ବିଧ୍ୱଂସୀ ପଙ୍ଗପାଳ

ଅଜୟ କୁମାର ସାହୁ

କରୋନା ଦାଉରୁ ଭାରତ ଉଦ୍ଧାର ପାଇ ନ ଥିବା ବେଳେ ପଙ୍ଗପାଳ ଦଳ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ଭାରତୀୟ ଚାଷୀ ତ୍ରାହି ତ୍ରାହି ଡାକୁଛନ୍ତି। କୋଟି କୋଟି ପଙ୍ଗପାଳ ଯେଉଁ ଖେତରେ ପଶୁଛନ୍ତି ସେ ଖେତକୁ ଖାଇ ସଫା କରିଦେଉଛନ୍ତି। ଫଳରେ ହଜାର ହଜାର ଏକର ଜମିର ଗହମ, ସୋରିଷ, ଅମୃତଭଣ୍ଡା, ଅଙ୍ଗୁୁର, ଭେଣ୍ଡି, ବାଇଗଣ, ତରଭୁଜ, ମକା, ବାର୍ଲି, କପା ଓ ପନିପରିବା ଖେତ ଛାରଖାର ହୋଇଯାଉଛି। ଏମାନେ ସବୁ ଖାଇ ତୁରନ୍ତ ଜୀର୍ଣ୍ଣ କରିଦିଅନ୍ତି। ପଙ୍ଗପାଳ ଦଳକୁ ଘଉଡାଇବା ପାଇଁ ଚାଷୀ ବାଜା ବଜାଇ, ଢୋଲ ପିଟି, ଥାଳି ବାଡ଼େଇ, ଟ୍ରକ ହନର୍ର୍ ଶବ୍ଦ କରି, ନିଆଁ ଲଗାଇ, ଧୂଆଁ କରି, ଡିଜେ ଶବ୍ଦ କରି, କପଡା ଉଡ଼ାଇ ପାରୁପର୍ଯ୍ୟନ୍ତ ଉଦ୍ୟମ କରୁଛି। କିନ୍ତୁ ଫଳ କିଛି ମିଳୁନାହିଁ। ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।
ଏପରି ପରିସ୍ଥିତି ସହ ସଂଗ୍ରାମ କରୁଛି ପଶ୍ଚିମ ଓ ମଧ୍ୟ ଭାରତର ରାଜସ୍ଥାନ, ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ, ଗୁଜରାଟ ଓ ମଧ୍ୟପ୍ରଦେଶର ଚାଷୀ। ଦିଲ୍ଲୀ ଓ ମହାରାଷ୍ଟ୍ରରେ ମଧ୍ୟ ଏମାନଙ୍କ ଉପସ୍ଥିତି ଦେଖାଗଲାଣି। କିଛିଦିନ ହେଲା ଇରାନରୁ ପାକିସ୍ତାନର ସିନ୍ଧ୍‌ ପ୍ରଦେଶ ଓ ବେଲୁଚିସ୍ତାନ ଦେଇ ପ୍ରାୟ ପଚାଶରୁ ଷାଠିଏ କୋଟି ପଙ୍ଗପାଳ ରାଜସ୍ଥାନର ଜୈସଲମାର ଦେଇ ଭାରତରେ ପ୍ରବେଶ କରିଛନ୍ତି। ତୀକ୍ଷ୍‌ଣ ଦୃଷ୍ଟି ସମ୍ପନ୍ନ ଏହି ପଙ୍ଗପାଳ ଦଳ ଦିନକୁ ୯୦ ମାଇଲ ବେଗରେ ଗତି କରି ଭାରତରେ ପହଞ୍ଚିଛନ୍ତି। ଏମାନେ ଖେତ ନଷ୍ଟ କରିବା ସହ ଗୋଟିଏ ଗୋଟିଏ ପଙ୍ଗପାଳ ୫୦ରୁ ୧୦୦ ଲାର୍ଭା ଦେଇ ସେ ସବୁକୁ ଛୁଆ କରାଇ ସଂଖ୍ୟା ବଢାଇ ଆଗକୁ ବଢ଼ିବାରେ ଲାଗିଛନ୍ତି। ଏମାନେ ବର୍ଷକୁ ତିନିଥର ଲାର୍ଭା ଦିଅନ୍ତି। ୩ରୁ ୫ ଇଞ୍ଚ ଏମାନଙ୍କ ଆକାର ଓ ଧୂସର ସବୁଜିଆ ଏମାନଙ୍କ ରଙ୍ଗ ହୋଇଥାଏ। ଏହି ଉଡ଼ନ୍ତା ପତଙ୍ଗ ନିଜଠାରୁ ଦୁଇ ଗୁଣ ଓଜନର ଫସଲ ଖାଇ ଜୀର୍ଣ୍ଣ କରିଦିଅନ୍ତି। ଗୋଟିଏ ଛୋଟିଆ ପଙ୍ଗପାଳ ଦଳ ୧୦ ହାତୀ ଓ ୨୫ ଓଟର ଦୈନିକ ଖାଦ୍ୟ ଚରିଯାଆନ୍ତି, ଯାହା ୩୫୦୦୦ ଲୋକଙ୍କର ଦୈନିକ ଖାଦ୍ୟ ସହ ସମାନ। ଦୈନିକ ୨୦୦କିମି ଉଡିପାରୁଥିବା ଏହି ପତଙ୍ଗ ସାରେ ଯେଉଁଠି ପହଞ୍ଚନ୍ତି ସେଠି ଏକ ଘଣ୍ଟା ପାଇଁ ପୂରା ବିଶ୍ରାମ ନିଅନ୍ତି ଏବଂ ନୂତନ ଶସ୍ୟ କ୍ଷେତ ଅନ୍ବେଷଣରେ ପୁଣି ଉଡିବା ଆରମ୍ଭ କରନ୍ତି। ପବନର ଦିଗ ସହ ତାଳଦେଇ ରାତିରେ ଯାତ୍ରା କରିବାକୁ ଏମାନେ ଅଧିକ ଭଲ ପାଆନ୍ତି। ଆଗରୁ ପଙ୍ଗପାଳ ସବୁଜ ଗଛ ଉପରେ ବସିବାକୁ ଭଲ ପାଉଥିଲେ। ଏବେ କିନ୍ତୁ ଏମାନେ ଯେଉଁଠି ପାରୁଛନ୍ତି ସେଇଠି ବସିଯାଉଛନ୍ତି। ତେଣୁ ଯାବତୀୟ ସାମାଜିକ ସମସ୍ୟା ସୃଷ୍ଟି ହେଉଛି। ଏଯାବତ୍‌ ୫୦ ପଙ୍ଗପାଳ ଦଳ ଭାରତ ଉପରେ ଆକ୍ରମଣ କରିସାରିଛନ୍ତି। ଆଗାମୀ ଦିନରେ ଆଠ ହଜାର କୋଟି ପଙ୍ଗପାଳ ଭାରତ ଉପରେ ଆକ୍ରମଣ କରିବାର ସମ୍ଭାବନା ରହିଛି ବୋଲି ମିଳିତ ଜାତିସଂଘ ସତର୍କ କରିଛି। ଏଥରର ପଙ୍ଗପାଳ ଗୋଟିଏ ଦଳରେ ୫୦୦ ଗୁଣା ଅଧିକ ରହିଥିବା ଭାରତୀୟ କୃଷି ବିଜ୍ଞାନୀ ଅନୁମାନ କରୁଛନ୍ତି। ପାକିସ୍ତାନ ଚାହିଁଥିଲେ କୀଟନାଶକ ଔଷଧ ଛିଞ୍ଚି ଏହି ପଙ୍ଗପାଳ ଦଳକୁ ନଷ୍ଟ କରିପାରିଥାନ୍ତା। କିନ୍ତୁ ସେମିତି କଲାନାହିଁ କି ଭାରତକୁ ସୂଚନା ମଧ୍ୟ ଦେଲା ନାହିଁ। ସାଧାରଣତଃ ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ବଂଶ ବୃଦ୍ଧିକରି ଖାଦ୍ୟ ଅନ୍ବେଷଣରେ ଏମାନେ ବାହାରିଥାନ୍ତି। କିନ୍ତୁ ଏଥର ବହୁ ଆଗରୁ ଆସି ଅଧିକ ସମସ୍ୟା ସୃଷ୍ଟି କରିଛନ୍ତି। ଫଳରେ ଫସଲ ନଷ୍ଟ ସହ ରାସ୍ତାରେ ଉଡ଼ି ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି କରୁଛନ୍ତି।
ଏହା ଝିଣ୍ଟିକା ପ୍ରଜାତିର ଛୋଟ ପତଙ୍ଗ। ଅସନ୍ତୁଳିତ ଜଳବାୟୁ କାଳରେ ଏମାନେ ଜନ୍ମ ନେଇ ପ୍ରାୟ ତିନି ମାସ ବଞ୍ଚି ରୁହନ୍ତି। ମେ ୨୦ରେ ଏହି ପଙ୍ଗପାଳ ଦଳ ଭାରତରେ ପଶି ପ୍ରାୟ ୩.