ପବିତ୍ରନଗର,୬।୭(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ବିରୁ ପଞ୍ଚାୟତ ବୁଲାଝର ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୫ ଗୋରୁଙ୍କ ମୃତ୍ୟୁ ଘଟିଛି। ସମସ୍ତ ଗୋରୁ ଗ୍ରାମର ପରମାନନ୍ଦ ସାହୁଙ୍କର ହୋଇଥିବା ବେଳେ ଏଥିରେ ଗୋଟିଏ ବଳଦ ଓ ଅନ୍ୟ ଚାରୋଟି ଗାଈ ଥିବା ଜଣାପଡିଛି।
ପ୍ରକାଶ ଯେ, ଶନିବାର ସକାଳୁ ଗୋରୁଗୁଡିକ ଗୁହାଳ ବାହାରେ ଖୁଣ୍ଟରେ ବନ୍ଧା ହୋଇଥିଲେ। ନିକଟରେ ଥିବା ଏକ ସିମେଣ୍ଟ ବିଦ୍ୟୁତ୍ ଖୁଣ୍ଟ ସଂସ୍ପର୍ଶରେ ଗୋରୁଗୁଡିକ ଆସି ଛଟପଟ ହୋଇ ମୃତ୍ୟୁବରଣ କରିଛନ୍ତି। ବର୍ଷା ହେଉଥିବାରୁ କୌଣସି କାରଣରୁ ଖୁଣ୍ଟରେ ବିୁଦ୍ୟତ ଚାର୍ଜ ହୋଇଥିବାରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ କଣିହାଁ ବ୍ଲକ ପ୍ରାଣୀଧନ ଚିକିତ୍ସକ କମଳ ଲୋଚନ ଦାସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଦାବି ହୋଇଛି।

ବିନା ଅନୁମତିରେ ବିଦ୍ୟୁତ୍ ସଂଯୋଗକୁ ବିରୋଧ: ଏନଜେନ ଜେଇ, ଲାଇନ ମ୍ୟାନ ଅଟକ
ବନ୍ତଳା, ୧୯ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ବଡକେରା ବିଦ୍ୟୁତ୍ ସବଷ୍ଟେଶନ ଅଧୀନରେ ଥିବା ତୁମୁଣି ଭାଲିଆ ପାଳ ଗ୍ରାମରେ ଗ୍ରାମବାସୀଙ୍କ ଅଗୋଚରରେ ଏକ ଫେବ୍ରିକେଶନ ଦୋକାନକୁ ବିଦ୍ୟୁତ୍ ସଂଯୋଗ...

ଅଭିଯୁକ୍ତ ଦେଉଛନ୍ତି ଧମକ, ପୋଲିସ ଚୁପ୍: ଭୟରେ ଦିନ କାଟୁଛନ୍ତି ବୃଦ୍ଧା
ଅନୁଗୋଳ ଅଫିସ, ୨୩।୫: ପଡୋଶୀ ପିଲା ଘରେ ପଶି ଜଣେ ଭିନ୍ନକ୍ଷମ ବୃଦ୍ଧାଙ୍କଠାରୁ ଚୋରି କରିବା ଅଭିଯୋଗରେ ଅନୁଗୋଳ ଜିଲା ଏନ୍ଟିପିସି ଥାନା ପୋଲିସ ଏକ ମାମଲା...

ତାଳଚେର ବିଧାୟକଙ୍କ ସୁରକ୍ଷା ପାଇଁ ଦାବିପତ୍ର: ୧୬ ଭିତରେ ଦୁର୍ବୃତ୍ତ ଗିରଫ ନ ହେଲେ ଧାରଣା
ଅନୁଗୋଳ ଅଫିସ, ୯।୧୨ – ଅନୁଗୋଳ ଜିଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ କେହି ଟାର୍ଗେଟ୍ କରୁଛନ୍ତି। ବାରମ୍ବାର ତାଙ୍କ ଗାଡ଼ି ପୋଡ଼ି ଦେଉଛନ୍ତି।...

ବିପର୍ଯ୍ୟୟ ନେଇଛି ୨୧୬ ପ୍ରାଣ
ଅନୁଗୋଳ ଅଫିସ, ୧୪ା୮ କେତେବେଳେ ପାଣି ତ ଆଉ କେବେ ମାରୁଛି ବଜ୍ରପାତ। ସାପ କାମୁଡ଼ାରେ ମଧ୍ୟ ଯାଉଛି ଅନେକଙ୍କ ଜୀବନ। ଗତ ୬ ବର୍ଷ...

ଧାନ କିଣା ନ ଗଲେ ଆନ୍ଦୋଳନ
ବଇଣ୍ଡା, ୩୧ା୧ (ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଞ୍ଚଳର ବିଭିନ୍ନ ସୋସାଇଟିରେ ଏବେ ଧାନ କିଣିବାରେ ଅବ୍ୟବସ୍ଥା ଦେଖାଦେଇଛି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଟାର୍ଗେଟ...

ଅସୁବିଧା ଦୂର କରିବ ଅସ୍ଥାୟୀ ପୋଲ
ବନ୍ତଳା,୨୮ା୧୦(ଦିନେଶ ଦେହୁରୀ) – ପାହାଡ଼ତଳି ଗାଁକୁ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନାହିଁ। ନାଳ ଉପରେ ପୋଲଟିଏ ମଧ୍ୟ କରିନି ପ୍ରଶାସନ। ସମସ୍ୟା ସମ୍ପର୍କରେ ବାରମ୍ବାର...

ସମନ୍ବୟ ରଖି ପରିଚାଳନା କର
ଅନୁଗୋଳ ଅଫିସ,୨୪ା୯: ଅନୁଗୋଳ ଜିଲାରେ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜାକୁ ବ୍ୟବସ୍ଥିତ ତଥା ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ...

କାର୍ଯ୍ୟକ୍ଷମ ହୋଇପାରୁନି ଉପଖଣ୍ଡ ମାତୃ ଶିଶୁ ଭବନ
ପାଲଲହଡା, ୮।୫(ଡି.ଏନ.ଏ.): ପାଲଲହଡା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମାଣ ହେଉଥିବା ୩୦ ଶଯ୍ୟା ବିଶିଷ୍ଟ ମାତୃ ଏବଂ ଶିଶୁ ଭବନ କାର୍ଯ୍ୟ ଶେଷ ହେଉ ନ...