ବିଜେପୁର ଏନ୍‌ଏସିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ’

ବିଜେପୁର,୧୮।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ତିନି ପ୍ରମୁଖ ଦଳର ଷ୍ଟାର ପ୍ରଚାରକଙ୍କ ମାରାଥନ ପ୍ରଚାର ରାଜନୈତିକ ବାତାବରଣକୁ ବେଶ୍‌ ସରଗରମ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଜପା ପ୍ରାର୍ଥୀ ସନତ କୁମାର ଗଡତିୟାଙ୍କ ପାଇଁ ଶୁକ୍ରବାର ବିଜେପୁର ନିର୍ବାଚନମଣ୍ଡଳୀକୁ ଦ୍ବିତୀୟଥର ପ୍ରଚାର ନିମିତ୍ତ ଅବତୀର୍ଣ୍ଣ ହୋଇଛନ୍ତି। ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ବିଳମ୍ବରେ ଅର୍ଥାତ୍‌ ମଧ୍ୟାହ୍ନ ୧୨ଟାରେ କେନ୍ଦ୍ରମନ୍ତ୍ରୀ ସ୍ଥାନୀୟ ଉପରପଡ଼ାରେ ପହଞ୍ଚିଥିଲେ। ଏମ୍‌ପି ସୁରେଶ ପୁଜାରୀ, ବିରୋଧୀ ଦଳ ନେତା ପ୍ରଦୀପ ନାୟକ, ବିଧାୟକ ମୁକେଶ ମହାଲିଙ୍ଗ, ବିଧାୟକ ନାଉରୀ ନାୟକ, ପ୍ରାର୍ଥୀ ସନତ କୁମାର ଗଡତିୟା ପ୍ରମୁଖ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଓ ରାଜ୍ୟ ସଭାପତି ତଥା ଏମ୍‌ପି ବସନ୍ତ ପଣ୍ଡାଙ୍କୁ ପାଛୋଟି ନେଇଥିଲେ। ପରେ ସୁସଜ୍ଜିତ ଯାନରେ ଧର୍ମେନ୍ଦ୍ର ରୋଡ୍‌ ଶୋ’ରେ ପ୍ରଚାରକରି ଭୋଟ୍‌ ଭିକ୍ଷା କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏହି ଦ୍ବିତୀୟଥର ପ୍ରଚାର ପାଇଁ କର୍ମୀ ଓ ନେତାମାନେ ବେଶ୍‌ ଉତ୍ସାହିତ ହୋଇପଡିଥିବା ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ରେଟିନା ଅସ୍ତ୍ରୋପଚାର

ଭୁବନେଶ୍ୱର, ୨୮।୫(ବ୍ୟୁରୋ)- ରାଜ୍ୟର ଅନ୍ୟତମ ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ରେଟିନା ଅସ୍ତ୍ରୋପଚାର ଆରମ୍ଭ ହୋଇଛି। ସୁନେତ୍ର ଯୋଜନାରେ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ...

ହୁମ୍ମା ଶୁଖୁଆ ହାଟରେ ମହିଳା ବ୍ୟବସାୟୀଙ୍କୁ ଶୋଷଣ

ଛତ୍ରପୁର,୨୧ା୧(ଡି.ଏନ.ଏ.)-ଗଞ୍ଜାମ ଜିଲା ହୁମ୍ମା ଶୁଖୁଆ ହାଟରେ ବ୍ୟବସାୟୀମାନଙ୍କୁ ପାନୁ ଆଦାୟ ନଁାରେ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କଲେ ଧମକ ଚମକଠାରୁ ଆରମ୍ଭ...

ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ଅନୁଗୋଳ ଅଫିସ, ୨୬।୭: ଅନୁଗୋଳ ଜିଲାର ବହୁ ଚର୍ଚ୍ଚିତ କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅନୁଗୋଳ ଅତିରିକ୍ତ...

ସ୍କୁଲ ଯିବା ବାଟରେ ମୁଣ୍ଡକୁ ଆସିଲା ଏମିତି କଥା, ଫୋନ ବିକି ଅକ୍ଷୟ କୁମାରଙ୍କୁ ଭେଟିବାକୁ ଚାଲିଗଲେ ସୁନ୍ଦରଗଡ଼ର ଛାତ୍ର

ସୁନ୍ଦରଗଡ,୧୩।୮(ଡି.ଏନ୍‌.ଏ.): ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ଦେଖିବା ନିଶା ଏମିତି ଯେ ଫୋନ୍‌ ବିକି ମୁମ୍ବାଇ ଚାଲିଯାଇଥିଲେ ଜଣେ ଛାତ୍ର। ପରେ ତାଙ୍କୁ ମୁମ୍ବାଇସ୍ଥିତ ବଲିଉଡ...

‘ଜଳସାଥୀ’ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ଦେଲେ ୫୯୩ଟଙ୍କା ଜଳକର

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଏଣିକି ଜଳକର ଆଦାୟ କରିବେ ମିଶନ ଶକ୍ତି ମହିଳା। ଏଥିପାଇଁ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବ ବୈଷୟିକ ତାଲିମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର...

ସ୍କୁଲ ଅଧୀନକୁ ଆସିବ ଜମି

ଭୁବନେଶ୍ୱର,୧।୧୧(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ କେତେକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ପରିସରରେ ଥିବା ଜମିଗୁଡ଼ିକର ମାଲିକାନା ସ୍କୁଲ ହୋଇ...

ଖୁଣ୍ଟୁଣୀ କଲେଜରେ ସଡ଼କ ସୁରକ୍ଷା ସପ୍ତାହ

ଖୁଣ୍ଟୁଣୀ,୧୮ା୧( ଡି.ଏନ.ଏ.): ଖୁଣ୍ଟୁଣୀ କଲେଜ ପରିସରରେ ଶୁକ୍ରବାର ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରମାନେ ଏକ ସଚେତନତା ଶୋଭାଯାତ୍ରାରେ...

ତେଜିଲା ବସ୍‌ ସିଣ୍ଡିକେଟ ବିବାଦ: ୧୪୪ ଧାରା ଜାରି

ଭଦ୍ରକ ଅଫିସ, ୧୪।୩- ଭଦ୍ରକ ବସ୍‌ ସିଣ୍ଡିକେଟରେ ବିବାଦ ତେଜିବାରେ ଲାଗିଛି। ସଂଘର ଆର୍ଥିକ ହେର୍‌ଫେର୍‌କୁ ନେଇ ମୁଣ୍ଡ ଟେକିଥିବା କର୍ମକର୍ତ୍ତା ଚୟନ ବିବାଦ ମାଲି...

Advertisement
Archives

Model This Week