ସରିଛି ରବିଧାନ ସଂଗ୍ରହ, ସରିନି ଚାଷୀଙ୍କ ଦୁଃଖ ଏବେ ବି ମଣ୍ଡିରେ ପଡ଼ିଛି ଧାନ ଚାଷୀଙ୍କୁ ମିଳିନି ବିକ୍ରିଧାନର ପ୍ରାପ୍ୟ

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଜୋର୍‌ ଧରିଛି। ଅନ୍ୟପଟେ ଏପର୍ଯ୍ୟନ୍ତ ଜିଲା ଚାଷୀଙ୍କ ରବିଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ଗତମାସ ୩୦ତାରିଖରୁ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ଜିଲାର ବିଭିନ୍ନ ମଣ୍ଡିରେ ବିକ୍ରିଧାନ ପଡ଼ି ରହିଛି। ଅନେକ ଚାଷୀଙ୍କୁ ବିକ୍ରିଧାନର ପ୍ରାପ୍ୟ ମଧ୍ୟ ମିଳିପାରି ନଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ଚାଷୀମାନେ ଖରିଫ୍‌ ଚାଷକାର୍ଯ୍ୟକୁ ଆଗେଇ ପାରୁ ନାହାନ୍ତି। ସେହିପରି ମଣ୍ଡିରେ ପଡ଼ି ରହିଥିବା ବିକ୍ରିଧାନର ସୁରକ୍ଷାକୁ ନେଇ ମଧ୍ୟ ଚାଷୀମାନଙ୍କୁ ଚିନ୍ତା ଘାରିଛି।
ଜିଲାରେ ଗତ ମେ ମାସ ୧୧ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜିଲାର ଅତାବିରା, ବରଗଡ଼ ଓ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ଅଧୀନରେ ରହିଥିବା ମଣ୍ଡି(ଧାନକ୍ରୟ କେନ୍ଦ୍ର)ରେ ଧାନ କିଣାବିକା ଚାଲିଥିଲା। ମାତ୍ର ଆରମ୍ଭରୁ ଟୋକନ ସମସ୍ୟା ଯୋଗୁ ଚାଷୀମାନଙ୍କୁ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅନେକ ଚାଷୀଙ୍କୁ ଟୋକନ ମିଳି ନଥିବାରୁ ସେମାନେ ଧାନବିକ୍ରିରୁ ବଞ୍ଚିତ ହୋଇଥିଲେ। ସେହିପରି ଯେଉଁ ଚାଷୀମାନଙ୍କୁ ଟୋକନ ମିଳିଥିଲା, ଅଧିକାଂଶଙ୍କ କ୍ଷେତ୍ରରେ ବିକ୍ରିଯୋ୍ଯଯ ଧାନ ପରିମାଣ ଯଥେଷ୍ଟ କମ୍‌ ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ। ତେବେ କେତେକ ଚାଷୀଙ୍କ ଟୋକନ ସମସ୍ୟାର ସମାଧାନ ହୋଇଥିବାବେଳେ ଆହୁରି ଅନେକ ଚାଷୀଙ୍କ ଏହି ସମସ୍ୟା ଅସମାହିତ ରହିଗଲା।
ଏଭଳି ଭାବେ ଚାଲିଥିବା ଧାନ ସଂଗ୍ରହ ପ୍ରକ୍ରିୟାକୁ ଗତମାସ ୩୦ତାରିଖରୁ ବନ୍ଦ କରି ଦିଆଗଲା। ଜିଲାର ୯୯ହଜାର ୯୯୮ ଚାଷୀଙ୍କଠାରୁ ୫୮ଲକ୍ଷ ୨୭ହଜାର ୩୬୨କୁଇଣ୍ଟାଲ ଧାନ କିଣାଯାଇଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଗଲା। ଅନ୍ୟପଟେ ଜିଲାର ରେଶମ, ତୁଲଣ୍ଡି ଭଳି କେତେକ ମଣ୍ଡିରେ ଏବେ ମଧ୍ୟ ଧାନ ପଡ଼ି ରହିଛି। ସେହି ଧାନକୁ କିଣାଯାଇଛି, କିନ୍ତୁ ତାକୁ ମିଲର୍ସମାନେ ଉଠାଇ ନାହାନ୍ତି। ପର୍ଯ୍ୟାୟକ୍ରମେ ମିଲର୍ସ ଧାନ ଉଠାଉଛନ୍ତି ସତ, ମାତ୍ର ତୁହାକୁ ତୁହା ବର୍ଷା ମାଡ଼ି ଆସୁଥିବା ଯୋଗୁ ଚାଷୀମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। କେବଳ ସେତିକି ନୁହେଁ, କେତେକ ଚାଷୀଙ୍କ ଧାନ ବିକ୍ରି ହୋଇ ମଣ୍ଡିରୁ ଉଠିଛି, ମାତ୍ର ଏପର୍ଯ୍ୟନ୍ତ ସେମାନଙ୍କୁ ବିକ୍ରିଧାନର ପ୍ରାପ୍ୟ ମିଳିପାର ନାହିଁ। ରେଶମ ଗ୍ରାମର ଭୋଜରାଜ ରଣାଙ୍କ ଧାନ ଗତମାସ ୨୨ତାରିଖରୁ ସ୍ଥାନୀୟ ମଣ୍ଡିରୁ ଉଠି ସାରିଛି। ମାତ୍ର ଏପର୍ଯ୍ୟନ୍ତ ତାଙ୍କୁ ବିକ୍ରିଧାନର ପ୍ରାପ୍ୟରାଶି ମିଳିପାରି ନଥିବା ସେ କହିଛନ୍ତି। ସେହିପରି ଉକ୍ତ ଗ୍ରାମର ବଲରାମ ବାଗଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ସମସ୍ୟା ଦେଖାଯାଇଛି। ତାଙ୍କ ଧାନ ମଣ୍ଡିରୁ ଉଠିଥିଲେ ମଧ୍ୟ ବିକ୍ରିଧାନର ପ୍ରାପ୍ୟ ଏପର୍ଯ୍ୟନ୍ତ ସେ ପାଇ ନଥିବା କହିଛନ୍ତି। ଉକ୍ତ ଗ୍ରାମର ଅନ୍ୟଜଣେ ଚାଷୀ ଅଧିକାରୀ ପାତ୍ରଙ୍କ ୯୯କୁଇଣ୍ଟାଲ ୭୦କି.ଗ୍ରା ଧାନ ଗତ ୮ତାରିଖରୁ ଉଠିଛି। ହେଲେ ଶନିବାର ସୁଦ୍ଧା ତାଙ୍କୁ ମଧ୍ୟ ବିକ୍ରିଧାନର ପ୍ରାପ୍ୟଧାନ ମିଳିପାରି ନାହିଁ। ସେହିପରି ସୁଦାମ ପାତ୍ରଙ୍କ ୧୨୬କୁଇଣ୍ଟାଲ ଧାନ ରେଶମ ପଣ୍ଡିରେ ପଡ଼ି ରହିଛି। ଚକ୍ଷୁ ସ୍କାନ କରାଯାଇଛି ଏବଂ ସେହିଧାନ କିଣା ସରିଛି। ହେଲେ ମଣ୍ଡିରୁ ତାକୁ ଉଠାଯାଉ ନାହିଁ କି ବିକ୍ରିଧାନର ପ୍ରାପ୍ୟ ଦିଆଯାଉ ନାହିଁ ବୋଲି ପାତ୍ର କହିଛନ୍ତି। ଏଭଳି ସ୍ଥିତିରେ ଚଳିତବର୍ଷ ଜିଲାରେ ଧାନ କିଣାବିକା ଫେଲ୍‌ ମାରିଛି ବୋଲି ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି। ମଣ୍ଡିରେ ପଡ଼ିଥିବା ଧାନକୁ ତୁରନ୍ତ ଉଠା ନଗଲେ କିମ୍ବା ଚାଷୀଙ୍କୁ ବିକ୍ରିଧାନର ପ୍ରାପ୍ୟରାଶି ତୁରନ୍ତ ପ୍ରଦାନ କରା ନଗଲେ ସଂଗଠନ ପକ୍ଷରୁ ଚାଷୀଙ୍କ ହକ୍‌ ଦାବିରେ ଆନ୍ଦୋଳନ କରାଯିବ ବୋଲି ମହାପାତ୍ର ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଆରା ରାକ୍ଷୀପୂର୍ଣ୍ଣିମା: ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ଭଞ୍ଜନଗର, ୨୭।୮(ବାବୁଲା ପ୍ରଧାନ): ଗଛ ଓ ମଣିଷର ସମ୍ପର୍କକୁ ଦୃଢ଼ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଲକ୍ଷ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ଭଞ୍ଜନଗର କବି ସମ୍ରାଟ…

ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି କରିବାକୁ ଚାଷୀଙ୍କ ଦାବି, ବାକି ଅଛନ୍ତି…

ବଡ଼ଗାଁ,୨୭।୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ପ୍ରକ୍ରିୟାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ…

ପୁଣି ବନ୍ଦ ହେଲା ୪ ସ୍ଲୁଇସ ଗେଟ: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରବାର ୍ଯଯଯାହ୍ନରେ ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି…

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଚରଣ ସିଂ ମୀନା: ସାଇବର ଅପରାଧ ରୋକିବା ହେବ ପ୍ରାଥମିକତା

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଇପିଏସ ଚରଣ ସିଂ ମୀନା ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ଗୁରୁବାର ସକାଳେ ସର୍ବପ୍ରଥମେ ସେ ସମ୍ବଲପୁରର ଆରାଧ୍ୟ ଦେବୀ ମା’…

Appleର ବଡ଼ ଘୋଷଣା! ଏହି ତାରିଖରେ ଲଞ୍ଚ ହେବ iPhone 18 Pro, ଏତିକି ରହିବ ଦାମ୍

ନୂଆଦିଲ୍ଲୀ,୨୭।୮: Apple ଶେଷରେ ନିଜର ବଡ଼ ଲଞ୍ଚ ଇଭେଣ୍ଟର ତାରିଖ ଘୋଷଣା କରିଛି । କମ୍ପାନୀ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ Apple Event ଆୟୋଜନ କରିବ…

ସତ ହୋଇଗଲା ଭବିଷ୍ୟବାଣୀ! ବହୁ ବର୍ଷ ପୂର୍ବରୁ ନେପାଳକୁ ନେଇ ଏମିତି କହିଥିଲେ…

ନୂଆଦିଲ୍ଲୀ,୨୭।୮: ନେପାଳରେ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତି ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ପୁରୁଣା ଭବିଷ୍ୟବାଣୀ। ସୋସିଆଲ ମିଡିଆରେ ଦାବି କରାଯାଉଛି…

କ୍ୟାନସର୍‌ ମେଡିସିନକୁ ମିଳିଲା ମଞ୍ଜୁରୀ: ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୭।୮: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ମେଟାଷ୍ଟାଟିକ ପାନକ୍ରିଏଟିକ କ୍ୟାନସର୍‌ ରୋଗର ଚିକିତ୍ସା ପାଇଁ ରେଭଲ୍ୟୁସନ ମେଡିସିନ୍ସର ନୂତନ ଔଷଧ ‘ରାସୋକ’କୁ ଅନୁମୋଦନ କରିଛି।…

୩୦୦ରୁ ଅଧିକ ଭାରତୀୟଙ୍କ ପତ୍ତା ମିଳୁନି, ଚିନ୍ତାରେ ପରିବାର: କେଉଁ ରାଜ୍ୟରୁ କେତେ ନିଖୋଜ ଜାଣନ୍ତୁ…

କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବନ୍ୟା ଓ ଭୂସ୍ଖଳନ ଭୟଙ୍କର ଧ୍ୱଂସଲୀଳା ରଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୬୨ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ମୃତକଙ୍କ ସଂଖ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri