ବିନା ପଞ୍ଜୀକରଣରେ ଚାଲିଛି ରାସ୍ତା ପାର୍ଶ୍ୱ ବ୍ୟବସାୟ: ତଦାରଖ ହେଉନି ଖାଦ୍ୟର ମାନ

ଅନୁଗୋଳ ଅଫିସ, ୧ା୮ – ଅନୁଗୋଳ ସହରର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଛତୁ ଫୁଟିଲା ପରି ଖୋଲୁଛି ଜଳଖିଆ ଦୋକାନ, ହୋଟେଲ। ଠେଲା ଗାଡ଼ିରେ ଭଳିକି ଭଳି ଖାଦ୍ୟ ବିକ୍ରି ହେଉଛି ଜନଗହଳିପୂର୍ଣ୍ଣ ସ୍ଥାନରେ। ହେଲେ ଏଥିରୁ ଅନେକ ବ୍ୟବସାୟ ଅଣପଞ୍ଜୀକୃତ ଭାବେ ଚାଲିଥିବା ଅଭିଯୋଗ ହେଉଛି। ଏପରି କି ଏସବୁ ଖାଦ୍ୟର ମାନ କିପରି ତାହା ନା’ ଜାଣିଛନ୍ତି ଗ୍ରାହକ ନା’ ଜନସ୍ବାସ୍ଥ୍ୟ ବିଭାଗ। ଏହାର ଫାଇଦା ଉଠାଇ ବହୁ ବ୍ୟବସାୟୀ ନିମ୍ନମାନର ଓ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ହେଉଥିଲେ ବି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଯାଞ୍ଚ କରାଯାଉ ନାହିଁ। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
ସହରବାସୀଙ୍କ ଅଭିଯୋଗ ଅନୁଯାୟୀ, ଅନୁଗୋଳର ବିଭିନ୍ନ ବଜାର ପାର୍ଶ୍ୱରେ ପ୍ରାୟ ହଜାରେରୁ ଊର୍ଦ୍ଧ୍ୱ ଜଳଖିଆ, ହୋଟେଲ ଓ ଠେଲା ଦୋକାନ ଖୋଲାଯାଇଛି। କେତୋଟି ନିର୍ଦ୍ଦିଷ୍ଟ ଦୋକାନକୁ ଛାଡ଼ି ଦେଲେ ବହୁ ବ୍ୟବସାୟୀ ଖାଦ୍ୟ ପଦାର୍ଥ ପ୍ରତି ଯତ୍ନଶୀଳ ରହୁନାହାନ୍ତି। ଖାଦ୍ୟ ପ୍ରସ୍ତୁତ ବେଳେ ଯେତିକି ସତର୍କତା ଅବଲମ୍ବନ କରିବା କଥା ତାହା ଆଦୌ କରାଯାଉ ନାହିଁ। ଅସ୍ବଚ୍ଛ ତଥା ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରାଯାଉଛି। ଗ୍ରାହକଙ୍କୁ ଯେଉଁ ପାତ୍ରରେ ଖାଦ୍ୟ ପରଷା କରାଯାଉଛି ତାହାକୁ ଠିକ୍‌ ଭାବେ ସଫା କରାଯାଉନି। ଅଧିକାଂଶ ଦୋକାନୀ ବାସି ଖାଦ୍ୟକୁ ତା ପରଦିନ ଖାଦ୍ୟରେ ମିଶାଇ ବିକ୍ରି କରୁଛନ୍ତି। ସେହିପରି ରାସ୍ତା ପାର୍ଶ୍ୱରେ ଯାଇଥିବା ପାଣି ପାଇପର ବହୁ ବ୍ୟବସାୟୀ ଦୁରୁପଯୋଗ କରୁଥିବା ନଜରକୁ ଆସୁଛି। ଦୋକାନୀମାନେ ବେଆଇନ ଭାବେ ସଂଯୋଗ ନେଉଛନ୍ତି ନଚେତ ପାଇପ୍‌ ଫୁଟାଇ ଦୋକାନ ପାଇଁ ପାଣି ସଂଗ୍ରହ କରୁଛନ୍ତି। ଫଳରେ ନିମ୍ନମାନର ଖାଦ୍ୟ ସହ ଅସ୍ବାସ୍ଥ୍ୟକର ପରିବେଶରେ ପାଣି ନିଆଯାଉଥିବାରୁ ଏହା ବିଭିନ୍ନ ରୋଗର କାରଣ ହେଉଥିବା ଲୋକେ ପ୍ରକାଶ କରିଛନ୍ତି। ସମ୍ପୃକ୍ତ ବ୍ୟବସାୟୀମାନଙ୍କ ଏପରି କାର୍ଯ୍ୟକଳାପ ବାବଦରେ ଜନସ୍ବାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ ହେଉଥିଲେ ବି ବିଭାଗ ପକ୍ଷରୁ ଯାଞ୍ଚ ହେଉନାହିଁ। ଯେକୌଣସି ଖାଦ୍ୟ ସାମଗ୍ରୀ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଜନସ୍ବାସ୍ଥ୍ୟ ବିଭାଗରେ ପଞ୍ଜୀକୃତ କରିବାର ନିୟମ ରହିଛି। ମାତ୍ର ସହରର ବହୁ ବ୍ୟବସାୟୀ ଉକ୍ତ ନିୟମ ପାଳନ କରୁ ନ ଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ମଧ୍ୟ ନିଷ୍କ୍ରିୟ ଅବସ୍ଥାରେ ଚାଲିଛି। ସହରରେ କେତୋଟି ଦୋକାନ ପଞ୍ଜୀକୃତ ଏବଂ ବର୍ଷରେ କେତେ ଥର ଖାଦ୍ୟ ପଦାର୍ଥ ମାନ ଯାଞ୍ଚ ହୋଇଛି ସେ ନେଇ ବିଭାଗ ପାଖରେ ନିର୍ଦ୍ଦିଷ୍ଟ ସୂଚନା ନାହିଁ। ଅନୁଗୋଳରେ ଥିବା ଖାଦ୍ୟ ଇନ୍ସପେକ୍ଟର ହରପ୍ରିୟା ବେହେରା କହିଛନ୍ତି, ୬ ମାସ ହେବ ମାଟରନିଟି ଲିଭ୍‌ରେ ଥିଲି। ତେଣୁ ଏହି ୬ ମାସ ମଧ୍ୟରେ କ’ଣ ହୋଇଛି ଜାଣି ନାହିଁ। ସହରରେ ଥିବା କିଛି ଦୋକାନ ପଞ୍ଜୀକରଣ କରିଛନ୍ତି। ମୋ ଅନୁପସ୍ଥିତିରେ କେନ୍ଦୁଝରରେ ଥିବା ଖାଦ୍ୟ ଇନ୍ସପେକ୍ଟର ଅନୁଗୋଳ ଦାୟିତ୍ୱରେ ଥିଲେ। ସେ କ’ଣ କରିଛନ୍ତି ସେ ସମ୍ପର୍କରେ ଅନୁଧ୍ୟାନ କରିବି। ଖାଦ୍ୟର ମାନ ଠିକ୍‌ ରଖିବା ଓ ପଞ୍ଜୀକରଣ କରିବା ସମ୍ପର୍କରେ ଦୋକାନୀମାନଙ୍କୁ ସଚେତନ କରିବାକୁ ଆଗକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଯେଉଁଠୁ ବି ଅଭିଯୋଗ ଆସୁଛି ସେଠାରେ ଅନୁଧ୍ୟାନ କରାଯାଉଛି ବୋଲି ବେହେରା କହିଛନ୍ତି। ଏଡିଏମ୍‌ଓ ପିଏଚ୍‌ ରାକେଶ ସାହୁ କହିଛନ୍ତି, ସହରରେ ହଜାରେ ପାଖାପାଖି ଦୋକାନ ପଞ୍ଜୀକରଣ ହୋଇଛି। ଖାଦ୍ୟ ଇନ୍ସପେକ୍ଟର ନ ଥିବାରୁ ନିୟମିତ ଚଢ଼ାଉ ହୋଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

