ବିକାଶ ଶିଡ଼ିରେ ଚାଷୀ

ବିଚିତ୍ର ବିଶ୍ୱାଳ
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ କହିଥିଲେ, ଖାଦ୍ୟଦ୍ରବ୍ୟ ଆମଦାନି କରିବା ପ୍ରତ୍ୟେକ ଦେଶ ପାଇଁ ଅତ୍ୟନ୍ତ ଲଜ୍ଜାର ବିଷୟ। ସେ ପୁଣି କହିଥିଲେ ଯେ, ଆମ ଦେଶରେ ସବୁକିଛି ଅପେକ୍ଷା କରିପାରେ କିନ୍ତୁ ଚାଷ କେବେ ବି ଅପେକ୍ଷା କରିବା କଥା ନୁହେଁ। ଅର୍ଥାତ୍‌ ଚାଷ ଓ ଚାଷୀ ସମ୍ବନ୍ଧୀୟ କୌଣସି ବି ନୀତି କ୍ଷେତ୍ରରେ ଶାସନତନ୍ତ୍ରରେ ଟାଳଟୁଳ ନୀତି ଆଦୌ ଗ୍ରହଣୀୟ ନୁହେଁ। କିନ୍ତୁ ଆଜି ଯେତେବେଳେ ଆମେ ୭୩ତମ ସ୍ବାଧୀନତା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛୁ, ଆମେ ଦେଖୁଛୁ ଯେ, କେବଳ ଚାଷକୁ ଛାଡ଼ି ଆମ ଦେଶରେ ଆଉ ସବୁ କିଛି ଆଗେଇ ଯାଇଛି।
ଦେଶର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। କିନ୍ତୁ ଗତ ଦୁଇ ଦଶନ୍ଧି ଧରି କୃଷି କ୍ଷେତ୍ରରୁ ରୋଜଗାର ସନ୍ତୋଷଜନକ ଭାବରେ ବଢ଼ିନାହଁି। ‘ନୀତି ଆୟୋଗ’ର ନିଜସ୍ବ ଆକଳନ ଅନୁସାରେ ଗତ ଦୁଇ ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ବାସ୍ତବ ଆୟରେ ଅଭିବୃଦ୍ଧି ଶୂନ ପ୍ରତିଶତ ହୋଇଛି। ତା’ର କିଛି ବର୍ଷ ପୂର୍ବରୁ ଅର୍ଥାତ୍‌ ୨୦୧୧-୧୨ରୁ ୨୦୧୫-୧୬ ମଧ୍ୟରେ କୃଷି କ୍ଷେତ୍ରରେ ବାସ୍ତବ ଆୟର ଅଭିବୃଦ୍ଧି ଏକ ପ୍ରତିଶତର ଅଧା ହାରରେ ବଢ଼ିଥିଲା। ଏହାଠାରୁ ବଳି ଦୁର୍ଭାଗ୍ୟର ବିଷୟ ଆଉ କ’ଣ ଥାଇପାରେ! କୃଷି କ୍ଷେତ୍ରରେ ଆୟର ଅଭିବୃଦ୍ଧି କୋମାରେ କାହଁିକି? କୃଷି କ୍ଷେତ୍ରରେ ରୋଜଗାର ବୃଦ୍ଧି ପାଇଁ ଯାହା ବି ପଦକ୍ଷେପ ନିଆଯାଉଛି, ତାହା କେବଳ ନିରର୍ଥକ ସାବ୍ୟସ୍ତ ହେଉଛି। ଏଥିରେ ନା ଚାଷୀର ଭାଗ୍ୟ ବଦଳୁଛି ନା ଚାଷର। ଉପରୋକ୍ତ ତଥ୍ୟଗୁଡ଼ିକରୁ ଏହା ସ୍ପଷ୍ଟ ହେଉଛି। ୨୦୧୬ ଅର୍ଥନୈତିକ ସର୍ବେକ୍ଷଣର ତଥ୍ୟ ଅନୁସାରେ ଆମ ଦେଶର ୧୬ଟି ରାଜ୍ୟରେ ଚାଷୀମାନଙ୍କର ବାର୍ଷିକ ଆୟ ୧୬,୦୦୦ ଟଙ୍କା। ଅର୍ଥାତ୍‌ ଦେଶର ଅଧା ଜନସଂଖ୍ୟା ଚାଷରୁ ମାସିକ ମାତ୍ର ୧୭୦୦ ଟଙ୍କା ଆୟ କରୁଛନ୍ତି। ସେଥିରେ ସେମାନେ ତାଙ୍କ ପରିବାର ପ୍ରତିପୋଷଣ କରିବା ପାଇଁ କିପରି ପରସ୍ଥିତିର ସମ୍ମୁଖୀନ ହେଉଥିବେ ତାହା ଅନୁମେୟ। ଏହା ହଁି ପ୍ରତି ବର୍ଷ ଚାଷରୁ ହଜାର ହଜାର ଲୋକ ବାହାରି ଯାଇ ଦିନ ମଜୁରିଆ ବା ଅନ୍ୟାନ୍ୟ କ୍ଷେତ୍ରରେ ଶ୍ରମିକ ପାଲଟି ଯାଉଥିବାର ପ୍ରମୁଖ କାରଣ। ଚାଷରୁ ଭଲ ଆୟ ନ ହେବାର ମୁଖ୍ୟ କାରଣ ହେଉଛି, ଚାଷୀଙ୍କୁ ଉଚିତ ମୂଲ୍ୟ ନ ମିଳିବା। ଏହାଦ୍ୱାରା ଆମ ଦେଶର ଚାଷୀମାନେ ସାମୂହିକ ଭାବେ ଗତ ପନ୍ଦର ବର୍ଷ ମଧ୍ୟରେ ପ୍ରାୟ ୪୫ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି। ଯଦି ଚାଷୀମାନେ ଏତେ ପରମାଣରେ କ୍ଷତି ସହିଛନ୍ତି, ତା’ହେଲେ ଏହାର ଲାଭ କିଏ ନେଇଛି? ଏହା ନିଃସନ୍ଦେହ ଯେ, ଏହି ଲାଭ ଯେଉଁମାନେ ଚାଷ କରୁନାହାନ୍ତି, ସରକାରୀ ଚାକିରିଆ, ଶିଳ୍ପପତି, ନେତା, ମନ୍ତ୍ରୀ ଆଦିଙ୍କ ପାଖକୁ ହଁି ଯାଇଛି।
ଉପତ୍ାଦନ ବୃଦ୍ଧି କରିବା ପାଇଁ ଚାଷୀମାନେ ବର୍ଷ ପରେ ବର୍ଷ କଠିନ ପରିଶ୍ରମ କରିଆସୁଛନ୍ତି ଓ ଆମ ଦେଶରେ ଖାଦ୍ୟଦ୍ରବ୍ୟ ଭଣ୍ଡାରକୁ ପରିପୂର୍ଣ୍ଣ କରିଛନ୍ତି। କିନ୍ତୁ ଠିକ୍‌ ସେହି ହିସାବରେ ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ବି ବଢ଼ି ବଢ଼ି ଚାଲୁଛି। ବୃହତ୍‌ ସ୍ତରରେ ଦେଶର ଅର୍ଥନୀତିରେ ସ୍ଥିରତା ରଖିବା ପାଇଁ, ଖାଦ୍ୟଦ୍ରବ୍ୟର ଦାମ୍‌କୁ ନିୟନ୍ତ୍ରଣରେ ରଖିବା ପାଇଁ, କମ୍ପାନୀଗୁଡ଼ିକୁ କମ୍‌ ଦାମ୍‌ରେ କଞ୍ଚାମାଲ୍‌ ଯୋଗାଇବା ପାଇଁ ଓ ଅନ୍ତର୍ଜାତୀୟ ସ୍ତରରେ ବ୍ୟବସାୟିକ ଚୁକ୍ତି ଆଦି ପାଇଁ ସବୁବେଳେ ଚାଷ ଓ ଚାଷୀକୁ ହଁି ସଂକଟ ଭିତରକୁ ଠେଲି ଦିଆଯାଉଛି। ପରିଣାମ ସ୍ବରୂପ ଦେଶର ଅର୍ଥନୀତିରେ ତ ଅଭିବୃଦ୍ଧି ହେଉଛି କିନ୍ତୁ ଗୋଟିଏ ଗୋଷ୍ଠୀ ଅର୍ଥାତ୍‌ ଚାଷୀମାନେ ସର୍ବସ୍ବାନ୍ତ ହେଉଛନ୍ତି।
ଆମ ଦେଶର କୃଷିନୀତିରେ ଆମୂଳଚୂଳ ସଂସ୍କାରର ଆବଶ୍ୟକତା ଅଛି। କିନ୍ତୁ ସରକାରଙ୍କ ବିକାଶ ନୀତି କହୁଛି ଯେ, ଲୋକଙ୍କୁ କୃଷି କ୍ଷେତ୍ରରୁ ବାହାର କରି ତାଙ୍କୁ ଅଣକୃଷି କ୍ଷେତ୍ରରେ ବିନିଯୋଗ କରାଯିବା ଉଚିତ। କାରଣ ଏହାଦ୍ୱାରା ସହରରେ ଆବଶ୍ୟକ ହେଉଥିବା ଶ୍ରମଶକ୍ତି କମ୍‌ ମୂଲ୍ୟରେ ମିଳିପାରିବ। ଶିଳ୍ପ ଓ ଉପଭୋକ୍ତାମାନଙ୍କୁ ସନ୍ତୁଷ୍ଟ ରଖିବା ପାଇଁ ଜାଣି ଜାଣି ଅତ୍ୟନ୍ତ ଅନ୍ୟାୟପୂର୍ଣ୍ଣ ଭାବେ କୃଷି ଉପତ୍ାଦିତ ଦ୍ରବ୍ୟର ମୂଲ୍ୟ କମ୍‌ ରଖାଯାଉଛି। ସାରା