ବିଦେଶରେ ଚାକିରି ଦେବାକୁ କହି ଠକେଇ ଘଟଣା: କାର୍ଯ୍ୟାଳୟ ସିଲ୍‌ରେ ଅଟକିଛି ପୋଲିସ

ନୟାଗଡ଼ ଅଫିସ,୨୩ା୧୨: ବିଦେଶରେ ଚାକିରି କରାଇଦେବାକୁ କହି ଟଙ୍କା ଠକେଇ ଘଟଣାର ନୟାଗଡ଼ ଟାଉନ ପୋଲିସ କେବଳ କାର୍ଯ୍ୟାଳୟ ସିଲ୍‌ରେ ଅଟକିଛି। ଘଟଣାର ମାସେ ବିତିଯାଇଥିଲେ ମଧ୍ୟ ପୋଲିସ କେବଳ ମାମଲା ରୁଜୁ କରି ହାତବାନ୍ଧି ବସିଛି। ନଭେମ୍ବର ୨୦ ତାରିଖରେ ଏ ସମ୍ପର୍କିତ ଖବର କେବଳ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହା ପରେ ଜିଲା ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଥିଲା। ହେଲେ ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ପାଢ଼ୀ ଓ ତାଙ୍କ ସ୍ତ୍ରୀ ସୁରଧ୍ୱନି ବର୍ତ୍ତମାନ ସୁଦ୍ଧା ଫେରାର୍‌ ଅଛନ୍ତି। ମାସେ ତଳେ ଏ ନେଇ ଜିଲା ପୋଲିସ ପକ୍ଷରୁ ୩ଟି ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଥିଲେ ମଧ୍ୟ ଦମ୍ପତିଙ୍କ ଟେର ପାଇନି। ଅନ୍ୟପଟେ ଠକାମିର ଶିକାର ହୋଇଥିବା ଯୁବକମାନେ ସେମାନଙ୍କ ଟଙ୍କା ପାଇବେ କି ନାହିଁ ସେହି ଆଶଙ୍କାରେ ଅଛନ୍ତି।
ଶରଣକୁଳ ହରିହରପୁର ଗ୍ରାମର ରବୀନ୍ଦ୍ର ଓ ତାଙ୍କ ସ୍ତ୍ରୀ ସୁରଧ୍ୱନି ଖଣ୍ଡପଡ଼ା ରୋଡ଼ସ୍ଥିତ ଲକ୍ଷ୍ମଣନଗରଠାରେ ଘର ଭଡ଼ା ନେଇ ସେଠାରେ ସୁରଧ୍ୱନି ନାମରେ ଏକ ସଂସ୍ଥା ଖୋଲିଥିଲେ। ଏହି ସଂସ୍ଥା ବିଦେଶରେ ଚାକିରି କରାଇଦେବାକୁ କହି ଯୁବକମାନଙ୍କଠାରୁ ୬୦ରୁ ୮୦ ହଜାର ଟଙ୍କା ଲେଖାଏ ଆଦାୟ କରୁଥିଲା। ନୟାଗଡ଼ ଓ ଖୋର୍ଦ୍ଧା ଜିଲାର ବିଭିନ୍ନ ଗ୍ରାମରୁ ପାଖାପାଖି ୫୦୦ ଯୁବକଙ୍କୁ ମାଲେସିଆରେ ଚାକିରି କରାଇଦେବାକୁ କହି ସଂସ୍ଥା ସେମାନଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ନଭେମ୍ବର ୧୮ ତାରିଖରେ ରଣପୁର ବ୍ଲକର ୧୭, ନୟାଗଡ଼ ବ୍ଲକର ୧୫ ଓ ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳର ୨୮ ଏଭଳି ମୋଟ ୬୦ ଜଣ ଯୁବକ ମାଲେସିଆ ଯିବା ପାଇଁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚତ୍ଥିଲେ। ସେଠାରେ ସୁରଧ୍ୱନି ସଂସ୍ଥାର ୩ କର୍ମଚାରୀ ସେମାନଙ୍କୁ ଭେଟି ଭିସା ଓ ଫ୍ଲାଇଟ୍‌ ଟିକେଟ ଦେଇଥିଲେ। ଯୁବକମାନେ ଏହା ନକଲି ବୋଲି ଜାଣିବା ପରେ ଉକ୍ତ ୩ କର୍ମଚାରୀଙ୍କୁ ଆଣି ରଣପୁର ଥାନା ଅନ୍ଧାରୁଆ ଗ୍ରାମରେ ଅଟକ ରଖିଥିଲେ। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ରଣପୁର ପୋଲିସ ଉକ୍ତ ଗ୍ରାମରେ ପହଞ୍ଚତ୍ ୩ ଜଣଙ୍କୁ ଉଦ୍ଧାର କରିଥିଲା। ଏହା ପରେ ସେମାନଙ୍କୁ ଗିରଫ କରି ଜେଲ୍‌କୁ ପଠାଇଥିଲା। ଏହା ସହ ପୋଲିସ ଉକ୍ତ କାର୍ଯ୍ୟାଳୟକୁ ମଧ୍ୟ ସିଲ୍‌ କରିଥିଲା। ଏପରିସ୍ଥଳେ ଗତ ୨୦ ତାରିଖରେ ପୋଲିସ କାର୍ଯ୍ୟାଳୟରୁ ଦୁଇଟି କମ୍ପ୍ୟୁଟର ଓ କିଛି କାଗଜପତ୍ର ଜବତ କରିଛି। ରବୀନ୍ଦ୍ର ଉକ୍ତ ଘରେ ପରିବାର ସହ ରହିବା ସହ କାର୍ଯ୍ୟାଳୟ ଭାବେ ବ୍ୟବହାର କରୁଥିଲେ। ସହର ମଝିରେ ଏଭଳି ଏକ ସଂସ୍ଥା ଚାକିରି ଆଳରେ ଯୁବକମାନଙ୍କୁ ଠକୁଥିବା ବେଳେ ପୋଲିସ କିମ୍ବା ପ୍ରଶାସନ କିପରି ଜାଣିପାରିଲା ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତିଙ୍କୁ ପଚାରିବାରୁ ସେ କହିଥିଲେ, ଏହି ଘଟଣା ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଦୁଇଦିନ ତଳେ କାର୍ଯ୍ୟାଳୟ ଖୋଲାଯାଇ କମ୍ପ୍ୟୁଟର ଜବତ କରାଯାଇଛି। ଏହାର ହାର୍ଡ଼ଡିକ୍ସରୁ କିଛି ଜଣାପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି। ସେହଭିଳି ରବୀନ୍ଦ୍ର ଓ ସୁରଧ୍ୱନିଙ୍କୁ ବିଭିନ୍ନ ଆଡ଼େ ଖୋଜା ଯାଉଥିବା ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମ୍ୟୁନିଟି କମ୍ପୋଷ୍ଟ ପିଟ୍‌ କେନ୍ଦ୍ର ବାଟବଣା

ସଇଁତଳା,୨୫ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ବ୍ଲକର ୨୨ପଞ୍ଚାୟତରେ ଗତ ୨୦୨୨-୨୩ ମସିହାରେ ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ଯୋଜନାରେ ୫୦ ଲକ୍ଷ ଟଙ୍କା ବ୍ୟୟରେ କମ୍ୟୁନିଟି...

ବିବାହ ଭୋଜିକୁ ଯାଉଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୮ ଗୁରୁତର

ମାଲକାନଗିର,୯ା୩(ଡି.ଏନ୍‌.ଏ): ଏକ ବିବାହ ଭୋଜି ପାଇଁ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ୪୦୭ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାରୁ ପ୍ରକାଶ ଯେ, ସୋମବାର ମାଲକାନଗିରି ଜିଲା...

ବରଗଡରେ କ୍ୟାନସର୍‌ ହସ୍ପିଟାଲ୍‌ ସ୍ଥାପନ ଦାବି ତେଜିଲା

ବରଗଡ ଅଫିସ, ୧୯।୧୧: ବରଗଡରେ କ୍ୟାନସର ହସପିଟାଲ ସ୍ଥାପନ ଦାବି ପୁଣି ଜୋର୍‌ ଧରିଛି। ଏହି କ୍ରମରେ ମଙ୍ଗଳବାର ଦିନ ୧୦ଟାରୁ ସ୍ଥାନୀୟ ଗାନ୍ଧୀଛକରେ ୟୁନାଇଟେଡ...

କରୋନା ସତର୍କତା: ସାକ୍ଷୀଗୋପାଳରେ ବାହାର ରାଜ୍ୟରୁ ଆସିଥିବା ୩ ନଡ଼ିଆ ବୋଝେଇ ଟ୍ରକ୍‌କୁ କରାଗଲା ବିଶୋଧନ

ସାକ୍ଷୀଗୋପାଳ, ୨୩।୪(ଡି.ଏନ.ଏ.): ଆନ୍ଧ୍ର ଓ ତେଲେଙ୍ଗାନାରୁ ଗୁରୁବାର ପହଞ୍ଚି ଥିବା ୩ ଟି ନଡ଼ିଆ ବୋଝେଇ ଟ୍ରକ କୁ ବିଶୋଧନ କରାଯାଇଛି। କୃଷିଜାତ ଦ୍ରବ୍ୟ ଗୁଡ଼ିକ...

ରାଉରକେଲାର ୬ ୟୁପିଏଚ୍‌ସିକୁ ଆଇଏସ୍‌ଓ ପ୍ରମାଣପତ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ଚଳିତ ବର୍ଷ ସୁନ୍ଦରଗଡ଼ ଜିଲାର ରାଉରକେଲା ମହାନଗର ନିଗମର ୬ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି)କୁ ଆଇଏସ୍‌ଓ ପ୍ରମାଣପତ୍ର ମିଳିଛି। ସେହି ୟୁପିଏଚ୍‌ସିଗୁଡ଼ିକ...

ସିଗାରେଟ୍‌ ପିଇବାକୁ ମନା କରିବାରୁ ଆକ୍ରମଣ, ୨ ଗିରଫ

ବ୍ରହ୍ମପୁର ଅଫିସ,୪ା୯: ସେଲୁନ ଭିତରେ ସିଗାରେଟ ପିଇବାକୁ ମନା କରିବାରୁ ସେଠାରେ କାମ କରୁଥିବା କର୍ମଚାରୀ ଚନ୍ଦନ ବେହେରାଙ୍କୁ ସୋମବାର ଆକ୍ରମଣ କରାଯାଇଥିଲା। ଉକ୍ତ ଘଟଣାରେ...

ପୁରୀରେ ଖବରଦାତାଙ୍କୁ ପୋଲିସର ମାଡ଼ ଘଟଣା: ଏସ୍‌ପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ପୁରୀ ବଡ଼ଶଙ୍ଖ ପରିବା ମାର୍କେଟରେ ଖବରଦାତା ଓ ଫଳ ଦୋକାନୀଙ୍କ ଉପରେ ପୋଲିସର ବର୍ବରତା ନେଇ ଅଭିଯୋଗ ଆସିଥିଲା। ବୁଧବାର ପୋଲିସ ଜଣେ ଫଳ...

ଫନୀରେ ଚିନାବାଦାମ ଫସଲ ଉଜୁଡିଲା

ପୋଲସରା,୧୨ା୫(ଡି.ଏନ.ଏ.)- ଫନୀ ପ୍ରଭାବରେ ପୋଲସରାଞ୍ଚଳର ନିମିନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନବରଗାଁର ବହୁ ଚାଷୀଙ୍କ ଚିନାବାଦାମ ଫସଲ ବ୍ୟାପକ କ୍ଷତି ହୋଇଛି। ଚାଷୀମାନେ ସରକାରୀ ବିହନ ବିକ୍ରୟ...

Advertisement
Archives

Model This Week