Posted inଖେଳ

ବିଜୟ ଦ୍ୱାରରେ ଭାରତ-ଏ

ବେଙ୍ଗାଲୁରୁ, ୩।୬- ହୁବ୍‌ଲୀସ୍ଥିତ ନେହେରୁ ଷ୍ଟାଡିୟମ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷରେ ଚାଲିଥିବା ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ-ଏ ବିଜୟ ଦ୍ୱାରଦେଶରେ ପହଞ୍ଚତ୍ଛି। ପ୍ରିୟଙ୍କ ପଞ୍ଚଲଙ୍କ ନେତୃତ୍ୱାଧୀନ ଭାରତ-ଏ ପକ୍ଷରୁ ଧାର୍ଯ୍ୟ ୪୩୦ ରନ୍‌ର ଟାର୍ଗେଟ୍‌କୁ ପିଛାକରି ଶ୍ରୀଲଙ୍କା-ଏ ରବିବାର ୩ୟ ଦିବସ ଶେଷସୁଦ୍ଧା ୭ ଉଇକେଟ୍‌ ହରାଇ ୨୧୦ ରନ୍‌ ସଂଗ୍ରହ କରିଛି। ଭାନୁକା ରାଜପକସା ଦଳ ପକ୍ଷରୁ ସର୍ବାଧିକ ୧୧୦ ରନ୍‌ କରିଛନ୍ତି। କାମିନ୍ଦୁ ମେଣ୍ଡିସ ୩୩ ଓ ସନ୍ଦାକନ ୨ ରନ୍‌ କରି ଅପରାଜିତ ରହିଛନ୍ତି। ଭାରତ ପକ୍ଷରୁ ଲେଗ୍‌-ସ୍ପିନର ରାହୁଲ ଚହର ୩ଟି ଉଇକେଟ୍‌ ଅକ୍ତିଆର କରିଛନ୍ତି। ହାତରେ ୩ ଉଇକେଟ୍‌ ରହିଥିବାବେଳେ ଶ୍ରୀଲଙ୍କାକୁ ବିଜୟ ପାଇଁ ଆହୁରି ୨୨୦ ରନ୍‌ ଆବଶ୍ୟକ ହେଉଛି। ସୋମବାର ମ୍ୟାଚ୍‌ର ଅନ୍ତିମ ଦିବସ ହୋଇଥିବାରୁ ଫଳାଫଳ ବାହାରିବା ଏକପ୍ରକାର ନିଶ୍ଚିତ ହୋଇଛି।
ଅସମାପ୍ତ ୨ୟ ଇନିଂସ୍‌ ସ୍କୋର ୨୧୬/୬ରୁ ବ୍ୟାଟିଂ ଆରମ୍ଭ କରିଥିବା ଭାରତ-ଏ ରବିବାର ୩୭୨ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ନିମ୍ନକ୍ରମରେ ରାହୁଲ ଚହର (୮୪) ଓ ଜୟନ୍ତ ଯାଦବ (୫୩)ଙ୍କ ଉପଯୋଗୀ ବ୍ୟାଟିଂ ଯୋଗୁ ଭାରତ-ଏ ଏକ ଦୃଢ଼ ସ୍କୋର ଠିଆ କରିପାରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଅନ୍‌ମୋଲପ୍ରୀତ୍‌ ସିଂ (୬୦), ସିଦ୍ଦେଶ ଲାଡ୍‌ (୫୮) ଓ ଉଇକେଟ୍‌କିପର ଶ୍ରୀକର ଭରତ (୬୦) ଅର୍ଦ୍ଧଶତକ ହାସଲ କରିଥିଲେ। ଶ୍ରୀଲଙ୍କା-ଏ ପକ୍ଷରୁ ବିଶ୍ୱ ଫର୍ନାଣ୍ଡୋ ଓ ଲକ୍ଷନ ସନ୍ଦାକନ ୩ଟି ଲେଖାଏ ଉଇକେଟ୍‌ ନେଇଛନ୍ତି। ପ୍ରଥମ ଇନିଂସ୍‌ରେ ୫୭ ରନ୍‌ ପଛରେ ରହିଥିବା ଶ୍ରୀଲଙ୍କା-ଏ’କୁ ୪୩୦ ରନ୍‌ର ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ପୂର୍ବରୁ ଭାରତ-ଏ ପ୍ରଥମ ଇନିଂସ୍‌ରେ ୨୬୯ ରନ୍‌ କରିଥିବାବେଳେ ଶ୍ରୀଲଙ୍କା-ଏ ୨୧୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri