ବିକାଶ ଓ ସୁରକ୍ଷାର ରାସ୍ତା ସୁଦୃଢ଼ କରିବ ଭାଜପା’

ସାଲେପୁର,୨୧।୪ (ଡି.ଏନ୍‌.ଏ.): କଟକ ଜିଲା ସାଲେପୁରସ୍ଥିତ ଭାତପଡ଼ା ଖେଳପଡ଼ିଆରେ ଶନିବାର ଆୟୋଜିତ ଭାଜପାର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍‌ତାର ଅବାସ ନକ୍‌ଭୀ ଯୋଗଦେଇଥିଲେ। ଏହି ଅବସରରେ ସେ ଉଭୟ ଲୋକ ସଭା ଓ ବିଧାନସଭା ଆସନ ପାଇଁ ଭାଜପା ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ନିବେଦନ କରିଥିଲେ। ସେ କହିଥିଲେ ଯେ, ରାଜ୍ୟରେ ଭାଜପା ସରକାର ଆସିଲେ ବିକାଶ ଓ ସୁରକ୍ଷାର ରାସ୍ତା ସୁଦୃଢ ହେବ। କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଦଲାଲ୍‌ ଓ ବେଇମାନ୍‌ମାନଙ୍କୁ ହାଜତକୁ ପଠାଇ ଦିଆଯାଇଛି। ଗତ ୫ ବର୍ଷ ମଧ୍ୟରେ ଦେଶରେ ଭ୍ରଷ୍ଟାଚାର ଓ ଦୁର୍ନୀତିମୁକ୍ତ ସରକାର ଗଠନ କରିବାରେ ଭାଜପା ସଫଳ ହୋଇଛି। ପୂର୍ବରୁ ସବୁ ମାସରେ ଦଙ୍ଗା ଲାଗିରହୁଥିଲା। ନିରୀହ ଲୋକମାନେ ଏହାର ଶିକାର ହେଉଥିଲେ। ମାତ୍ର ମୋଦି ସରକାର ଆସିବା ପରେ ଦେଶରେ ଏବେ କୌଣସି ସ୍ଥାନରେ ଦଙ୍ଗା ହେଉନାହିଁ ବୋଲି ସେ କହିଥିଲେ। ମୁସଲମାନଙ୍କ ହଜ୍‌ ଯାତ୍ରା ପାଇଁ ଆଗ୍ରହକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ସମସ୍ତଙ୍କୁ ଅନୁମତି ପ୍ରଦାନ କରାଯାଇଛି। ପୂର୍ବରୁ ଏଥିପାଇଁ ଅନେକ ଆବେଦନ ପତ୍ର ଆସୁଥିବା ବେଳେ ମାତ୍ର ଅଳ୍ପ କେତେଜଣଙ୍କୁ ଅନୁମତି ଦିଆଯାଉଥିଲା। ମାତ୍ର ମୋଦି ସରକାର ଆସିବା ପରେ ଏଥିରେ ପରିବର୍ତ୍ତନ ଘଟିଛି ବୋଲି ସେ କହିଥିଲେ।
ଏହି ସମାବେଶରେ କଟକ ଜିଲା ଭାଜପା ସଭାପତି ଚୌଧୁରୀ ହେମନ୍ତ କୁମାର ସାହୁ ପୌରୋହିତ୍ୟ କରିଥିଲେ। ଏଥିରେ କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଯୋଗଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ରାଜ୍ୟରେ ବିଜେଡି ସରକାରଙ୍କୁ ପରିବର୍ତ୍ତନ କରି ପଦ୍ମ ଫୁଟାଇବା ପାଇଁ ଉପସ୍ଥିତ ଲୋକମାନଙ୍କୁ ନିବେଦନ କରିଥିଲେ।
ସାଲେପୁର ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମରେ ସାମିଲ ହୋଇ ଧର୍ମ ନଁାରେ ହୀନ ରାଜନୀତି ନ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ଏହି ଅଞ୍ଚଳ ଭାଇଚାରାର ଅଞ୍ଚଳ ବୋଲି ସେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ରାଜ୍ୟ ଭାଜପା ଯୁବମୋର୍ଚ୍ଚା ଉପ ସଭାପତି ସତ୍ୟବାଦୀ ଚଇନି, ଯୁବନେତା ପ୍ରଫୁଲ୍ଲ ସ୍ବାଇଁ, ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ସିକନ୍ଦର ଅଲ୍ଲୀ ପ୍ରମୁଖ ଯୋଗଦେଇ ଥିଲେ। ଭାଜପା ନେତା କୁଞ୍ଜମୋହନ ସେଠୀ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିରେ ମୁତାରିଫା ସରପଞ୍ଚ ପ୍ରିୟରଞ୍ଜନ ମହାପାତ୍ର, ଯୁବନେତା ବେଣୁଧର ପ୍ରଧାନ, ଅସିତ୍‌ ମହାନ୍ତି, ଉଲ୍ଲାସ ଚନ୍ଦ୍ର ଜେନା ଓ ଅଜିତ୍‌ ପଣ୍ଡାଙ୍କ ସମେତ ବହୁ ଯୁବ, ଛାତ୍ର ଏବଂ ମହିଳା କର୍ମୀ ସାମିଲ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରି ନିର୍ବାଚନମଣ୍ଡଳୀରେ ବିଜେଡିର ସାଲୁଗା ବିଜୟୀ

