ବିଜେଡି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ:୧ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର,୨୮-୮(ବ୍ୟୁରୋ) :ବିଜେଡି ପକ୍ଷରୁ ଆସନ୍ତା ୨ ତାରିଖରେ ସଦସ୍ୟତା ଅଭିଯାନ ଆରମ୍ଭ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। କମିଟି ସଦସ୍ୟଭାବେ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲିକ, ସଞ୍ଜୟ କୁମାର ଦାସବର୍ମା, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ପାଣିଗ୍ରାହୀ, ପ୍ରଣବ ପ୍ରକାଶ ଦାସଙ୍କୁ ମନୋନୀତ କରାଯାଇଛି। ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ସଂଯୋଜକ ଦାୟିତ୍ୱ ମିଳିଛି। ତେବେ ଏହି କମିଟି ପକ୍ଷରୁ ସଦସ୍ୟତା ଅଭିଯାନ ନେଇ ଗତ ସୋମବାର ଏକ ବୈଠକ ବସିଥିଲା। ସେହିପରି ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଉ ଏକ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡିଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧ ତାରିଖରେ ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ପରିବର୍ଦ୍ଧିତ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ କାର୍ଯ୍ୟକାରୀ କମିଟିର ୮୧ ସଦସ୍ୟ, ସବୁ ଜିଲା ସଭାପତି, ୩୦ ଜିଲା ପାଇଁ ନୂତନଭାବେ ଚୟନ ହୋଇଥିବା ପର୍ଯ୍ୟବେକ୍ଷକ, ସମସ୍ତ ଛାମୁଆ ସଙ୍ଗଠନର ମୁଖିଆ ଯୋଗଦେବେ। ଏହି ବୈଠକରେ କେମିତି ଦଳର ସଦସ୍ୟତା ଅଭିଯାନ ଆରମ୍ଭ ହେବ ସେନେଇ ଘୋଷଣା କରାଯିବ ବୋଲି ଜଣାପଡିଛି। ଆଜିର ବୈଠକରେ ସଦସ୍ୟତା ଅଭିଯାନର ସମସ୍ତ ସଦସ୍ୟମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିବାକୁ ମନା ସତ୍ତ୍ୱେ ଚାଲିଥିଲା ସ୍କୁଲ, ରାଜଧାନୀର ଏହି ସରସ୍ବତୀ ବିଦ୍ୟା ମନ୍ଦିରକୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର,୧।୧୨(ବ୍ୟୁରୋ): ରାଜଧାନୀର ଚିନ୍ତାମଣୀସ୍ବର ଲେନ୍‌-୬ ଅଞ୍ଚଳରେ ଥିବା ଏକ ସ୍କୁଲ କୋଭିଡ ଗାଇଡଲାଇନ୍‌ ଉଲ୍ଲଂଘନ କରିଆସୁଥିଲା। ଏହାକୁ ନେଇ ସାଇ ସରସ୍ବତୀ ବିଦ୍ୟା ମନ୍ଦିରକୁ ମଙ୍ଗଳବାର...

ଶିଳ୍ପ ପାଇଁ ଜମି ନେଇ ସ୍କୁଲ, କଲେଜ ହୋଇଛି , ଏହାର ଯାଞ୍ଚ କରାଯାଉ: ସୁରେଶ ରାଉତରାୟ

ଭୁବନେଶ୍ୱର, ୧୯।୭(ବ୍ୟୁରୋ): ଖୋର୍ଦ୍ଧା ଜିଲାରେ ରାଜ୍ୟସ୍ତରୀୟ ସିଙ୍ଗିଲ ଓ୍ବିଣ୍ଡୋ କମିଟି କର୍ତ୍ତୃପକ୍ଷଙ୍କ ଅନୁମୋଦିତ ଦ୍ୱାରା ୯ଟି ବୃହତ୍‌ ଶିଳ୍ପ ସ୍ଥାପିତ ହୋଇଛି। ସେଗୁଡିକ ହେଲା ହିନ୍ଦୁସ୍ଥାନ...

ଆଧାରକାର୍ଡ ନ ଥିଲେ ସ୍କୁଲ ଆଇ କାର୍ଡରେ ନେଇ ପାରିବେ ଟିକା

ଭୁବନେଶ୍ବର,୨୯।୧୨(ବ୍ୟୁରୋ): ଜାନୁୟାରୀ ପହିଲାରୁ ୧୫ ରୁ ୧୮ ବର୍ଷ ପିଲାଙ୍କୁ ଟିକା ଦିଆଯିବ । ଏଥିପାଇଁ ରାଜ୍ୟରେ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ । ଏ...

ବିଜେପୁର ଉପନିର୍ବାଚନ: ପ୍ରାର୍ଥୀ ଚୟନକୁ ନେଇ ବଢ଼ୁଛି ଚିନ୍ତା

ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜ୍ୟ ରାଜନୀତିରେ ପୁଣିଥରେ ବିଜେପୁର ଆସନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଦ୍ୱିତୀୟ ଥର ଲାଗି ପଶ୍ଚିମ ଓଡ଼ିଶା ରାଜନୀତିରେ ବିଜେଡି ଓ...

ବ୍ରହ୍ମପୁରରେ ୨ ନୂଆ କୋଭିଡ୍‌ ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୮(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁରରେ ଦୁଇଟି ନୂଆ କୋଭିଡ୍‌ ହସ୍ପିଟାଲକୁ ଶନିବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଏହି ଦୁଇଟି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲରେ...

ଭୁବନେଶ୍ୱର, ରାଉରକେଲା ଅବକାରୀ ଜିଲା

ଭୁବନେଶ୍ୱର,୭ା୩(ବ୍ୟୁରୋ): ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲାକୁ ଭାଗ କରି ଭୁବନେଶ୍ୱର ଓ ରାଉରକେଲାଠାରେ ୨ ନୂତନ ଅବକାରୀ ଜିଲା ଗଠନ କରିବା ସହ ୪ଟି ପଦବୀ...

ଭାରସାମ୍ୟ ହରାଇ ନାଳକୁ ଖସିଲା ଟ୍ରାକ୍ଟର: ଚାପି ହୋଇ ଡ୍ରାଇଭର, ହେଲ୍‌ପରଙ୍କ ଜୀବନ ଗଲା

ଅମରପାଲି,୫।୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର କଦଳୀମୁଣ୍ଡା-ଜନକପୁର ରାସ୍ତା ମଝିରେ ରେଙ୍ଗାଲି ନାଳଠାରେ ଟ୍ରାକ୍ଟର ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ...

ମା’ ବିରଜାଙ୍କ ଦୁର୍ଗୋତ୍ସବ ପାଇଁ ପ୍ରସ୍ତୁତି

ଯାଜପୁର ଟାଉନ,୧୨।୯(ଡିଏନଏ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଚଳିତ ବର୍ଷ ପାର୍ବଣ ଯାତ୍ରା ତଥା ଦୁର୍ଗୋସତ୍ବ ପାଇଁ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପ୍ରଶାସନ...

Advertisement
Archives

Model This Week