ, ମଳକଣ୍ଟକ, ଦାନ୍ତରୋଗ ଆଦି ଭଲ କରୁଛନ୍ତି। ମା’ ମଙ୍ଗଳାଙ୍କ ଆଶୀର୍ବାଦରୁ ସେ ଗ୍ରାମ ବୈଦ୍ୟର ପରିଚୟ ପାଇଥିବାବେଳେ ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ସେ ହେଲେ ନୟାଗଡ଼ ଜିଲା ଭାପୁର ବ୍ଲକ ବାଇଗୁଣିଆ ଗ୍ରାମପଞ୍ଚାୟତ ବୋରଗାଁର ଗୋପାଳ ବାରିକ (୫୭)। ଯୁବା ବୟସରୁ ନିଜର କୌଳିକ ବୃତ୍ତିକୁ ଆଦରି ପରିବାର ପ୍ରତିପୋଷଣ କରୁଥିବା ବେଳେ ମା’ ମଙ୍ଗଳାଙ୍କ ସେ ଜଣେ ପରମ ଭକ୍ତ ଥିବାରୁ ପ୍ରତ୍ୟହ ମା’ଙ୍କ ପୂଜାନୀତି କରିଆସୁଛନ୍ତି। ମା’ଙ୍କ ଆଶୀର୍ବାଦ ପାଇ ସେ ନିଜର କୌଳିକ ବୃତ୍ତି ଛାଡ଼ି ଗ୍ରାମ୍ୟ ବୈଦ୍ୟ ପାଲଟି ଯାଇଛନ୍ତି। ସ୍ତ୍ରୀ, ୩ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର ଦୁଃଖକଷ୍ଟେ ଚଳିଆସୁଥିବାବେଳେ ଏବେ ପିଲାମାନଙ୍କ ଉପରେ ସଂସାର ଦାୟିତ୍ୱ ଲଦି ନିଜେ ସେଥିରୁ ମୁକୁଳି ଯାଇଛନ୍ତି। ସମ୍ପୂର୍ଣ୍ଣ ଶାକାହାରୀ ଖାଦ୍ୟ ଗ୍ରହଣ କରି ମା’ ମଙ୍ଗଳାଙ୍କ ଆଶୀର୍ବାଦ ନେଇ ରୋଗୀ ସେବାକୁ ବ୍ରତ କରିଛନ୍ତି। ଜଙ୍ଗଲରୁ ସଂଗୃହୀତ ଚେରମୂଳିକୁ ଔଷଧ କରି ଅର୍ଶ, ମଳକଣ୍ଟକ ଆଦି ରୋଗ ଭଲ କରୁଛନ୍ତି। ବିଶେଷକରି ଦାନ୍ତବିନ୍ଧା ରୋଗୀଙ୍କ ପୋକରା ଦାନ୍ତର ଚିକିତ୍ସା କରୁଛନ୍ତି। ସପ୍ତାହର ସମସ୍ତ ଦିନରେ ଅର୍ଶ ଓ ମଳକଣ୍ଟକ ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ଶନିବାର କେବଳ ଦାନ୍ତ ସମସ୍ୟାରେ ପୀଡ଼ିତଙ୍କୁ ଚିକିତ୍ସା କରିଥାନ୍ତି। ତେବେ ଆଶ୍ଚର୍ଯ୍ୟ କଥା, ଔଷଧୀୟ ପତ୍ରର ରସକୁ ରୋଗୀଙ୍କ କାନରେ ପକାଇ ଦାନ୍ତରୁ ପୋକସଦୃଶ କିଛି କାଢ଼ିଥାନ୍ତି। ତାଙ୍କ ଚିକିତ୍ସା ଦ୍ୱାରା ରୋଗୀ ଖୁବ୍‌ ଆଶ୍ୱସ୍ତ ହୋଇଥାଏ। ଏହି ବୃତ୍ତିରେ ସେ ଦୀର୍ଘ ୧୦ବର୍ଷ ହେଲା ବିନା ପାରିଶ୍ରମିକରେ ୧୭ଶହରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ଚିକିତ୍ସା କରିଆସିଲେଣି। ସମସ୍ତେ ଆରୋଗ୍ୟ ଲାଭ କରିଥିବା କୁହନ୍ତି। ସମସ୍ତଙ୍କ ମୁହଁରେ ଗୋପାଳଙ୍କ ପ୍ରଶଂସା। ଅର୍ଥସର୍ବସ୍ବ ଯୁଗରେ ବିନା ଅର୍ଥ, ବିନା ସ୍ବାର୍ଥରେ ରୋଗୀସେବା କରି ସେ ଅପାର ଆନନ୍ଦ ପାଇପାରୁଥିବା କୁହନ୍ତି । ରୋଗୀମାନେ ତାଙ୍କର ଆରାଧ୍ୟ ଦେବୀ ମା’ ମଙ୍ଗଳାଙ୍କ ପାଇଁ କିଛି ଭୋଗ ଓ ଧୂପଦୀପ ଦେଇ ଚିକିତ୍ସିତ ହୋଇ ଘରକୁ ଫେରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ସ୍ମୋକ୍‌ ଆର୍ଟିଷ୍ଟ ଦୀପକ କୁମାର, କହିଲେ ମୁଁ ଏହି…

