ବିଦ୍ୟୁତ ସମସ୍ୟାର ସମାଧାନ କର

ବରଗଡ଼ ଅଫିସ୍‌,୭।୫- ବରଗଡ଼ ସହରରେ ବିଦ୍ୟୁତ ବିଭ୍ରାଟ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ଏହି ସମସ୍ୟାର ସମାଧାନ ପାଇଁ ବୁଧବାର ସ୍ଥାନୀୟ ବିଦ୍ୟୁତ ଉପଭୋକ୍ତା ସଂଘ ଏବଂ ୱେସ୍କୋ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉପଭୋକ୍ତା ସଂଘର ପ୍ରତିନିଧିମାନେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ସେହିପରି ବିଭିନ୍ନ ସ୍ଥାନରେ ବିପଦଶଙ୍କୁଳ ଅବସ୍ଥାରେ ରହିଥିବା ବିଦ୍ୟୁତ ତାର, ଟ୍ରାନ୍ସଫର୍ମର ଉପରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାପରେ ଉପସ୍ଥିତ ବିଭାଗୀୟ ଅଧିକାରୀମାନେ ବିଦ୍ୟୁତ ବିଭ୍ରାଟର କାରଣ ଉପରେ କହିବା ସହିତ ସେହି ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ । ବୈଠକରେ ବିଦ୍ୟୁତ ଉପଭୋକ୍ତା ସଂଘର ସମ୍ପାଦକ ପ୍ରିତମ ସିଂ, କୃଷ୍ଣଚନ୍ଦ୍ର ପଣ୍ଡା, ଲିପସିତ୍‌ ମିଶ୍ର, ଅଭିଜିତ୍‌ ପ୍ରତିହାର, ଦିପ୍ତୀମୟୀ ମିଶ୍ର, ରାଧାରାଣୀ ମିଶ୍ର ଉପସ୍ଥିତ ଥିଲେ । ସେହିପରି ୱେସ୍କୋର ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀ ଅନୁପମ ଦାଶ, ଏସଡ଼ିଓ ହିମାଂଶୁ ଶେଖର ସାମନ୍ତରାୟ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ମହାରଣା, ଲକ୍ଷ୍ମଣ ପ୍ରଧାନ, ମନୋଜ ସେଠୀ ପ୍ରମୁଖ ଆଲୋଚନରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,୨୯ା୭(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରାଠାରେ ରବିବାର ସନ୍ଧ୍ୟାରେ ବିଲରେ ହଳ କରୁଥିବାବେଳେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଉକ୍ତ...

୫ ଦିନ ପରେ ଧରାପଡ଼ିଲେ ଚମ୍ପଟ କଏଦୀ

ବଡବିଲ, ୧୮।୮ (ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡବିଲସ୍ଥିତ ସବ୍‌ ଜେଲ୍‌ ପାଚେରି ଡେଇଁ ଚମ୍ପଟ ମାରିଥିବା ବିଚାରଧୀନ କଏଦୀ ସାୱନ ପାତ୍ର ଓରଫ କୁନାଙ୍କୁ ୫...

ଅନୁଗୋଳ ବନଖଣ୍ଡର ଅଭିନବ ପଦକ୍ଷେପ : ଗଜ ଉପଦ୍ରବ ରୋକିବେ ‘ଗଜବନ୍ଧୁ’

ଅନୁଗୋଳ ଅଫିସ, ୨୨।୬ – ଅନେକ ସମୟରେ ଗଁ। ରେ ପଶି ମଣିଷ ମାରୁଛି ହାତୀ। ଦଳି ଚକଟି ନଷ୍ଟ କରୁଛି ହେକ୍ଟର ହେକ୍ଟର ଫସଲ।...

ଅଗ୍ନିକାଣ୍ଡରେ ତିନି ବଖରା ଜଳିଗଲା

ମାଧପୁର, ୨୫।୩(ଡି.ଏନ୍‌.ଏ.): ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତ ନକଟିଦେଉଳ ଗ୍ରାମରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରାଜନ ପେରେକଙ୍କ ଦୁଇ ବଖରା ଏବଂ ମୁରଲୀ...

ଅଗ୍ନିକାଣ୍ଡ: ୬ ଗୋରୁ ଜୀବନ୍ତ ଦଗ୍ଧ

ଧାମନଗର, ୧୯।୭(ଡି.ଏନ୍‌.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ଦେଉଳଡ଼ିହି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବୈଷ୍ଣବ ଜେନାଙ୍କ ଗୁହାଳ ସଂପୂଣ୍ଣ ଜଳିଯାଇଛି। ଗୁହାଳରେ...

ଛେଣ୍ଡିପଦାରେ ଫସିଥିବା ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇଲା ପ୍ରଶାସନ

ଛେଣ୍ଡିପଦା,୫।୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଝାଡଖଣ୍ଡ ଅଞ୍ଚଳର ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,...

ଶ୍ରମିକଙ୍କ ରହିବା, ଖାଇବାର ବ୍ୟବସ୍ଥା କଲା ପ୍ରଶାସନ

ଆନନ୍ଦପୁର,୨୨।୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ପୌରପ୍ରଶାସନ ପକ୍ଷରୁ ଭୁବନେଶ୍ୱରରୁ ଚାଲି ଚାଲି ଆସିଥିବା ୯ ଜଣ ଶ୍ରମିକଙ୍କ ରହିବା ଖାଇବାର ବ୍ୟବସ୍ଥା କରାଯାଇଛି। ଲକ୍‌ ଡାଉନ...

ଆଶୀର୍ବାଦଙ୍କୁ କ୍ଲିନ୍‌ଚିଟ୍‌

କଟକ ଅଫିସ,୧୫।୯: ରାଜ୍ୟ କ୍ରୀଡାର ବରିଷ୍ଠ ସଙ୍ଗଠକ ଆଶୀର୍ବାଦ ବେହେରାଙ୍କୁ ସୁପ୍ରିମ୍‌କୋର୍ଟ କ୍ଲିନ୍‌ଚିଟ୍‌ ଦେଇଛନ୍ତି। ଓଡ଼ିଶା ଅଲିମ୍ପିକ ଆସୋସିଏଶନ(ଓଓଏ) ପକ୍ଷରୁ ବିବାଦୀୟ ଜମି ଉପରେ ଦୋକାନ...

Coronavirus Update


Archives

Model This Week

Why Dharitri