୫ଲକ୍ଷ ଲୋକଙ୍କର ବର୍ଷକର ଖାଦ୍ୟ ଖାଇ ସାରିଲେଣି। ଏଥିପୂର୍ବରୁ ଏମାନେ ପୂର୍ବ ଆଫ୍ରିକାର ଇଥିଓପିଆ, ସୋମାଲିଆ, ଉଗାଣ୍ଡା, ସୁଦାନ, କେନିଆ, ତାଞ୍ଜାନିଆ ଆଦି ଦେଶରେ ପ୍ରଭୂତ କ୍ଷତି ଘଟାଇ ଖାଦ୍ୟାଭାବ ସମସ୍ୟା ସୃଷ୍ଟି କରି ସାରିଛନ୍ତି। ଏହି ଦଳ ମଧ୍ୟପ୍ରଦେଶ ଦେଇ ଓଡ଼ିଶାରେ ପ୍ରବେଶ କରିପାରେ ବୋଲି ଆକଳନ କରାଯାଉଛି। ଇତିମଧ୍ୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ଚାଷୀମାନଙ୍କ ପାଇଁ ଉପଦେଶାବଳୀ ଜାରି କରାଯାଇଛି। ଫସଲ ଉପରେ ନିମ୍ବ ତେଲ ଓ ନିମ୍ବ ଜାତୀୟ ଔଷଧ ସିଞ୍ଚନ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଷାଠିଏ ଦଶକ ପରେ ଓଡ଼ିଶାରେ କେବେ ପଙ୍ଗପାଳ ଆକ୍ରମଣ ହୋଇ ନ ଥିଲା। ତେଣୁ ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ପଙ୍ଗପାଳ ଦଳକୁ ଘଉଡାଇବା ପାଇଁ ପ୍ରାୟ ୭୦୦ ଟ୍ରାକ୍ଟର, ୭୫ ଅଗ୍ନିଶମ ଇଞ୍ଜିନ ଓ ୫୦ ଯାନବାହନ କୀଟନାଶକ ସ୍ପ୍ରେ କରିବା ପାଇଁ ଲଗାଯାଇଛି ବୋଲି ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ପକ୍ଷରୁ ଜଣାପଡ଼ିଛି। ଆବଶ୍ୟକ ପଡିଲେ ଡ୍ରୋନ୍‌ର ସହଯୋଗ ମଧ୍ୟ ନିଆଯିବ। ୧୯୭୮,୧୯୯୩ ଓ ୧୯୯୮ ମସିହାରେ ଏମିତିକା ପଙ୍ଗପାଳ ଦଳ ଭାରତରେ ବହୁତ କ୍ଷତି କରିଥିଲେ। ଦୀର୍ଘ ୨୬ ବର୍ଷ ପରେ ଏମାନେ ଭାରତରେ ପୁଣି ଆତଙ୍କ ଖେଳାଇଛନ୍ତି।
ବିଶ୍ୱରେ ମରୁଭୂମି, ପ୍ରବାସୀ ଓ ଆଫ୍ରିକୀୟ ପ୍ରବାସୀ ଭାବରେ ତିନି ପ୍ରକାର ପଙ୍ଗପାଳ ଦଳ ଦେଖାଦେଇଥାନ୍ତି। ବିଶ୍ୱରେ ମରୁଭୂମି ପଙ୍ଗପାଳ ପ୍ରଜାତି ବହୁତ ଭୟଙ୍କର ଏବଂ ଏମାନେ ଉଡିବା ବେଳେ ବାଟରେ ଯାହା ପଡେ ତାକୁ ଖାଇ ଦିଅନ୍ତି। ଏମାନେ ନିୟୁତ ନିୟୁତ ଲୋକଙ୍କ ଖାଦ୍ୟ ଯୋଗାଣ, ଜୀବନ ଓ ଜୀବିକା ପାଇଁ ବିପଦ ସୃଷ୍ଟି କରିଥାନ୍ତି। ଏବେ ଆତଙ୍କ ସୃଷ୍ଟି କରିଥିବା ପଙ୍ଗପାଳ ଏହି ମରୁଭୂମି ପ୍ରଜାତିର ବୋଲି ଜଣାପଡିଛି। ଥରେ ଏହି ଦଳ ଉଡ଼ିବା ଆରମ୍ଭ କଲେ ୧୬ ବର୍ଗ ନିୟୁତ କିମି ଅଞ୍ଚଳ ଆଚ୍ଛାଦିତ କରି ଉଡ଼ିଥାନ୍ତି। ମଉରିଟାନିଆରୁ ଯାତ୍ରା ଆରମ୍ଭ କରି ସାହାରା ମରୁଭୂମି ଦେଇ ଆରବ, ପାକିସ୍ତାନ ଓ ଭାରତରେ ପ୍ରବେଶ କରିଥାନ୍ତି। ବିଶ୍ୱରେ ଉତ୍ତାପ ଆଶାତୀତ ବୃଦ୍ଧି ପାଇଥିବାରୁ ପଙ୍ଗପାଳ ଅଧିକ ସୃଷ୍ଟି ହେଉଛନ୍ତି ବୋଲି ୟ୍‌ୁନିଭରସିଟି ଅଫ୍‌ ହମବର୍ଗ (ସେଣ୍ଟର ଫର ନ୍ୟାଚୁରାଲ ସାଇନ୍‌ସ)ର ଏଣ୍ଟୋମୋଲୋଜି ବିଭାଗ ପ୍ରମୁଖ ମାର୍ଟିନ ହୁସେମାନ କହିଛନ୍ତି। ଏମାନଙ୍କୁ ନିୟନ୍ତ୍ରଣକୁ ଆଣି ନ ପାରିଲେ ସଭ୍ୟତା ଏକ ମହାବିପତ୍ତିର ସମ୍ମୁଖୀନ ହେବ, ଏମାନେ ଖାଦ୍ୟ ସୁରକ୍ଷାକୁ ବିପଦ ସୃଷ୍ଟି କରିବେ ଏବଂ ଆର୍ଥିକ ବିକାଶ ଧାରାକୁ ମଧ୍ୟ ପ୍ରଭାବିତ କରିବେ ବୋଲି ଓ୍ବାଲର୍‌ଡ ଫୁଡ୍‌ ପ୍ରୋଗ୍ରାମ୍‌ ଏକ୍‌ଜିକ୍ୟୁଟିଭ ଡିରେକ୍ଟର ଡେଭିଡ୍‌ ଏସ୍‌ଲେ ସତର୍କ କରାଇଛନ୍ତି। ଏମାନଙ୍କ ଯୋଗୁ ମଣିଷ ଛଡ଼ା ପଶୁ ଓ ପକ୍ଷୀ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇ ମୃତ୍ୟୁବରଣ କରିପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି।
ଭାରତ ଏବେ ଏହି ସମସ୍ୟାକୁ ଗୁରୁତର ସହ ନେଇଛି। କୃଷି ବିଭାଗରେ ସ୍ବତନ୍ତ୍ର ମନିଟରିଙ୍ଗ କକ୍ଷ ଖୋଲାଯାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରତ୍ୟକ୍ଷ ଭାବରେ ଏହି ସମସ୍ୟାକୁ ଅନୁଧ୍ୟାନ କରୁଛନ୍ତି ଏବଂ ବିହିତ ପଦକ୍ଷେପ ପାଇଁ ପରାମର୍ଶ ଦେଉଛନ୍ତି। ଜୁନ୍‌ ଓ ଜୁଲାଇରେ ହେବାକୁ ଥିବା ସମ୍ଭାବ୍ୟ ଆକ୍ରମଣକୁ ପ୍ରତିରୋଧ କରିବା ପାଇଁ ଇରାନ ଓ ପାକିସ୍ତାନ ସରକାର ସହ ମିଳିତ ଆଲୋଚନା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ମିଳିତ ଜାତିସଂଘ ମଧ୍ୟ ଚିନ୍ତା ପ୍ରକଟ କରିଛି। ବିକଶିତ ରାଷ୍ଟ୍ର ସମୂହଠୁ ଆର୍ଥିକ ସହାୟତା ସଂଗ୍ରହ କରି ପ୍ରଭାବିତ ରାଷ୍ଟ୍ରମାନଙ୍କୁ ଯୋଗାଇବା ଯୋଜନା କରିଛି। ବିଶ୍ୱ ବ୍ୟାଙ୍କ ମଧ୍ୟ ୫୦୦ ମିଲିୟନ ଡଲାରର ଆର୍ଥିକ ଅନୁଦାନ ଅନୁମୋଦିତ କରିଛି। ପଙ୍ଗପାଳ ପ୍ରଭାବିତ ଚାଷୀଙ୍କୁ ସ୍ବଳ୍ପ ସୁଧରେ ଏହି ଅର୍ଥ ଋଣ ଆକାରରେ ଦେବା ପାଇଁ ପ୍ରସ୍ତାବ ରଖିଛି। ଏ ପଙ୍ଗପାଳ ସମସ୍ୟାର ସ୍ଥାୟୀ ସମାଧାନ ଖୋଜିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।
କୋରାପୁଟ, ମୋ-୯୪୩୭୦୯୦୯୫୪


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri