Posted inଜାତୀୟ

ବିଦେଶୀ ଗଣମାଧ୍ୟମରେ ‘କଶ୍ମୀର’: ଆମ ନିଦ ଫେରାଇଦିଅ

ଶ୍ରୀନଗର, ୨୮ା୮(ପି.ଟି.) :ପ୍ରବେଶପଥକୁ ତିନୋଟି କାଠଗଣ୍ଡି, କେତେ ଖଣ୍ଡ ଟିଣ ଓ ଭଙ୍ଗାଇଟା ସହ ଏଭଳି ଅନେକ ପ୍ରତିବନ୍ଧକରେ ଅବରୋଧ କରାଯାଇଛି, ଯାହାକି ପୋଲିସ ଗାଡ଼ିଗୁଡ଼ିକୁ ଅଟକାଇଦେବ। ଉପତ୍ୟକାରେ କଡ଼ା ସାମରିକ କର୍ଫ୍ୟୁ ଓ ଯୋଗାଯୋଗର ମାଧ୍ୟମ ଉପରେ କଟକଣା ହେଉଛି ଜମ୍ମୁ-କଶ୍ମୀର ଉପରେ ଅଗଷ୍ଟ ୫ରେ ଭାରତ ସରକାର ନେଇଥିବା ନିଷ୍ପତ୍ତିକୁ କଶ୍ମୀରୀଙ୍କ ପ୍ରତ୍ୟାଖ୍ୟାନର ପ୍ରଥମ ସଙ୍କେତ।
ନିକଟସ୍ଥ ସୌରାର ଜେନାବ ସାହିବ୍‌ ମସ୍‌ଜିଦ ବାହାରେ ଲୋକେ କେନ୍ଦ୍ର ନିଷ୍ପତ୍ତି ପ୍ରତିବାଦରେ ଶୋଭାଯାତ୍ରା କରୁଥିବାବେଳେ ସେମାନଙ୍କ ଉପରକୁ ବର୍ଷାଯାଇଛି ଲୁହବୁହା ବାଷ୍ପ ଓ ଚଳାଯାଇଛି ଗୁଳି। ଗୁଳିମାଡ଼ରେ ବହୁସଂଖ୍ୟକ ଲୋକ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଆମେ ବିକ୍ଷୋଭ ବନ୍ଦ ନ କଲେ ପରିଣାମ ଭୋଗିବୁ ବୋଲି ସେନା ଆମକୁ ଧମକ ଦେଇଛି। ସେଥିପାଇଁ ଆମେ ବ୍ୟଗ୍ର ଓ ଚିନ୍ତିତ। ଆମେ ଆମ ଭାଇମାନଙ୍କ ସୁରକ୍ଷାକୁ ନେଇ ଭୟଭୀତ। ସେମାନଙ୍କୁ ଯବାନମାନେ କୌଣସି ସମୟରେ ଉଠାଇନେଇପାରନ୍ତି। ସେଥିପାଇଁ ଆମେ ରାତିରେ ଶୋଉନାହୁଁ। ଆମକୁ ଆମ ନିଦ ଫେରାଇ ଦିଅ ବୋଲି ଜେନାବ୍‌ ସାହିବ୍‌ର ୧୭ ବର୍ଷୀୟା ହୁମୈରା କହିଛନ୍ତି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ସାମ୍ବିଧାନିକ ସ୍ବାୟତ୍ତତା ପ୍ରତ୍ୟାହାର କରିବା ପରେ ୧୮ ବର୍ଷୀୟା ରୁକ୍‌ସାନାଙ୍କ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ବିବାଦୀୟ ଅଞ୍ଚଳରେ ସାମରିକ କର୍ଫ୍ୟୁ ଏହାକୁ ବହୁଗୁଣିତ କରିଦେଇଛି। ସେ ଓ ତାଙ୍କ ପରିବାର ରାତିରେ ଶୋଇପାରୁନାହାନ୍ତି। ଭାରତୀୟ ଅର୍ଦ୍ଧସାମରିକ ବଳ ଯବାନମାନେ ରାତି ମଝିରେ ଅନେକଥର କବାଟ ବାଡ଼ଉଛନ୍ତି। ସେମାନେ ରାତି ଗୋଟାଏ, ତିନିଟା ଓ ସାଢ଼େ ଚାରିଟାରେ ଡାକବାଜି ଯନ୍ତ୍ରରେ ଉଚ୍ଚସ୍ବରରେ ଧମକ ଦେଉଛନ୍ତି, ଏହି କଟକଣା ଆଗକୁ ମଧ୍ୟ ଜାରି ରହିବ। ସ୍ଥାନୀୟ ମସ୍‌ଜିଦକୁ କେହି ଯାଅନାହିଁ ବୋଲି ନିର୍ଦ୍ଦେଶ ଦେଉଥିବା ରୁକ୍‌ସାନା କହିଛନ୍ତି। ଭାରତ ସରକାର ଉପତ୍ୟକାରେ ସବୁକିଛି ଠିକ୍‌ ଅଛି ଓ ସ୍ବାଭାବିକ ସ୍ଥିତି ଫେରିଆସୁଛି ବୋଲି କହୁଥିବାବେଳେ ବିବିସି ଓ୍ବାଲର୍‌ଡରେ ଏହି ରିପୋର୍ଟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

ହାରୁ ହାରୁ ମ୍ୟାଚ ଜିତିଗଲା ଭାରତ, ଦୀର୍ଘ ନିଃଶ୍ୱାସ ମାରି ଶ୍ରେୟସ ଆୟର କହିଲେ…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର (୨୨ ସେପ୍ଟେମ୍ବର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ହାରୁଥିବା ମ୍ୟାଚକୁ ଶେଷରେ ମାତ୍ର ୨…

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

ରାଣୀ ମୁଖାର୍ଜୀଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ଼, ଏମିତି କେବେ ଘଟିବ ବୋଲି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ମାଆ କୃଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର, ସେପ୍ଟେମ୍ବର…

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ଏସିଆନ ଗେମ୍ସ ଫାଇନାଲରେ ସ୍ମୃତି ମନ୍ଧାନା ରଚିଲେ ଇତିହାସ: ଏମିତି ରେକର୍ଡ କରି ହେଲେ ବିଶ୍ୱର ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୨୨।୯: ଏସିଆନ ଗେମ୍ସର ଗୋଲ୍ଡ ମେଡାଲ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରଚିଛନ୍ତି ନୂଆ ଇତିହାସ। ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୧୧ ହଜାର ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?