ବିଏସ୍‌ଏନ୍‌ଏଲ୍‌ର ଖର୍ଚ୍ଚକାଟ ଯୋଜନା; ୮୦ ହଜାର କର୍ମଚାରୀଙ୍କୁ ଦିଆଯିବ ଭିଆର୍‌ଏସ୍‌

ନୂଆଦିଲ୍ଲୀ,୫ା୯: କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ)ନିଜର ଜମି ଭଡା ଦେଇ ଅର୍ଥ ଆୟ ବଢ଼ାଇବାକୁ ପ୍ରୟାସ କରୁଛି। ଅପରପକ୍ଷରେ ଖର୍ଚ୍ଚ କାଟ ଜରିଆରେ କ୍ଷତିକୁ ଯଥାସମ୍ଭବ କମାଇବା ଲାଗି ଏହା କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ଏବେ ପଦକ୍ଷେପ ନେବାକୁ ଯାଉଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କର୍ମଚାରୀଙ୍କୁ ଆକର୍ଷଣୀୟ ପ୍ୟାକେଜ ପ୍ରଦାନ କରି କମ୍ପାନୀ ସେମାନଙ୍କୁ ଅବସର ନେବାକୁ ପ୍ରସ୍ତାବ ଦେବ। କର୍ମଚାରୀ ସଂଖ୍ୟାକୁ ବର୍ତ୍ତମାନର ସ୍ଥିତିର ଅଧାକୁ ହ୍ରାସ କରିବା ଲକ୍ଷ୍ୟ ରହିଛି। ଏହା ସମ୍ଭବ ହେଲେ ପ୍ରାୟ ୭୦ରୁ ୮୦ ହଜାର କର୍ମଚାରୀଙ୍କୁ ଭଲ୍ୟୁଣ୍ଟାରୀ ରିଟାୟାମେଣ୍ଟ ସ୍କିମ୍‌ ବା ଭିଆର୍‌ଏସ୍‌ ପ୍ରଦାନ କରାଯିବ ବୋଲି ବିଏସ୍‌ଏନ୍‌ଏଲ୍‌ ଅଧ୍ୟକ୍ଷ ପ୍ରବୀଣ କୁମାର ପୁରଓ୍ବାର ପ୍ରକାଶ କରିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, କର୍ମଚାରୀ ସଂଖ୍ୟା କମାଇବା ଲକ୍ଷ୍ୟରେ ବିଏସ୍‌ଏନ୍‌ଏଲ୍‌ ଭିଆର୍‌ଏସ୍‌ ସମ୍ପର୍କରେ ବିଚାର କରୁଛି। ଏଥିପାଇଁ ପ୍ୟାକେଜକୁ ଆକର୍ଷଣୀୟ କରାଯିବ। ଏତେ ସଂଖ୍ୟାରେ କର୍ମଚାରୀଙ୍କୁ ବାଦ୍‌ ଦେବା ପରେ କାମ କିପରି ହେବ ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, କମ୍ପାନୀ ନିଜର ଦୈନନ୍ଦିନ କାର୍ଯ୍ୟ ତୁଲାଇବା ଲାଗି ଆଉଟସୋର୍ସିଂ କରିବ। ସେହିପରି ଲୋକଙ୍କୁ ମାସିକ ଚୁକ୍ତି ଭିତ୍ତିରେ ନିଯୁକ୍ତି ଦେବା ଲାଗି ମଧ୍ୟ ବିଚାର ଚାଲିଛି। ଏବେ ସୁଦ୍ଧା ବିଏସ୍‌ଏନ୍‌ଏଲ୍‌ରେ ଯଥେଷ୍ଟ ସଂଖ୍ୟାରେ କର୍ମଚାରୀ ରହିଛନ୍ତି।