ପୁଣି ଝୁଲିଲା ରଜନୀକାନ୍ତଙ୍କ ଭାଗ୍ୟ

ଅନୁଗୋଳ,୧୨।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ଦଳ କାହାକୁ ପ୍ରାର୍ଥୀ କରିବ ତାହା ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ସ୍ପଷ୍ଟ ହୋଇନାହିଁ।...

ତୁଟୁନି ବିଜେଡିର ଟିକେଟ ଝମେଲା

ଭୁବନେଶ୍ୱର,(ଅନିଲ ଦାସ)/ ଅନୁଗୋଳ, ୧୦ା୪ (ଅମିତ କୁମାର ସାମଲ):ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ଟିକେଟ ଝମେଲା ତୁଟୁନି। ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା...

ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ମନାଉଛନ୍ତି ବିଜେଡି, ଭାଜପା ପ୍ରାର୍ଥୀ

ପାଲଲହଡ଼ା,୮ା୪ (ଦିବ୍ୟଜ୍ୟୋତି ଦାଶ): ୨୦୨୪ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ଜାରି ରହିଛି। ଅନୁଗୋଳ ଜିଲାର ପାଲଲହଡ଼ା ବିଧାନସଭା...

ଥଇଥାନ ନେତାଙ୍କ ମନ ବୁଝୁ ନ ଥିବା ଚର୍ଚ୍ଚା

ଅନୁଗୋଳ,୮ା୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ରାଜନୀତିରେ ବିଜୁ ଜନତା ଦଳକୁ ନେଇ ଏବେ ସରଗରମ ଆଲୋଚନା ଚାଲିଛି। ଦଳ ପକ୍ଷରୁ ତୃତୀୟ ପର୍ଯ୍ୟାୟ...

ଚାଲିଛି ଇସ୍ତଫା, ଦଳଡିଆଁ ପର୍ବ

ଅନୁଗୋଳ,୭ା୪ (ଅମିତ କୁମାର ସାମଲ)ଅନୁଗୋଳ ଜିଲା ରାଜନୀତିରେ ଏବେ ଜୋର୍‌ଧରିଛି ଇସ୍ତଫା ଓ ଦଳଡିଆଁ ପର୍ବ। ବିଶେଷକରି ବିଜେଡି ଓ ଭାଜପାର ପ୍ରାର୍ଥୀ ଘୋଷଣା ପରେ...

ଏନ୍‌ଟିପିସି ପ୍ଲାଣ୍ଟରେ ଭୟାଭୟ ଅଗ୍ନିକାଣ୍ଡ

ଅନୁଗୋଳ,୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା କଣିହାଁ ସ୍ଥିତ ଏନ୍‌ଟିପିସି କନ୍‌ଭର ଲାଇନ୍‌ରେ ଶନିବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣା ସ୍ଥଳରେ...

ଭାଜପାରେ ରମେଶ, ସ୍ବାଗତ କଲେ ଧର୍ମେନ୍ଦ୍ର

ଛେଣ୍ଡିପଦା,୬ା୪ (ଅଜିତ ଧଳ): ବିଜେଡି ଛାଡ଼ିବାର ୨୪ ଘଣ୍ଟା ନ ପୂରୁଣୁ ଅନୁଗୋଳ ଜିଲା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଶୁକ୍ରବାର ଭାଜପାରେ ସାମିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri