ବିଦ୍ୟୁତ୍‌ ଷ୍ଟ୍ରକ୍ଚର କାର୍ଯ୍ୟକ୍ଷମ ହେବାରେ ବିଳମ୍ବ

ଚାନ୍ଦବାଲି,୧୭।୪(ଡି.ଏନ୍‌.ଏ.)-ଭଦ୍ରକ ନେସ୍କୋ ବିଦ୍ୟୁତ୍‌ ଡିଭିଜନ, ତିହିଡ଼ି ସବ୍‌ଡିଭିଜନ ଓ ଚାନ୍ଦବାଲି ସେକ୍ସନ ଅଧୀନ ମତୋ  ୩୩/୧୧ କେଭି ବିଦ୍ୟୁତ୍‌ ଷ୍ଟ୍ରକ୍ଚର କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେଉଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ବିଜୁଳି ସମସ୍ୟା ଲାଗିରହିଛି। ଖରାଦିନେ କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ୍‌ ଲାଇନରେ ତ୍ରୁଟି ଘଟିଲେ ମରାମତିରେ ଅହେତୁକ ବିଳମ୍ବ ଘଟୁଛି। ସାମାନ୍ୟ ବର୍ଷା ପବନ ହେଲେ ମତୋ ଅଞ୍ଚଳରେ ଦିନେ ଦୁଇଦିନ ଧରି ବିଦ୍ୟୁତ୍‌ ସରବରାହ ବନ୍ଦ ରହୁଛି। ଚାନ୍ଦବାଲି(ପାଇକିରାପୁର) ୧୩୨/୩୩ କେଭି ବିଦ୍ୟୁତ୍‌ ଗ୍ରୀଡ୍‌ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ଚାନ୍ଦବାଲି ଅଞ୍ଚଳରେ ବିଜୁଳି ସମସ୍ୟାର ଅନ୍ତ ଘଟୁନାହିଁ।

ଉଲ୍ଲେଖନୀୟ ଯେ, ପ୍ରାୟ ୪ କୋଟି ଟଙ୍କା ବ୍ୟୟବରାଦରେ ଓପିଟିସିଏଲ୍‌ ପକ୍ଷରୁ ମତୋ ୩୩/୧୧କେଭି ବିଦ୍ୟୁତ୍‌ ଷ୍ଟ୍ରକ୍ଚର ନିର୍ମାଣ କାର୍ଯ୍ୟ ୨୦୧୬ରୁ ଆରମ୍ଭ ହୋଇଥିଲା। ଏକ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କମ୍ପାନୀ ଏହାର ନିର୍ମାଣ ଦାୟିତ୍ୱ ନେଇଥିଲା। ନିର୍ମାଣ କାର୍ଯ୍ୟ ଶେଷ ପରେ ଗତ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ହେଲେ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏହି ବିଦ୍ୟୁତ୍‌ ଷ୍ଟ୍ରକ୍ଚର କାର୍ଯ୍ୟକ୍ଷମ ହେଲେ ମତୋ, ଭାଟପଡ଼ା, ମହୁଲିଆ, ମଉସୁଧା, ଉତୁକୁଡା, ମାଧପୁର ଓ ଭୂଇଁବୃତ୍ତି ପଞ୍ଚାୟତର ଉପଭୋକ୍ତା ଉପକୃତ ହେବେ। ପୂର୍ବେ ଚାନ୍ଦବାଲି(ପାଟୁଳି) ବିଦ୍ୟୁତ୍‌ ଷ୍ଟ୍ରକ୍ଚରରୁ ଏହି ସମସ୍ତ ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ ହେଉଥିଲା। ମାତ୍ର ଏଥିରେ ଲାଗିଥିବା ତାର, ଇନ୍‌ସୁଲେଟର, ଖୁଣ୍ଟଗୁଡ଼ିକ ପୁରୁଣା ହୋଇଥିବାରୁ ବାରମ୍ବାର ବିଜୁଳି ବିଭ୍ରାଟ ହେଉଥିଲା। ମତୋ ଷ୍ଟ୍ରକ୍ଚର କାର୍ଯ୍ୟକ୍ଷମ ହେଲେ ଚାନ୍ଦବାଲି(ପାଇକିରାପୁର) ଗ୍ରୀଡ୍‌ରୁ ଏଠାକୁ ବିଦ୍ୟୁତ୍‌ ଯୋଗାଣ ହେବ। ଉପଭୋକ୍ତା ବନମାଳୀ ସାହୁ କହନ୍ତି, ବିଭାଗ ପକ୍ଷରୁ ଚାନ୍ଦବାଲି ସହରାଞ୍ଚଳରେ ବିଜୁଳି ମରାମତି ତୁରନ୍ତ ହେଉଥିବା ବେଳେ ଗ୍ରାମାଞ୍ଚଳର ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ। ଫଳରେ ପାଇପ୍‌ ପାଣି ପାଇଁ ଖରାଦିନେ ଲୋକେ ହଇରାଣ ହେଉଛନ୍ତି। ତୁରନ୍ତ ମତୋ ବିଦ୍ୟୁତ୍‌ ଷ୍ଟ୍ରକ୍ଚର କାର୍ଯ୍ୟକ୍ଷମ ହେବା ଆବଶ୍ୟକ। ବିଳମ୍ବ ସମ୍ପର୍କରେ ନେସ୍କୋ ଚାନ୍ଦବାଲି ସେକ୍ସନର କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ପାତ୍ର ୧୧ କେଭି ଫିଡର ଲାଇନ ତାର ଟାଣିବାକୁ ଜମି ମାଲିକ ଅରାଜି ହେବାରୁ ଏହା କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ଘଟିଛି ବୋଲି କହିଛନ୍ତି। ମତୋ ଷ୍ଟ୍ରକ୍ଚରରୁ ୧୧କେଭି ବିଦ୍ୟୁତ୍‌ ଯୋଗାଣ ତାର ନେବା ପାଇଁ ଜମି ସମସ୍ୟା ଦେଖାଯାଇଛି। ନିଜର କ୍ଷତି ହେବା ଆଶଙ୍କାରେ ମାଲିକମାନେ ତାଙ୍କ ଜମି ଉପରେ ବିଦ୍ୟୁତ୍‌ ତାର ଟଣାକୁ ବିରୋଧ କରୁଛନ୍ତି। ନିକଟରେ ବିଭାଗୀୟ କର୍ମଚାରୀ ଓ ଜମି ମାଲିକଙ୍କ ଉପସ୍ଥିତିରେ ଏହାର ଆପୋସ ସମାଧାନ ହେବା ପରେ ଷ୍ଟ୍ରକ୍ଚରରୁ ବର୍ଷାଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହୋଇଛି। ଜଳ ନିଷ୍କାସନ ସକାଶେ କଲଭର୍ଟ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାନଗାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ବାହାନଗା,୩ା୬(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ବର ଜିଲା ବାହାନଗା ନିକଟରେ ଶୁକ୍ରବାର ଘଟିଥିବା ଟ୍ରେନ୍‌ ଦୁର୍ଘଟଣାସ୍ଥଳରେ ଶନିବାର ଅପରାହ୍ନରେ ଆସି ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ସ୍ବତନ୍ତ୍ର...