ରାଜସ୍ବ ଆୟ ପ୍ରାଥମିକତା
ପୁରଓ୍ବାର କହିଛନ୍ତି ଯେ, ଅନ୍ୟ ଟେଲିକମ କମ୍ପାନୀ ଭଳି ବିଏସ୍‌ଏନ୍‌ଏଲ୍‌କୁ ମଧ୍ୟ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ୁଛି। ସେ କହିଛନ୍ତି ଯେ, ଏହି କାରଣରୁ କମ୍ପାନୀ ପାଇଁ ରାଜସ୍ବ ଆୟ ବଢ଼ାଇବା ତାଙ୍କର ପ୍ରାଥମିକତା ରହିଛି। ଏଥିଲାଗି କେତେକ ନୀତିଗତ ନିଷ୍ପତ୍ତି ନେବାକୁ ହେବ। ସେହିପରି ଅପରେଶନାଲ ଖର୍ଚ୍ଚ ହ୍ରାସ ଦ୍ୱିତୀୟ ପର୍ଯ୍ୟାୟରେ ହେବ। ସେହିପରି ଏପରି କେତେକ ଖର୍ଚ୍ଚ ରହିଛି, ଯାହାର ପୁନର୍ବିଚାର କରାଯାଇପାରେ। କେତେକ ପଦକ୍ଷେପ ଦ୍ୱାରା ଏହାକୁ ନିୟନ୍ତ୍ରିତ କରାଯାଇପାରେ। ଆଉଟସୋର୍ସିଂକୁ କମାଯାଇପାରେ। ଏହା କିପରି ସମ୍ଭବ ହେବ ତାହା ଦେଖିବାକୁ ହେବ। ଏ କ୍ଷେତ୍ରରେ କମ୍ପାନୀରେ ଥିବା ପ୍ରତିଭାଶାଳୀ କର୍ମଚାରୀଙ୍କ ସହାୟତା ନିଆଯାଇପାରେ। ବିଏସ୍‌ଏନ୍‌ଏଲର ବିଜୁଳି ଖର୍ଚ୍ଚ ସର୍ବାଧିକ। ଏ ବାବଦରେ ପ୍ରାୟ ୨୭୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏଣୁ ଶକ୍ତି ବ୍ୟୟ ୧୫% ହ୍ରାସ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ଜମିରୁ ମିଳିବ ଅର୍ଥ
ବିଏସ୍‌ଏନ୍‌ଏଲ୍‌ ନିକଟରେ ବହୁ ଜମି ରହିଛି। କମ୍ପାନୀ ଏହାକୁ ଲିଜ୍‌ ଅଥବା ଭଡ଼ାରେ ଦେଇ ଅତିରିକ୍ତ ଆୟ କରୁଛି। ବର୍ତ୍ତମାନ ସ୍ଥିତିରେ ବାର୍ଷିକ ପ୍ରାୟ ୨୦୦ କୋଟି ଟଙ୍କା ଆୟ ହେବ ବୋଲି ଆଶାକରାଯାଉଛି। ଆଗାମୀ ଦିନରେ ଏହାକୁ ୧୦୦୦ କୋଟି ଟଙ୍କାକୁ ବୃଦ୍ଧି କରିବାର ଯୋଜନା ରହିଛି। ଆସନ୍ତା ୧୨ରୁ ୧୫ ମାସ ମଧ୍ୟରେ ଏ ଦିଗରେ ଦୃଢ଼ ପଦକ୍ଷେପ ନିଆଯିବ। ଦ୍ୱିତୀୟତଃ କମ୍ପାନୀ ନିକଟରେ ୬୮ ହଜାର ଟାଓ୍ବାର ରହିଛି। ଅନ୍ୟ ଟେଲିକମ୍‌ କମ୍ପାନୀଙ୍କୁ ବିଏସ୍‌ଏନ୍‌ଏଲ୍‌ ଭଡ଼ାରେ ୧୩ରୁ ୧୪ ହଜାର ଟାଓ୍ବାର ଦେଇଛି। ଟାଓ୍ବାର ଭଡ଼ା ବଢ଼ାଇବାର ସମ୍ଭାବନା ଖୋଜାଚାଲିଛି। ଏହାଦ୍ୱାରା ଅତିରିକ୍ତ ରାଜସ୍ବ ଆୟ ହେବ ବୋଲି ପୁରଓ୍ବାର କହିଛନ୍ତି।

ଖୁବଶୀଘ୍ର ମିଳିବ ୪ଜି ସ୍ପେକ୍ଟ୍ରମ
ବିଏସ୍‌ଏନ୍‌ଏଲ୍‌ ଅଧ୍ୟକ୍ଷ କହିଛନ୍ତି ଯେ, କମ୍ପାନୀକୁ ୪ଜି ସ୍ପେକ୍ଟ୍ରମ ନ ମିଳିବା କାରଣରୁ ଏହା ଅନ୍ୟ ଟେଲିକମ୍‌ କମ୍ପାନୀଙ୍କ ସହ ପ୍ରତିଯୋଗିତାରେ ସାମିଲ ହୋଇପାରୁନାହିଁ। ଏହି କାରଣରୁ କମ୍ପାନୀର କ୍ଷତି ବଢ଼ି ବଢ଼ି ଚାଲିଛି। ୪ଜି ସ୍ପେକ୍ଟ୍ରମ ସେବା ଦେବା ଲାଗି ବିଏସ୍‌ଏନ୍‌ଏଲ୍‌ ଦୀର୍ଘ ଦିନ ହେଲା ଦାବି କରି ଆସୁଛି। ତେବେ ସରକାରଙ୍କ ସହ ତାଙ୍କର ବିଭିନ୍ନ ସ୍ତରରେ ଆଲୋଚନା ହୋଇଛି ଏବଂ ଖୁବଶୀଘ୍ର କମ୍ପାନୀକୁ ୪ଜି ସ୍ପେକ୍ଟ୍ରମ ମିଳିବ। ଏହା କମ୍ପାନୀ ପୁନରୁଦ୍ଧାର ପ୍ୟାକେଜର ଅଂଶବିଶେଷ ହେବ ବୋଲି ପୁରଓ୍ବାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ଅର୍ଥନୀତିକୁ ମିଳିବ ବଳ, ପ୍ରଥମ ଥର ନିଲାମ ହେବ ଲିଥିୟମ, ଗ୍ରାଫାଇଟ ଭଳି ଖଣିଜ ପଦାର୍ଥ

ନୂଆଦିଲ୍ଲୀ, ୨୯ା୧୧: ଦେଶରେ ପ୍ରଥମ ଥର ପାଇଁ ନିଲାମ ହେବାକୁ ଯାଉଛି ଲିଥିୟମ, ଗ୍ରାଫାଇଟ ଏବଂ ଟିଟାନିୟମ ଭଳି ଖଣିଜ ପଦାର୍ଥ। ସମ୍ଭାବ୍ୟ ଯୋଗାଣ ଶୃଙ୍ଖଳାର...

୬ ମାସର ସର୍ବୋଚ୍ଚ ସ୍ତରରେ ସୁନା ଦର, ଭାରତର ମଧ୍ୟ କଲା ନୂଆ ରେକର୍ଡ

ମୁମ୍ବାଇ,୨୯।୧୧: ବିଶ୍ୱ ବଜାରରେ ସୁନାର ଦାମ୍ ୬ ମାସର ଉଚ୍ଚତ୍ତମ ସ୍ତରରେ ପହଞ୍ଚିଥିବା ବେଳେ ଭାରତରେ ମଧ୍ୟ ସୁନାର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଭାରତରେ...

ପୁଣି ବଢୁଛି ଆଦାନୀଙ୍କ ସମ୍ପତ୍ତି

ଓ୍ବାଶିଂଟନ୍‌,୨୯ା୧୧:ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ବଢୁଛି। ଶୁକ୍ରବାର ହିଣ୍ଡେନବର୍ଗ ରିପୋର୍ଟ ସମ୍ପର୍କିତ ରାୟକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିବା ପରେ ମଙ୍ଗଳବାର ଓ...

ଟ୍ରେନରେ ବିଷାକ୍ତ ଖାଦ୍ୟ ଖାଇ ୯୦ ଜଣ ଯାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ,୨୯।୧୧: ବୁଧବାର ଚେନ୍ନାଇ ଏବଂ ପଲିଟାନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନରେ ୯୦ ରୁ ଅଧିକ ଯାତ୍ରୀ ଖାଦ୍ୟ ବିଷାକ୍ତ ଖାଇ ଅସୁସ୍ଥ ହୋଇପଡିଥିବା ରେଳ...

ଡିସେମ୍ବର ୧ରୁ ସିମ କାର୍ଡ କିଣିବା ପାଇଁ ବଦଳିଯିବ ନିୟମ

ନୂଆଦିଲ୍ଲୀ,୨୯।୧୧: ଡିସେମ୍ବର ୧ରୁ ସରକାର ସିମ କାର୍ଡ କିଣିବା ପାଇଁ ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ନିୟମଗୁଡିକ ପୂର୍ବରୁ ଅକ୍ଟୋବର ୧, ୨୦୨୩ରୁ ଲାଗୁ...

Mobile Number Suspended: ସରକାରଙ୍କ ବଡ ପଦକ୍ଷେପ! ୭୦ଲକ୍ଷ ସିମ କାର୍ଡ ବନ୍ଦ, ଜାଣନ୍ତୁ କାହିଁକି?…

ନୂଆଦିଲ୍ଲୀ,୨୯।୧୧ : ସିମ କାର୍ଡ କିମ୍ବା ଫୋନ ନମ୍ବର ସହିତ ଜଡିତ ଅନେକ ଠକେଇ ଘଟୁଛି। ଏଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏବଂ ଟେଲିକମ...

ଲୋକଙ୍କୁ ସାଇବର ଠକେଇରୁ ରକ୍ଷା କରିବା ପାଇଁ ପ୍ରୟାସ, ୟୁପିଆଇ ଉପରେ ଲାଗିପାରେ ଟାଇମ୍‌ ଲିମିଟ୍‌

ନୂଆଦିଲ୍ଲୀ,୨୯।୧୧: ଭାରତରେ ଡିଜିଟାଲ ଦେୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ୟୁପିଆଇ ମାଧ୍ୟମରେ କାରବାର ଦୂର ଗ୍ରାମାଞ୍ଚଳରେ...

ବିବାହ ସିଜିନରେ ନୂଆ ରେକର୍ଡ କଲା ସୁନା ଦର, ୬୭ହଜାର ଛୁଇଁବ…

ନୂଆଦିଲ୍ଲୀ,୨୯।୧୧:ଆସିଛି ବିବାହ ଋତୁ। ଏହି ସିଜନରେ ବେଶୀ କିଣା ହୁଏ ସୁନାରୁପା ଅଳଙ୍କାର। କିନ୍ତୁ ବିବାହ ଋତୁକୁ ଦୃଷ୍ଟିରେ ରଖି ଦୁଇ ସପ୍ତାହ ହେଲାଣି ରେକର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri