ବିଜ୍ଞାପନର ବିପଦ

ପରଂବ୍ରହ୍ମ ତ୍ରିପାଠୀ
‘ଆପଣଙ୍କ ଟୁଥ୍‌ପେଷ୍ଟରେ ରସୁଣ ଅଛି କି?’ -ଏମିତି ଗୋଟେ ବିଜ୍ଞାପନ ଦେଖିଥିଲେ କି? କ’ଣ? ସେଥିରେ, ମାନେ ସେ ବିଜ୍ଞାପନରେ କେବଳ ଲେମ୍ବୁ ଆଉ ଲୁଣ କଥା ଥିଲା? ଯଦି ଲେମ୍ବୁ, ଲୁଣ ଯାଏ ଆସି ପାରିଲେ ତା’ହେଲେ କଞ୍ଚା ଲଙ୍କା, ଉଲିପିଆଜ, ଛ’କୋଲା ରସୁଣ ଯାଏ ଆସିବାକୁ ଆଉ କେତେଦିନ? ହୁଏତ, ଆଉ କିଛିଦିନ ପରେ ଏଇଟା କୁହାଯାଇ ପାରେ, ଆପଣଙ୍କ ଜେଜେମା’ଙ୍କ ଶାଶୁକୁ ଶ୍ୱାସରୋଗ ଥିଲା କି? ଯଦି ଥିଲା, ତା’ହେଲେ ଆପଣ ରସୁଣର ଗୁଣ ଥିବା ଟୁଥ୍‌ପେଷ୍ଟ ବ୍ୟବହାର କରୁଛନ୍ତି କି?
ଏବେ ପଏଣ୍ଟକୁ ଆସିବା। ସକାଳୁ ଉଠିଲେ ଜଣେ ପ୍ରତିଦିନ ଦାନ୍ତ ଘଷେ, ହେଲେ ରସୁଣ ଥିବା ଟୁଥ୍‌ପେଷ୍ଟ ତା’ର ଦରକାର କି? ଉତ୍ତର ବୋଧହୁଏ ନା। ମୋ ଅଣଜେଜେମା’ଙ୍କ ଶ୍ୱାସ, ହେଲେ ତା’ର ମୋ ଦାନ୍ତ ସହ କିଛି ସମ୍ପର୍କ ଅଛି କି ନାହିଁ ମୁଁ ଜାଣିନି। ବାସ୍‌, ଏଇଟା ହିଁ କଥା, ଆପଣ ଜାଣି ନାହାନ୍ତି ତ ଜାଣନ୍ତୁ, ଆଉ ଆମ ଟୁଥ୍‌ପେଷ୍ଟ କିଣନ୍ତୁ। ଏଇଠି ଆପଣ ପଚାରି ପାରନ୍ତି, ସତରେ କ’ଣ ମୋର ଏ ଜିନିଷଟି ଦରକାର? ମୁଁ ତିନିବର୍ଷ ଏ ଟୁଥ୍‌ପେଷ୍ଟ ବ୍ୟବହାର କଲା ପରେ ଆପଣ ଗ୍ୟାରେଣ୍ଟି ଦେଇ ପାରିବେ କି ମୋର ଓରାଲ ହେଲ୍‌ଥରେ କିଛି ଆଖିଦୃଶିଆ ପରିବର୍ତ୍ତନ ଆସିବ? ଯଦି ଏ ଦୁଇଟି ପ୍ରଶ୍ନ ଆପଣଙ୍କ ମନକୁ ଆସୁଛି, ତା’ହେଲେ ପ୍ରଥମ ପ୍ରଶ୍ନର ଉତ୍ତର ଯାହା ବିଜ୍ଞାପନ କର୍ତ୍ତୃପକ୍ଷ ଦେବେ ସେଇଟା ହେଲା, ଚାହିଦା ବା ଡିମାଣ୍ଡ ତିଆରି କରିବା ଆମ କାମ। ଦ୍ୱିତୀୟ ପ୍ରଶ୍ନକୁ ଯଦି ଆପଣ ବେକ ଚିପିଲା ଭଳି ପରିସ୍ଥିତି ସୃଷ୍ଟି କରି ପୁନଃ ପୁନଃ ପଚାରିବେ, ତେବେ ଗୋଟେ ଦାର୍ଶନିକ ଉତ୍ତର ଆସିପାରେ ଯେ କାଲି କିଏ ଦେଖିଛି।
ପ୍ରଥମ ପ୍ରଶ୍ନ ଓ ତା’ର ଉତ୍ତରଟି ବର୍ତ୍ତମାନ ପରିସ୍ଥିତିରେ ମୋ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଓ ପ୍ରାସଙ୍ଗିକ ମନେହୁଏ। ସତରେ କ’ଣ ମୋର ସେଇ ଡିଓ ଦରକାର, ଯାହାକୁ ଲଗେଇଲେ ମୋ ପଡ଼ୋଶିନୀ ତାଙ୍କ ସ୍ବାମୀ ନ ଥିଲା ବେଳେ ମୋ ଶଯ୍ୟାଶାୟିନୀ ହେବାକୁ ଚାଲି ଆସିବେ? ସତରେ କ’ଣ କେବଳ ହର୍‌ଲିକ୍ସ କି ସେଇ ଭଳି ଜିନିଷ ପିଇଲେ ହିଁ ମୋ ପୁଅ କି ଝିଅ ଶ୍ରେଣୀରେ ପ୍ରଥମ ହେବ କି ଏସିଆଡ/ଅଲିମ୍ପିକ ପଦକ ଜିତିବ? ଯଦି ସେଇଟା ସତ, ତା’ହେଲେ ଦୂତୀ ଚାନ୍ଦ, ହିମା ଦାସ ଭଳି ଲୋକ ସଫଳ ହେଲେ କେମିତି? ସତରେ କ’ଣ ମୋ ଧଳା କାମିଜକୁ ଘଡି ପାଉଡରରେ ଧୋଇଲେ ହିଁ ଯାଇ ଅଫିସରେ ମୋ ଉପରିସ୍ଥ ଅଫିସର ମୋ ଉପରେ ପ୍ରସନ୍ନ ହେବେ? ଆଉ ଯଦି ମୁଁ ଗଲ୍ଫ କୋର୍ସ ଯିବା ପାଇଁ ସକ୍ଷମ, ସତରେ କ’ଣ ସେଠି ଥିବା ଲୋକମାନେ ମୁଁ ରୋଲେକ୍ସ ଘଡି କି ଜକି ଅନ୍ତଃବସ୍ତ୍ର ପିନ୍ଧିଛି କି ନାହିଁ ସେ ବିଷୟରେ ପଚାରିବେ?
ବିଜ୍ଞାପନର କାମ ହେଲା କୌଣସି ଜିନିଷ ପାଇଁ ଚାହିଦା ତିଆରି କରିବା। ଆଉ ଚାହିଦା ତିଆରି କଲା ବେଳେ, ବହୁତ କମ୍‌ ସମୟରେ ଏ ମୌଳିକ ପ୍ରଶ୍ନ ତା’ର ପ୍ରାସଙ୍ଗିକତା ରଖେ ଯେ, ସାମ୍ନା ଲୋକର ଏଇଟା ଦରକାର କି ନାହିଁ। ଆପଣ କ’ଣ ଦରକାର କରୁଛନ୍ତି ସେଇଟା ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଗୁରୁତ୍ୱପୂର୍ଣ୍ଣ ହେଉଛି ଆପଣ ଆମ ଜିନିଷ କ’ଣ ପାଇଁ ଦରକାର କରୁ ନାହାନ୍ତି। ବୋତଲ ପାଣି ନିଶ୍ଚିତ ଭାବେ ଭଲ, ହେଲେ ବୋତଲ ପାଣି ପାଇଁ ବଜାର ତିଆରି କରିବାକୁ ଯେବେ ଆମେ ବିଜ୍ଞାପନ ମାଧ୍ୟମରେ ଉପଲବ୍ଧ ଅନ୍ୟ ସବୁ ଜଳ ଉତ୍ସକୁ ପ୍ରଦୂଷିତ ଦେଖେଇବାର ପ୍ରୟାସ କରୁ, ସେଇଟା ସଚେତନତା ନୁହେଁ କୃତ୍ରିମ ଚାହିଦା ତିଆରିର ଜଟିଳ ପ୍ରକ୍ରିୟା।
ଦ୍ୱିତୀୟ ପ୍ରଶ୍ନ ହେଲା, ବିଜ୍ଞାପିତ ହେଉଥିବା ଜିନିଷର ସ୍ବଳ୍ପ ସମୟ ଓ ଭବିଷ୍ୟତର ପ୍ରଭାବ ସମ୍ପର୍କରେ ବିଜ୍ଞାପନର ଉତ୍ତରଦାୟିତ୍ୱ। ଖବର ଭଳି ବିଜ୍ଞାପନ ବି ଗଣମାଧ୍ୟମରେ ସୁଲଭ ଭାବେ ଉପଲବ୍ଧ, ବୋଧହୁଏ ଖବରଠାରୁ ଅଧିକ ଉପଲବ୍ଧ ଓ ତ୍ୱରିତ ମଧ୍ୟ। ଆଉ ସେଇ ପରିପ୍ରେକ୍ଷୀରେ ଏ ପ୍ରଶ୍ନ କୋଟିଏ ଟଙ୍କା ନୁହେଁ କୋଟିଏ ଡଲାରର ପ୍ରଶ୍ନ। ପ୍ରଶ୍ନଟି ହେଲା ବିଜ୍ଞାପନ କ’ଣ କେବଳ ମନୋରଞ୍ଜନ? ଯଦି ମନୋରଞ୍ଜନ, ତା’ହେଲେ ଚଳଚ୍ଚିତ୍ର ଆରମ୍ଭ ପୂର୍ବରୁ ଯେମିତି ଲେଖାଯାଇଥାଏ ଯେ ସମସ୍ତ ଘଟଣା, ଚରିତ୍ର, ବିଷୟବସ୍ତୁ କାଳ୍ପନିକ, ବିଜ୍ଞାପନ ପୂର୍ବରୁ ସେମିତି ଲେଖାଯିବ ନାହିଁ କ’ଣ ପାଇଁ? ଗୁଣବତ୍ତା ସମ୍ପର୍କିତ ଉତ୍ତରଦାୟିତ୍ୱ କେବଳ ଜିନିଷ/ସେବା ତିଆରି କରୁଥିବା ସଂସ୍ଥାର କାହିଁକି ହେବ, ବିଜ୍ଞାପନ କରୁଥିବା ସଂସ୍ଥା ଯିଏ ଲକ୍ଷାଧିକ ଟଙ୍କା ଉତ୍ପାଦକଠାରୁ ନେଉଛି ବିଜ୍ଞାପନ ତିଆରି ପାଇଁ ଓ ଗଣମାଧ୍ୟମ ଯିଏ କୋଟି କୋଟି ଟଙ୍କା ନେଉଛି ତା’ର ପ୍ରଚାର ପ୍ରସାର ପାଇଁ, ସେଥିରେ ସାମିଲ ହେବେ ନାହିଁ କାହିଁକି?
ଏଯାଏ ତ ଠିକ୍‌ ଅଛି। ସବୁଠୁ ବଡ଼ ବିପଦ ତ ସେତେବେଳେ ଆସେ ଯେତେବେଳେ, ଜନମତ ନୁହେଁ ବିଜ୍ଞାପନ ହିଁ ସ୍ଥିର କରେ ଗୋଟେ ରାଜ୍ୟର କି ଗୋଟେ ରାଷ୍ଟ୍ରର ଭାଗ୍ୟବିଧାତା, ଅଧିନାୟକ କିଏ ହେବ। ତା’ଠାରୁ ଅଧିକ ବିପଜ୍ଜନକ ହେଉଛି, ଯେତେବେଳେ ବିଜ୍ଞାପନର ବିଶାଳ ନେଟୱର୍କ ମାଧ୍ୟମରେ ଏ ଜିନିଷ ଦେଖେଇବାକୁ ଓ ଏ ଜନବିଶ୍ୱାସ ତିଆରି କରିବାକୁ ପ୍ରଚେଷ୍ଟା କରାଯାଏ ଯେ ଢମକର ବିକଳ୍ପ କିଏ?
ସେଇଠି ଟିକେ ସାବଧାନ ହେବାକୁ ପଡ଼ିବ। କାରଣ କର୍କଟ ରୋଗର ବିକଳ୍ପ ଏଡ୍‌ସ ନୁହେଁ ଏବଂ ବୋଧହୁଏ ଲୋକଙ୍କୁ କର୍କଟ ରୋଗର ବିକଳ୍ପ ନୁହେଁ, ସମାଧାନ ଦରକାର।
ନାଉଗାଁହାଟ, ଜଗତ୍‌ସିଂହପୁର, ମୋ-୯୭୧୭୩୦୨୨୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri