ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୪ ଶ୍ରମିକ ଆହତ

ରସାଳପୁର,୩୧।୮(ଡି.ଏନ.ଏ.)- ବାଲେଶ୍ୱର ସହରର ଆଇଟିଆଇ ପଡ଼ିଆ ପାର୍ଶ୍ୱରେ ବିଦ୍ୟୁତ୍‌ ଖୁଣ୍ଟ ପୋତିବା କାମରେ ନିୟୋଜିତ ୪ ଠିକା ଶ୍ରମିକ ଶନିବାର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଆହତ ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଶ୍ରମିକମାନେ ହେଲେ ଶିଳ୍ପାଞ୍ଚଳ ଥାନା ସୋମନାଥପୁର ଅଯୋଧ୍ୟାନଗର ଅଞ୍ଚଳର ମହେଶ୍ୱର ସିଂ (୨୨), ଶିବା ସିଂ (୨୪), ପର୍ଶୁରାମ ମଲ୍ଲିକ (୨୫) ଏବଂ ରେମୁଣା ଥାନା ଦୋଳଗୋହିରା ଅଞ୍ଚଳର ରଜତ ସେଠୀ (୧୯)। ସେମାନଙ୍କ ପାଖରେ ବିଦ୍ୟୁତ ବିଭାଗର କୌଣସି କର୍ମଚାରୀ କିମ୍ବା ଠିକାଦାରଙ୍କୁ ଦେଖିବାକୁ ମିଳି ନାହିଁ। ଶ୍ରମିକମାନେ ମଧ୍ୟ ଠିକାଦାରଙ୍କ ନାମ ଜାଣି ନ ଥିବା କହିଛନ୍ତି।
ବାଲେଶ୍ୱର ସହର ଷ୍ଟେଶନ ଛକଠାରୁ ତାମୁଳିଆ ରେଲୱେ ଓଭରବ୍ରିଜ ପର୍ଯ୍ୟନ୍ତ ଓଟି ରୋଡ୍‌ ରାସ୍ତାକୁ ଓସାର କରିବା ପାଇଁ ବନବିଭାଗ ପକ୍ଷରୁ ଗଛ କଟାଯାଉଛି। ବିଦ୍ୟୁତ ବିଭାଗ ପକ୍ଷରୁ ଖୁଣ୍ଟ ଓ ତାର ବାହାର କରିବା ସହିତ ନୂଆ ଖୁଣ୍ଟ ଓ ତାର ଲଗାଇବା ପାଇଁ ଠିକାଦାରମାନଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଠିକାଦାରଙ୍କ ପକ୍ଷରୁ ସହରର ଆଇଟିଆଇ ପଡ଼ିଆ ପାର୍ଶ୍ୱରେ ଖୁଣ୍ଟ ପୋତିବା ପାଇଁ ୭ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା। ତେବେ ହାଇଡ୍ରୋଲିକ ମେଶିନ୍‌ ସାହାଯ୍ୟରେ ୪ଜଣ ଶ୍ରମିକ ସିମେଣ୍ଟ ଖୁଣ୍ଟଗୁଡ଼ିକୁ ଅନ୍ୟତ୍ର ନେଉଥିଲେ। ମାତ୍ର ଖୁଣ୍ଟଟି ଉପରେ ଥିବା ୧୧କେଭି ତାରରେ ବାଜିଯିବାରୁ ଶ୍ରମିକମାନେ ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହୋଇଥିଲେ। ବିଦ୍ୟୁତ୍‌ ବିଭାଗର ଅସାବଧାନତା ଯୋଗୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରସ୍କାର ବିତରଣ ଉତ୍ସବରୁ ବାଦ୍‌ ପଡ଼ିଲେ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଟପ୍ପର ଛାତ୍ର

ଦାରିଙ୍ଗବାଡ଼ି,୧୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆଠାରେ ବ୍ଲକସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ବ୍ଲକ ଅଞ୍ଚଳରେ ରହିଥିବା ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ,…

ହମାସ ସହ ଏକ ଚୁକ୍ତି କରିବାକୁ ଜ୍ୱାଇଁଙ୍କୁ ପଠାଇଥିଲେ ଟ୍ରମ୍ପ; ଗାଜା ସମ୍ପର୍କରେ କ’ଣ ଆଲୋଚନା ହେଲା ଜାଣନ୍ତୁ

ଓ୍ବାଶିଂଟନ,୧୭।୮: ଗାଜାରେ ଦୀର୍ଘକାଳୀନ ସଂଘର୍ଷର ଅନ୍ତ ଘଟାଇବା ପାଇଁ ପ୍ରୟାସ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ଏବଂ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଦୂତ ଜାରେଡ କୁଶନର ଇଜିପ୍ଟରେ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri