ବିଜେପୁର ଉପନିର୍ବାଚନ: ରୋଡ୍‌ ଶୋ’ରେ ବାହାରି ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ, ୧୭ା୧୦- ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ୪ଦିନ ବାକି। ଦୁଇ ଦିନ ପରେ ନିର୍ବାଚନୀ ପ୍ରଚାର ଅବଧି ସରିବ। ତେବେ ଗୁରୁବାର ଦୁଇ ଦିନିଆ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲାଉମୁଣ୍ଡାରୁ ରୋଡ ଶୋ’ରେ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ହେଲିକପ୍ଟରରେ ଆସି ଦିନ ପ୍ରାୟ ୧୦ଟା ୪୨ ମିନିଟରେ ଲାଉମୁଣ୍ଡାର ଅସ୍ଥାୟୀ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଓହ୍ଲାଇଥିଲେ। ସେଠାରୁ ସ୍ବତନ୍ତ୍ର ବସ୍‌ ଯୋଗେ ରୋଡ୍‌ ଶୋ’ରେ ବାହାରି ପ୍ରଚାର ଆରମ୍ଭ କରିବା ସହିତ ପଥପ୍ରାନ୍ତ ସଭାରେ ଉଦବୋଧନ ଦେଇଥିଲେ। ପ୍ରଚାର କାର୍ଯ୍ୟକ୍ରମରେ ପ୍ରାର୍ଥିନୀ ରୀତାଙ୍କ ସମେତ ମନ୍ତ୍ରୀ ଟୁକୁନୀ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସୁଶାନ୍ତ ସିଂ, ରାଜ୍ୟସଭା ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ହଜାର ହଜାର ସମର୍ଥକଙ୍କ ସହିତ ଉପସ୍ଥିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ଜିଏସ୍‌ୱାଇରେ ଅର୍ଥ ଆତ୍ମସାତ୍‌

ଯାଜପୁର ଅଫିସ,୯ା୭:ଯାଜପୁର ଜିଲା ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନରେ ନିର୍ମାଣ ହୋଇଥିବା ବାଲିଚନ୍ଦ୍ରପୁର-ଦେକୁରୀ ଏବଂ ଏନ୍‌ଏଚ୍‌-୫(କ)ଠାରୁ ଭରତପୁର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)...

ପ୍ରାର୍ଥତ୍ପତ୍ର ଦାଖଲ କଲେ ୪ କର୍ପୋରେଟର ପ୍ରାର୍ଥୀ

ଭୁବନେଶ୍ୱର,୪ା୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ଗୁରୁବାର ୪ ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି । ବୁଧବାର ମେୟର ପଦବୀ ପାଇଁ ୫...

ଗରିବଙ୍କୁ ଖାଦ୍ୟ ଯୋଗାଇବ ମୋବାଇଲ୍‌ ଫୁଡ୍‌ ବ୍ୟାଙ୍କ୍‌

ଭୁବନେଶ୍ୱର,୧୭ା୧(ବ୍ୟୁରୋ): କ୍ଷୁଧା ଦୂରୀକରଣ ତଥା ଗରିବଙ୍କୁ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ‘ସୋ ଆମ୍‌ ଆଇ(ସାଇ) ଫାଉଣ୍ଡେଶନ ଟ୍ରଷ୍ଟ’ ପକ୍ଷରୁ ‘ହଙ୍ଗର୍‌ ଫ୍ରି ଓଡ଼ିଶା’ କ୍ୟାମ୍ପେନ୍‌...

ଅଳପୁଆ-ଦାମୋଦରପାଟଣା ରାସ୍ତା ଶୋଚନୀୟ

ପଟ୍ଟାମୁଣ୍ଡାଇ,୨୫ା୭ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଅଳପୁଆ-ଦାମୋଦରପାଟଣା ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ମରଣଯନ୍ତା ପାଲଟିଛି। ରାସ୍ତାରେ ଆଣ୍ଢୁଏ ଲେଖାଏ ଗାତ ସୃଷ୍ଟି ହୋଇଛି। ଏହି...

ଦାରିଙ୍ଗବାଡ଼ିରେ ଶୀତ ଅବ୍ୟାହତ: ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ

ଦାରିଙ୍ଗବାଡ଼ି,୨୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଶୀତ ଅବ୍ୟାହତ ରହିଛି। ପାଗ ଶୁଖିଲା ରହିବା ସହ ବୁଧବାର ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ତଳକୁ ଖସିଆସିଥିବା ବ୍ଲକ...

ମୋ ସରକାର ଲକ୍ଷ୍ୟ ନିରନ୍ତର ସେବା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ...

ସୁବର୍ଣ୍ଣପୁରରେ କାଳବୈଶାଖୀ: ସଦର ମହକୁମାରେ ଭାଙ୍ଗିଲା ୪୦ଟି ବିଦ୍ୟୁତ ଖୁଣ୍ଟ

ସୋନପୁର,୬।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ମଙ୍ଗଳବାର ବିଳମ୍ବିତ ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ରାତି ପ୍ରାୟ ୧୧ଟାରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଥିଲା। ଏଥିରେ...

ରାଜଧାନୀରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍‌: ଆଜି ଚିହ୍ନଟ ହେଲେ ୯୮୮, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାଜଧାନୀରେ ତଳମୁହାଁ କରୋନା। ଦୀର୍ଘଦିନ ପରେ ହଜାରରୁ କମ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଭୁବାନେଶ୍ୱର ମହାନଗର ନିଗମ...

Advertisement
Archives

Model This Week