କଟକ,୬ା୧୧: ଡୋନାଲ୍ଡ ଟ୍ରମ୍ପ ବୁଧବାର ହ୍ବାଇଟ୍‌ହାଉସ୍‌କୁ ବୃହତ, ଅଦ୍ୱିତୀୟ ତଥା ଶକ୍ତିଶାଳୀ ରାଜନୈତିକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ କମଲା ହାରିସ୍‌ଙ୍କୁ ପରାସ୍ତ କରି...

ପ୍ରେମ ନିବେଦନକୁ ମନା କରିବାରୁ ଅଙ୍ଗନୱାଡି କର୍ମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ହେମଗିର,୬ା୧୧(ଚେତୈନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଜୁଲୁମବାହାଲ ପଞ୍ଚାୟତ ଅନ୍ତର୍ଗତ ପୂର୍ଣ୍ଣା ଗ୍ରାମରେ ବୁଧବାର ଅପରାହ୍ନରେ ଜଣେ ଅଙ୍ଗନୱାଡି କର୍ମୀଙ୍କୁ ଟାଙ୍ଗିଆରେ ହାଣି...

ଭବାନୀପାଟଣାରୁ ବିଶାଖାପାଡ଼ଣାକୁ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ୍‌

ଭବାନୀପାଟଣା,୬ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ବିଶାଖାପାଟଣା ମଧ୍ୟରେ ଅତ୍ୟାଧୁନିକ ଜଗନ୍ନାଥ ଏକ୍ସପ୍ରେସ୍‌ ଭଲ୍‌ବୋ ବସ୍‌ ସେବାର ଶୁଭାରମ୍ଭ ହୋଇଛି। ବୁଧବାର ଅପରାହ୍ନରେ ପତାକା...

୨ ହତ୍ୟା ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏ ଜେଲ୍‌

ବ୍ରହ୍ମପୁର,୬ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରା ଜଜ୍‌ ରୂପଶ୍ରୀ ଚୌଧୁରୀ ଏକ ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ସମସ୍ତ ପ୍ରମାଣକୁ ଆଧାର କରି...

ଇଞ୍ଜିନିୟରିଂ କଲେଜରେ ର଼୍ୟାଗିଂ ଅଭିଯୋଗ: ଜୁନିୟର ଛାତ୍ରଙ୍କୁ ଆକ୍ରମଣ କଲେ ସିନିୟର, ୫ ଅଟକ

କେନ୍ଦୁଝର,୬ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରି କଲେଜ(ଜିସିଇ)ରେ ମାଇନିଂ ଇଞ୍ଜିନିୟରିଂ ବିଭାଗର ଜଣେ ଜୁନିୟର ଛାତ୍ରଙ୍କୁ ଉକ୍ତ ବିଭାଗର ସିନିୟର ଛାତ୍ରମାନେ ଆକ୍ରମଣ...

ଏନ୍‌ଏସି ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଛତ୍ରପୁର,୬ା୧୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍‌ଏସିର ଉପାଧ୍ୟକ୍ଷା ଟି.ବବିତା କୁମାରୀଙ୍କ ବିରୋଧରେ ଉକ୍ତ ଏନ୍‌ଏସିର ୧୧ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଗଞ୍ଜାମ...

ମୋବାଇଲ ନେଟୱାର୍କ ପାଇଁ ଆନ୍ଦୋଳନ: ୮ ଘଣ୍ଟା ପରେ ଓହରିଲେ , ୩ ଦିନ ଭିତରେ…

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୬।୧୧(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମରେ ଏକାଧିକ ପଞ୍ଚାୟତବାସୀ ଏକାଠି ହୋଇ ଦାରିଙ୍ଗବାଡି ମୋହନାକୁ ସଂଯୋଗ କରୁଥିବା...

୩୦ ବର୍ଷ ପରେ ତାରାତାରିଣୀ ମନ୍ଦିରରୁ ଚୋରି: ସେବେ ନେଇଥିଲେ ଚଳନ୍ତି ପ୍ରତିମା ଏବେ ନେଇଗଲେ ଅଳଙ୍କାର

ପୁରୁଷୋତ୍ତମପୁର,୬।୧୧ (ସିମାଞ୍ଚଳ ମିଶ୍ର): ଭଗବାନଙ୍କଠାରୁ ମଧ୍ୟ ଲୁଟିନେବାକୁ ଚୋରମାନେ ପଛାଉ ନାହାନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri