ବିଜ୍ଞାନ,କାରିଗରୀ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ନୂଆପଡା ଗସ୍ତ: ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା; ଯୋଗେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା

ନୂଆପଡ଼ା ଅଫିସ,୧୯ା୮ : ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜ୍ଞାନ, କାରିଗରୀ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଦିନିକିଆ ନୂଆପଡା ଗସ୍ତରେ ଆସି ଜିଲାର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ସ୍ଥାନୀୟ ପତୋରାସ୍ଥିତ ଯୋଗେଶ୍ୱର ମନ୍ଦିର ବୁଲି ଦେଖିବା ସହ ପୂଜାର୍ଚ୍ଚନା କରିଛନ୍ତି ।
ରବିବାର ସକାଳେ ଟ୍ରେନ ଯୋଗେ ମନ୍ତ୍ରୀ ପଣ୍ଡା ସହଧର୍ମିଣୀଙ୍କ ସହ ଆସି ନୂଆପଡ଼େରେ ପହଞ୍ଚତ୍ ଥିଲେ । ନୂଆପଡ଼ା ଜିଲା ପ୍ରଶାସନ ଓ ବିଜେଡି ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ପ୍ରଥମେ ମନ୍ତ୍ରୀ ନିକଟସ୍ଥ ବିଜୁ ପଟ୍ଟନାୟକ ଭିନ୍ନକ୍ଷମ ବିଦ୍ୟାଳୟ ଯାଇ ଦିବ୍ୟାଙ୍ଗମାନଙ୍କ ସହ ଆଲୋଚନା କରିଥିଲେ। ପରେ ନୂଆପଡ଼ାରୁ ପତୋରା ଯିବା ବାଟରେ କାଞ୍ଚନବେନ ରସିକଲାଲ ଚେରିଟେବଲ ଟ୍ରଷ୍ଟ ତରଫରୁ ପରିଚାଳିତ ବିଦ୍ୟାଳୟକୁ ଯାଇ ଅନ୍ବେଷା କାର୍ଯ୍ୟକ୍ରମରେ ଶିଶୁଙ୍କ ସ୍ଥିତି ଦେଖିଥିଲେ । ତାଙ୍କ ସହ ଟ୍ରଷ୍ଟର ସଭ୍ୟ ତଥା ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଜୟ ଢୋଲକିଆ, ଜିଲା ମଙ୍ଗଳ ଅଧିକାରୀ ସନ୍ଧ୍ୟା ମାଝି, ଜିଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଉପାଧ୍ୟକ୍ଷ ଭାନୁ ମାଝି, ଟିଟୁ ପଣ୍ଡା, ଅବନୀ ଜୋଷୀ, ସିତୁ ବୋଧନକର, ସ୍ବାଗତ ଜୋଷୀ ପ୍ରମୁଖ ସାମିଲ ଥିଲେ । ପରେ ପତୋରାରେ ପହଞ୍ଚତ୍ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଶିବଲିଙ୍ଗରେ ପାଣି ଲାଗି କରିଥିଲେ । ଏହି ଅବସରରେ ମନ୍ଦିର ପରିଚାଳନା କମିଟି ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମନ୍ଦିରର ସାମଗ୍ରୀକ ବିକାଶ ସକାଶେ କମିଟି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସେଠାରେ ପାନୀୟ ଜଳ ବ୍ୟବସ୍ଥା କରିବା ସହ ପାଚେରି, ପାନ୍ଥଶାଳା, ରାସ୍ତା ନିର୍ମାଣର ଆବଶ୍ୟକତା ରହିଛି ା ଅବହେଳିତ ରାଜୀବ ଉଦ୍ୟାନ ପ୍ରତି ଦୃଷ୍ଟି ଦେବାକୁ କମିଟି ଦୃଷ୍ଟି ଆକର୍ଷଣ କରିଥିଲା। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ପଣ୍ଡା କୌଣସି ଅଞ୍ଚଳର ବିକାଶ ପାଇଁ ପର୍ଯ୍ୟଟନ ଏକ ଆଧାର । ପତୋରା ସ୍ବର୍ଣ୍ଣଗର୍ଭା । ଏଠିକାର ଉନ୍ନତି ସକାଶେ ସରକାରଙ୍କ ତରଫରୁ ଅନୁଦାନ ଏବଂ ଅନୁକମ୍ପା ରହିଛି ବୋଲି କହିଥିଲେ । ଏହାକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କମିଟି ସଭାପତି ମୂରଲୀଧର ପଣ୍ଡା, ସମ୍ପାଦକ ଶ୍ୱେତରାମ ଦେୱାଙ୍ଗନ, ସୁରେଶ ଅଗ୍ରୱାଲ, ଭାନୁପ୍ରତାପ ଦଣ୍ଡସେନା, କେଶରୀ ଜୈନ ପ୍ରମୁଖ ସ୍ବାଗତ କରିଥିଲେ। ପତୋରାରୁ ଫେରି ନୂଆପଡ଼ା ସଦର ବ୍ଲକରେ ଆୟୋଜିତ ସଭାରେ ୫ଜଣ ଭିନ୍ନକ୍ଷମମାନଙ୍କୁ ଟ୍ରାଇ ସାଇକେଲ, ୨ ଜଣଙ୍କୁ ହ୍ବିଲ ଚେୟାର, ୭୭ ଜଣଙ୍କୁ ଭତ୍ତା, ୬୭୫ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ଖରିଆରରୋଡରେ ବରିଷ୍ଠ ନାଗରିକମାନଙ୍କ ସହ ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀ ଆଲୋଚନା କରିଥିଲେ। ଅପରାହ୍ନରେ ନୂଆପଡାସ୍ଥିତ ସର୍କିଟ ହାଉସରେ ଜିଲାପାଳ ଏବଂ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ସାରିବା ପରେ ସେ କୋମନା, ଖଡିଆଳ ଗସ୍ତ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri