ବିଦ୍ୟୁତ୍‌ ତାର ବିପଦସଙ୍କୁଳ: ପରିବର୍ତ୍ତନ ଦାବି କଲେ ଗ୍ରାମବାସୀ

କର୍ଲାମୁଣ୍ଡା,୧୬।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଯୋଗୁ ଆଗାମୀ ଦିନରେ ଦୁର୍ଘଟଣା ଘଟିବା ଯଥେଷ୍ଟ ସମ୍ଭାବନା ରହିଛି। ବ୍ଲକ ସଦରଠାରେ ଥିବା ସରସ୍ବତୀ ଶିଶୁମନ୍ଦିର ଶ୍ରେଣୀଗୃହକୁ ଲାଗି ଟ୍ରାନ୍ସଫର୍ମର ରହିଛି। ଠିକ୍‌ ସେହିଭଳି ସର୍ଗୁଲ ମାଲପଡ଼ା ଗାଁ ଶେଷ ମୁଣ୍ଡରେ ଥିବା ଟ୍ରାନ୍ସଫର୍ମର ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଏନେଇ ବିଭାଗଯନ୍ତ୍ରୀ ପଟେଲଙ୍କୁ ଯୋଗାଯୋଗ କରାଯିବାରୁ କର୍ଲାମୁଣ୍ଡା ବ୍ଲକ ସଦରରେ କେବୁଲର ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଅନ୍ୟପକ୍ଷରେ ସରସ୍ବତୀ ଶିଶୁମନ୍ଦିର ଶ୍ରେଣୀଗୃହକୁ ଲାଗଭି ରହିଥିବା ଟ୍ରାନ୍ସଫର୍ମରକୁ ଅନତ୍ର ସ୍ଥାନାନ୍ତର ପାଇଁ ସାଧାରଣରେ ଦାବି ହେଉଛି। ଏନେଇ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ସୁଜିତ ପୁଟେଲ, ଜିପିଇଓ ଜଗଦୀଶ ନାଏକ, ସଦର ପଞ୍ଚାୟତ ସରପଞ୍ଚ କୃଷ୍ଣଚନ୍ଦ୍ର ବାଗ, ଓ ସମସ୍ତ ପିଇଓ, ଜିଆରଏସ୍‌ଙ୍କର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ୫ଦିନ ମଧ୍ୟରେ ସ୍ଥାୟୀ ସମାଧାନ ପାଇଁ ସ୍ଥିର କରାଯାଇଛି।
ସୂଚନାଯୋଗ୍ୟ, କର୍ଲାମୁଣ୍ଡା ବ୍ଲକ ସଦରରେ ୧୯୮୦ ମସିହାରେ ବିଦ୍ୟୁତ୍‌ ସଂଯୋଗ ହୋଇଥିଲା। ଇତିମଧ୍ୟରେ ୪୦ ବର୍ଷ ବିତି ଯାଇଥିଲେ ହେଁ ପୁରୁଣା ତାର ପରିବର୍ତ୍ତନ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦବିଲା କାଠଯୋଡି ବ୍ରିଜ୍‌

କଟକ ଅଫିସ, ୨୮।୮: କଟକ ଗୋପାଳପୁର-ଲିଙ୍କରୋଡ କାଠଯୋଡି ବ୍ରିଜ୍‌ ବୁଧବାର ମଧ୍ୟାହ୍ନରେ ଦବିଯାଇଛି। ବ୍ରିଜ୍‌ ଆରମ୍ଭରୁ ସାମାନ୍ୟ ଦବିଯାଇଛି। ଫଳରେ ଗାଡ଼ିଚଳାଚଳ ବାଧାପ୍ରାପ୍ତ ହୋଇଛି। ଦବିଥିବା...

ଡାକ ବିଭାଗର ଅତ୍ୟାବଶ୍ୟକୀୟ ସେବା: ବିଭିନ୍ନ ହସ୍ପିଟାଲକୁ ପଠାଗଲା ଡାଏଲିସିସ୍‌ କିଟ୍‌

କଟକ ଅଫିସ,୧୧।୪: ମହାମାରୀ କରୋନା କାୟାରେ ଆଜି ସାରା ବିଶ୍ୱ କବଳିତ। ଏନେଇ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ସବୁ ଲୋକ ଘରେ ରହି...

ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା: ପୂଜା ପାଇଲେ ପଟି ଦିଅଁ

ପୁରୀ ଅଫିସ,୭।୬: ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ୧୦୮ଗଡୁ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ପିଣ୍ଡିରେ ଚାଲିଛି ଦାରୁବିଗ୍ରହଙ୍କ ଗୁପ୍ତ ସେବା।...

ନିର୍ମାଣାଧୀନ ବ୍ରିଜ୍‌ କଡ଼ରୁ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ ଆରମ୍ଭ

ଢେଙ୍କାନାଳ ଅଫିସ,୨୨।୨: ଢେଙ୍କାନାଳ ଜିଲା ସଦର ଥାନା ସପ୍ତଶଯ୍ୟା – ଶଙ୍କରପୁର ରାସ୍ତାର ଏକ ନିର୍ମାଣାଧୀନ ବ୍ରିଜ୍‌ କଡ଼ରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର...

ଜନପ୍ରତିନିଧିଙ୍କ ଆକ୍ରମଣରେ ଯୁବକ ଆହତ

ନୟାଗଡ଼ ଅଫିସ,୨୨ା୧୦: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗାତେରୀ ପଞ୍ଚାୟତର ଜନପ୍ରତିନିଧିଙ୍କ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ ଉକ୍ତ ପଞ୍ଚାୟତ ଆଡ଼ିପଡ଼ା...

କନ୍ଦାଇଲା ବିଦାୟ ବେଳା

ଢେଙ୍କାନାଳ ଅଫିସ, ୭।୬ – ସମ୍ପର୍କ ଦିନ କେଇଟାର। ହାତଗଣତି ଭିତରେ ସମସ୍ତେ ବାନ୍ଧି ହୋଇଯାଇଥିଲେ ସମ୍ପର୍କ ଦଉଡ଼ିରେ। ଆଉ ଯେତେବେଳେ ଅତିଆପଣାର ସମ୍ପର୍କକୁ ବିଦାୟ...

ଯୁବକଙ୍କୁୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ, ୧୨।୧: ବାଲେଶ୍ୱର ଜିଲା ବାଲିଆପାଳ ଥାନା ଖଗଡ଼ାପାଳ ଗ୍ରାମରେ କଙ୍ଗାରୁ କୋର୍ଟ ଅଭିଯୋଗ ହୋଇଛି। ଜଣେ ଯୁବକଙ୍କୁ ଚୋରି ଅଭିଯୋଗରେ ଗ୍ରାମବାସୀ ବିଦ୍ୟୁତ...

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଶୈବପୀଠ : ଯେଉଁଠି କଳା ପଥର ପାଲଟେ ଧଳା

ନୟାଗଡ଼ ଅଫିସ,୧୧ା୧୧: ନୟାଗଡ଼ ଜିଲା ସଦର ବ୍ଲକ ବିରୁଡ଼ା ପଞ୍ଚାୟତ ବାଘେରା ଗ୍ରାମସ୍ଥିତ ଶ୍ରୀଶ୍ରୀ ଧବଳେଶ୍ୱର ମହାଦେବ ବିଜେ ମନ୍ଦିର ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି।...

BGU
Play 250+ Trending Games
Archives

Model This Week

Why Dharitri