ଦେଶରେ ଚାଷୀମାନଙ୍କର ବାରମ୍ବାର ଦାବି ସତ୍ତ୍ୱେ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ବର୍ଷକୁ ବର୍ଷ ମାତ୍ର ପଚାଶ ପଇସା, ଷାଠିଏ ପଇସା ହାରରେ ଧାନର କିଲୋ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି କରାଯାଉଛି। ତେବେ ଏଥିରୁ ଆମେ କ’ଣ ବୁଝିବା ଯେ, ଚାଷୀମାନଙ୍କୁ ଖାଦ୍ୟ ଯୋଗାଇବାର ଦଣ୍ଡ ଭୋଗିବାକୁ ପଡ଼ୁଛି! ସରକାରଙ୍କ ଏହି ନୀତିରେ ପରିବର୍ତ୍ତନ ଦରକାର। ନୀତି ନିର୍ଦ୍ଧାରକମାନେ ଚାଷକୁ ଏକ ଅର୍ଥନୈତିକ କାର୍ଯ୍ୟ ଭାବେ ବିଚାର କରି ସେହି ହିସାବରେ କୃଷିନୀତି ପ୍ରସ୍ତୁତ କରିବାକୁ ପଡ଼ିବ। କାରଣ ଆମ ଦେଶରେ କେବଳ ଚାଷ ହଁି ଅର୍ଥନୈତିକ କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ସହିତ ଭୟଙ୍କର ବେକାରି ସମସ୍ୟା ଦୂର କରିପାରିବ।
ଚାଷୀମାନଙ୍କର ପ୍ରତ୍ୟକ୍ଷ ରୋଜଗାର ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା’ରେ ଚାଷୀମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଯୋଗାଇ ଦିଆଯାଉଛି। ତେଲେଙ୍ଗାନା ସରକାର ମଧ୍ୟ ଚାଷୀମାନଙ୍କ ରୋଜଗାର ବୃଦ୍ଧି ପାଇଁ ‘ରୟତବନ୍ଧୁ ଯୋଜନା’ ମାଧ୍ୟମରେ ଏକ ଏକର ଜମି ପାଇଁ ୮ ହଜାର ଟଙ୍କା ଯୋଗାଇ ଦେଉଛନ୍ତି। ଓଡ଼ିଶା ସରକାର ମଧ୍ୟ ‘କାଳିଆ’ ଯୋଜନାରେ ଚାଷୀମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦେଉଛନ୍ତି। ଆହୁରି କେତେକ ରାଜ୍ୟ ସରକାର ବର୍ତ୍ତମାନ ଏହିପରି ଯୋଜନା ବିଷୟରେ ଚିନ୍ତା କରୁଛନ୍ତି। କିନ୍ତୁ କେବଳ ଏତିକି କରିଦେବା ଯଥେଷ୍ଟ ନୁହେଁ। ଚାଷୀମାନଙ୍କୁ ପ୍ରତ୍ୟକ୍ଷ ଆର୍ଥିକ ସହାୟତା ଦେବା ସହିତ ତାଙ୍କ ଉପତ୍ାଦିତ ଦ୍ରବ୍ୟର ଉଚିତ ମୂଲ୍ୟକୁ ନିଶ୍ଚିତ କରିବାକୁ ପଡ଼ିବ ଓ ଉପତ୍ାଦନର ସଂରକ୍ଷଣ ପାଇଁ ସ୍ଥାନୀୟ ସ୍ତରରେ ଗୋଦାମ ଘର ଓ ଶୀତଳ ଭଣ୍ଡାର ଆଦି ନିର୍ମାଣ କରିବାକୁ ପଡ଼ିବ। ଏଥିସହିତ ସରକାର ତାଙ୍କ ବିକାଶ ନୀତି ଓ ଆର୍ଥିକ ନୀତିରେ ବି ଚାଷକୁ ଏକ ମୁଖ୍ୟ ଦିଗ ଭାବେ ବିଚାରକରି କୃଷିନୀତି ପ୍ରସ୍ତୁତ କରବାକୁ ପଡ଼ିବ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri