ବିକ୍ରମ ଲ୍ୟାଣ୍ଡିଂ ସାଇଟ୍‌ର ଫଟୋ ପଠାଇବ ନାସା

ନୂଆଦିଲ୍ଲୀ/ନ୍ୟୁୟର୍କ,୧୩-୯ :ଚନ୍ଦ୍ରୟାନ-୨କୁ ନେଇ ଇସ୍ରୋ ପକ୍ଷରୁ ଅହରହ ପ୍ରୟାସ ଜାରି ରହିଥିବାବେଳେ ଯୋଗଯୋଗ ଲାଗି ପ୍ରସ୍ତୁତି ଚାଲିଛି। ସମୟ ସରିଆସୁଥିବାବେଳେ ନାସା ଏଥିଲାଗି ସହଯୋଗର ହାତ ବଢ଼ାଇଛି। ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିବା ପୂର୍ବ ଓ ପରର ସ୍ଥିତି ଅନୁଧ୍ୟାନ କରିବା ଲାଗି ସେଠାକାର ଫଟୋ ନାସା ଶେୟାର କରିବ ବୋଲି କହିଛି। ଏହା ଇସ୍ରୋ ଲାଗି ଅନୁଧ୍ୟାନ କରିବାକୁ ସହଜ ହେବ ବୋଲି ନାସାର ମୁଖପାତ୍ର ପ୍ରକାଶ କରିଛନ୍ତି। ଏପର୍ଯ୍ୟନ୍ତ ଇସ୍ରୋ ପକ୍ଷରୁ ବିକ୍ରମର କୌଣସି ଫଟୋଚିତ୍ର ଜାରି କରାଯାଇନାହିଁ। ଚନ୍ଦ୍ରୟାନ-୨ର ନିଜସ୍ବ ଅର୍ବିଟର ଥିଲେ ସୁଦ୍ଧା ନାସାର ଚନ୍ଦ୍ର ସର୍ବେକ୍ଷଣ ଅର୍ବିଟର ସେଠାରେ ଘୂର୍ଣ୍ଣନ କରୁଥିବାରୁ ଫଟୋ ପଠାଇପାରିବ ବୋଲି କୁହାଯାଇଛି। ପ୍ରକାଶଥାଉ କି, ଚନ୍ଦ୍ରପୃଷ୍ଠରୁ ମାତ୍ର ୨.୧ କି.ମି. ଦୂରରେ ବିକ୍ରମ ଲ୍ୟାଣ୍ଡର ସହ ଯୋଗlଯୋଗ ସମ୍ପର୍କ ଛିନ୍ନ ହୋଇଯିବାଫଳରେ ଇସ୍ରୋକୁ ଜୋର୍‌ଦାର ଝଟକା ଲାଗିଥିଲା। ତେବେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍‌ ଚନ୍ଦ୍ରପୃଷ୍ଠରେ ବିକ୍ରମକୁ ଅକ୍ଷତ ଅବସ୍ଥାରେ ଠାବ କରାଯାଇଛି ବୋଲି କହିବା ପରେ ଆଶା ପୁଣି ଉଜ୍ଜିବିତ ହୋଇଛି। ନାସା ସହଯୋଗ କ୍ରମେ ଇସ୍ରୋ ବିକ୍ରମର ହାର୍ଡ ଲ୍ୟାଣ୍ଡିଂ ପୂର୍ବ ଓ ପରର ଫଟୋ ପାଇବା ପରେ ଏହାରକୁ ଅନୁଧ୍ୟାନ କରି ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିବ। ସମୟ ସରିଆସୁଥିବାରୁ ବିକ୍ରମ ସହ ଯୋଗାଯୋଗ ଲାଗି ପ୍ରୟାସ ଜାରି ରହଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଗଣା ଯାତ୍ରା ସୁବିଧା ବନ୍ଦ କଲା ଏୟାର ଇଣ୍ଡିଆ, ସରକାରୀ ବାବୁ ଏବେ କିଣିବେ ଟିକଟ…

ନୂଆଦିଲ୍ଲୀ,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ତୁରନ୍ତ ଏୟାର ଇଣ୍ଡିଆର ବକେୟା ଦେୟ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା...

ବାଂଲାଦେଶକୁ ୨୦ ଘୋଡା, ୧୦ କୁକୁର ଉପହାର ଦେଲା ଭାରତ

ନୂଆଦିଲ୍ଲୀ,୧୨।୧୧:ଭାରତ ଏବଂ ପଡୋଶୀ ବାଂଲାଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ କରିବା ପାଇଁ ପ୍ରୟାସ ଚାଲିଛି। ଏହି କ୍ରମରେ ଭାରତୀୟ ସେନା ପକ୍ଷରୁ ବାଂଲାଦେଶ ସେନାକୁ...

ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦରୁ ରାଜ୍ୟପାଳଙ୍କ ଭୂମିକା ହ୍ରାସ କଲେ ପଶ୍ଚିମବଙ୍ଗ ସରକାର

କୋଲକତା,୧୧।୧୨: ପଶ୍ଚିମବଙ୍ଗ ସରକାର ନୂଆ ନିୟମ ଆଣି ରାଜ୍ୟପାଳ ଧନଖରଙ୍କୁ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦରୁ ରାଜ୍ୟପାଳଙ୍କ ଭୂମିକା ହ୍ରସେ କରିଛନ୍ତି। ଉଚ୍ଚ ଶିକ୍ଷା ମନ୍ତ୍ରୀ...

୧୯ ଆତଙ୍କବାଦୀରୁ ୮ ନିହତ ହେଲେଣି

ନୂଆଦିଲ୍ଲୀ/ଶ୍ରୀନଗର,୧୫।୨: ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାରେ ଆତଙ୍କବାଦୀ ଆକ୍ରମଣକୁ ମଙ୍ଗଳବାର ୪ ବର୍ଷ ପୂରିଛି। ୨୦୧୯ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ସିଆର୍‌ପିଏଫ୍‌ର ଏକ ଗାଡ଼ି ଧ୍ୱଂସ ହେବା...

ବାୟୁସେନାକୁ ମିଳିବ ୮୩ ଏଲ୍‌ସିଏ ଯୁଦ୍ଧ ବିମାନ: ଖର୍ଚ୍ଚ ହେବ ୪୭ ହଜାର କୋଟି

ନୂଆଦିଲ୍ଲୀ,୧୮।୫: ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଏଥିରେ ୮୩ଟି ଏଲ୍‌ସିଏ ଯୁଦ୍ଧ ବିମାନକୁ ସାମିଲ୍‌ କରାଯିବ। ଏଥିପାଇଁ ୪୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।...

କରୋନା ଟିକା ନାଚ ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ଥିରୁଭାନନ୍ତପୁରମ୍‌,୧୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ କାର୍ଯ୍ୟ ଜାରି ରହିଛି। ଏପରିସ୍ଥଳେ...

ମହରମ ଶୋଭାଯାତ୍ରାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ, ୨୮।୮(ପି.ଟି.):ଦେଶବ୍ୟାପୀ ମହରମ ଶୋଭାଯାତ୍ରା ବାହାର କରିବା ଲାଗି ଅନୁମତି ଦେବାକୁ ସୁପ୍ରିମକୋର୍ଟ ଗୁରୁବାର ମନା କରିଦେଇଛନ୍ତି। ଏଥିପାଇଁ ଆବେଦନ କରିଥିବା ଲକ୍ଷ୍ନୌର ଶିୟା ନେତା...

୧୦ଦିନ ବଢ଼ିପାରେ ଚଳିତ ଅଧିବେଶନର କାର୍ଯ୍ୟକାଳ: ଶାହ ଦେଲେ ସୂଚନା

ନୂଆଦିଲ୍ଲୀ,୨୩।୭: ଚଳିତ ଅଧିବେଶନର କାର୍ଯ୍ୟକାଳ ୧୦ ଦିନ ବଢ଼ିପାରେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ମଙ୍ଗଳବାର ସଂସଦୀୟ ଦଳ ବୈଠକରେ ଶାହ...

Advertisement
Archives

Model This Week