ବିଏମ୍‌ସି ଘେରିବେ ବାଦ୍‌ପଡ଼ିଥିବା ଉଠାଦୋକାନୀ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ବାତ୍ୟା ‘ଫନୀ’ରେ କ୍ଷତିଗ୍ରସ୍ତ ହୋଇଥିବା ରାଜଧାନୀର ଉଠା ଦୋକାନୀଙ୍କୁ ସହାୟତା ରାଶି ବଣ୍ଟନରେ ଆରମ୍ଭରୁ କେଁ ସୃଷ୍ଟି ହୋଇଛି। ଉଠାଦୋକାନୀଙ୍କ ୨୦୧୫ ସର୍ଭେରେ ମୋଟ ୨୧ହଜାର ୪୮୩ ଜଣ ଦୋକାନୀ ସାମିଲ ଥିବାବେଳେ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଫନୀ ସହାୟତା ରାଶି କେବଳ ୧୧ହଜାର ୩୪୮ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ମିଳିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଘୋଷଣା କରିଛି। ଫଳରେ ଏବେ ସହାୟତା ରାଶି ପାଇବାରୁ ବଞ୍ଚତ୍ତ ହେଉଥିବା ଉଠାଦୋକାନୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଦିନକୁ ଦିନ ବିବାଦ ତେଜୁଥିବାବେଳେ ଆଗାମୀ ଦିନରେ ସହାୟତା ପାଇବାରୁ ବାଦ୍‌ ପଡୁଥିବା ଉଠାଦୋକାନୀମାନେ ବିଏମ୍‌ସି କାର୍ଯ୍ୟାଳୟ ଘେରିବେ ବୋଲି ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କ ପାଇଁ ଫନୀ ସହାୟତା ବାବଦକୁ ୧୦ହଜାର ଟଙ୍କା ଲେଖାଏ ଘୋଷଣା କରିଥିଲେ। ଏହାପରେ ବିଏମ୍‌ସି ୨୦୧୫ ସର୍ଭେକୁ ଆଧାର କରି ସହାୟତା ରାଶି ପ୍ରଦାନ କରିବ ବୋଲି କହିଥିଲା। ହେଲେ ବର୍ତ୍ତମାନ ବିଏମ୍‌ସି ଦ୍ୱାରା ପ୍ରକାଶିତ ଫନୀ ସହାୟତା ତାଲିକାରେ ସର୍ଭେରେ ଅନ୍ତର୍ଭୁକ୍ତ ହୋଇଥିବା ପାଖାପାଖି ୫୦% ଉଠାଦୋକାନୀଙ୍କ ନଁା ନ ଥିବା ଅଭିଯୋଗ ହୋଇଛି। ୟୁନିଟ ୩ ଅଞ୍ଚଳର ଉଠା ଦୋକାନୀ ନୀଳମଣି ସାହୁ କହିଛନ୍ତି, ଫନୀରେ ସମସ୍ତେ ପ୍ରଭାବିତ ହୋଇଛନ୍ତି, ତେଣୁ ସହୟତା ସମସ୍ତଙ୍କୁ ମିଳିବା କଥା। ହେଲେ ବିଏମ୍‌ସି କିଛି ବ୍ୟବସାୟୀଙ୍କୁ ସହାୟତା ଦେବ ବୋଲି ତାଲିକା ପ୍ରକାଶ କରିଛି। ଏହା ବାଦ୍‌ ପଡୁଥିବା ଉଠାଦୋକାନୀଙ୍କ ପାଇଁ ଅନ୍ୟାୟ। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ୨୦୧୫ରେ ଗଣତି ହୋଇଥିବା ଉଠା ଦୋକାନୀ ଓ ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ଦୋକାନୀଙ୍କୁ ଭିନ୍ନ ଭିନ୍ନ ଭାବେ ସର୍ଭେ କରାଯାଇଛି। ସହାୟତା ପାଇବାର ହକ୍‌ ଥିବା ଉଠା ଦୋକାନୀଙ୍କୁ ଚିହ୍ନଟ କରାଯାଇଛି। ସେଥିପାଇଁ ସହାୟତା ପ୍ରଦାନରେ ସାମାନ୍ୟ ବିଳମ୍ବ ହୋଇଗଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଫନୀ ସହାୟତା ପାଇବା ପାଇଁ ରାଶନ କାର୍ଡ ନ ଥିବା ଲୋକେ ତୁମ୍ବିତୋଫାନ କରିଥିଲେ। ଫଳରେ ବାଧ୍ୟହୋଇ ସରକାର ଏମାନଙ୍କୁ ବି ସହାୟତା ଦେଇଥିଲେ। ଏବେ ସେହିଭଳି ସ୍ଥିତି ଉପୁଜିବ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍‌ରୁ ଝାମ୍ପିନେଇଥିଲେ ପର୍ସ: ଜଣଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳର ଏଟିଏମ୍‌ ଭିତରୁ ମହିଳାଙ୍କଠାରୁ ଭ୍ୟାନିଟି ବ୍ୟାଗ ଛଡ଼ାଇ ନେବା ଘଟଣାରେ ନୟାପଲ୍ଲୀ ପୋଲିସ ଜଣଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, କିଛିଦିନ...

କୁମ୍ଭକର୍ଣ୍ଣ ନିଦ୍ରାରେ କେନ୍ଦ୍ର

ବଇଣ୍ଡା,୨୬ା୬ କରୋନାକୁ ନେଇ ସବୁଠି ହାହାକାର। କିଏ ଜୀବନ ତ କିଏ ଜୀବିକା ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ। ଭୋକ, ରୋଗ ଓ ଶୋକକୁ ନେଇ ବଢ଼ିଚାଲିଛି...

ପୋଲିସ ପରିଚୟ ଦେଇ ଲୋକଙ୍କୁ ପିଟିଲେ: ୩ ଗିରଫ, କାର୍‌ ଜବତ

ରୂପ୍‌ସା, ୧୫।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ୍‌ ଘୋଷଣା କରିଛନ୍ତି। ଅସହାୟ, ନିରାଶ୍ରୟମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଣ ହେଉଛି। ସହରଠାରୁ...

ମୁଖ୍ୟମନ୍ତ୍ରୀଙ୍କ କରୋନା ସ୍ଥିତି ସମୀକ୍ଷା: ଦୈନିକ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,୫ା୫(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟତଃ ବାହାରୁ...

ହ୍ରାସ କରିବ ହାତୀ ଉପଦ୍ରବ

ବଇଣ୍ଡା,୧୦।୬ (ଡି.ଏନ.ଏ.) ଗାଁ ମୁହଁା ହାତୀଙ୍କୁ ଘଉଡ଼ାଇବାକୁ ପ୍ରବେଶ ପଥରେ ଲଗାଯାଇଛି ମହୁମାଛି ବାକ୍ସ। ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଅଧୀନ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)...

ମୟୂରଭଞ୍ଜରେ ମହିଳା କାଡ

ବାରିପଦା ଅଫିସ,୭।୬ ଇତି ମଧ୍ୟରେ ରାଜ୍ୟ ମନ୍ତ୍ରିମଣ୍ଡଳର ପରିବର୍ତ୍ତନ ହୋଇଛି। ମୟୂରଭଞ୍ଜ ଜିଲାରୁ କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରତିନିଧିତ୍ୱ କରୁଥିବା ସୁଦାମ ମାରାଣ୍ଡିଙ୍କୁ ବାଦ୍‌ଦେଇ ମୁଖ୍ୟମନ୍ତ୍ରୀ...

ଗୀତା ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଅଭିଯୁକ୍ତ ଗିରଫ, ବଳାତ୍କାର ପରେ କରାଯାଇଛି ହତ୍ୟା

ସମ୍ବଲପୁର,୮ା୭(ବ୍ୟୁରୋ)-ସମ୍ବଲପୁର ଜିଲା ଠେଲକୋଲି ଥାନା ବୁଧିଆପାଲି ଗ୍ରାମସ୍ଥ ଏକ ବୁଦା ନିକଟରୁ ଝାରସୁଗୁଡା ଜିଲା ପ୍ରତ୍ରାପାଲି ଗ୍ରାମର ଗୀତା ମୁଣ୍ଡା(୨୮)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସୋମବାର...

‘ପ୍ରଦୀପ୍ତଙ୍କୁ ମିଥ୍ୟା ମକଦ୍ଦମାରେ ଫସାଯାଇଛି’

ପୁରୀ ଅଫିସ,୭ା୩: ପାରା ଗୁଳିକାଣ୍ଡରେ ମାଟିଆପଡ଼ା ସିଦ୍ଧମହାବୀର ରେଲୱେ ଓଭରବ୍ରିଜ କ୍ଷତିଗ୍ରସ୍ତ କମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଜେଡି କାଉନସିଲର ପ୍ରଦୀପ୍ତ କୁମାର ନାୟକଙ୍କୁ...

Advertisement
Archives

Model This Week