ଦାରିଙ୍ଗବାଡ଼ି,୨୪।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ବିଜୟୀ ହୋଇଛନ୍ତି। ସାଲୁଗା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଶ୍ୟାମଘନ...

୭,୨୯୮ ଭୋଟରେ ଅତନୁ ଆଗରେ

ମହାକାଳପଡ଼ା, ୨୩।୫ (ଡି.ଏନ୍‌.ଏ.)- ଆଳି ବିଧାନସଭା ନିର୍ବାଚନମଣ୍ଡଳୀରେ ଏବେ ସୁଦ୍ଧା ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ୩୫, ୯୩୩ ଖଣ୍ଡ ଭୋଟ ପାଇଥିବା ବେଳେ...

ଓଡ଼ିଶାରେ ଡବଲ ଇଞ୍ଜିନ ଆଣନ୍ତୁ, ବିକାଶ ନିଶ୍ଚିତ’:ନୀତିନ ଗଡ଼କରୀ

‘ବାସୁଦେବପୁର/ବନ୍ତ, ୨୫।୪ (ଡି.ଏନ.ଏ.): ଓଡ଼ିଶାରେ ବିଜେଡି ସରକାର ଶିକ୍ଷା, ସ୍ବାସ୍ଥ୍ୟ ଓ ଶିଳ୍ପର ବିକାଶ ଦିଗରେ କୌଣସି କାମ କରୁନାହିଁ। ସେଥିପାଇଁ ଓଡ଼ିଶା ଆଜି ବିକାଶ...

ଅନୁଗୋଳରେ ରଜନୀକାନ୍ତ ୩୯୦୮ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୭ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ରଜନୀକାନ୍ତ ସିଂ ୩୯୦୮ ଭୋଟରେ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ...

ପାଟଣା ବିଧାନସଭାରେ ବିଜେଡିର ବାଜିମାତ: ପ୍ରାର୍ଥୀ ଜଗନ୍ନାଥ ନାଏକ ୭୭୯୬ ଖଣ୍ଡ ଭୋଟରେ ବିଜୟୀ

ପାଟଣା, ୨୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୩ ନମ୍ବର ପାଟଣା ଏସ୍‌ଟି ସଂରକ୍ଷିତ ନିର୍ବାଚନମଣ୍ଡଳୀ ପାଇଁ ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ...

ମହାକାଳପଡ଼ା: ଅତନୁ ୧୦୫୦ ଭୋଟରେ ଆଗୁଆ

ମହାକାଳପଡ଼ା, ୨୩।୫ (ଡି.ଏନ୍‌.ଏ.)- ମହାକାଳପଡ଼ା ବିଧାନସଭା ର୍ନିବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ବିଜୟ ପ୍ରଧାନଙ୍କଠାରୁ ୧୦୫୦...

ବିଭୂତି ପ୍ରଧାନ ୧୬୬୯ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ୨୬ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୬୦,୫୦୬ ଭୋଟ ପାଇଛନ୍ତି। ତାଙ୍କ...

ଇଭିଏମ୍‌ ଭଙ୍ଗାରୁଜା ଘଟଣା :ଭାଜପା ପ୍ରାର୍ଥୀ ଓମ୍‌ପ୍ରକାଶଙ୍କ ଭିଡିଓ ବାର୍ତ୍ତା ଭାଇରାଲ

ପୁରୀ ଅଫିସ/ଭୁବନେଶ୍ୱର,୨୭ା୪ (ବ୍ୟୁରୋ): ବୁଥ୍‌ରେ ପଶି ଇଭିଏମ୍‌ ଭଙ୍ଗାରୁଜା ଏବଂ ପୋଲିଂ ଅଧିକାରୀଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ତଥା ସତ୍ୟବାଦୀ ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ...

Advertisement
Archives

Model This Week