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରୂପ୍‌ସା, ୧୯।୧(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ପରିକ୍ଷୀ ଫାଣ୍ଡି ଅନ୍ତଗର୍ର୍ତ ରଘୁନାଥପୁର ଗ୍ରାମର ହରିହର ତରେଇ (୪୬)ଙ୍କ ମୃତଦେହକୁ ରବିବାର ବୁଢ଼ାବଳଙ୍ଗ ନଦୀରୁ ପୋଲିସ ଉଦ୍ଧାର କରିଛି।...

କେନାଲ କଂକ୍ରିଟ ରାସ୍ତା ନିମ୍ନମାନର ଅଭିଯୋଗ

ଖଇରା, ୧୪ା୨(ଡି.ଏନ.ଏ.) ଭଦ୍ରକ କେନାଲ ଡିଭିଜନ ତଥା ଖଇରା ସବ୍‌ଡିଭିଜନ ଅନ୍ତର୍ଗତ ଗୋପାଳପୁର ମାଇନରର ଗର୍ସଙ୍ଗ ନିକଟରେ କେନାଲ ପାର୍ଶ୍ୱରେ ଚାଲିଥିବା କଂକ୍ରିଟ ରୋଡ କାମ...

ପଟାସ ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ପାଟଣା,୨୦/୪(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକବୁଢୀ କାପୁଡି ପଞ୍ଚାୟତ ପାଣପଶି ପଟାସ ଜଙ୍ଗଲରୁ ଗୁରୁବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ...

ନୀଳଗିରି ଉପକାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ସଜନାଗଡ,୧୦।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଜେଲ ଉପକାରାଗାରରେ ବୁଧବାର ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଛି। ସେ ହେଲେ ହାଡ଼ିବନ୍ଧୁଙ୍କ ପୁଅ ପାଗୁଲୁ ଖଣ୍ଡେଇ(୨୫)। ସୂଚନା...

ଯୁକ୍ତ ୩ ପରୀକ୍ଷା ଫି’ ବୃଦ୍ଧି ପ୍ରତିବାଦ: କଲେଜ ପରିସରରେ ନିଆଁ

ବସ୍ତା,୧୮।୯(ସ୍ବ.ପ୍ର.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣ କଲେଜରେ ବୁଧବାର ଛାତ୍ର ଅଶାନ୍ତି ଦେଖାଦେଇଛି। କଲେଜର ଯୁକ୍ତ ୩ ପରୀକ୍ଷା ଫି’ ଅହେତୁକ ବୃଦ୍ଧି...

ଚକଡ଼ା ଦାଉ: ଧାନଚାଷରେ ନିଆଁ ଲଗାଇଲେ ଚାଷୀ

ନୀଳଗିରି,୧୧।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଞ୍ଚଳରେ ଧାନ ଚାଷ ନଷ୍ଟ ହେବାକୁ ବସିଛି। ଏବେ ଧାନ ଗଛରୁ କେଣ୍ଡାଗୁଡ଼ିକ ବାହାରିଥିବା ବେଳେ ଚକଡ଼ା ଓ...

୨ ଭାଲୁ ଆକ୍ରମଣରେ ୬ ଗୁରୁତର

ସଜନାଗଡ଼, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ବାଉଁଶବଣିଆ ଏବଂ ଟଣକା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ୨ଟି ଭାଲୁ ଆକ୍ରମଣରେ ୬ଜଣ ଗୁରୁତର ହୋଇଛନ୍ତି।...

Advertisement
Archives

Model This Week