Posted inଜାତୀୟ

ବିଦ୍ରୋହୀଙ୍କୁ ମନାଇବାକୁ କସରତ

ବେଙ୍ଗାଲୁରୁ,୧୪ା୭(ପି.ଟି.): କର୍ନାଟକରେ ରାଜନୈତିକ ଅଚଳାବସ୍ଥା ଜାରି ରହିଥିବାବେଳେ ଇସ୍ତଫା ଦେଇଥିବା ବିଦ୍ରୋହୀ ବିଧାୟକମାନଙ୍କୁ ଦଳକୁ ଫେରାଇନେବା ଲାଗି କଂଗ୍ରେସ ପଛଦ୍ୱାର ବୁଝାମଣା ଚଳାଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ଆସ୍ଥାଭୋଟ ଲୋଡ଼ିବା ଲାଗି ଘୋଷଣା କରିବା ପରେ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ଫେରାଇଆଣିବା ଲାଗି ବରିଷ୍ଠ କଂଗ୍ରେସ ନେତାମାନେ ଅଣ୍ଟା ଭିଡ଼ିଛନ୍ତି। ଦଳର ସଙ୍କଟମୋଚନ କୁହାଯାଉଥିବା ଜଳସମ୍ପଦ ମନ୍ତ୍ରୀ ଡି.କେ. ଶିବକୁମାର ଭୋର ୫ଟାରେ ଗୃହନିର୍ମାଣ ମନ୍ତ୍ରୀ ଏମ୍‌.ଟି.ବି. ନାଗରାଜଙ୍କ ଘରେ ପହଞ୍ଚତ୍ ତାଙ୍କୁ ମନାଇବା ପାଇଁ ସାଢ଼େ ୪ ଘଣ୍ଟା ଧରି ଆଲୋଚନା କରିଥିଲେ। ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ମଧ୍ୟ ନାଗରାଜଙ୍କ ଘରେ ପହଞ୍ଚତ୍ ଇସ୍ତଫାପତ୍ର ପ୍ରତ୍ୟାହାର କରିନେବା ଲାଗି ପ୍ରବର୍ତ୍ତାଇଥିବା ଜଣାପଡିଛି। ବୁଧବାର ଇସ୍ତଫା ଦେଇଥିବା ନାଗରାଜ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବେ ବୋଲି ସୂଚନା ଦେବା ସହ ଅନ୍ୟ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ବୁଝାଇବେ ବୋଲି କହିଥିବା ଜଣାପଡ଼ିଛି। ସେହିପରି ଅନ୍ୟତମ ବିଧାୟକ ରାମଲିଙ୍ଗା ରେଡ୍ଡୀ, ମୁନିରତ୍ନ ଏବଂ ଆର୍‌. ରୋଶନ ବେଗ୍‌ଙ୍କୁ ମନାଇବା ଲାଗି ଉଦ୍ୟମ ଜାରି ରହିଛି। ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ସିଧାସଳଖ ୪ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କ ସହ କଥାବାର୍ତ୍ତା ଚଳାଇଥିବା ଜେଡିଏସ୍‌ ସୂତ୍ରରୁ ଜଣାପଡିଛି। ସେମାନେ ଇସ୍ତଫାପତ୍ର ଫେରାଇନେଇପାରନ୍ତି ବୋଲି ଆଶା କରାଯାଉଛି।
ଆସ୍ଥାଭୋଟ ପୂର୍ବରୁ କଂଗ୍ରେସ ଓ ଭାଜପା ସେମାନଙ୍କ ବିଧାୟକମାନଙ୍କୁ ଏକାଠି କରିବା ଲାଗି ସେମାନଙ୍କୁ ହୋଟେଲ ଓ ରିସର୍ଟରେ ରଖିଛନ୍ତି। କଂଗ୍ରେସର ପଛଦ୍ୱାର ବୁଝାମଣା ଉଦ୍ୟମ ସଫଳ ହେବନାହିଁ ବୋଲି ଭାଜପା ରାଜ୍ୟ ସଭାପତି ବି.ଏସ୍‌.ୟେଦ୍ୟୁରପ୍ପା କହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରିନେଇ ଭାଜପାକୁ ସମର୍ଥନ ଦେଇଥିବା ଦୁଇ ସ୍ବାଧୀନ ବିଧାୟକ ବିରୋଧୀ ଦଳ ଆସନରେ ବସିବା ଲାଗି ଅନୁମତି ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। ବିଧାୟକ ଏଚ୍‌. ନଗେଶ ଏବଂ ଆର୍‌. ଶଙ୍କର ଅଲଗା ପତ୍ର ଲେଖି ସେମାନେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିବା ବାଚସ୍ପତିଙ୍କୁ ଜଣାଇଦେଇଛନ୍ତି। ଶୁକ୍ରବାରରୁ କର୍ନାଟକ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା ବେଳେ ଦୁଇ ବିଧାୟକ ପ୍ରଥମ ଦିନରେ ଅନୁପସ୍ଥିତ ରହିଥିଲେ।
ଅନ୍ୟପକ୍ଷରେ ମୁମ୍ବାଇରେ ରହିଥିବା କର୍ନାଟକର ୧୪ ବିଦ୍ରୋହୀ ବିଧାୟକ ଶନିବାର ଶିରିଡ଼ି ଯାଇ ସାଇବାବାଙ୍କୁ ଦର୍ଶନ କରିଛନ୍ତି। ସେମାନେ ଏକ ଘରୋଇ ବିମାନରେ ଶିରିଡ଼ି ଯାଇଥିବା ଜଣାପଡିଛି। ଶୁକ୍ରବାର ସେମାନଙ୍କ ମଧ୍ୟରୁ ୪ ବିଧାୟକ କେନ୍ଦ୍ରୀୟ ମୁମ୍ବାଇରେ ଥିବା ସିଦ୍ଧିବିନାୟକ ମନ୍ଦିର ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଣମାଳା ପୂର୍ବରୁ ବରଙ୍କ ହାତରେ ହାତକଡ଼ି

ଲକ୍ଷ୍ନୌ,୧୮।୨: ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ବରଙ୍କୁ ହଟହଟା ହେବାକୁ ପଡ଼ିଛି। ୧୬ ବର୍ଷ ବୟସ୍କା ନାବାଳିକାଙ୍କୁ ବିବାହ କରିବାକୁ ଆସିଥିବା ବରଙ୍କ ବେକରେ ବରଣମାଳା ପଡ଼ିବା...

ପ୍ରାର୍ଥିପତ୍ର ଦାଖଲ କରେ ଉଦ୍ଧବ

ମୁମ୍ବାଇ,୧୧।୫: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆସନ୍ତା ୨୧ ତାରିଖରେ ଏହି ନିର୍ବାଚନ କରାଯିବ।...

ଚେତାଶୂନ୍ୟ ଅବସ୍ଥାରେ ଭେଣ୍ଟିଲେଟରରେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ, ୧୩।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେଧୀରେ ସଙ୍କଟଜନକ ହେବାରେ ଲାଗିଛି। ସେ ଚେତାଶୂନ୍ୟ ଅବସ୍ଥାରେ ଭେଣ୍ଟିଲେଟରରେ ଥିବା ଭାରତୀୟ ସେନା ହସ୍ପିଟାଲ...

ଫାଇନାଲ ପୂର୍ବରୁ ସେମି ଫାଇନାଲ ପ୍ରସ୍ତୁତି,ମିଶନ ୟୁପିକୁ ଭାଜପାର ଗୁରୁତ୍ୱାରୋପ…

ନୂଆଦିଲ୍ଲୀ,୮।୯: ଦେଶରେ ସାଧାରଣ ନିର୍ବାଚନ ୨୦୨୪ରେ ଅନୁଷ୍ଠିତ ହେବ। ଏହାର ୨ ବର୍ଷ ପୂର୍ବରୁ ଉତ୍ତରପ୍ରଦେଶ (ୟୁପି)ରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ...

ମନ୍ଦିର ଆସିଥିବା ମହିଳାଙ୍କ ଚୁଟି ଧରି ଚାପୁଡ଼ା ପରେ ଚାପୁଡ଼ା ମାରିଚାଲିଲେ ପୂଜକ, କାରଣ ଜାଣିଲେ…

ପାଟଣା,୭ା୮: ବିହାରର ଦରଭଙ୍ଗାରେ ଜଣେ ପୂଜାରୀ ମନ୍ଦିରକୁ ପୂଜା କରିବା ପାଇଁ ଆସିଥିବା ମହିଳାଙ୍କ ଚୁଟି ଧରି ପିଟିଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ...

ଅଭାବନୀୟ ଘଟଣା: ଶୌଚ ଯାଇଥିବାବେଳେ ପ୍ରସବ କଲେ ମହିଳା, ଜଙ୍ଗଲୀ ଜନ୍ତୁଙ୍କ ଶିକାର ହେଲା ନବଜାତ

ଆଗ୍ରା, ୨୪।୬- ଉତ୍ତର ପ୍ରଦେଶର ଆଗ୍ରା ସହରରୁ ସମସ୍ତଙ୍କୁ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ପିନାହଟ ଥାନା ଅନ୍ତର୍ଗତ ଯୋଧପୁର ଗ୍ରାମରେ...

ଉତ୍ତରପ୍ରଦେଶରେ ଗାନ୍ଧୀ ପରିବାରର ୪ ସଦସ୍ୟ: ୩ ଆଗୁଆ ଜଣେ ପଛୁଆ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଗାନ୍ଧୀ ପରିବାରର ୪ ସଦସ୍ୟ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରେ ଅମେଠି ଲୋକ ସଭା ଆସନରେ କଂଗ୍ରେସ ରାଷ୍ଟ୍ରୀୟ...

ଭିନ୍ନ ଧର୍ମର ଯୁବତୀଙ୍କ ସହ ସମ୍ପର୍କ ରଖିବାରୁ ହତ୍ୟା

ବେଙ୍ଗାଲୁରୁ, ୨।୧୦: କର୍ନାଟକର ଏକ ରେଳ ଧାରଣାରୁ ଗତ ୨୮ ତାରିଖରେ ମୁଣ୍ଡ କଟାଯାଇଥିବା ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତଦେହ ମିଳିଥିଲା। ଅର୍ବାଜ ମୁଲ୍ଲା...

Advertisement


Archives

Model This Week