ବିଦ୍ୟୁତ୍‌ ଆଘାତରେ ମା’,ପୁଅ ମୃତ

ଖଲ୍ଲିକୋଟ,୧୯ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ବାକୁଟଗାଁରେ ଗୁରୁବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛଟପଟ ହେଉଥିବା ପୁଅଙ୍କୁ ଉଦ୍ଧାର କରିବାକୁ ଯାଇ ମା’ ପୁଅଙ୍କ ଜୀବନ ଯାଇଛି। ମୃତକ ହେଲେ ମା’ ସଜନୀ ନାହାକ (୫୫) ଓ ପୁଅ ନାରାୟଣ (୩୦)।
ପ୍ରକାଶ ଯେ, ନାରାୟଣ ଅପରାହ୍ନ ପ୍ରାୟ ୩ଟାବେଳେ ଘରେ ବିଦ୍ୟୁତ୍‌ ତାର ସଜାଡୁଥିବାବେଳେ କୌଣସି କାରଣରୁ ଏହାର ସଂସ୍ପର୍ଶରେ ଆସି ଯାଇଥିଲେ। ତାରରେ ଲାଗି ଛଟପଟ ହେଉଥିବା ଦେଖି ମା’ ସଜନୀ ଉଦ୍ଧାର କରିବାକୁ ଯାଇ ନାରାୟଣଙ୍କୁ ଧରି ପକାଇଥିଲେ। ଫଳରେ ସେ ମଧ୍ୟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। ନାରାୟଣଙ୍କ ସ୍ତ୍ରୀ ପହଞ୍ଚତ୍ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ସହ ପାଖ ଲୋକଙ୍କୁ ଡାକିଥିଲେ। ପରେ ମା’ ଓ ପୁଅଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଡ଼ାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡ଼ାକ୍ତର ପ୍ରଦୀପ ଗନ୍ତାୟତ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଭେଜିପୁଟ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚତ୍ ନଂ. ୨/୧୯ ଓ ୩/୧୯ରେ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇ ତଦନ୍ତ ଚଳାଇଛନ୍ତି। ସାମାନ୍ୟ ଅସାବଧାନତାରୁ ମା’ ପୁଅଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ଯାଞ୍ଚ ହେଲା ନର୍ସିଂ ହୋମ

ଖୋର୍ଦ୍ଧା ଅଫିସ, ୨୬।୬: ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।...

ଅସୁସ୍ଥ ମାଈ ହାତୀର ମୃତ୍ୟୁ

କଟକ ଅଫିସ, ୩୦।୯: କଟକ ବାଙ୍କୀ ଅନ୍ତର୍ଗତ ବାଆଁରା କୂଆମଡ଼ା ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ସୋମବାର ମୃତ୍ୟୁ ଘଟିଛି। ହାତୀଟି ୫ ଦିନ ହେବ...

ଜିଲା ବିଜ୍ଞାନ କେନ୍ଦ୍ରକୁ ପୂରିଲା ୨୫ ବର୍ଷ: ‘ବିଜ୍ଞାନ ପ୍ରତି ଅନୁସନ୍ଧିତ୍ସୁ ହୁଅ’

ଢେଙ୍କାନାଳ ଅଫିସ, ୬ା୬: ବିଜ୍ଞାନ ଏକ କଷ୍ଟକର ବିଷୟ ବୋଲି ଅଧିକାଂଶ ଛାତ୍ରୀଛାତ୍ରଙ୍କ ଧାରଣା ରହିଛି, ଯାହା ଅମୂଳକ। ବିଜ୍ଞାନ ପ୍ରତି ଅନିସନ୍ଧୁତ୍ସୁ ମନୋଭାବ ରହିଲେ ଏହା...

ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଦର୍ଶନ: ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ପୁରୀ ଅଫିସ,୧।୧: ଆରମ୍ଭ ହୋଇଛି ବର୍ଷ ୨୦୨୦। ନୂଆବର୍ଷର ପ୍ରଥମ ସୂର୍ଯ୍ୟଦର୍ଶନ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଛି।...

କେନ୍ଦୁପତ୍ର ବାନ୍ଧି ଶୋଇଥିଲେ: ଦଳିଦେଲା ଦନ୍ତା, ଚାଲିଗଲା ଜୀବନ

ରେଢ଼ାଖୋଲ,୨୦।୬(ଡି.ଏନ୍‌.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ଲୁହାପଙ୍କ ପଞ୍ଚାୟତର ଗାଡୁମୁଣ୍ଡା କେନ୍ଦୁପତ୍ର ଫଡିରେ ଶନିବାର ବିଳମ୍ବିତ ରାତିରେ ଦନ୍ତାହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର...

ପଞ୍ଚାୟତରେ ସରିନି ଆଇସୋଲେଶନ ସେଣ୍ଟର

ଅନୁଗୋଳ ଅଫିସ, ୨୯।୩ – କରୋନା ସଂକ୍ରମଣ ଏବେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯିବା ସହ ଏହାର ମୁକାବିଲାକୁ ଅଧିକ ଶାଣିତ...

ଯୁବକଙ୍କ ମାନବିକତା: ପାଇଥିବା ମଙ୍ଗଳସୂତ୍ର ଫେରାଇ ସମ୍ବର୍ଦ୍ଧିତ

ବସ୍ତା,୧୯।୨(ଡି.ଏନ.ଏ.)- ରୂପ୍‌ସା ଷ୍ଟାର କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ମହୋତ୍ସବ ୨୦୨୦ର ଦ୍ୱିତୀୟ ସନ୍ଧ୍ୟାରେ ଯାତ୍ରା ପଡ଼ିଆରୁ ରୂପ୍‌ସା ଥାନା ଅନ୍ତର୍ଗତ ବରହମପୁର ଗ୍ରାମର ନରେନ୍ଦ୍ର...

ବିଜୁ ମଇଦାନରୁ ମୁହଁ ଫେରାଉଛନ୍ତି ବୟସ୍କ

ଅନୁଗୋଳ ଅଫିସ, ୧୪।୧: ଅନୁଗୋଳ ସହର ଭିଆଇପି ରୋଡ୍‌ରେ ଥିବା ବିଜୁ ମଇଦାନରେ ଏବେ ସୁସ୍ଥ ବାତାବରଣ ନାହିଁ। ବିଶେଷକରି ସନ୍ଧ୍ୟାରେ ଏଠାରେ ଅସାମାଜିକଙ୍କ ଆଡ୍ଡା ଜମୁଛି।...

Advertisement


Archives

Model This Week