ବିଦ୍ୟୁତ୍‌ ସଂଯୋଗରେ ଦୁର୍ନୀତି: ଟଙ୍କା ନେଉଛନ୍ତି ସଂଯୋଗ ଦେଉନାହାନ୍ତି

ରାୟଗଡ଼(ଗଜପତି),୯ା୧୨-ପ୍ରତ୍ୟେକ ଘରକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଥିବାବେଳେ ଗଜପତି ଜିଲା ରାୟଗଡ଼ ବ୍ଲକ୍‌ରେ ବିଦ୍ୟୁତ୍‌ ସଂଯୋଗରେ ଦୁର୍ନିତି ଅଭିଯୋଗ ହୋଇଛି। ଠିକା ସଂସ୍ଥା ଓ ବିଦ୍ୟୁତ୍‌ ବିଭାଗୀୟ କର୍ମଚାରୀମାନେ ବିଦ୍ୟୁତ୍‌ ସଂଯୋଗ ନାମରେ ହିତାଧିକାରୀଙ୍କଠାରୁ ଟଙ୍କା ନେଇ ହଇରାଣ କରୁଥିବା ଘଟଣା ସାମ୍ନାକୁ ଆସିଛି। କେତେକ ହିତାଧିକାରୀଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିବାବେଳେ ତାହାର ରେକର୍ଡ ନ ଥିବା ଜଣାପଡ଼ିଛି। ସେହିପରି ଅନ୍ୟ କେତେକି ହିତାଧିକାରୀ ଟଙ୍କା ଦେଇ ମଧ୍ୟ ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ ରହିଛନ୍ତି।
ଅଭିଯୋଗ ପ୍ରକାରେ, ବିଦ୍ୟୁତ୍‌ ସଂଯୋଗ ଦେବା ନିମନ୍ତେ କର୍ମଚାରୀମାନେ ହିତାଧିକାରୀଙ୍କଠାରୁ ବିନା ରସିଦରେ ଟଙ୍କା ନେଉଛନ୍ତି। ହେଲେ ବିଦ୍ୟୁତ ସଂଯୋଗ ଦେଉନାହାନ୍ତି। କେତେକ କର୍ମଚାରୀ ଟଙ୍କା ହଡ଼ପ କରି ଏଠାରୁ ବଦଳି ହୋଇ ଚାଲିଯାଇଛନ୍ତି। ଫଳରେ ଲୋକେ ନିରୁପାୟ ହୋଇଛନ୍ତି। କିଛିଦିନ ତଳେ ସଚ୍ଚେଟତାକୁ ନେଇ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଚର୍ଚ୍ଚାରେ ରହିଥିବାବେଳେ ଗ୍ରାମାଞ୍ଚଳରେ ଉପଭୋକ୍ତାମାନେ ଦୁର୍ନୀତି ଓ ଶୋଷଣର ଶିକାର ହୋଇଥିବାରୁ ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହା ତଦନ୍ତସାପେକ୍ଷ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ା ରାଜ୍ୟ ଓ କେନ୍ଦ୍ର ସରକାର ମାଗଣାରେ ହିତାଧିକାରୀଙ୍କ ପାଖରେ ବିଦ୍ୟୁତ୍‌ ସେବା ପହଞ୍ଚାଇବାପାଇଁ ଯୋଜନା କାର୍ଯ୍ୟକାରୀ କରିଥିଲେ ମଧ୍ୟ ହିତାଧିକାରୀମାନେ ଏଥିରେ ସୁବିଧା ପାଇପାରୁ ନ ଥିବା ଅଭିଯୋଗ କରିଛନ୍ତି। ଏପରିକି ସୌଭାଗ୍ୟ ଯୋଜନାରେ କେବଳ ଗରିବ ଲୋକଙ୍କୁ ମାଗଣାରେ ଘରୋଇ ବିଦ୍ୟୁତ୍‌ ସଂଯୋଗ ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ଠିକା ସଂସ୍ଥା ଓ ବିଦ୍ୟୁତ ବିଭାଗ କର୍ମଚାରୀମାନେ ମୋଟା ଅଙ୍କର ଟଙ୍କା ନେଇ ବ୍ୟବସାୟିକ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ଦେଉଥିବା ଅଭିଯୋଗ ହେଉଛି ା ପ୍ରକାଶ ଯେ, ୨୦୧୭ ମସିହାରେ ମାଗଣାରେ ବିପିଏଲ୍‌ ସଂଯୋଗୀକରଣ ଥିବାବେଳେ ନୂତନ ବିଦ୍ୟୁତ ସଂଯୋଗ କରିବା ପାଇଁ ପଦ୍ମପୁର ଗ୍ରାମର ପରମାନନ୍ଦ ପାଇକଙ୍କଠାରୁ ବିଦ୍ୟୁତ୍‌ କର୍ମଚାରୀ ୪ ହଜାର ଟଙ୍କା ନେଇଥିଲେ। ମାତ୍ର ତାଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ କରାଯାଇ ନ ଥିଲା। ଫଳରେ ସେ ନିଜେ ମିଟର କିଣି ସଂଯୋଗୀକରଣ ପାଇଁ ବିଦ୍ୟୁତ୍‌ କର୍ମଚାରୀଙ୍କୁ ନିବେଦନ କରିଥିଲେ ା ଏ ବାବଦକୁ ତାଙ୍କ ଠାରୁ ଆଉ ୫ଶହ ଟଙ୍କା ମଧ୍ୟ ନେଇଥିଲେ। ହେଲେ ଇତିମଧ୍ୟରେ ୨ ବର୍ଷରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ସେ ବିଦ୍ୟୁତ୍‌ ବିଲ ପାଇ ନାହାନ୍ତି ା ବିଲ୍‌ ପାଇଁ ବାରମ୍ବାର ରାୟଗଡ଼ ଓ ଉପଲଡ଼ାସ୍ଥିତ ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ ଜଣାଇଥିଲେ। ହେଲେ ସେଠାରେ ରେକେର୍ଡରେ ତାଙ୍କର କୌଣସି କାଗଜପତ୍ର ନ ଥିବା ବିଭାଗୀୟ ଅଧିକାରୀ ଜଣାଇଥିଲେ। ବିଭାଗରେ ରେକର୍ଡ ନ ଥାଇ ତାଙ୍କୁ ବିଦ୍ୟୁତ୍‌ ସଂଯୋଗ କିପରି ଦିଆଗଲା ତାହା ମଧ୍ୟ ତଦନ୍ତ ସାପେକ୍ଷ। ଅନ୍ୟପକ୍ଷରେ ପରମାନନ୍ଦ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟକରି ପରିବାର ଚଳାନ୍ତି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଗରିବ ଶ୍ରେଣୀର ଲୋକେ ଅସୁବିଧା ଭୋଗୁଛନ୍ତି। ଏ ନେଇ ବିଭାଗୀୟ ଯନ୍ତ୍ରୀ ଦେବବ୍ରତ ସାହୁଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏ ଦିଗରେ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରୁ ନଥିବାବେଳେ ଏପରି ଅନେକ ଲୋକ ଦୁର୍ନୀତିର ଶିକାର ହୋଇଥିବା ନଜରକୁ ଆସିଛି। ତେଣୁ ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?